Posted inଜାତୀୟ

ବିରଳ ସୂର୍ଯ୍ୟୋପରାଗ ଦେଖିବା ପାଇଁ ମୋଦି ବ୍ୟବହାର କରିଥିବା ଚଷମାର ଦାମ୍‌ କେତେ ଜାଣିଛନ୍ତି

ନୂଆଦିଲ୍ଲୀ,୨୬।୧୨: ଚଳିତ ବର୍ଷର ଶେଷ ସୂର୍ଯ୍ୟୋପରାଗ ଶେଷ ହୋଇଛି। ଦେଶର ବିଭିନ୍ନ ସ୍ଥାନରେ ଏହା ଦୃଶ୍ୟମାନ ହୋଇଥିବା ବେଳେ ଏହାକୁ ଦେଖିବା ପାଇଁ ଲୋକମାନଙ୍କ ଲାଗି ପ୍ଲାନେଟୋରିୟମ୍‌ ଗୁଡ଼ିକରେ ବ୍ୟବସ୍ଥା କରାଯାଇଥିଲା। ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ କୋଝିକୋଡରେ ମେଘୁଆ ପାଗ ସତ୍ତ୍ୱେ ଏହି ବିରଳ ଦୃଶ୍ୟକୁ ଦେଖିଥିଲେ। ଏଥିସହ ତାଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଥିଲେ। ଯାହାକୁ ନେଇ ଏବେ କିଛି ୟୁଜର୍ସ ପ୍ରତିକ୍ରିୟାଶୀଳ ହୋଇପଡ଼ିଥିବା ବେଳେ କେତେକ ମୋଦିଙ୍କ ଚଷମାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଜଣେ ୟୁଜର୍ସ ଏହି ଫଟୋ ଉପରେ ଏକ ମିମ୍‌ ତିଆରି କରିବା ପାଇଁ ମୋଦିଙ୍କୁ ଲେଖିଥିଲେ। ମୋଦି ମଧ୍ୟ ତାଙ୍କୁ ସ୍ବାଗତ ଜଣାଇବା ସହ ଏହାର ଆନନ୍ଦ ଉଠାନ୍ତୁ ବୋଲି କହିଥିଲେ। ଏହାପରେ ଜଣଙ୍କ ପରେ ଜଣେ ତାଙ୍କୁ କମେଣ୍ଟ ଦେଇଥିଲେ। ଜଣେ ୟୁଜର୍ସ ମୋଦି ପିନ୍ଧିଥିବା ଚଷମାକୁ ଜର୍ମାନୀର କହିଥିବା ବେଳେ ଅନ୍ୟ ଜଣେ ଏହାକୁ ଦେଢ଼ଲକ୍ଷ ଟଙ୍କାର ବୋଲି କହିଛନ୍ତି। ଏବେ ଏହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବଦଳୀୟ ବୈଠକରେ କୃଷି ଆଇନ, ମୂଲ୍ୟ ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିଲେ ବିରୋଧି

ନୂଆଦିଲ୍ଲୀ,୧୮ ।୭: ସଂସଦର ମୌସୁମୀ ଅଧିବେଶନ ସୋମବାରଠାରୁ ଆରମ୍ଭ ହେବାକୁ ଯାଉଛି । ଏାର ଠିକ୍ ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ରବିବାର ସରକାରଙ୍କ ଦ୍ୱାରା...

ନବନିର୍ବାଚିତ ବିଏସପି ଏମ୍‌ପିଙ୍କୁ ସୁରକ୍ଷା ଦେବାକୁ ମନାକଲେ ସୁପ୍ରିମକୋର୍ଟ

ଲକ୍ଷ୍ନୌ,୨୭।୫: ଜଣେ ଛାତ୍ରୀଙ୍କୁ ବଳାତ୍କାର ମାମଲାରେ ବିଏସପିର ନବନିର୍ବାଚିତ ଏମ୍‌ପି ଅତୁଲ ରାୟଙ୍କୁ ସୁପ୍ରିମକୋର୍ଟରୁ ଝଟ୍‌କା ଲାଗିଛି। ଗିରଫଦାରୀରୁ ବର୍ତ୍ତିବା ପାଇଁ ହୋଇଥିବା ଏକ ଆବେଦନ...

ମଣିପୁରରେ ସାନି ସଂଘର୍ଷ: ୪ ମୃତ

ଇମ୍ଫାଲ, ୩ା୭ : ମଣିପୁରର ବିଷ୍ଣୁପୁର ଜିଲାରେ ଶନିବାର ବିଳମ୍ବିତ ରାତିରେ ସାନି ହିଂସାକାଣ୍ଡ ଘଟି ୪ ଜଣ ପ୍ରାଣ ହରାଇଛନ୍ତି। ଏହି ଘଟଣା ପରେ...

ମୋତେ ନଜରବନ୍ଦୀ ରଖାଯାଇଛି: ମେହେବୁବା

ଶ୍ରୀନଗର,୭ ।୯: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତି ଦାବି କରିଛନ୍ତି କି ତାଙ୍କୁ ନଜର ବନ୍ଦୀ ରଖାଯାଇଛି । ଏହାସହ କେନ୍ଦ୍ର ସରକାର ଯେଉଁ...

ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ନେଲେ ବୋବଡେ

ନୂଆଦିଲ୍ଲୀ,୧୮।୧୧: ସୋମବାର ସୁପ୍ରିମ୍‌କୋର୍ଟର ୪୭ତମ ପ୍ରଧାନ ବିଚାରପତି ଭାବେ ୬୩ ବୟସ୍କ ଶରଦ ଅରବିନ୍ଦ ବୋବଡେ ଦାୟିତ୍ୱ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ...

ବ୍ୟାଙ୍କ ଭିତରେ ମ୍ୟାନେଜରଙ୍କୁ ହତ୍ୟା

ମୁମ୍ବାଇ,୩୦।୭: ମହାରାଷ୍ଟ୍ରର ପାଲଘର ଜିଲା ଭିରାରସ୍ଥିତ ଏକ ଘରୋଇ ବ୍ୟାଙ୍କର ଜଣେ ମ୍ୟାନେଜରଙ୍କୁ ହତ୍ୟା କରାଯାଇଛି। ଏଥିରେ ଅନ୍ୟ ମହିଳା ଅଫିସର ଆହତ ହୋଇଛନ୍ତି। ଗୁରୁବାର...

ଏବେବି ଫସିଛନ୍ତି ୪ ହଜାର

ନୂଆଦିଲ୍ଲୀ:୮।୩: ଅପରେଶନ ଗଙ୍ଗା ଜରିଆରେ କେନ୍ଦ୍ର ସରକାର ୟୁକ୍ରେନ୍‌ରୁ ଭାରତୀୟଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଏବେସୁଦ୍ଧା ୟୁକ୍ରେନ୍‌ରେ ୪ ହଜାର ଭାରତୀୟ ଫସି ରହିଥିବା...

ଜି -୨୦ ବୈଠକ ପୂର୍ବରୁ ଜମ୍ମୁ-କଶ୍ମୀରରେ କଡା ସୁରକ୍ଷା ବ୍ୟବସ୍ଥା

ଜମ୍ମୁ,୧୯।୫: ଜି-୨୦ ବୈଠକ ପୂର୍ବରୁ ଜମ୍ମୁ-କଶ୍ମୀରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଶ୍ରୀନଗରରେ ୨୨-୨୫ ମେ’ ମଧ୍ୟରେ ଏହି ବୈଠକ ହେବାକୁ ଯାଉଛି। ଏହା ପୂର୍ବରୁ...

Advertisement
Archives

Model This Week