Posted inଜାତୀୟ

ବିବାହ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିବା କଂଗ୍ରେସ ବିଧାୟକଙ୍କୁ ଲହୁଲୁହାଣ କଲେ ଯୁବକ

ବେଙ୍ଗାଲୁରୁ,୧୮।୧୧:କର୍ନାଟକର ଜଣେ ବିଧାୟକଙ୍କ ଉପରକୁ ଛୁରିରେ ଆକ୍ରମଣ ହୋଇଛି। ନରସିହ୍ମାରାଜାର ବିଧାୟକ ତନବୀର ସୈତ୍‌ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବାବେଳେ ଏଭଳି ଆକ୍ରମଣ ହୋଇଥିଲା। ପୋଲିସ ଆକ୍ରମଣକାରୀଙ୍କୁ ଗିରଫ କରିଛି। ସୂଚନାଯୋଗ୍ୟ, ରବିବାର ରାତି ୧୧.୪୫ରେ ତନବୀର ବାଣୀ ମଣ୍ଡପରେ ଆୟୋଜିତ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯାଇଥିଲେ। ଫରହାନ ନାମକ ଜଣେ ଯୁବକ ବିଧାୟକଙ୍କୁ ଛୁରିରେ ଆକ୍ରମଣ କରିଥିଲେ। ତାଙ୍କ ଛାତି ଏବଂ କାନ୍ଧରେ ଗଭୀର କ୍ଷତ ସୃଷ୍ଟି ହୋଇଥିବା ଜଣାପଡିଛି। ବିଧାୟକଙ୍କୁ ତୁରନ୍ତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣାସ୍ଥଳରୁ ହିଁ ଅଭିଯୁକ୍ତଙ୍କୁ ଗିରଫ କରିଛି। ତାଙ୍କ ବୟସ ୨୦ ଏବଂ ଘର ଉଦୟପୁର ବୋଲି ପୋଲିସ କହିଛି। ସେ କେଉଁ କାରଣରୁ ଏଭଳି ଆକ୍ରମଣ କଲେ ତାହାର ଜଣାପଡିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ଗ୍ରାଉଣ୍ଡ ଜିରୋର ସ୍ଥିତି ଅନୁଧ୍ୟାନ କଲେ ଡୋଭାଲ

ନୂଆଦିଲ୍ଲୀ,୨୬।୨: କିଛି ଦିନ ହେଲା ଦେଶର ରାଜଧାନୀ ଦିଲ୍ଲୀ ଅଶାନ୍ତ ରହିଛି। ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧୀ ହିଂସା ଦିଲ୍ଲୀରେ ଉଗ୍ର ରୂପ ଧାରଣ...

ଭାରତ-ଆମେରିକା ମିଳିତ ସମରାଭ୍ୟାସ

ନୂଆଦିଲ୍ଲୀ,୨୧।୭: ପୂର୍ବ ଲଦାଖରେ ଚାଇନାର ବିସ୍ତାରବାଦୀ ଆଭିମୁଖ୍ୟ ଓ ସେଠାରେ ଭାରତ-ଚାଇନା ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରେ ଭାରତ ପ୍ରସ୍ତୁତିକୁ ଜୋର୍‌ଦାର କରିଛି। ଜୁଲାଇ...

ସେନା ଗାଡ଼ି ଦୁର୍ଘଟଣା ଗ୍ରସ୍ତ: ଜଣେ ଯବାନ ଶହୀଦ, ୩ ଆହତ

ଶିମଲା,୨୩।୮: ହିମାଚଳ ପ୍ରଦେଶରେ ଶୁକ୍ରବାର ଏକ ସେନା ଗାଡ଼ି ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ଏଥିର ଥିବା ଜଣେ ଯବାନ ଶହୀଦ ହେବା ସହ ଅନ୍ୟ...

ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଟପିଲା ୪୯ ହଜାର

ନୂଆଦିଲ୍ଲୀ,୬।୫: ଭାରତରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଦେଶରେ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ପ୍ରତିଦିନ ବୃଦ୍ଧି ପାଉଛି। ଇତିମଧ୍ୟରେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୪୯...

କେନ୍ଦ୍ର, ମମତା ମୁହଁ।ମୁହିଁ

ନୂଆଦିଲ୍ଲୀ/କୋଲକାତା, ୧୨।୧୨: ପଶ୍ଚିମବଙ୍ଗରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ଗାଡ଼ି ଉପରକୁ ଆକ୍ରମଣ ପରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବିବାଦ ବଢ଼ିବାରେ...

ଉଦ୍ଧାର ହେଲେ ଅପହୃତ ହୋଇଥିବା ୪ ବର୍ଷର ବାଳକ ଯଶହିତ

ଇଷ୍ଟ ଗୋଦାବରୀ,୨୫।୭: ଆନ୍ଧ୍ର ପ୍ରଦେଶର ପୂର୍ବ ଗୋଦାବରୀରୁ ଅପହୃତ ହୋଇଥିବା ୪ ବର୍ଷର ବାଳକ ଏନ୍‌ ଯଶହିତଙ୍କର ସନ୍ଧାନ ମିଳିଛି। ପୂର୍ବ ଗୋଦାବରୀର ମଣ୍ଡାପେଟା ସହରରେ...

ଜିମ୍‌ ବନ୍ଦ ହେବାରୁ ରାସ୍ତା ଉପରେ ବ୍ୟାୟାମ କଲେ ଲୋକେ

ମୁମ୍ବାଇ,୧୯।୩: ସବୁଆଡେ କରୋନା ଭାଇରସ ଭୟ। ଦିନକୁ ଦିନ ଏହା ବଢି ଚାଲି ଥିବାରୁ ଏହାକୁ ରୋକିବାକୁ ଯାଇ ସରକାର ବିଭିନ୍ନ ପ୍ରକାର କଟକଣା ଜାରି...

ଭୋପାଳ ସରକାରୀ ସ୍କୁଲ ଛାତ୍ରୀଛାତ୍ରଙ୍କୁ ଦେଶର ରାଷ୍ଟ୍ରପତିଙ୍କ ନାମ ଅଜଣା

ଭୋପାଳ,୮।୭: ମଧ୍ୟପ୍ରଦେଶ ଭୋପାଳରେ ଥିବା ସରକାରୀ ସ୍କୁଲଗୁଡ଼ିକରେ ଶିକ୍ଷାଦାନ ପଦ୍ଧତିରେ ସୁଧାର ଆଣିବା ପାଇଁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଯୋଜନା ଜାରି ରହିଛି। ଏନେଇ ଭୋପାଳ...

Play 250+ Trending Games
Archives

Model This Week

Why Dharitri