ବିଭିନ୍ନ ପ୍ରାନ୍ତକୁ ପୂର୍ବତଟ ରେଳପଥର ସ୍ବତନ୍ତ୍ର ଟ୍ରେନ

ଭୁବନେଶ୍ୱର,୮ା୧୧(ବ୍ୟୁରୋ):ପୂଜା ସମୟରେ ପୂର୍ବତଟ ରେଳପଥ ପକ୍ଷରୁ କରାଯାଇଥିବା ସ୍ବତନ୍ତ୍ର ଟ୍ରେନ ପାଇଁ ଯାତ୍ରୀ ଆଗ୍ରହ ଦେଖାଇଛନ୍ତି। ପୁରୀ-ଅମୃତସର ସ୍ବତନ୍ତ୍ର ଟ୍ରେନରେ ପୂର୍ଣ୍ଣମାତ୍ରାରେ ସଂରକ୍ଷିତ ହୋଇଛି ବୋଲି ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି। ପୁରୀ-ଅମୃତସର-ପୁରୀ ସ୍ବତନ୍ତ୍ର ଟ୍ରେନ ଶନିବାରରୁ ରାତି ୧୨. ୩୫ରେ ପୁରୀରୁ ଛାଡ଼ି ଅମୃତସରରେ ସୋମବାର ରାତି ୧୨. ୩୦ରେ ପହଞ୍ଚତ୍ବ। ସେହିପରି ଅମୃତସରରୁ ମଙ୍ଗଳବାର ରାତି ୧୨. ୪୫ରେ ଛାଡ଼ି ପୁରୀରେ ଗୁରୁବାର ରାତି ସାଢେ ୧୦ରେ ପହଞ୍ଚତ୍ବ। ପାର୍ବଣ ସମୟରେ ଚଳାଚଳ କରୁଥିବା ସ୍ବତନ୍ତ୍ର ଟ୍ରେନରେ ଯାତ୍ରୀ ଟିକେଟ ସଂରକ୍ଷଣ କରିପାରିବେ ବୋଲି ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି। ସେହିପରି ଅନ୍ୟ ପ୍ରାନ୍ତକୁ ଚଳାଚଳ କରୁଥିବା ଟ୍ରେନଗୁଡ଼ିକ ହେଉଛି, ପୁରୀ-ହବିବଗଞ୍ଜ (୦୧୬୬୧-୦୧୬୬୨), ଭୁବନେଶ୍ୱର-ବେଙ୍ଗାଲୁରୁ ସୁବିଧା ସ୍ବତନ୍ତ୍ର ଟ୍ରେନ (୮୨୮୪୩-୮୨୮୪୪), ପୁରୀ-ସାନ୍ତ୍ରାଗାଛି, ପୁରୀ-ଶାଲିମାର, ଭୁବନେଶ୍ୱର-ସିକନ୍ଦରାବାଦ ସାପ୍ତାହିକ ଓ ଦ୍ୱିସାପ୍ତାହିକ, ବିଶାଖାପାଟଣା-ସିକନ୍ଦରାବାଦ, ସମ୍ବଲପୁର-ବନସଓ୍ବାଡ଼ି, ବିଶାଖାପାଟଣା-ତିରୁପତି, ଶ୍ରୀକାକୁଲମ-କାଚେଗୁଡ଼ା, ବିଶାଖାପାଟଣା-ଆରକୁ, ଭୁବନେଶ୍ୱର – ଆନନ୍ଦବିହାର ଟର୍ମିନାଲ ସ୍ପେଶାଲ, ବିଶାଖାପାଟଣା – ଆଲାହାବାଦରେ ଯାତ୍ରୀ ଟିକେଟ ସଂରକ୍ଷଣ କରିପାରିବେ। ସ୍ପେଶାଲ ଟ୍ରେନଗୁଡ଼ିକର ମୂଳ ନମ୍ବର ‘୦’ ଓ ‘୮’ରୁ ଆରମ୍ଭ ହେଉଛି, ଯାହା ଯାତ୍ରୀଙ୍କୁ ଚିହ୍ନଟ କରିବାରେ ସହଜ ହେବ। ଏଥିସହ ନ୍ୟାଶନାଲ ଟ୍ରେନ ଇନକ୍ୱାରି ସିଷ୍ଟମ ଓ ଷ୍ଟେଶନର ଇନକ୍ୱାରି କାଉଣ୍ଟରରୁ ସ୍ବତନ୍ତ୍ର ଟ୍ରେନ ବିଷୟରେ ସବିଶେଷ ସୂଚନା ପାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ କ୍ଷେତ୍ରରେ ଦକ୍ଷ ହେବେ ଛାତ୍ରୀଛାତ୍ର, ଶିକ୍ଷକ

ଭୁବନେଶ୍ୱର, ୨୬।୧୦(ବ୍ୟୁରୋ): ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଶିକ୍ଷାଲାଭ କରୁଥିବା ଛାତ୍ରୀଛାତ୍ର ଏବଂ ଶିକ୍ଷୟିତ୍ରୀଶିକ୍ଷକଙ୍କୁ ଏକବିଂଶ ଶତାବ୍ଦୀର ଟେକ୍ନୋଲୋଜି ଏବଂ ପଠନଶୈଳୀ ସମ୍ବନ୍ଧରେ ପ୍ରଶିକ୍ଷଣ...

ସାଇକେଲରେ ପରିବେଶ ସୁରକ୍ଷା ବାଣ୍ଟୁଥିବା ଅମରେଶଙ୍କୁ ସ୍ବାଗତ

ନୟାଗଡ଼ ଅଫିସ,୨୮।୧୨: ବୃକ୍ଷ ଓ ପରିବେଶ ସୁରକ୍ଷା ବାର୍ତ୍ତା ନେଇ ପାରାଦୀପରୁ ସାଇକେଲରେ ବ୍ରହ୍ମପୁର ଅଭିୁମୁଖେ ବାହାରିଥିବା ପରିବେଶବିତ ଅମରେଶ ନରେଶ ସାମନ୍ତଙ୍କୁ ଶୁକ୍ରବାର ନୟାଗଡ଼...

କଳାକାରଙ୍କ ଚିକିତ୍ସାରେ ଅର୍ଥ ସାଜିଛି ବାଧକ

ନୟାଗଡ଼ ଅଫିସ,୨୫।୭: ନୟାଗଡ଼ ଜିଲା ସଦର ବ୍ଲକ ମୁକ୍ତାପୁର ଗ୍ରାମର ଜଣାଶୁଣା ଟେଲି କଳାକାର ରବୀନ୍ଦ୍ର ରାଉତ ଗୁରୁତର ହୋଇ ଚିକିତ୍ସାଧୀନ ଅଛନ୍ତି। ହେଲେ ତାଙ୍କ...

ରାଜ୍ୟରେ ଜଙ୍ଗଲ ପରିମାଣ ୫୧, ୩୪୫ ବର୍ଗ କି.ମି.

ଭୁବନେଶ୍ୱର,୨୭-୧୧(ବ୍ୟୁରୋ):ଓଡ଼ିଶାରେ ସମ୍ପୂର୍ଣ୍ଣ ଜଙ୍ଗଲର ପରିସୀମା ୫୧ ହଜାର ୩୪୫ ବର୍ଗ କି.ମି. ରହିଛି। ୨୦୧୪ ମସିହା ପୂର୍ବରୁ ଏହା ୫୦ ହଜାର ୩୪୭ ବର୍ଗ କି.ମି....

‘ଆଞ୍ଚଳିକତାବାଦ ରାଜନୀତିରେ ବିଶ୍ୱାସ ନାହିଁ’

୨୦୧୯ ସାଧାରଣ ନିର୍ବାଚନ ପରେ ଭାଜପାରେ ଆରମ୍ଭ ହୋଇଥିବା ସାଙ୍ଗଠନିକ ନିର୍ବାଚନୀ ପ୍ରକ୍ରିୟା ନିକଟରେ ଶେଷ ହୋଇଛି। କେନ୍ଦ୍ରରେ ଜଗତ୍‌ ପ୍ରକାଶ ନଡ୍ଡା ନୂଆ ରାଷ୍ଟ୍ରୀୟ...

କଥା ରଖିଲେ: ମୋଦିଙ୍କ ବିଜୟ ପରେ ମାଗଣାରେ ଚା’ ବାଣ୍ଟିଲେ ଚିଙ୍ଗୁଡୁ

ମାଲକାନଗିରି, ୨୫ା୫ (ସ୍ବ.ପ୍ର.): ଏମିତି କିଛି ଲୋକଥାନ୍ତି ସେମାନେ ଖିଆଲି ମଣିଷ ରୂପେ ବଞ୍ଚନ୍ତି। ନିଜ ଖିଆଲି ପଣିଆରେ ଥରେ ଯାହା କହିଦେଇଥାନ୍ତି ତାହା ସେମାନେ...

ଭୁବନେଶ୍ୱର ଦ୍ୱିତୀୟ ବାସୋପଯୋଗୀ

ନୂଆଦିଲ୍ଲୀ, ୫ା୩(ପିଆଇବି):ଭାରତରେ ୧୦ ଲକ୍ଷରୁ କମ୍‌ ଜନସଂଖ୍ୟା ବିଶିଷ୍ଟ ସହର ମଧ୍ୟରେ ବାସପୋଯୋଗୀ ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି ଓଡ଼ିଶା ରାଜଧାନୀ ଭୁବନେଶ୍ୱର। ଗୃହ ନିର୍ମାଣ...

ଶ୍ରୀମନ୍ଦିର ଓ୍ବାଚ୍‌ ଟାଓ୍ବାରରେ ଚଢି ଫଟୋ ଉଠାଇଲେ ବିଦେଶିନୀ, ଭିଡିଓ ଭାଇରାଲ

ପୁରୀ ଅଫିସ,୨୯।୧୨: ନୂଆବର୍ଷ ପାଇଁ ପୁରୀ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି ହୋଇଥିବା କୁହାଯାଉଛି। ହେଲେ ଶ୍ରୀମନ୍ଦିର ସୁରକ୍ଷା...

Advertisement
Archives

Model This Week