ବିମାନବନ୍ଦର ପାର୍ଶ୍ୱରୁ ହଟିବ ଦୁଇ ବସ୍ତି

ଭୁବନେଶ୍ୱର, ୧୩।୭(ବ୍ୟୁରୋ): ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ପରିସୀମାକୁ ଆହୁରି ବୃଦ୍ଧି କରାଯିବ। ହେଲେ ଏଥିପାଇଁ ବିମାନବନ୍ଦର ପାର୍ଶ୍ୱରେ ଥିବା ବସ୍ତି ବାଧକ ସାଜିଛି। ତେଣୁ ଉକ୍ତ ବସ୍ତିକୁ ଉଚ୍ଛେଦ କରାଯିବାକୁ ନିଷ୍ପତ୍ତି ହୋଇଥିବାବେଳେ ଏନେଇ ବିମାନବନ୍ଦର କର୍ତ୍ତୃପକ୍ଷ ସାଧାରଣ ପ୍ରଶାସନ ବିଭାଗକୁ ଏକ ଚିଠି ଲେଖିଛନ୍ତି। ବିମାନବନ୍ଦର ନିକଟରେ ଥିବା ୧.୬ ଏକର ସରକାରୀ ଜାଗା ଦେବାଲାଗି ଉକ୍ତ ଚିଠିରେ ବିମାନବନ୍ଦର କର୍ତ୍ତୃପକ୍ଷ ଉଲ୍ଲେଖ କରିଛନ୍ତି। ଏହି ଚିଠି ପରେ ସାଧାରଣ ପ୍ରଶାସନ ପକ୍ଷରୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)କୁ ପଦକ୍ଷେପ ପାଇଁ ଜଣାଇଛନ୍ତି। ବିମାନବନ୍ଦର ନିକଟରେ ଥିବା ଗଣ୍ଡମୁଣ୍ଡା ଓ ଲକ୍ଷ୍ମୀ ବଜାର ବସ୍ତିକୁ ଉଚ୍ଛେଦ କରି ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ସ୍ଥାନ ଯୋଗାଇ ଦେବାକୁ କୁହାଯାଇଛି। ଗତ ୧୦ ତାରିଖ ଦିନ ବିଡିଏ କର୍ତ୍ତୃପକ୍ଷ ଏନେଇ ସେସବୁ ବସ୍ତି ବୁଲି ଦେଖିବା ସହ ଉଚ୍ଛେଦ ଲାଗି ପ୍ରକ୍ରିୟା ଆରମ୍ଭ କରିଛନ୍ତି। କିନ୍ତୁ ବସ୍ତିରେ ଥିବା ଘରଗୁଡିକ ରାଜୀବ ଆବାସ ଯୋଜନାରେ ନିର୍ମିତ ହୋଇଥିବାରୁ ତୁରନ୍ତ ଉଚ୍ଛେଦ ହୋଇପାରି ନାହିଁ। ଏ ସଂକ୍ରାନ୍ତରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ସହ ବିଡିଏ ଆଲୋଚନା କରିବା ପରେ ଆସନ୍ତା ୧୫ ଦିନ ମଧ୍ୟରେ ବସ୍ତିବାସିନ୍ଦାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ। ପ୍ରଥମେ ସେମାନଙ୍କୁ ଟ୍ରାଞ୍ଜିଟ ହାଉସ୍‌କୁ ସ୍ଥାନାନ୍ତର କରିବାକୁ ବିଏମ୍‌ସି ସ୍ଥିର କରିଛି। ତେବେ ଏଥିପାଇଁ ବସ୍ତିବାସିନ୍ଦାଙ୍କୁ ୬ମାସକୁ ୨ହଜାର ୫ଶହ ଟଙ୍କା ଭଡା ଦେବାକୁ ପଡିବ। ସ୍ଥାନାନ୍ତର ପରେ ସେଠାରେ ଉଚ୍ଛେଦ ଆରମ୍ଭ ହେବ ବୋଲି ବିଡିଏ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ବିଏମ୍‌ସି ଓ ବିଡିଏ ମିଳିତ ଭାବେ ଉକ୍ତ ଉଚ୍ଛେଦରେ ସାମିଲ ହେବେ। କମିଶନରେଟ ପୋଲିସ୍‌ ଉପସ୍ଥିତ ରହିବ। ବିମାନବନ୍ଦର ନିର୍ଦ୍ଦେଶକ ସୁରେଶଚନ୍ଦ୍ର ହୋତା କହିଛନ୍ତି, ବିମାନ ବନ୍ଦରରେ ରନ୍‌ଓ୍ବେ ପରି ସ୍ବତନ୍ତ୍ର ଟ୍ୟାକ୍ସିଓ୍ବେ ନିର୍ମାଣ ହେବ। ଏଥିପାଇଁ ଜାଗା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ବଳାତ୍କାର ପ୍ରସଙ୍ଗ: ମାନବାଧିକାର କମିଶନଙ୍କୁ ଭେଟିଲା ଭାଜପା

ଭୁବନେଶ୍ୱର, ୨୦।୧୦(ବ୍ୟୁରୋ):ମହିଳାଙ୍କ ପ୍ରତି ସରକାର ଓ ପ୍ରଶାସନର ଉଦାସୀନତା ମନୋଭାବ ଯୋଗୁ ବଳାତ୍କାର, ଘରୋଇ ହିଂସା ଏବଂ ହତ୍ୟା ଘଟଣା ବୃଦ୍ଧି ପାଉଛି। ଗଞ୍ଜାମ ଜିଲା...

ନ୍ୟାୟ ପାଉନାହାନ୍ତି ବଳାତ୍କୃତା: ଆଇନକୁ ପାଳୁନାହାନ୍ତି ସରକାର

କଟକ ଅଫିସ, ୧୩ା୬: ବଳାତ୍କାର ଶିକାର ହେଉଥିବା ପୀଡ଼ିତାମାନଙ୍କୁ ନ୍ୟାୟ ମିଳୁନାହିଁ। ଏମାନଙ୍କ ପାଇଁ ଆଇନରେ ସଂଶୋଧନ ଅଣାଯାଇଥିଲା। ପୂର୍ବରୁ ପୀଡ଼ିତାମାନଙ୍କୁ ସିଆର୍‌ପିସିର ୩୫୭ ଧାରା...

ଜାତୀୟ ର଼୍ୟାଙ୍କିଙ୍ଗ୍‌ରେ ଓଡ଼ିଶାର ୧୧ ଆଇଟିଆଇ: ପ୍ରତିଷ୍ଠା ହେବ ଉନ୍ନତ ବୈଷୟିକ ପ୍ରଶିକ୍ଷଣ କେନ୍ଦ୍ର

ଭୁବନେଶ୍ୱର, ୨୦।୯(ବ୍ୟୁରୋ): ସ୍କିଲ୍‌ଡ ଇନ୍‌ ଓଡ଼ିଶା ବ୍ରାଣ୍ଡକୁ ଆଉ ପାଦେ ଆଗକୁ ନେଇ ରାଜ୍ୟ ସରକାର ଖଣିଜ ଅଞ୍ଚଳ ଉନ୍ନୟନ ନିଗମ (ଓଏମ୍‌ବିଏଡିସି) ଜିଲାରେ ଉତ୍କୃଷ୍ଟ...

ପୋଲିସ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁ ଆହତ

ଆସିକା,୫।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଆସିକା-ବାଲିପଦର ମୁଖ୍ୟ ରାସ୍ତାର ଚାରିମଇଲି ନିକଟରେ ସୋମବାର ଭୋର ସମୟରେ ଆସିକା ପୋଲିସ ପକ୍ଷରୁ ହୋଇଥିବା ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁଚରଣ...

ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଛି ପ୍ରାଣୀ ସହାୟକ କେନ୍ଦ୍ର :୪ ବର୍ଷ ଧରି ତାଲା ପଡିଛି କାର୍ଯ୍ୟାଳୟ

ଗଣିଆ,୨୮ା୧୧(ଡି.ଏନ.ଏ.): ଗଣିଆ ବ୍ଲକ ଛାମୁଣ୍ଡିଆଠାରେ ଥିବା ପ୍ରାଣୀ ସହାୟକ କେନ୍ଦ୍ରରେ ଗତ ୪ବର୍ଷ ଧରି କୌଣସି କର୍ମଚାରୀ ରହୁ ନ ଥିବା ଦେଖାଯାଇଛି। ପ୍ରାଣୀ ସହାୟକ...

ମଧ୍ୟାହ୍ନ ଭୋଜନ ତଦାରଖ କଲେ ବ୍ଲକ ଅଧକ୍ଷା, ବିଡ଼ିଓ

ଶେରଗଡ,୨୪ା୭(ଡି.ଏନ୍‌.ଏ.)- ଶେରଗଡ଼ ବ୍ଲକ ବାଦୁଆ ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନରେ ଯାଇ ବୁଧବାର ଶେରଗଡ଼ ବିଡ଼ିଓ ସୁରଞ୍ଜନ କୁମାର ସାହୁ ଓ ବ୍ଲକ ଅଧକ୍ଷା...

୫୫ କେଜି ପଲିଥିନ , ପ୍ଲାଷ୍ଟିକ ଜବତ

ଓଡ଼ଗାଁ,୨୬ା୯(ସ୍ବ.ପ୍ର.): ଏକକ ବ୍ୟବହୃତ ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର ଉପରେ କେନ୍ଦ୍ର ଓ ରାଜ୍ୟ ସରକାର କଟକଣା ଲାଗୁ କରୁଥିବା ବେଳେ ଏନେଇ ବ୍ୟବସାୟୀ ଓ...

ସ୍ତ୍ରୀଙ୍କୁ ନିର୍ଯାତନା ଦେଇ ବିଲ୍ଡର ଗିରଫ

ଭୁବନେଶ୍ୱର,୯।୭(ବ୍ୟୁରୋ):ଯୌତୁକ ସାମଗ୍ରୀ ହାତେଇବା ପରେ ପ୍ରଥମ ସ୍ତ୍ରୀଙ୍କୁ ମାଡ଼ ମାରି ଘରୁ ତଡ଼ି ଦେଇଥିଲେ। ଏବେ ଦ୍ୱିତୀୟ ସ୍ତ୍ରୀ ଆଣିଛନ୍ତି ସମାନ ଅଭିଯୋଗ। ତାଙ୍କ ଅଭିଯୋଗ...

Advertisement


Archives

Model This Week

Why Dharitri