ବିବାହ ବନ୍ଧନରେ ବାନ୍ଧିହେଲେ ଦଙ୍ଗଲ ଗର୍ଲ

ଚଣ୍ଡିଗଡ଼,୨।୧୨: ଅନ୍ତରାଷ୍ଟ୍ରୀୟ ପଦକ ବିଜେତା ତଥା ଦଙ୍ଗଲ ଗର୍ଲ ନାଁରେ ବେଶ୍‌ ପରିଚିତ ଥିବା ରେସ୍‌ଲର ବବିତା ଫୋଗଟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ହରିୟାଣା ଚରଖି ଦାଦରି ଜିଲାର ବଲାଲି ଗାଁରେ ଉକ୍ତ ବିବାହ ରବିବାର ଅନୁଷ୍ଠିତ ହୋଇଥିଲା। ହିନ୍ଦୁ ରୀତିନୀତିରେ ବବିତା ଦିଲ୍ଲୀର ନଜଫ୍‌ଗଡ଼ର ବିବେକ ସୁହାଗଙ୍କୁ ବିବାହ କରିଛନ୍ତି। ଦ୍ରୋଣାଚାର୍ଯ୍ୟ ପୁରସ୍କାରରେ ସମ୍ମାନିତ ହୋଇଥିବା ରେସ୍‌ଲର ତଥା ବିବତାଙ୍କ ବାପା ମହାବୀର ଫୋଗଟ ବିବାହରେ କୌଣସି ଯୌତୁକ ନ ଦେବା ସହ ମାତ୍ର ଏକ ଟଙ୍କା ଦେଇ ଝିଅର କନ୍ୟାଦାନ କରିଥିଲେ। ଏହି ବିବାହ ନିରାଡମ୍ବରରେ ହୋଇଥିବା ବେଳେ ବର ପକ୍ଷରୁ ବରଯାତ୍ରୀରେ ମାତ୍ର ୨୧ଜଣ ସାମିଲ ହୋଇଥିବା ଜଣାପଡ଼ିଛି। ବିବାହର ୭ଟି ବଚନ ରହିଥିବା ବେଳେ ଏମାନେ କିନ୍ତୁ ୮ଟି ବଚନ ନେଇଥିଲେ। ‘ବେଟି ବଞ୍ଚାଓ, ବେଟି ପଢ଼ାଓ’ ସେଥିମଧ୍ୟରୁ ଗୋଟିଏ ଥିଲା। ଏଥିସହ ନବଦମ୍ପତି ଗୋଟିଏ ଗୋଟିଏ ଗଛ ଲଗାଇ ପରିବେଶ ବଞ୍ଚାଇବା ପାଇଁ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏମ୍ସରେ ଭୟାବହ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ, , ୧୮ା୮(ପି.ଟି.): ଶନିବାର ସନ୍ଧ୍ୟାରେ ଏମ୍ସର ଇମର୍ଜେନ୍ସି ଓ୍ବାର୍ଡ ନିକଟରେ ଅଗ୍ନିକାଣ୍ଡ ଘଟିବାରୁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ସଙ୍ଗେସଙ୍ଗେ ଚାରିଆଡ଼ ଧୂଆଁମୟ ହୋଇପଡ଼ିଥିଲା।...

‘ଗଣତନ୍ତ୍ର ପାଇଁ ସବୁଠୁ ଖରାପ ସମୟ’

ନୂଆଦିଲ୍ଲୀ,୧୯ା୧୦(ପି.ଟି.): ଭାରତୀୟ ଗଣତନ୍ତ୍ର ଏବେ ସବୁଠୁ ଖରାପ ସମୟ ଦେଇ ଗତି କରୁଛି ବୋଲି ରବିବାର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସମାଲୋଚନା କରିଛନ୍ତି। ୩...

ଚଳନ୍ତା ଲ୍ୟାବରେ ହେବ କରୋନା ପରୀକ୍ଷା!

ମୁମ୍ବାଇ,୨।୫: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ମୁମ୍ବାଇରେ ସର୍ବାଧିକ ସଂକ୍ରମିତଙ୍କୁ ଏଯାବତ୍‌ ଚିହ୍ନଟ କରାଗଲାଣି। ଏବେ କରୋନା ସଂକ୍ରମଣକୁ କମ୍‌...

ଭାଜପା ସିରିଏଲ୍‌ କିଲର: କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୭ା୮: ଦିଲ୍ଲୀ ବିଧାନସଭାର ସ୍ବତନ୍ତ୍ର ଅଧିବେଶନରେ ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ଆବାହକ ଅରବିନ୍ଦ କେଜ୍‌ରିଓ୍ବାଲ୍‌ ଶୁକ୍ରବାର ଭାଜପା ଉପରେ ଜୋର୍‌ଦାର ବର୍ଷିଛନ୍ତି।...

କୋହଲିଙ୍କୁ କାହିଁକି ଏତେ ପ୍ରଶଂସା କରନ୍ତି ପାକିସ୍ତାନ ବୋଲର ଶୋଏବ ଅଖତର: ନିଜେ କଲେ ଖୁଲାସା

ଇସଲାମାବାଦ୍‌,୫।୩: ପାକିସ୍ତାନୀ କ୍ରିକେଟ ଦଳର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ଖୋଲାଖୋଲି ପ୍ରଶଂସା କରନ୍ତି। ଯେତେବେଳେ...

ଲଦ୍ଦାଖରେ ବଢିଲା ଭାରତୀୟ ସେନାର ତୀକ୍ଷ୍ଣ ଦୃଷ୍ଟି, ଚାଇନାର ପ୍ରତ୍ୟେକ ଗତିବିଧି ଉପରେ ନଜର

ଜମ୍ମୁ,୪ ।୩: ଲଦ୍ଦାଖରେ ଚାଇନା ସହ ବଢି ଚାଲିଥିବା ଉତ୍ତେଜନା ମଧ୍ୟରେ ଭାରତୀୟ ସେନା ତାର ତୀକ୍ଷ୍ଣ ନଜରକୁ ବଢାଇ ଦେଇଛି । ପ୍ରତି ସ୍ଥାନରେ...

ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ୨୫ ଲକ୍ଷ ଟଙ୍କା ଦାନ ଦେଲେ ମୁସଲମାନ ସରପଞ୍ଚ

ହାଇଦ୍ରାବାଦ୍‌,୨୩।୫: ତେଲେଙ୍ଗାନାରେ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟର ଏକ ନିଆରା ଉଦାହରଣ ଦେଖିବାକୁ ମିଳିଛି। ଖମ୍ମାମ ଜିଲାରେ ଜଣେ ମୁସଲମାନ ସରପଞ୍ଚ ପ୍ରଭୁ ଶ୍ରୀରାମଙ୍କ ଏକ ବିଶାଳ ମନ୍ଦିର...

ସିରିଜ୍‌ ମୂଳ ପୋଛ କଲା ଭାରତ

ମାଉଣ୍ଟ ମାଉଁଗାନୁଇ,୨।୨- ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂ ସମସ୍ତ ବିଭାଗରେ ଶ୍ରେଷ୍ଠ ପ୍ରଦର୍ଶନ କରି ଟିମ ଇଣ୍ଡିଆ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌କୁ ମୂଳପୋଛ...

Advertisement
Archives

Model This Week