Advertisement

ବିବାହ କରିବେ ଓଡ଼ିଶାର ‘ଛପାକ୍‌’ ପ୍ରମୋଦିନୀ

କଟକ ଅଫିସ,୧୭ା୧: ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଓଡ଼ିଶାର ‘ଛପାକ୍‌’ ତଥା ଏସିଡ୍‌ ପୀଡ଼ିତା ପ୍ରମୋଦିନୀ ରାଉଳ। ଏସିଡ୍‌ ଆକ୍ରମଣର ଶିକାର ହେବା ପରେ ଦୀର୍ଘବର୍ଷ ଧରି ତାଙ୍କ ସୁଖଦୁଃଖର ସାଥୀ ଭାବେ ଛିଡ଼ା ହୋଇଥିବା କଟକର ସରୋଜ କୁମାର ସାହୁଙ୍କୁ ସେ ଜୀବନସାଥୀ ଭାବେ ବାଛିଛନ୍ତି। ୨୦୧୮ ଫେବୃୟାରୀ ୧୪ରେ ସେମାନଙ୍କର ନିର୍ବନ୍ଧ ହୋଇଥିଲା। ଆସନ୍ତା ଏପ୍ରିଲ କିମ୍ବା ମେ’ ମାସରେ ସେମାନେ ବିବାହ କରିବା ପାଇଁ ସ୍ଥିର କରିଥିବାବେଳେ ଏନେଇ ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରିନାହାନ୍ତି। ପ୍ରଥମଥର ନିମନ୍ତେ ରାଜ୍ୟର ଜଣେ ଏସିଡ୍‌ ପୀଡ଼ିତା ବିବାହ ବେଦୀରେ ବସିବାକୁ ଯାଉଛନ୍ତି।

ନିକଟ ଅତୀତରେ ବଲିଉଡ୍‌ରେ ଏକ ଚଳଚ୍ଚିତ୍ର ‘ଛପାକ୍‌’ ମୁକ୍ତିଲାଭ କରିଛି। ଏସିଡ୍‌ ପୀଡ଼ିତାଙ୍କ ଜୀବନକୁ ନେଇ ତିଆରି ହୋଇଥିବା ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଛନ୍ତି ଅଭିନେତ୍ରୀ ଦୀପିକା ପାଦୁକୋନ୍‌। ଓଡ଼ିଶାରେ ମଧ୍ୟ ଏଭଳି ଜଣେ ଚରିତ୍ର ହେଉଛନ୍ତି ପ୍ରମୋଦିନୀ। ଯୁକ୍ତ ଦୁଇରେ ପାଠ ପଢୁଥିବାବେଳେ ଏକତରଫା ପ୍ରେମ ଆବେଦନକୁ ଅସ୍ବୀକାର କରି ସେ ଏସିଡ୍‌ ଆକ୍ରମଣର ଶିକାର ହୋଇଥିଲେ। ୧୦ବର୍ଷର ସଂଘର୍ଷମୟ ଜୀବନକୁ ଅତିକ୍ରମ କରିବା ପରେଏବେ ବିବାହ କରିବାକୁ ଯାଉଛନ୍ତି ପ୍ରମୋଦିନୀ।


ଜଗତ୍‌ସିଂହପୁରରେ ଜନ୍ମିତ ପ୍ରମୋଦିନୀ ପିଲାଟି ବେଳୁ ବେଶ୍‌ ଚୁଲ୍‌ବୁଲି ଥିଲେ। ଅଜା ବଂଶୀଧର ରାଉଳ ତାଙ୍କୁ ସ୍ନେହରେ ରାଣୀ ବୋଲି ଡାକନ୍ତି। ପ୍ରମୋଦିନୀଙ୍କ ଅନ୍ୟଏକ ନାଁ ହେଉଛି ରାଣୀ ଋତୁପର୍ଣ୍ଣା। ୨୦୦୯ରେ ପ୍ରମୋଦିନୀ ଯୁକ୍ତ ଦୁଇରେ ପାଠ ପଢୁଥିଲେ। ଆର୍ମିରେ ଚାକିରି କରିଥିବା ଜଣେ ବିବାହିତ ଯୁବକ ପ୍ରମୋଦିନୀଙ୍କୁ ଏକତରଫା ପ୍ରେମ କରିଥିଲେ। ଏପରି କି ବିବାହ କରିବାକୁ ପ୍ରସ୍ତାବ ମଧ୍ୟ ଦେଇଥିଲେ। ଏହି କଥା ଘର ପର୍ଯ୍ୟନ୍ତ ଯାଇଥିଲା। ଯୁବକ ଜଣଙ୍କ ଘରକୁ ଫୋନ୍‌ କରି ପ୍ରମୋଦିନୀଙ୍କୁ ବିବାହ କରିବାକୁ ଚାହାନ୍ତି ବୋଲି କହିଥିଲେ। ଘର ଲୋକ ମନା କରି ଦେବା ପରେ ଯୁବକଜଣଙ୍କ ପ୍ରମୋଦିନୀଙ୍କୁ ବିବାହ କରିବାକୁ ବାଧ୍ୟ କରିଥିଲେ। ଦିନେ ରାସ୍ତାରେ ହଇରାଣ କରୁଥିବାବେଳେ ପ୍ରମୋଦିନୀଙ୍କ ସାଙ୍ଗମାନଙ୍କ ଠାରୁ ମାଡ଼ ମଧ୍ୟ ଖାଇଥିଲେ ଉକ୍ତ ଯୁବକ। କ୍ରୋଧ ପରାୟଣ ହୋଇ ୨୦୦୯ ଏପ୍ରିଲ ୧୮ରେ ଯୁବକ ଜଣଙ୍କ ଏଭଳି ଏକ ନୃସଶଂ ଓ ନିନ୍ଦନୀୟ କାର୍ଯ୍ୟ କଲେ, ଯାହା ପ୍ରମୋଦିନୀଙ୍କ ଜୀବନକୁ ବଦଳାଇ ଦେଇଥିଲା। ନିଜ ସମ୍ପର୍କୀୟ ଭାଇଙ୍କ ସହ ସାଇକେଲରେ ବସି ଯାଉଥିବାବେଳେ ଏକ ବାଇକ୍‌ରେ ଆସି ଯୁବକଜଣଙ୍କ ପ୍ରମୋଦିନୀଙ୍କ ଉପରକୁ ଏସିଡ୍‌ ମାଡ଼ କରିଥିଲେ। ଚିକିତ୍ସାଲାଗି ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ଚାଲିଥିବାବେଳେ ସରୋଜଙ୍କ ସହ ଭେଟ ହୋଇଥିଲା ପ୍ରମୋଦିନୀଙ୍କର। ସରୋଜ ମେଡ଼ିକାଲ ରିପ୍ରେଜେଣ୍ଟେଟିଭ ଭାବେ କାମ କରୁଥିଲେ। ପ୍ରମୋଦିନୀଙ୍କୁ ଫିଜିଓଥେରାପୀ କରୁଥିବା ଜଣେ ନର୍ସ ହେଲେ ସରୋଜଙ୍କର ବନ୍ଧୁ। ଏସିଡ୍‌ ଆକ୍ରମଣ ପରେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇ ଚଲାବୁଲା କରିବାକୁ ଅତିକମରେ ୬ବର୍ଷ ଲାଗିବ ବୋଲି ଡାକ୍ତର କହିଥିଲେ। ହେଲେ ସରୋଜ ନିଜ ପ୍ରଚେଷ୍ଟାରେ ମାତ୍ର ୪ମାସରେ ତାଙ୍କୁ ଚାଲିବା ପାଇଁ ସକ୍ଷମ କରାଇଛନ୍ତି ବୋଲି ପ୍ରମୋଦିନୀ କୁହନ୍ତି। ସରୋଜଙ୍କ ସ୍ନେହ, ଆଦର ଆଉ ଭଲପାଇବା ପାଇଁ ଭଗବାନଙ୍କ ନିକଟରେ କୃତଜ୍ଞ। ସେ ଏବେ ବି ଛାଇ ଭଳି ମୋ ପାଖେ ପାଖେ ରୁହନ୍ତି ବୋଲି ପ୍ରମୋଦିନୀ କହିଥିଲେ। ସେମାନଙ୍କ ବିବାହ ଉତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାରର ଏସିଡ୍‌୍‌ ପୀଡ଼ିତାଙ୍କୁ ବିଶେଷଭାବେ ନିମନ୍ତ୍ରଣ କରାଯିବ। ଏହାଛଡ଼ା ଅନେକ ନାମୀଦାମୀ ଲୋକ ଏହି ଉତ୍ସବରେ ଯୋଗଦେବେ ବୋଲି କୁହାଯାଉଛି।

ଜୀବନରେ ଦୁଇଟି ପୁରୁଷଙ୍କୁ ଭେଟିଲି। ଜଣେ ମୋ ଜୀବନକୁ ନଷ୍ଟ କରିବାକୁ ଚେଷ୍ଟା କରିଥିଲେ। ଆଉ ଜଣେ ମୋ ଉଜୁଡ଼ା ଜୀବନକୁ ସଜାଡ଼ିବା ପାଇଁ ନିଜର ଜୀବନକୁ ବାଜି ଲଗାଇ ଦେଲେ। ପୁରୁଷ ଜାତି ଖରାପ ନୁହେଁ, ହେଲେ ଏହା ଭିତରେ ଭିନ୍ନଭିନ୍ନ ମଣିଷଙ୍କ ସହ ଭେଟ ହେଲା ବୋଲି ପ୍ରମୋଦିନୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତହସିଲଦାରଙ୍କୁ ଜିଲାପାଳଙ୍କ କାରଣ ଦର୍ଶାଅ ନୋଟିସ

ଗଞ୍ଜାମ,୧୭ା୭(ଡି.ଏନ.ଏ.): ଗଞ୍ଜାମ ଜିଲା ହୁମା ପୁରୁଷୋତ୍ତମପୁର ରାସ୍ତାରେ ଥିବା ପେଟ୍ରୋଲ ପମ୍ପରେ ଗତ ୧୪ ତାରିଖରେ ଜଣେ କର୍ମଚାରୀ ବିନା ମାସ୍କରେ ତେଲ ପକାଉଥିଲେ। ସେହି...

୨୦ ଘଣ୍ଟା ପାଣିରେ ବୁଡ଼ିଯିବା ପରେ ମଧ୍ୟ ଜୀବିତ ଅଛନ୍ତି ଯୁବକ, ଉଦ୍ଧାର କଲା କୋଷ୍ଟଗାର୍ଡ

ମେକ୍ସିକୋ,୨୬ା୧୧: ମେକ୍ସିକୋର ସୀମାନ୍ତ ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ମେକ୍ସିକୋର ଜଣେ ବ୍ୟକ୍ତି ଦୀର୍ଘ ଘଣ୍ଟା ଧରି ପାଣିରେ ବୁଡ଼ିଯିବା ପରେ ଜୀବିତ...

ଫୈଜାନ ହେଲେ ନଗର ଯୁବ କଂଗ୍ରେସ ସଭାପତି

ଭଦ୍ରକ ଅଫିସ,୩।୧୦: ଭଦ୍ରକ ବିଧାନସଭା କ୍ଷେତ୍ର ପାଇଁ ନଗର ଯୁବ କଂଗ୍ରେସ ସଭାପତି ଭାବେ ଫୈଜାନ ଅଲ୍ଲୀ ମନୋନୀତ ହୋଇଛନ୍ତି। ଭଦ୍ରକ ଜିଲା କଂଗ୍ରେସ ସଭାପତି...

ବରୁଣେଇ ପୀଠରେ ମିଳୁନି ମୌଳିକ ସୁବିଧା: ପାଣି ଟ୍ୟାପ୍‌ ଅଚଳ, ମନ୍ଦିର ପାହାଚ ଫାଟି ଆଁ

ଖୋର୍ଦ୍ଧା ଅଫିସ, ୨ା୧: ଖୋର୍ଦ୍ଧା ଜିଲାର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ହେଉଛି ବରୁଣେଇ ପୀଠ। ଶୀତଋତୁ ଆସିଗଲେ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଜମେ। ପର୍ଯ୍ୟଟକମାନେ ମା’...

ଏସ୍‌ସିବି ଲାଗି ୧୦ ପରାମର୍ଶଦାତା ନିଯୁକ୍ତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧।୩(ବ୍ୟୁରୋ): କଟକ ଏସ୍‌ସିବି ମେଡିକାଲକୁ ବିଶ୍ୱସ୍ତରୀୟ ମେଡିକାଲ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ୧୦ଜଣ ବିଶିଷ୍ଟ ଚିକିତ୍ସାବିତ୍‌ଙ୍କୁ...

ଭୂସ୍ବର୍ଗରେ ମାହାପୁରୁ

ଆମେ ଯେଉଁ ଲୋକରେ ବାସ କରୁଛେ, ସେହି ଲୋକର ସ୍ବର୍ଗ ହେଉଛି ଶ୍ରୀପୁରୁଷୋତ୍ତମ କ୍ଷେତ୍ର। ୟେ ମନଗଢ଼ା କଥା ନୁହେଁ। ମହର୍ଷିମାନଙ୍କର ଘୋଷଣା। ପ୍ରାଚୀନ ପୋଥିପତ୍ରରେ...

ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଲେ ମହିଳା

କୁଜଙ୍ଗ,୨୫।୫ (ଡି.ଏନ୍‌.ଏ.): ରାଜୀବଗାନ୍ଧୀ ସେବା କେନ୍ଦ୍ରର ଗୃହରେ ବସାଇ ଦିଆଯାଉ ନ ଥିବା ଅଭିଯୋଗ କରି କୁଜଙ୍ଗ ବ୍ଲକ ଅନ୍ତର୍ଗତ ଗୋପିଆକୁଦ ପଞ୍ଚାୟତ ମହିଳା ମହାସଂଘ...

ଆଜିଠୁ ଶ୍ରୀକ୍ଷେତ୍ରରେ ସାହିଯାତ

ପୁରୀ ଅଫିସ,୧୦।୪: ଚୈତ୍ରମାସ ଶୁକ୍ଳପକ୍ଷ ନବମୀ ତିଥିରେ ଶ୍ରୀମନ୍ଦିରର ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିର ଏବଂ ଶ୍ରୀକ୍ଷେତ୍ରର ସାତ ସାହିରେ ପାରମ୍ପରିକ ସମରକଳା ସାହିଯାତ ଅନୁଷ୍ଠିତ ହେବ।...

Advertisement
Archives

Model This Week