ବିଭିନ୍ନ ସମସ୍ୟାର ସମାଧାନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଲେ ଛାତ୍ରୀଛାତ୍ର

କେନ୍ଦୁଝର,୧୦।୨(ସ୍ବ.ପ୍ର.) : ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ସ୍ଥାନୀୟ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ ଛାତ୍ରୀଛାତ୍ର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ଧାରଣାରେ ବସିଛନ୍ତି। ରାସ୍ତା ନ ଥିବାରୁ ଛାତ୍ରୀଛାତ୍ର ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ବିଶେଷକରି ଛାତ୍ରୀମାନେ ଅସାମାଜିକ ଲୋକଙ୍କ ଦାରା ଅନେକ ସମୟରେ ହଇରାଣ ହରକତ ହେଉଥିବା ଅଭିଯୋଗ କରିଛନ୍ତି। ଏନେଇ ଜିଲାପାଳଙ୍କଠାରେ ଅଭିଯୋଗ କରିଆସୁଥିଲେ ମଧ୍ୟ କେହି ଶୁଣୁ ନ ଥିବାରୁ ବାଧ୍ୟ ହୋଇ ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି ବୋଲି ଛାତ୍ରୀଛାତ୍ର କହିଛନ୍ତି। ହଷ୍ଟେଲ ବ୍ୟବସ୍ଥା ନ ଥିବାରୁ କେନ୍ଦୁଝର ସହରରୁ ପ୍ରାୟ ପାଞ୍ଚ କିମି ଦୂରରୁ ପୁରୁଣା ବଜାରସ୍ଥିତ ମହାବିଦ୍ୟାଳୟ କ୍ୟାମ୍ପସକୁ ଯିବାକୁ ପଡୁଛି। ବିପର୍ଯ୍ୟସ୍ତ ରାସ୍ତା ସହିତ ଆଲୋକ ବ୍ୟବସ୍ଥା ନ ଥିବାରୁ ଅସୁରକ୍ଷିତ ଅବସ୍ଥାରେ ଯିବା ଆସିବା କରୁଛନ୍ତି। ଏନେଇ ଜିଲାପାଳଙ୍କୁ ଭେଟି ପୁନର୍ବାର ଦାବିପତ୍ର ପ୍ରଦାନ କରାଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆଲୋଚନା ଜାରିରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ଆରମ୍ଭ ଗଣେଶ ଭସାଣି ଉତ୍ସବ: ପୁରୁଣାବଜାରରେ ସୁରକ୍ଷା କଡ଼ାକଡ଼ି

ଭଦ୍ରକ ଅଫିସ, ୨୯।୯- ଭଦ୍ରକରେ ରବିବାରଠାରୁ ଆରମ୍ଭ ହେବ ଗଣେଶ ଭସାଣି ଉତ୍ସବ। ୩ ଦିନ ପର୍ଯ୍ୟନ୍ତ ବିଭିନ୍ନ ଗଣେଶ ଭସାଣି ଉତ୍ସବ ଚାଲିବ। ଏହାକୁ...

୨୬ ବର୍ଷ ବୟସରେ ୭୨ ପରିବାରକୁ ରୋଜଗାର

ଉପେନ୍ଦ୍ର ରାଉତ ବଅଁରପାଳ,୧୫ା୩ – ନିଜେ ଉଚ୍ଚଶିକ୍ଷିତ। ହେଲେ ଚାକିରି ନ କରି ଅନ୍ୟମାନଙ୍କୁ କିପରି ଚାକିରି ଦେଇପାରିବେ ସେ ଦିଗରେ ପ୍ରଚେଷ୍ଟା ଅନୁଗୋଳ ଜିଲା...

କୋରାପୁଟରୁ ୪୧ କରୋନା ଆକ୍ରାନ୍ତ ଚିହ୍ନଟ: ସଂଖ୍ୟା ୬୮୭୧କୁ ବୃଦ୍ଧି

କୋରାପୁଟ,୧୮।୧୦(ସ୍ବ.ପ୍ର.): କୋରାପୁଟ ଜିଲାରେ ରବିବାର ଆଉ ୪୧ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୮୭୧କୁ...

ବୁଗୁଡ଼ା ପିପୁଲସ୍‌ ହାଇସ୍କୁଲରେ ମାଙ୍କଡ ଉତ୍ପାତ, ଶିକ୍ଷାଦାନ ବାଧାପ୍ରାପ୍ତ

ବୁଗୁଡ଼ା,୨୭ା୮(ଡି.ଏନ.ଏ.)- ବୁଗୁଡ଼ା ପିପୁଲସ୍‌ ହାଇସ୍କୁଲରେ ମଙ୍ଗଳବାର ମାଙ୍କଡ଼ମାନଙ୍କର ଉତ୍ପାତ ଯୋଗୁ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଛି। ପୂର୍ବାହ୍ନ ୧୦ଟା ସମୟରେ ପ୍ରାର୍ଥନା ଆରମ୍ଭରେ ମାଙ୍କଡ଼ମାନେ ହଠାତ୍‌ ହତା...

ଗ୍ରାମ୍ୟ ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରଶିକ୍ଷଣ କମିଟି ବୈଠକ: ‘କର୍ମଠ ହୁଅ, ବିପର୍ଯ୍ୟୟ ମୁକାବିଲା କର’

ଢେଙ୍କାନାଳ ଅଫିସ, ୨୦ା୭ – ଗ୍ରାମ୍ୟ ବିପର୍ଯ୍ୟୟ ପରିଚାଳନା କମିଟି ସଦସ୍ୟମାନେ ଉତ୍ସାହୀ, ଦକ୍ଷ, କର୍ମଠ ହେଲେ ପ୍ରାକୃତିକ ବିପତ୍ତିର ସଫଳ ମୁକାବିଲା କରାଯାଇପାରିବ। ସମସ୍ତେ...

ଭତ୍ତା ଅପେକ୍ଷାରେ କୁନି

ଜେନାପୁର,୬ା୯(ଡି.ଏନ୍‌.ଏ.)- ଧର୍ମଶାଳା ବ୍ଲକ ଅନ୍ତର୍ଗତ ରାଇଛନ୍ଦା ପଞ୍ଚାୟତ ଅଧୀନ ରାଇଛନ୍ଦା ଗ୍ରାମର କୁନ ପ୍ରଧାନ (୬୮) ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚତ୍ତ ହୋଇଛନ୍ତି। ଏ ନେଇ...

ଶବ ବ୍ୟବଚ୍ଛେଦରେ ବିଳମ୍ବ ପ୍ରତିବାଦରେ ରାସ୍ତାରୋକୋ

ବାଲିଆପାଳ, ୨୦।୭(ସ୍ବ.ପ୍ର.)-ସ୍ବାମୀ ଘରେ ନ ଥିବା ବେଳେ ଶୋଇବା ଘରେ ବେକରେ ରଶି ଲଗାଇ ସୂର୍ଯ୍ୟାପୁର ଗ୍ରାମର ଶିବ ପ୍ରସାଦ ଜେନାଙ୍କ ସ୍ତ୍ରୀ ସୋନାଲି ଜେନା...

ନିରଞ୍ଜନ, ପଦ୍ମନାଭଙ୍କ ହ୍ୟାଟ୍ରିକ୍‌ ବିଜୟ

ସୋନପୁର,୨୪-୫(ନି.ପ୍ର.):ସୁବର୍ଣ୍ଣପୁର ଜିଲା ବିଜେଡିର ଦୁର୍ଗ ବୋଲି ପୁଣି ଥରେ ସାବ୍ୟସ୍ତ ହୋଇଛି। ସାଧାରଣ ନିର୍ବାଚନରେ ଦଳ କମାଲ କରିଛି। ମୋଦି ହାୱା ଏଠାରେ ଭାଜପାକୁ ବିଜୟୀ...

Advertisement
Archives

Model This Week