ବିଶାଖା ଏକ୍ସପ୍ରେସ ଦୁଇଭାଗ ହୋଇ ଗଡ଼ିଲା: ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତିଲେ ଯାତ୍ରୀ

ବାଲୁଗଁ।,୩ା୧୧ (ଡି.ଏନ୍‌.ଏ.): ଖୋର୍ଦ୍ଧା ରେଳ ଡିଭିଜନ ଅଧୀନ ବାଲୁଗଁା-ଚିଲିକା ଷ୍ଟେଶନ ମଧ୍ୟସ୍ଥ ବଡକୁଳ ଲେଭଲ କ୍ରସିଂଠାରେ ଶନିବାର ପୂର୍ବାହ୍ନରେ ବିଶାଖା ଏକ୍ସପ୍ରେସ ଟ୍ରେନ ଚଳନ୍ତା ଅବସ୍ଥାରେ ଇଞ୍ଜିନଠାରୁ ବଗି ଅଲଗା ହୋଇଯାଇଥିଲା। ତେବେ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଯାତ୍ରୀମାନେ ଏକ ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି।
ଅନୁସାରେ, ଭୁବନେଶ୍ୱରରୁ ସିକନ୍ଦରାବାଦ ଅଭିମୁଖେ ଯାଉଥିବା ୧୭୦୧୫ ନମ୍ବର ବିଶିଷ୍ଟ ବିଶାଖା ଏକ୍ସପ୍ରେସ ଶନିବାର ପୂର୍ବାହ୍ନ ୧୦.୨୩ ମିନିଟ୍‌ରେ ବାଲୁଗଁା ରହଣି ପରେ ଛାଡିଥିଲା। ପ୍ରାୟ ୪କି.ମି. ଅତିକ୍ରମ ପରେ ବଡକୁଳ ରେଳବାଇ ଫାଟକ ଅନତି ଦୂରରେ ହଠାତ୍‌ ଇଞ୍ଜିନ ସହ ସଂଲଗ୍ନ ୮ ଗୋଟି ବଗି ତଥା ଶୀତତାପ ନିୟନ୍ତ୍ରିତ ଏସି ଟୁ ଟାୟାର ଓ ସ୍ଲିପର ଏସ୍‌-୧୪ଠାରୁ ଅବଶିଷ୍ଟ ବଗି ମଧ୍ୟରେ ସଂଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଫଳରେ ଚଳନ୍ତା ଟ୍ରେନ୍‌ଟି ଦୁଇଭାଗ ହୋଇ ଗଡି ଚାଲିଥିବାବେଳେ ଯାତ୍ରୀମାନେ ଭୟଭୀତ ହୋଇ ଚିକତ୍ାର କରିଥିଲେ। ତେବେ ଡ୍ରାଇଭର ଏ ସମ୍ପର୍କରେ ଜାଣିପାରି ଉପସ୍ଥିତ ବୁଦ୍ଧି ଖଟାଇ ବିଚ୍ଛିନ୍ନ ବଗିଠାରୁ ପ୍ରାୟ ୧୦୦ ମିଟର ଦୂରତାରେ ଇଞ୍ଜିନ ସଂଲଗ୍ନ ବଗିକୁ ଅଟକାଇଥିଲେ। ଟ୍ରେନ୍‌ ରହିବା କ୍ଷଣି ଭୟରେ କିଛି ଯାତ୍ରୀ ଟ୍ରେନ୍‌ରୁ ଡେଇଁପଡିଥିଲେ। ତେବେ କେହି ଆହତ ହୋଇ ନ ଥିବା ଜଣାଯାଇଛି। ପରେ ଡ୍ରାଇଭର ଓ ଗାର୍ଡ ପହଞ୍ଚତ୍ ତଦାରଖ କରିବାରେ ଇଞ୍ଜିନଠାରୁ ଅଷ୍ଟମ ଓ ନବମ ବଗି ମଧ୍ୟରେ ସଂଯୋଗ କରୁଥିବା କପ୍‌ଲିଙ୍ଗ୍‌ ଖସିଯାଇଥିବା ଜଣାପଡିଥିଲା। ଖବରପାଇ ସଙ୍ଗେ ସଙ୍ଗେ ବାଲୁଗଁା ଷ୍ଟେଶନରୁ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚତ୍ ସଜାଡିବା ପରେ ପ୍ରାୟ ୧ ଘଣ୍ଟା ବିଳମ୍ବରେ ଟ୍ରେନ୍‌ଟି ପୁନର୍ବାର ଗନ୍ତବ୍ୟସ୍ଥଳ ଅଭିମୁଖେ ଛାଡିଥିଲା। ଖୋର୍ଦ୍ଧା ରେଳମଣ୍ଡଳ ଅଧିକାରୀ ଏହି ଘଟଣାର ତଦନ୍ତ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପରଲୋକରେ ଲୋକପ୍ରିୟ ତବଲା ବାଦକ ରାଧାକାନ୍ତ ନନ୍ଦ

କଟକ ଅଫିସ,୩୦।୧୧: ଲୋକପ୍ରିୟ ତବଲା ବାଦକ ରାଧାକାନ୍ତ ନନ୍ଦଙ୍କ ଶନିବାର ପରଲୋକ ଘଟିଛି। କଟକର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ...

ରାଜ୍ୟରେ ନୂତନ ନିଯୁକ୍ତି ବନ୍ଦ ପ୍ରସଙ୍ଗରେ ଏହି ସ୍ପଷ୍ଟୀକରଣ ରଖିଲା ଅର୍ଥ ବିଭାଗ, ଜାଣନ୍ତୁ…

ଭୁବନେଶ୍ୱର,୮।୭(ବ୍ୟୁରୋ): ରାଜକୋଷକୁ ଦୁର୍ବଳ କଲାଣି ମହାମାରୀ କରୋନା। ଏହାକୁ ଦୃଷ୍ଟିରେ ରଖି ଖର୍ଚ୍ଚକାଟ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ। ଏଥିସହ ୨ ବର୍ଷ ଯାଏ...

ଆଜି ପ୍ରତିଷ୍ଠା ଦିବସ ପାଳିବ ଉତ୍କଳ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର, ୨୭।୧୧(ବ୍ୟୁରୋ): ଦେଶର ଅନ୍ୟତମ ପ୍ରମୁଖ ଉଚ୍ଚ ଶିକ୍ଷାନୁଷ୍ଠାନ ଉତ୍କଳ ବିଶ୍ବବିଦ୍ୟାଳୟ ରବିବାର ତା’ର ୮୦ତମ ପ୍ରତିଷ୍ଠା ଦିବସ ପାଳନ କରିବ। ଏଥିସହ ୮୧ବର୍ଷରେ ପାଦ...

ପଶ୍ଚିମବଙ୍ଗ ଗଲେ ଅଗ୍ନିଶମ ବିଭାଗ, ଓଡ୍ରାଫର ୪୦ ଟିମ୍‌

ବାଲେଶ୍ୱର ଅଫିସ, ୨୫।୫-ମହାବାତ୍ୟା ଅମ୍ପନ ଯୋଗୁ ପଶ୍ଚିମବଙ୍ଗରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ସେଠାରେ ପୁନରୁଦ୍ଧାର କାର୍ଯ୍ୟ ପାଇଁ ସହଯୋଗର ହାତ ବଢାଇଛି । ମୁଖ୍ୟମନ୍ତ୍ରୀ ନବୀନ...

ଏଥର ଝଲସିବ କଳାହାଣ୍ଡି: ଭିଡିଓ କନ୍‌ଫରେନ୍ସିଂ ଜରିଆରେ ୩ ଶକ୍ତି ପ୍ରକଳ୍ପ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨ା୧୦(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଭିଡିଓ କନ୍‌ଫରେନ୍ସିଂ ଜରିଆରେ କଳାହାଣ୍ଡି ଜିଲା ଜୟପାଟଣା ଅଞ୍ଚଳର ବାନେର୍‌ଠାରେ ଏକ ୨୨୦/୧୩୨/୩୩ କେଭି ଗ୍ରୀଡ୍‌ ସବଷ୍ଟେଶନ ଉଦ୍‌ଘାଟନ...

ଲକ୍‌ଡାଉନ୍‌ କୋହଳ ଅର୍ଥ ନୁହେଁ ‘ଅଲ୍‌ କ୍ଲିୟର’: ବାଗ୍‌ଚୀ

ଭୁବନେଶ୍ୱର,୬।୬(ବ୍ୟୁରୋ): ଜୁନ୍‌-ଜୁଲାଇର ସମ୍ଭାବ୍ୟ ପରିସ୍ଥିତି ମୂଳରେ ଗୋଟିଏ ଆତ୍ମସଚେତନତାର କଥା। ସେଇଟି ହେଲା ଲକ୍‌ଡାଉନ୍‌ରେ କୋହଳ ଅର୍ଥ ନୁହେଁ କରୋନାର ଶେଷ। ଏହା ମୁଖ୍ୟମନ୍ତ୍ରୀ କହିଛନ୍ତି।...

ଭାରତୀୟ ଜଳବାୟୁ କଂଗ୍ରେସ ଉଦ୍‌ଘାଟିତ: ଜଳବାୟୁ ପରିବର୍ତ୍ତନରେ ସର୍ବାଧିକ ପ୍ରଭାବିତ ହେବ କୃଷି

ଭୁବନେଶ୍ୱର,୨୮ା୧୨(ବ୍ୟୁରୋ): ଜଳବାୟୁ ପରିବର୍ତ୍ତନ ଦ୍ୱାରା କୃଷି ଉତ୍ପାଦନ ବହୁଳଭାବେ ପ୍ରଭାବିତ ହେବ। ଏହାଫଳରେ ଆଗାମୀ ଦିନରେ ବିଶ୍ୱରେ ଖାଦ୍ୟାଭାବ ସମସ୍ୟା ଗୁରୁତର ରୂପ ନେବ। ସେହିଭଳି...

ଇଲେକ୍ଟ୍ରି ଗାଡ଼ି କିଣିଥିଲେ ପିଛିଲା ଭାବେ ମିଳିବ ସବ୍‌ସିଡି

ଭୁବନେଶ୍ୱର,୧ା୨(ବ୍ୟୁରୋ): ବିଦ୍ୟୁତ୍‌ ଚାଳିତ ଗାଡ଼ି କ୍ରୟ କରିଥିବା ଗ୍ରାହକମାନଙ୍କ ଲାଗି ଖୁସି ଖବର ଆସିଛି। ଏହି ଗାଡ଼ି କ୍ରୟ ସମୟରେ ଗ୍ରାହକମାନଙ୍କୁ ରେଜିଷ୍ଟ୍ରେଶନ ଫି ଓ...

Advertisement
Archives

Model This Week