ବିମାନ ଚଳାଚଳ କ୍ଷେତ୍ରର ୨୯ ଲକ୍ଷ ଚାକିରି ବିପଦରେ

ନୂଆଦିଲ୍ଲୀ,୨୫।୪: ଭାରତୀୟ ବିମାନ ଚଳାଚଳ କ୍ଷେତ୍ର ଏବଂ ଏହାର ଆନୁଷଙ୍ଗିକ କ୍ଷେତ୍ର ଗୁଡିକ କରୋନା ମହାମାରୀ ଯୋଗୁ ଏବେ ଚାପରେ ରହିଛନ୍ତି। ଏହି କ୍ଷେତ୍ରଗୁଡିକରେ ପ୍ରାୟ ୨୯ ଲକ୍ଷ ଚାକିରି ବିପଦରେ ରହିଛି ବୋଲି ଇଣ୍ଟରନ୍ୟାଶନାଲ ଏୟାରପୋର୍ଟ ଆସୋସିଏଶନ(ଆଇଏଟିଏ) ପକ୍ଷରୁ ହୋଇଥିବା ଏକ ରିପୋର୍ଟରେ କୁହାଯାଇଛି। ମେ ମାସ ୩ ଯାଏ ଦେଶ ମଧ୍ୟରେ ବିମାନ ସେବା ବନ୍ଦ ରହିଛି। ଅର୍ଥନୈତିକ କାର୍ଯ୍ୟକଳାପ ଏବେ କ୍ଷତିଗ୍ରସ୍ତ ହୋଇଥିବାରୁ ଦେଶର ପର୍ଯ୍ୟଟନ ତଥା ବିମାନ ଚଳାଚଳ କ୍ଷେତ୍ର ଚାପଗ୍ରସ୍ତ ହୋଇଛି। ଏବେ ପାସେଞ୍ଜର ଟ୍ରାଫିକ ୪୭% ଖସିଛି। ଏସିଆ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ କରୋନା ପ୍ରଭାବ ଅଧିକ ପଡିବା ନେଇ ଏହି ରିପୋର୍ଟରେ କୁହାଯାଇଛି। କରୋନା ପାଇଁ ଭାରତୀୟ ବିମାନ ଚଳାଚଳ ବଜାର ପ୍ରାଥମିକ ଆକଳନ ଅନୁସାରେ ପ୍ରାୟ ୮୫ ହଜାର କୋଟି କ୍ଷତି ସହିବ। ଏସିଆ ପାସିଫିକ ଅଞ୍ଚଳ କଥା ବିଚାରକଲେ ୧୧.୨ ନିୟୁତ ନିଯୁକ୍ତି କ୍ଷତିଗ୍ରସ୍ତ ହେବ ବୋଲି ଆକଳନରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପିସିଏରୁ ବାହାରିବେ ୪ ବ୍ୟାଙ୍କ

ନୂଆଦିଲ୍ଲୀ, ୩-୯: ଆର୍‌ବିଆଇର ପ୍ରମ୍ପଟ କରେକ୍ଟିଭ ଆକ୍ସନ (ପିସିଏ) କାର୍ଯ୍ୟାନୁଷ୍ଠାନ ପରିସରରୁ ଅବଶିଷ୍ଟ ୪ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ବାହାରିବେ। ସରକାର ବ୍ୟାଙ୍କଗୁଡିକୁ ସଦ୍ୟତମ ପୁଞ୍ଜି ପ୍ରଦାନ...

କୋଭିଡ୍‌ ଟିକା ଲାଗି ୫୦ ହଜାର କୋଟି ବ୍ୟବସ୍ଥା ହୋଇପାରେ

ମୁମ୍ବାଇ: ବଜେଟ ୨୦୨୧-୨୨ରେ ସରକାର କୋଭିଡ୍‌-୧୯ ଟିକା ଦେବା ଲାଗି ପ୍ରାୟ ୫୦ ହଜାର କୋଟି ଟଙ୍କାର ପୁଞ୍ଜି ବ୍ୟବସ୍ଥା କରିପାରନ୍ତି। ୟୁବିଏସ୍‌ ପକ୍ଷରୁ ଏ...

ଏନ୍‌ବିବିଏଲ୍‌ ପକ୍ଷରୁ ୟୁପିଏମ୍‌ଏସ୍‌ର ଶୁଭାରମ୍ଭ

ମୁମ୍ବାଇ,୬।୧: ବିଲ୍‌ ପେମେଣ୍ଟ ବ୍ୟବସ୍ଥାର ସରଳୀକରଣ କରିବା ଲାଗି ନ୍ୟାଶନାଲ୍‌ ପେମେଣ୍ଟ କର୍ପୋରେଶନ ଅଫ୍‌ ଇଣ୍ଡିଆ (ଏନ୍‌ପିସିଆଇ) ର ସମ୍ପୂର୍ଣ୍ଣ ସହଯୋଗୀ ସଂସ୍ଥା ଏନ୍‌ପିସିଆଇ ଭାରତ...

ଫୋର୍ଡ ପ୍ଲାଣ୍ଟ ଅଧିଗ୍ରହଣ କରିବ ଟାଟା

ନୂଆଦିଲ୍ଲୀ,୩୧ା୧୨: ମୋଟରଯାନ ନିର୍ମାଣ କ୍ଷେତ୍ରରେ ଦେଶର ଅଗ୍ରଣୀ ସଂସ୍ଥା ଟାଟା ମୋଟର୍ସ ଆସନ୍ତା ୧୦ ଜାନୁୟାରୀ ସୁଦ୍ଧା ଗୁଜରାଟସ୍ଥିତ ଫୋର୍ଡ ଇଣ୍ଡିଆର ସାନନ୍ଦ ପ୍ଲାଣ୍ଟକୁ ଅଧିଗ୍ରହଣ...

ଗ୍ଲୋବାଲ ବିଜ୍‌ନେସ୍‌ ଫୋରମରେ ମୋଦି: ‘ଭାରତରେ ନିବେଶ ଲାଗି ସୁବର୍ଣ୍ଣ ସୁଯୋଗ’

ନ୍ୟୁୟର୍କ,୨୬।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଏଠାରେ ବ୍ଲୁମ୍‌ବର୍ଗ ଗ୍ଲୋବାଲ ଇନ୍‌ଭେଷ୍ଟର ଫୋରମ୍‌ରେ ଯୋଗ ଦେଇଛନ୍ତି। ଭାରତରେ ରାଜନୈତିକ ସ୍ଥିରତା ରହିଥିବା ବେଳେ ନିବେଶ ଲାଗି...

କ୍ୟାପ୍ଟିଭ୍‌ ବ୍ଲକରୁ ୫୦% କୋଇଲା ବିକ୍ରିକୁ ମିଳିପାରେ ଅନୁମତି

ନୂଆଦିଲ୍ଲୀ,୨୨।୨:  ଦେଶ ମଧ୍ୟରେ ରହିଥିବା ବିଭିନ୍ନ କ୍ୟାପ୍ଟିଭ ବ୍ଲକଗୁଡିକରୁ ୫୦% କୋଇଲା ବିକ୍ରିକୁ କେନ୍ଦ୍ର ସରକାର ଅନୁମତି ଦେଇପାରନ୍ତି। ଏ ନେଇ କେନ୍ଦ୍ର ସରକାର ଯୋଜନା କରୁଛନ୍ତି।...

ଡବ୍ଲ୍ୟୁଇର ଚତୁର୍ଥ ସଂସ୍କରଣ ଘୋଷଣା

ନୂଆଦିଲ୍ଲୀ : ଅନ୍ତଃରାଷ୍ଟ୍ରୀୟ ସ୍ତରର ଏଡ୍‌ଟେକ କମ୍ପାନୀ ଏବଂ ଟ୍ୟାଲେଣ୍ଟ ସ୍ପିରିଟ ତାହାର ଓମେନ ଇଞ୍ଜିନିୟର୍ସ (ଡବ୍ଲ୍ୟୁଇ) କାର୍ଯ୍ୟକ୍ରମର ଚତୁର୍ଥ ସଂସ୍କରଣ ସମ୍ପର୍କରେ ଘୋଷଣା କରିଛି।...

୯ ପ୍ରମୁଖ ସହରରେ ବିକ୍ରି ହୋଇନି ୪ ଲକ୍ଷ ଶସ୍ତା ଫ୍ଲାଟ୍‌

ନୂଆଦିଲ୍ଲୀ,୧୯-୮: ଶସ୍ତା ଘର ଚାହିଦା ବୃଦ୍ଧି ପାଇବା ସତ୍ତ୍ୱେ ଦେଶର ୯ ସହରରେ ୪.୧୨ ଲକ୍ଷ ଏଭଳି ଆପାର୍ଟମେଣ୍ଟ ଅଥବା ଫ୍ଲାଟ୍‌ ବିକ୍ରି ହୋଇପାରିନାହିଁ। ଏହି...

Advertisement
Archives

Model This Week