ବିମାନବନ୍ଦର ଛାତ ଭୁଶୁଡ଼ି ମୃତ୍ୟୁ ଘଟଣା: କ୍ଷେତ୍ର ପରିଦର୍ଶନ ଶେଷ କଲା ଏଏଆଇ

ଭୁବନେଶ୍ୱର,୮।୨(ବ୍ୟୁରୋ): ଭୁବନେଶ୍ୱର ବିମାନବନ୍ଦର ଲିଙ୍କ୍‌ ବିଲ୍ଡିଂ ଛାତ ଭୁଶୁଡ଼ିବା ଘଟଣାରେ ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆ (ଏଏଆଇ) କ୍ଷେତ୍ର ପରିଦର୍ଶନ ଶେଷ କରିଛି। ଏଏଆଇ ଟେକ୍ନିକାଲ କମିଟି ସଦସ୍ୟ କ୍ଷେତ୍ର ପରିଦର୍ଶନ କରିଛନ୍ତି। ତେବେ କମିଟିର ରିପୋର୍ଟ ଆଧାରରେ ପରବର୍ତ୍ତୀ ପଦକ୍ଷେପ ନିମିତ୍ତ ନିଷ୍ପତ୍ତି ନିଆଯିବ। ଇଞ୍ଜିନିୟର ଓ ଠିକା ସଂସ୍ଥା କାର୍ଯ୍ୟରେ ନ ଥିବାରୁ ଅନ୍ୟ ପ୍ରକଳ୍ପ ବିଳମ୍ବିତ ହେଉଥିବା ସୂଚନା ମିଳିଛି।

ବିମାନବନ୍ଦରର ଲିଙ୍କ୍‌ ବିଲ୍ଡିଂ ଭୁଶୁଡ଼ିବା ଯୋଗୁ ଇଲେକ୍‌ଟ୍ରିସିଆନ ଅନ୍ତର୍ଯାମୀ ଗୁରୁଙ୍କ ମୃତ୍ୟୁ ଘଟିଥିବା ବେଳେ ଡ୍ରାଇଭର ନବ କିଶୋର ସ୍ବାଇଁ ଆହତ ହୋଇଥିଲେ। ତେବେ ଯେଭଳି ଭାବେ ବିଲ୍ଡିଂ ଛାତ ଭୁଶୁଡ଼ିଲା, ତାହାକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା। ନିମ୍ନ ମାନର କାର୍ଯ୍ୟ ନା ସେଣ୍ଟ୍ରିଂରେ ତ୍ରୁଟି ଯୋଗୁ ଏପରି ଘଟିଛି, ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯିବା ପରେ ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ କହିଥିଲା। ସେପଟେ ମୃତକ ଅନ୍ତର୍ଯାମୀଙ୍କ ଭାଇ ନିରାକାର ଗୁରୁ ଏୟାରପୋର୍ଟ ଥାନାରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ଆଧାରରେ ପୋଲିସ କେସ୍‌ ନଂ.୧୯/୨୦ରେ ଏକ ମାମଲା ରୁଜୁ କରି ଠିକାଦାର ସଂସ୍ଥାର ନିର୍ଦ୍ଦେଶକ ଦିଲ୍ଲୀପଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚଳିତ ବର୍ଷରୁ ମିଳିବ ଗରିମା ପୁରସ୍କାର: ‘ମୋ ସ୍କୁଲ’ ଅଭିଯାନରେ ୮୯୫୧ ସ୍କୁଲ ପାଇଛନ୍ତି ୮୯କୋଟି ଟଙ୍କା

ଭୁବନେଶ୍ୱର,୩।୮(ବ୍ୟୁରୋ): ରାଜ୍ୟରେ ସ୍କୁଲଗୁଡ଼ିକରେ ଗୁଣାତ୍ମକ ଶିକ୍ଷା ବୃଦ୍ଧି କରିବା ଲାଗି ରାଜ୍ୟ ସରକାର ‘ମୋ ସ୍କୁଲ’ ଅଭିଯାନ ଆରମ୍ଭ କରିଛନ୍ତି। ଏହି ଯୋଜନାର ମୂଳ ଲକ୍ଷ୍ୟ,...

ରୋଡ୍‌ ଡିଭାଇଡରରେ ପିଟିହେଲା କାର୍‌, ୨ ଗୁରୁତର

ସାକ୍ଷୀଗୋପାଳ,୬ା୩(ଡି.ଏନ୍‌.ଏ.): ଭୁବନେଶ୍ୱର-ପୁରୀ ୩୧୬ ନଂ. ଜାତୀୟ ରାଜପଥର ସାକ୍ଷୀଗୋପାଳ ବଡ଼କାଞ୍ଜିଆଛକ ନିକଟରେ ପୁରୀ ଯାଉଥିବା ଏକ କାର୍‌ ରବିବାର ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଭୁବନେଶ୍ୱରରୁ ୪ଜଣ...

ଶ୍ରୀନହରକୁ ବିଜେ ହେଲା ଖଡ଼ିପ୍ରସାଦ: ମହାପ୍ରଭୁଙ୍କର ହେଲା ବନକଲାଗି

ପୁରୀ ଅଫିସ, ୨ା୭: ଶ୍ରୀନହରକୁ ମଙ୍ଗଳବାର ଖଡ଼ି ପ୍ରସାଦ ବିଜେ କରାଯାଇଛି। ପୂର୍ବାହ୍ନରେ ଦତ୍ତମହାପାତ୍ର ସେବକ ଏବଂ ଦଇତାପତି ସେବକମାନେ ଶ୍ରୀନହରକୁ ଖଡ଼ି ପ୍ରସାଦ ବିଜେ...

ଆଜି ଶହୀଦ ସ୍ମୃତି ଦିବସ: ବଦଳୁଛି ଶହୀଦ ସ୍ମୃତିପୀଠର ଭିତ୍ତିଭୂମି

ବାସୁଦେବପୁର,୨୮।୯(ଡି.ଏନ.ଏ.)-ଭଦ୍ରକ ଜିଲାର ବାସୁଦେବପୁର ହେଉଛି ସଂଗ୍ରାମର ମାଟି। ୧୯୪୨ ଭାରତଛାଡ଼ ଆନ୍ଦୋଳନ ସମୟରେ ବାସୁଦେବପୁର, ଇରମ ଓ ନଦୀଘେରଦ ଅଞ୍ଚଳର ସଂଗ୍ରାମୀମାନେ ନେତୃତ୍ୱ ନେଇଥିଲେ। ଇଂରେଜ...

ଚାନ୍ଦବାଲିରେ ଭାରତ ବନ୍ଦ ପ୍ରଭାବ: ରେଳସେବା, ବନ୍ଦର କାର୍ଯ୍ୟ ପ୍ରଭାବିତ

ଚାନ୍ଦବାଲି,୮ା୧(ଡି.ଏନ୍‌.ଏ.)-୧୨ ଦଫା ଦାବି ନେଇ କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ ଡାକରାରେ ବୁଧବାର ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକରେ ୧୨ ଘଣ୍ଟିଆ ବନ୍ଦ ପାଳନ ଓ ପ୍ରତିବାଦ...

ମାନସିକ ବିକାରଗ୍ରସ୍ତଙ୍କ ଥଇଥାନ ଓ ଚିକିତ୍ସା ବ୍ୟବସ୍ଥା କରାଯାଉ: ହାଇକୋର୍ଟରେ ଜନସ୍ବାର୍ଥ ମାମଲା

କଟକ ଅଫିସ,୧ା୯: ମାନସିକ ବିକାରଗ୍ରସ୍ତ ଲୋକଙ୍କୁ ଥଇଥାନ କରିବା ଓ ସେମାନଙ୍କ ଚିକିତ୍ସା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବା ନେଇ ଓଡ଼ିଶା ଲିଗାଲ ଆଣ୍ଡ ସୋସିଆଲ...

କଟକ ସହର ପାଇଁ ହେଲ୍ପଲାଇନ ଜାରିକଲା ସିଏମସି

କଟକ ଅଫିସ,୪। ୪- ସଟ୍ ଡାଉନ୍ ଯୋଗୁଁ କଟକ ସହର ସଂପୂର୍ଣ୍ଣ ବନ୍ଦ ରହିଛି। ଘରୁ ନ ବାହାରିବା ପାଇଁ ପୋଲିସ ପକ୍ଷରୁ ଚେତାବନୀ ଦିଆଯାଇଛି।...

ଷ୍ଟେବିନ ବେନ୍‌ଙ୍କ ସଙ୍ଗୀତରେ ଝୁମିଲେ ୧୦ ହଜାର ଦର୍ଶକ

ଅନୁଗୋଳ ଅଫିସ,୯।୪ ଅନୁଗୋଳ ଜିଲା ମହୋତ୍ସବରେ ବାଧକ ସାଜିପାରିଲାନି ବର୍ଷା। କରୋନା କଟକଣା ହଟାଯିବା ପରେ ପ୍ରଥମ କରି ଜିଲାରେ ହେଉଥିବା ଏହି ବିରାଟ ଆୟୋଜନର...

Advertisement
Archives

Model This Week