Posted inଫୁରସତ

ବିବାହ ପାଇଁ ଏକାଥରକେ ଛୁଟି ମାଗିଲେ ୨୦୦ ପୋଲିସ କର୍ମଚାରୀ, ଜାଣନ୍ତୁ ପୁଣି କ’ଣ ଘଟିଲା

ବର୍ତ୍ତମାନ ବିବାହ ଋତୁ ଆରମ୍ଭ ହୋଇଯାଇଛି। ସରକାରୀ କର୍ମଚାରୀ ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହାନ୍ତି। ବିବାହ ପାଇଁ କେବଳ ଲକ୍ଷ୍ନୌର ୨୦୦ ପୋଲିସ କର୍ମଚାରୀ ଏକାସଙ୍ଗରେ ଛୁଟି ଆବେଦନ କରିଛନ୍ତି। ଏଥିରେ ପୋଲିସ ବିଭାଗର ୨୪ ଯୋଡ଼ି ବିବାହ କରିବାକୁ ଯାଉଛନ୍ତି। ୧୦୦ ପୋଲିସ କର୍ମଚାରୀଙ୍କ ବିବାହ ଥିବାବେଳେ ସେମାନଙ୍କ ସମ୍ପର୍କୀୟଙ୍କର ମଧ୍ୟ ବିବାହ ହେଉଛି। ଏହି ଛୁଟିକୁ ନେଇ ୟୁପି ପୋଲିସ ଚିନ୍ତାରେ ପଡ଼ିଯାଇଛି।
ଲକ୍ଷ୍ନୌର ବରିଷ୍ଠ ପୋଲିସ ଅଧୀକ୍ଷକ (ଏସ୍‌ଏସ୍‌ପି) କାର୍ଯ୍ୟାଳୟରେ ଛୁଟି ପାଇଁ ଆବେଦନ କରାଯାଇଛି। ଛୁଟି ଦରଖାସ୍ତ ସହ ନିମନ୍ତ୍ରଣ କାର୍ଡ ମଧ୍ୟ ଲଗାଯାଇଛି। ୟୁପି ପୋଲିସ ପ୍ରବକ୍ତା କୁହନ୍ତି, ରାଜ୍ୟର ପ୍ରତ୍ୟେକ ଜିଲାରେ ଥିବା ପୋଲିସ ଷ୍ଟେଶନରେ ବିବାହ ପାଇଁ ୨ /୩ ଜଣ ଛୁଟି ଆବେଦନ ପତ୍ର ଦେଇଛନ୍ତି। ଲକ୍ଷ୍ନୌର ଏସ୍‌ଏସ୍‌ପି କଳାନିଧି ନୈଥାନୀ ବିବାହ ପାଇଁ ଉଦାରପୂର୍ଣ୍ଣ ଭାବେ ଛୁଟି ମଞ୍ଜୁର କରିଛନ୍ତି। ବିବାହ ଉତ୍ସବରେ ବରିଷ୍ଠ ପୋଲିସ ଅଧିକାରୀ ବ୍ୟକ୍ତିଗତ ଭାବେ ଯୋଗଦେବେ।
ନୈଥାନୀ କୁହନ୍ତି, ସୁରକ୍ଷା ଚିନ୍ତା ଯେତିକି ତା’ଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଜଣକ ବିବାହ। ତେଣୁ ଏଥିପାଇଁ ୩୦ ଦିନ ଛୁଟି ଦିଆଯାଇପାରିବ। ଖାସ୍‌ କରି ଏସ୍‌ଏସ୍‌ପି ଏହି ବିବାହ ଉତ୍ସବ ନିମନ୍ତେ ଅଧିକ ପୋଲିସ ଫୋର୍ସ ମଗାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରଙ୍କୁ ନେଇ ଭୟରେ ଦୌଡ଼ିଲା ଘୋଡ଼ୀ, ପଛରେ ଦୌଡ଼ିଲେ ବରଯାତ୍ରୀ…

ଆଜମେର,୨୨।୭: ରାଜସ୍ଥାନ ଆଜମେରର ଏକ ବିବାହ ଉତ୍ସବର ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ବିବାହ କରିବାକୁ ଯାଉଥିବା ବର ଘୋଡ଼ୀରେ ବସିଥିବାର...

ନୂଆ ଚାକିରୀ ପାଇଁ କ’ଣ ସବୁ କରିବା ଆବଶ୍ୟକ ଜାଣନ୍ତୁ..

କୌଣସି କାରଣ ବସତଃ ଚାକିରୀ ଚାଲିଗଲେ ଅନେକେ ଡିପ୍ରେସନର ଶିକାର ହୋଇଥାନ୍ତି। ତେବେ ଏଭଳି ସମୟରେ ନିରାଶ ନ ହୋଇ ଧର୍ଯ୍ୟର ସହ ନୂତନ ଚାକିରୀ...

ଏମିତି ଏକ ମନ୍ଦିର, ଯେଉଁଠି କ୍ଷୀର ଚଢାଇଲେ ରଙ୍ଗ ବଦଳିଯାଏ

ସମାଜରେ ଚାଲିଥିବା ବିଶ୍ୱାସ, ଅନ୍ଧବିଶ୍ୱାସ ମଧ୍ୟରେ ବେଳେବେଳେ ଏପରି କିଛି ଚମତ୍କାର ସମ୍ନାକୁ ଆସିଥାଏ, ଯାହାକୁ ବିଜ୍ଞାନ ମଧ୍ୟ ବୁଝିପାରି ନ ଥାଏ। ସେହିଭଳି ଏକ...

ନଜର ନ ଲାଗିବା ପାଇଁ ଘରେ କଳାରଙ୍ଗ

ରାୟପୁର: ସାଧାରଣତଃ ଘରକୁ ସଜାଇବା ପାଇଁ ଲୋକେ ଭିନ୍ନ ଭିନ୍ନ ରଙ୍ଗ ବ୍ୟବହାର କରିଥାନ୍ତି। ମାତ୍ର ଏମିତି ଏକ ଗାଁ ଅଛି, ଯେଉଁଠି ଘର ରଙ୍ଗ...

ଉତ୍‌ଥାନ ପଥରେ ଭାରତୀୟ ହକି

ଉତ୍ତମ ସାଙ୍ଗଠନିକ ଦକ୍ଷତାର ବିନିଯୋଗ, ନିରପେକ୍ଷ ଖେଳାଳି ଚୟନ, ବିଶ୍ୱ ହକିର ପ୍ରତିଷ୍ଠିତ ପ୍ରଶିକ୍ଷକ ନିଯୁକ୍ତି ଏବଂ ଏକାଧିକ ଅନ୍ତର୍ଜାତୀୟ ପ୍ରତିଯୋଗିତା ଏବଂ ପ୍ରୋ ଲିଗ୍‌...

ହରିଣ ଭାସି ଯାଉଥିବା ବେଳେ ଦେବଦୂତ ସାଜିଲେ ବ୍ୟକ୍ତି, ଆଉ ତା’ ପରେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ସାବଧାନ! ପୃଥିବୀର ଅତି ନିକଟରେ ଅତିକ୍ରମ କରିବ ବିଶାଳକାୟ ଉଲକାପିଣ୍ଡ: ନାସା ଜାରି କଲା ସତର୍କ ସୂଚନା…

ଓ୍ବାଶିଂଟନ,୨୫।୩ : ଆମେରିକାର ମହାକାଶ ଏଜେନ୍ସି ନାସା ଏକ ଚେତାବନୀ ଦେଇଛି। ଏକ ବିଶାଳ ଉଲକାପିଣ୍ଡ ପୃଥିବୀ ଆଡକୁ ଗତି କରୁଛି। ଏହା ଏତେ ବଡ...

କାହିଁକି ଚାଇନା ଯୁବତୀଙ୍କୁ ପସନ୍ଦ କରନ୍ତି ଭାରତୀୟ ଯୁବକ

ନୂଆଦିଲ୍ଲୀ,୧୫।୫: ପ୍ରେମ ମାନେନା ବାଧା ବନ୍ଧନ। ତେବେ ଅଧିକାଂଶ ସମୟରେ ଦେଖାଯାଇଥାଏ କେତେଜଣ ଭାରତୀୟ ଯୁବକ ଚାଇନା ଯୁବତୀଙ୍କୁ ବିବାହ କରିବାକୁ ଇଚ୍ଛା ପ୍ରକାଶ କରିଥାଆନ୍ତି।...

Advertisement
Archives

Model This Week