ବିବାହ ଭୋଜିରେ ଯୋଗ ଦେଉଥିଲେ ଏସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ବିବାହ ବା ଅନ୍ୟ କୌଣସି ଭୋଜିରେ ଖାଇବାକୁ ଥିଲେ ଅନେକ ଲୋକ ଆଗ୍ରହ ସହକାରେ ଅଧିକ ଖାଇବା ଦେଖାଯାଇଥାଏ। ହେଲେ ଏହା ଆଦୌ ଠିକ୍‌ ନୁହେଁ। କାରଣ ଏହା ଶରୀର ଉପରେ କୁପ୍ରଭାବ ପକାଇଥାଏ।
-ଭୋଜିରେ ଖାଇବା ପୂର୍ବରୁ ପେଟ ଖାଲି ରଖିବା ଠିକ୍‌ ନୁହେଁ। କାରଣ ଖାଲି ପେଟରେ ବହୁତ ତେଲ ମସଲା ଯୁକ୍ତ ଖାଦ୍ୟ ଖାଇଲେ ଏହା ଶରୀରରେ କୁପ୍ରଭାବ ପକାଇଥାଏ। ହଜମ କରିବାରେ ଅସୁବିଧା ହେବା ସହ ଗ୍ୟାସ ବା ଏସିଡିଟି ଭଳି ସମସ୍ୟା ସୃଷ୍ଟି କରିଥାଏ।
-ଭୋଜିରେ କେବେବି ଅଧିକ ପରିମାଣରେ ଧୂମ୍ରପାନ କରନ୍ତୁ ନାହିଁ କି ମାଦକ ଦ୍ରବ୍ୟ ଗ୍ରହଣ କରନ୍ତୁ ନାହିଁ। ବିଶେଷ କରି ମଦ୍ୟପାନ କରିବା ଆଦୌ ଉଚିତ୍‌ ନୁହେଁ। କାରଣ ଏଥିରେ ପ୍ରଚୁର ପରିମାଣରେ କ୍ୟାଲୋରୀ ଥିବାରୁ ଏହା ଶରୀରକୁ ଅସୁସ୍ଥ କରି ଦେଇଥାଏ।
-ବିବାହ ଭୋଜିରେ ତେଲ ଛଣା ଖାଦ୍ୟକୁ ଯେତେ ସମ୍ଭବ ଆଡେଇ ଯିବା ଭଲ। କାରଣ ଏହା ଖାଇବା ଦ୍ୱାରା ଶରୀରରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖାଦେଇଥାଏ।
-ଭୋଜିରେ ହାଲ୍‌କା ଖାଦ୍ୟ ଗ୍ରହଣ କରିବା ଭଲ। ଏହା ଶରୀରକୁ ସୁସ୍ଥ ରଖିଥାଏ। ରାତିରେ ଭୋଜିରେ ଯୋଗ ଦେବାକୁ ହେଲେ ସକାଳର ଜଳଖିଆ ସହ ମଧ୍ୟାହ୍ନ ଭୋଜନ ଠିକ୍‌ ଭାବେ କରିବା ଭଲ। କାରଣ ପେଟ ବେଶୀ ସମୟ ଖାଲି ରଖି ଏକାଥରେ ରାତିରେ ଖାଇଲେ ଏହା ଶରୀରକୁ ରୋଗାକ୍ରାନ୍ତ କରିଦେଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାନ୍‌ସରରୁ ରକ୍ଷା କରିବ ତୁଳସୀ ପତ୍ର

ତୁଳସୀ ଗଛ ଯେତିକି ପବିତ୍ର ଏହାର ମଧ୍ୟ ପତ୍ର ସ୍ବାସ୍ଥ୍ୟ ପାଇଁ ସେତିକି ଲାଭଦାୟକ। ଖାଲିପେଟରେ ତୁଳସୀ ପତ୍ର ଖାଇବା ଦ୍ୱାରା ଅନେକ ରୋଗରୁ ମୁକ୍ତି...

ମାତୃଗର୍ଭରୁ ସ୍ଥିର ହୁଏ ଏସବୁ

ଚାଣକ୍ୟଙ୍କ ନୀତିଶାସ୍ତ୍ରରେ ମାନବ ଜୀବନରେ ଘଟୁଥିବା ଘଟଣାଗୁଡ଼ିକ ବିଷୟରେ ବର୍ଣ୍ଣନା କରାଯାଇଛି। ସେ ତାଙ୍କ ନୀତିଶାସ୍ତ୍ରରେ କହିଛନ୍ତି, ମାନବ ଜୀବନ ସହିତ ଜଡ଼ିତ ୫ କଥା...

ଏକ୍ଟୋପିକ୍‌ ଗର୍ଭାବସ୍ଥା

”ଏକ୍ଟୋପିକ୍‌ ଗର୍ଭାବସ୍ଥା ସେତେବେଳେ ହୋଇଥାଏ, ଯେତେବେଳେ ପ୍ରଜନନ ହୋଇଥିବା ଡିମ୍ବାଣୁ ନିଜକୁ ଗର୍ଭାଶୟର ବାହାରେ ସ୍ଥାପିତ କରିଥାଏ; ସାଧାରଣତଃ ଏହା ନିଜକୁ ଏକ ଟ୍ୟୁବ୍‌ରେ ସ୍ଥାପନା...

ହାର୍ଟଆଟାକ୍‌ ଓ ଡାଇବେଟିସ୍‌ରୁ ଦୂରେଇ ରହିବା ପାଇଁ ସପ୍ତାହରେ ଏଥିରୁ ୨ଥର…

ଛତୁରେ ବିଭିନ୍ନ ପୋଷକତ୍ବ ରହିଥାଏ। ଏହାକୁ ପ୍ରତିଦିନ ଖାଇଲେ ଶରୀରର ବହୁ ଉପକାର ହୁଏ। ଶରୀରର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ଏହା ସହାୟକ ହୋଇଥାଏ...

ଖାଦ୍ୟକୁ ଆଉ ଥରେ ଗରମ କରୁଛନ୍ତି କି, ତା’ହେଲେ ହୋଇଯାଆନ୍ତୁ ସାବଧାନ

ପ୍ରାୟ ସମୟରେ ଖାଦ୍ୟ ବଳକା ରହିଗଲେ ଆମେ ତାକୁ ଫ୍ରିଜ୍‌ରେ ରଖି ଦେଇଥାଉ। ପରେ ସେହି ଖାଦ୍ୟକୁ ପୁଣି ଥରେ ଗରମ କରି ସର୍ଭ କରିଥାଉ।...

ଓଜନ ନିୟନ୍ତ୍ରଣ କରିବ ଟମାଟୋ

ଟମାଟୋ ଖାଇଲେ ଅନେକ ଫାଇଦା ମିଳିଥାଏ। ଏହାକୁ ଲୋକେ ତରକାରୀ ହେଉ ଅବା ସାଲାଡ୍‌ ଭାବେ ସେବନ କରିପାରିବେ। ଏକ ଗବେଷଣାରୁ ଜଣାପଡ଼ିଛି, ଟମାଟୋ ଖାଇବା...

ଚକୋଲେଟ୍‌ କାଜୁ କଟ୍‌ଲୀ

ଆବଶ୍ୟକ ସାମଗ୍ରୀ: ୪.୫ କପ୍‌ କାଜୁ, ୨ କପ୍‌ ଚିନି, ୨୦୦ ମିଲି ପାଣି, ୨ କପ୍‌ ମିଲ୍କ ଚକୋଲେଟ୍‌ କିମ୍ବା ଡାର୍କ ଚକୋଲେଟ୍‌। ପ୍ରସ୍ତୁତି...

ଗୁଜରାଟୀ ମ୍ୟାଙ୍ଗୋ କଡ଼ି

ଆବଶ୍ୟକ ସାମଗ୍ରୀ ଆମ୍ବ ପ୍ଲପ- ୧ କପ୍‌, ଖଟା ଦହି- ୧ କପ୍‌, ବେସନ- ୨ ବଡ଼ ଚାମଚ, ତେଲ- ୨ ଚାମଚ, ଅଦା- ଖଣ୍ଡେ,...

Advertisement
Archives

Model This Week