Posted inଖେଳ

ବିରାଟ କୋହଲିଙ୍କ ଦାଢିକୁ କମେଣ୍ଟ୍‌ କଲେ ପିଟରସନ୍‌, ମିଳିଲା ଏମିତି ଉତ୍ତର

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଲକ୍‌ଡାଉନ୍‌ ଯୋଗୁ ଏବେ ନିଜ ପରିବାର ସହ ସମୟ ବିତାଉଛନ୍ତି। ସୋସିଆଲ ମିଡିଆରେ ମଧ୍ୟ ବିଭିନ୍ନ ଫଟୋ ଏବଂ ଭିଡିଓ ପୋଷ୍ଟ କରୁଛନ୍ତି। ନିକଟରେ କୋହଲି ନିଜ ଦାଢି ଥିବା ଲୁକ୍‌ର ଏକ ଫଟୋ ଶେୟାର କରିଥିଲେ। ଫଟୋରେ ବିରାଟଙ୍କ ଦାଢି ଦେଖି ତାଙ୍କୁ ଟ୍ରୋଲ କରିଥିଲେ ଇଂଲଣ୍ଡର ପୂର୍ବତନ ଖେଳାଳି କେଭିନ୍‌ ପିଟରସନ୍‌। କୋହଲିଙ୍କୁ ଦାଢି କାଟିବାର ପରାମର୍ଶ ଦେଇଥିଲେ ପିଟରସନ। ଏହାର ଜବାବରେ କୋହଲି ତାଙ୍କୁ ତାଚ୍ଛଲ୍ୟଭରା ଓ ମଜାଦାର ଉତ୍ତର ଦେଇଥିଲେ। ‘ସେ କହିଥିଲେ, ମୋ ଫଟୋ ତୁମ ଟିକ୍‌ଟକ୍‌ ଭିଡିଓଠାରୁ ବହୁତ ଭଲ’। ଗତ ମାସରେ କୋହଲି ନିଜ ଦାଢି କାଟୁଥିବାର ଏକ ଭିଡିଓ ପ୍ରକାଶ କରିଥିଲେ। ଏହାକୁ ଦେଖି ପିଟରସନ ଲେଖିଥିଲେ ଯେ ତୁମେ ତୁମ ଦାଢିରେ ଥିବା ଧଳା ଚୁଟିକୁ ଲୁଚାଇବାକୁ ଚେଷ୍ଟା କରୁନ ତ?। ଏବେ ବିଶ୍ୱରେ କରୋନା ଯୋଗୁ ସମସ୍ତ କ୍ରିକେଟ୍‌ ସିରିଜ୍‌ ବାତିଲ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଐତିହାସିକ ବିଜୟ ପରେ ଆଫଗାନିସ୍ତାନ ସଡ଼କରେ ଜନ ସମୁଦ୍ର

କାବୁଲ,୨୫।୬: ଯାହା ଆଶା କରାଯାଇନଥିଲା ଆଫଗାନିସ୍ତାନ କ୍ରିକେଟ ଟିମ ବିଶ୍ୱରେ ତାହା କରି ଦେଖାଇଲା। ଏହି ଦଳ ଟି -୨୦ ବିଶ୍ୱକପ ୨୦୨୪ର ସେମିଫାଇନାଲରେ ପ୍ରବେଶ...

ଅନ୍ତର୍ଜାତୀୟ କ୍ରିକେଟରେ ଡେଭିଡଙ୍କ କ୍ୟାରିୟର ଶେଷ

ନୂଆଦିଲ୍ଲୀ,୨୫।୬: ଆଫଗାନିସ୍ତାନ କ୍ରିକେଟ ଦଳ ଟି -୨୦ ବିଶ୍ୱକପ ୨୦୨୪ର ସେମିଫାଇନାଲରେ ସ୍ଥାନ ପାଇଛି। ବାଂଲାଦେଶ ଉପରେ ବିଜୟ ସହ ଆଫଗାନିସ୍ତାନ ପ୍ରଥମ ଥର ପାଇଁ...

ଇତିହାସ ରଚିଲା ଆଫଗାନିସ୍ତାନ, ପ୍ରଥମ ଥର ପହଞ୍ଚିଲା ସେମିଫାଇନାଲ

ନୂଆଦିଲ୍ଲୀ, ୨୫।୬: ଟି-୨୦ ବିଶ଼୍ବକପ୍‌ ୨୦୨୪ରେ ଇତିହାସ ରଚିଛି ଆଫଗାନିସ୍ତାନ ଟିମ୍‌ । ଦଳ ସେମିଫାଇନାଲ୍‌ ରାସ୍ତା ସଫା କରିଛି । ପ୍ରଥମ ଥର ଏହି...

ଭାରତ ପାଖରେ ବଡ଼ ସୁଯୋଗ

ସେଣ୍ଟ ଲୁସିଆ, ୨୫।୬: ଭାରତ ଚଳିତ ଟି୨୦ କ୍ରିକେଟ ବିଶ୍ୱକପର ସେମିଫାଇନାଲରେ ପ୍ରବେଶ କରିଛି। ସୋମବାର ଅନୁଷ୍ଠିତ ସୁପର-୮ ମ୍ୟାଚରେ ଅଷ୍ଟ୍ରେଲିଆକୁ ୨୪ ରନରେ ହରାଇ...

ଚମକାଇ ଦେଲେ ରୋହିତ୍‌, ପାରିଲେନି ଅଷ୍ଟ୍ରେଲିଆ ବୋଲର

ନୂଆଦିଲ୍ଲୀ, ୨୫।୬: ଅଧିନାୟକ ରୋହିତ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ଟି୨୦ କ୍ରିକେଟ ବିଶ୍ୱକପର ସୋମବାର ଅନୁଷ୍ଠିତ ଅଷ୍ଟ୍ରେଲିଆ ବିପକ୍ଷ ସୁପର-୮ ମ୍ୟାଚରେ ବୃହତ...

ବଦ୍‌ଲା ନେବ ଭାରତ, ଏହି ଦେଶ ସହ ବଡ଼ ମୁକାବିଲା

ନୂଆଦିଲ୍ଲୀ, ୨୫।୬: କଙ୍ଗାରୁ ଦଳକୁ ହରାଇ ଟିମ ଇଣ୍ଡିଆ ଟି-୨୦ ବିଶ୍ୱକପ ୨୦୨୪ର ସେମିଫାଇନାଲରେ ପ୍ରବେଶ କରିଛି । ସୁପର-୮ର ଶେଷ ମ୍ୟାଚ୍‌ରେ ଟିମ ଇଣ୍ଡିଆ...

ଅଷ୍ଟ୍ରେଲିଆକୁ ହରାଇ ସେମିଫାଇନାଲରେ ପହଞ୍ଚିଲା ଭାରତ

ଗ୍ରସ ଆଇସ୍ଲେଟ, ୨୪।୬: ସେଣ୍ଟ ଲୁସିଆସ୍ଥିତ ଡାରେନ ସାମି ଜାତୀୟ କ୍ରିକେଟ ଷ୍ଟାଡିୟମରେ ସୋମବାର ଖେଳାଯାଇଥିବା ଟି୨୦ କ୍ରିକେଟ ବିଶ୍ୱକପର ଶେଷ ସୁପର-୮ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ...

ଅଷ୍ଟ୍ରେଲିଆ ଆଗରେ ୨୦୬ ରନ୍‌ର ଟାର୍ଗେଟ୍‌

ଗ୍ରସ ଆଇସ୍ଲେଟ, ୨୪।୬: ସେଣ୍ଟ ଲୁସିଆସ୍ଥିତ ଡାରେନ ସାମି ଜାତୀୟ କ୍ରିକେଟ ଷ୍ଟାଡିୟମରେ ସୋମବାର ଖେଳାଯାଉଥିବା ଶେଷ ସୁପର-୮ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଟସ୍‌ ଜିତି ପ୍ରଥମେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri