Posted inଜାତୀୟ

ବିଳମ୍ବରେ ପହଞ୍ଚିଲା ଆମ୍ବୁଲାନ୍ସ:ଆଖିବୁଜିଲେ ମୁଖ୍ୟମନ୍ତ୍ରୀଙ୍କ ଭାଇ

ଅହମଦାବାଦ: ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀଙ୍କ ମାଉସୀ ପୁଅ ଭାଇ ଅନିଲଭାଇ ସାଙ୍ଗଭିଙ୍କ ରାଜକୋଟରେ ପରଲୋକ ହୋଇଯାଇଛି। ଏଥିଲାଗି ୧୦୮ ଆମ୍ବୁଲାନ୍ସ ଆସିବାରେ ହୋଇଥିବା ଅହେତୁକ ବିଳମ୍ବକୁ ଦୋଷ ଦିଆଯାଇଛି। ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲକୁ ନେବା ଲାଗି ଆମ୍ବୁଲାନ୍ସକୁ ଫୋନ ଯୋଗେ ଡ଼କାଯାଇଥିଲା। ବହୁ ବିଳମ୍ବରେ ଆମ୍ବୁଲାନ୍ସ ପହଞ୍ଚିବା ପୂର୍ବରୁ ଅନିଲଭାଇ ଆଖି ବୁଜିଦେଇଥିଲେ। ଘଟଣାଟି ଗତ ୪ ତାରିଖରେ ଘଟିଥିବାବେଳେ ରାଜ୍ୟରେ ସ୍ବାସ୍ଥ୍ୟାବସ୍ଥା ଓ ଏହାର ଭିତ୍ତିଭୂମିକୁ ନେଇ ପ୍ରଶ୍ନବାଚୀ ସୃଷ୍ଟିକରିଛି। ଏନେଇ ପରିବାର ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କରାଯାଇଥିଲା। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ରାଜକୋଟ ଜିଲାପାଳ ରେମ୍ୟା ମୋହନ ପ୍ରକାଶ କରିଛନ୍ତି। ସୌରାଷ୍ଟ୍ର କଳାକେନ୍ଦ୍ର ସୋସାଇଟି ନିକଟ ଅନିଲଭାଇଙ୍କ ଘର ନିକଟରେ ଆମ୍ବୁଲାନ୍ସ ପହଞ୍ଚିବା ଲାଗି ୩୯ ମିନିଟ ଲାଗିଥିବା ଜଣାପଡ଼ିଛି। ଘର ଠିକଣା ଖୋଜିବାରେ ବିଳମ୍ବ କାରଣରୁ ଆମ୍ବୁଲାନ୍ସ ପହଞ୍ଚିବାରେ ସମସ୍ୟା ସୃଷ୍ଟି ହୋଇଥିବା ଘଟଣା ପଦାକୁ ଆସିଛି। ରାଜକୋଟ ସ୍ବାସ୍ଥ୍ୟ ବିଭାଗର ଆଞ୍ଚଳିକ ଉପନିର୍ଦ୍ଦେଶକ ଘଟଣାର ତଦନ୍ତ କରୁଛନ୍ତି। ସ୍ବାସ୍ଥ୍ୟ ବିଭାଗର ଅସ୍ବାସ୍ଥ୍ୟକର ନୀତିକୁ ସମାଲୋଚନା କରାଯାଉଥିବାବେଳେ ଏଭଳି ବ୍ୟବସ୍ଥା କେବେ ସୁଧୁରିବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏମିତି ଗୋଟାଏ ପେର ଗୋଟାଏ ଜୀବନ ପାଣିଫୋଟକା ପରି ଚାଲିଯାଉଥିବାବେଳେ ଆମ୍ବୁଲାନ୍ସ ସୁବିଧା ଆଉକେତେଦିନ ଲୋକଙ୍କ ପାଇଁ ସାତସପନ ହୋଇ ରହିଥିବ?


Enter your email to get our daily news in your inbox.

All Right Reserved By Dharitri.Com

କଶ୍ମୀର ପଣ୍ଡିତଙ୍କ ପ୍ରତିନିଧିଙ୍କୁ ଭେଟିଲେ ବିଦେଶୀ ପ୍ରତିନିଧି

ଜମ୍ମୁ,୧୦।୧: ଜମ୍ମୁ-କଶ୍ମୀର ସ୍ଥିତି ପରଖିବାକୁ ଗୁରୁବାର ସେଠାରେ ପହଞ୍ଚିଥିବା ବିଦେଶୀ ପ୍ରତିନିଧି ଦଳ ଶୁକ୍ରବାର କଶ୍ମୀର ପଣ୍ଡିତଙ୍କ ପ୍ରତିନିଧିଙ୍କୁ ଭେଟିଛନ୍ତି। ଜମ୍ମୁ ସହର ଉପାନ୍ତରେ ଥିବା...

ଭାରତରେ ଓମିକ୍ରନ୍‌ ଜାନୁୟାରୀରେ ଶୀର୍ଷ ଛୁଇଁବ, ବିଶେଷଜ୍ଞଙ୍କ ଆଶଙ୍କା…

ଓ୍ବାଶିଂଟନ, ୫।୧ : ଭାରତରେ କରୋନା ମହାମାରୀର ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ ସଂକ୍ରମଣ ଜାନୁୟାରୀରେ ଶୀର୍ଷ ଛୁଇଁବ। ଇନଷ୍ଟିଚ୍ୟୁଟ ଫର୍‌ ହେଲଥ ମେଟ୍ରିକ୍ସ ଆଣ୍ଡ ଇଭାଲୂ୍ୟଏଶନ...

କେନ୍ଦ୍ରମନ୍ତ୍ରୀଙ୍କ ପୁଅ ନଁ।ରେ ମାମଲା

ଲକ୍ଷ୍ନୌ, ୫।୧୦: ଉତ୍ତରପ୍ରଦେଶ ଲଖିମ୍‌ପୁର ଖେରି ଜିଲାର ଚିକୁନିଆ ଅଞ୍ଚଳରେ ରବିବାର ଚାଷୀ ଆନ୍ଦୋଳନ ସମୟରେ ୪ଚାଷୀଙ୍କ ସମେତ ୮ଜଣଙ୍କ ମୃତ୍ୟୁ ହେବା ଘଟଣା ଏବେ...

ରେଡ୍ ଜୋନ୍‌ରେ ଦିଲ୍ଲୀ ଏନ୍‌ସିଆର୍‌

ନୂଆଦିଲ୍ଲୀ,୭ ।୧୧: ବେଳକୁ ବେଳ ଖରାପ ହେବାରେ ଲାଗିଛି ରାଜଧାନୀ ଦିଲ୍ଲୀର ବାୟୁ ପ୍ରଦୂଷଣ ମାତ୍ରା । ବିଶେଷ ଭାବେ ଦିଲ୍ଲୀ ଏନ୍‌ସିଆର୍‌ରେ ପ୍ରଦୂଷଣ ମାତ୍ରା...

ଦେଶରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ଟପିଲା…

ନୂଆଦିଲ୍ଲୀ, ୧୩।୧: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ବଢ଼ିବାରେ ଲାଗିଛି। ଓମିକ୍ରନ୍‌...

ବୋମ୍ମାଇ କଲେ ନାମାଙ୍କନ ପତ୍ର ଦାଖଲ, ସମ୍ପତ୍ତି ପରିମାଣ ୪୯.୭୦ କୋଟି…

ବେଙ୍ଗାଲୁରୁ,୧୫।୪ : କର୍ନାଟକ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମ୍ମାଇ ଶନିବାର ମେ ’୧୦ରେ ରାଜ୍ୟରେ ହେବାକୁଥିବା ବିଧାନସଭା ନିର୍ବାଚନ ପାଇଁ ଶିଗଗାଓଁ ଆସନରୁ ଭଜପା ପ୍ରାର୍ଥୀ ଭାବରେ...

ଗୋଟିଏ ବୋତଲ ରକ୍ତ ଦିଅ, ଏକ କିଲୋ ଚିକେନ ନିଅ

ମୁମ୍ବାଇ,୨୫ ।୧: ଶିବାସେନାର ସଂସ୍ଥାପକ ସ୍ୱର୍ଗତ ବାଲ ଠାକରେଙ୍କ ଜୟନ୍ତି ଅବସରରେ ମହାରାଷ୍ଟ୍ରର ଉହ୍ଲାସନଗରରେ ଦଳ ପକ୍ଷରୁ ଏକ ଅଦ୍ଭୁତ ଅଫର ଦିଆଯାଇଛି । ବାଲ...

ଦିଲ୍ଲୀ ସାମ୍ପ୍ରଦାୟିକ ହିଂସା: ୧୩ ଧର୍ମସ୍ଥଳକୁ କରାଯାଇଥିଲା ଟାର୍ଗେଟ୍‌

ନୂଆଦିଲ୍ଲୀ, ୨୮।୬: ଦିଲ୍ଲୀରେ ହୋଇଥିବା ସାମ୍ପ୍ରଦାୟିକ ହିଂସାରେ ୧୩ ଧର୍ମସ୍ଥଳକୁ ଟାର୍ଗେଟ୍‌ କରାଯାଇଥିଲା। ସେଥିମଧ୍ୟରୁ ୧୧ଟି ଧର୍ମସ୍ଥଳ କ୍ଷତିଗ୍ରସ୍ତ ହୋଇଥିବା ଦିଲ୍ଲୀ ପୋଲିସ ବିଭାଗ ପକ୍ଷରୁ...

Advertisement
Archives

Model This Week