Posted inଖେଳ

ବିବାହିତା ମହିଳାଙ୍କୁ ବିବାହ କରିଛନ୍ତି ଏହିସବୁ ଭାରତୀୟ କ୍ରିକେଟର୍‌

ଭାରତୀୟ କ୍ରିକେଟ ଖେଳାଳିଙ୍କ ପ୍ରେମ କାହାଣୀକୁ ନେଇ ସର୍ବଦା ଚର୍ଚ୍ଚା ଉଠିଥାଏ। କିଏ କାହା ସହ ଡେଟିଂରେ ଗଲେ, କିଏ କାହାକୁ ନେଇ ବୁଲିଲେ ତାକୁ ନେଇ ଗଣମାଧ୍ୟମରେ ବେଶ୍‌ ଆଲୋଚନା ମଧ୍ୟ ହୋଇଥାଏ। କିନ୍ତୁ ଏମିତି କିଛି କ୍ରିକେଟର ଅଛନ୍ତି ଯେଉଁମାନେ ଜଣେ ବିବାହିତ ମହିଳାଙ୍କୁ ବିବାହ କରିଛନ୍ତି। ଆସନ୍ତୁ ଜାଣିବା ସେହି କ୍ରିକେଟରଙ୍କ ସମ୍ପର୍କରେ…


ଅନିଲ କୁମ୍ବଲେ
ଭାରତର କିମ୍ବଦନ୍ତୀ ସ୍ପିନର୍‌ ଜଣେ ବିବାହିତ ମହିଳାଙ୍କ ପ୍ରେମରେ ପଡି ତାଙ୍କୁ ବିବାହ କରିବା ପାଇଁ ଜିଦ୍‌ ଧରିଥିଲେ। ଅନିଲ ବିବାହ କରିଥିବା ମହିଳା  ହେଲେ ଚେଥନା ରାମଥିରଥା। ଚେଥନା ଜଣେ ବିବାହିତା ମହିଳା। ତାଙ୍କର ଜଣେ ଝିଅ ମଧ୍ୟ ଅଛି । ଏସବୁ ଜାଣିବା ସତ୍ତ୍ୱେ ଅନିଲ ତାଙ୍କୁ ବିବାହ କରିବାକୁ ପାଗଳ ହୋଇଯାଇଥିଲେ। ତାଙ୍କ ପରିବାର ରାଜି ହୋଇ ନ ଥିଲେ ମଧ୍ୟ ସେ ଲୁଚିକି ବିବାହ କରିଥିଲେ।

ଭେଙ୍କଟେଶ ପ୍ରସାଦ
ଭାରତର ପୂର୍ବତନ ଦ୍ରୁତ ବୋଲର ଭେଙ୍କଟେଶ ପ୍ରସାଦ ଜଣେ ବିବାହିତ ମହିଳାଙ୍କୁ ବିବାହ କରିଛନ୍ତି। ଜୟନ୍ତି ନାମକ ଜଣେ ମହିଳାଙ୍କ ସହ ଭେଙ୍କଟେଶଙ୍କର  ଦେଖା ହେବା ପରେ ଉଭୟ ପରସ୍ପରକୁ ଢେର ଦିନ ଡେଟ କରିଥିଲେ। ଶେଷରେ  ୧୯୯୬ ଏପ୍ରିଲ ୨୨ ତାରିଖରେ ଏ ଦୁହେଁ ବିବାହ କରିଥିଲେ।

ମୁର୍‌ଲୀ ବିଜୟ
ଭାରତୀୟ ଦଳର ବ୍ୟାଟ୍ସମ୍ୟାନ ମୁର୍‌ଲୀ ବିଜୟ ସାଥୀ ଖେଳାଳି ଦିନେଶ କାର୍ତ୍ତିକଙ୍କ ସ୍ତ୍ରୀ ନିକିତାଙ୍କ ପ୍ରେମରେ ପଡିଥିଲେ। ଏନେଇ ବହୁ ବାଦବିବାଦ ମଧ୍ୟ ଦେଖାଯାଇଥିଲା। ଉଭୟ ପଡିଆରେ ଏକାଠି ଖେଳୁଥିଲେ ମଧ୍ୟ କଥାବାର୍ତ୍ତା ହେଉ ନ ଥିଲେ। ନିକିତା ଓ ମୁର୍‌ଲୀଙ୍କ ବନ୍ଧୁତା କେତେବେଳେ ପ୍ରେମରେ ପରିଣତ ହୋଇଯାଇଥିଲା, ସେମାନେ ଜାଣି ପାରି ନ ଥିଲେ। ପରେ ଦିନେଶ ଓ ନିକିତାଙ୍କ ଛାଡପତ୍ର ହୋଇଥିଲା ଏବଂ ମୁର୍‌ଲୀ ଓ ନିକିତା ବିବାହ କରିଥିଲେ। ଯେଉଁ ସମୟରେ ନିକିତା ଓ ମୁର୍‌ଲୀଙ୍କ ବିବାହ ହୋଇଥିଲା, ସେହି ସମୟରେ ନିକିତା ଗର୍ଭବତୀ ଥିଲେ। ସେ ଦିନେଶ କାର୍ତ୍ତିକଙ୍କ ପିଲାର ମା’ ହେବା ପାଇଁ ଯାଉଥିଲେ। ବିବାହ ପରେ ମୁର୍‌ଲୀ ବିଜୟ ଉଭୟ ନିକିତା ଓ କାର୍ତ୍ତିକଙ୍କ ପିଲାକୁ ଆପଣାଇ ନେଇଥିଲେ।


ଶିଧର ଧାଓ୍ବନ
ଭାରତୀୟ କ୍ରିକେଟ ଦଳର ବାମହାତୀ ବ୍ୟାଟ୍ସମ୍ୟାନ ଶିଖର ଧାଓ୍ବନଙ୍କର ପ୍ରେମ କାହାଣୀ ବେଶ ନିଆରା। ସେ ନିଜଠାରୁ ୧୦ବର୍ଷ ବଡ ଜଣେ ବିବାହିତ ମହିଳାଙ୍କୁ ହୃଦୟ ଦେଇ ବସିଥିଲେ। ଧାଓ୍ବନଙ୍କ ପ୍ରେମ କାହାଣୀ ଫେସବୁକରୁ ଆରମ୍ଭ ହୋଇଥିଲା । ଶିଖର ଥରେ ହରଭଜନ ସିଂଙ୍କ ସହ ଫେସବୁକ ଦେଖୁଥିବାବେଳେ ତାଙ୍କ ଆଖି ଆୟେଶା ମୁଖାର୍ଜୀଙ୍କ ଉପରେ ପଡିଥିଲା। ତାପରେ ଶିଖର, ଆୟେଶାଙ୍କ ପ୍ରେମରେ ପଡିଯାଇଥିଲେ। ତାପରେ ସେ ଧିରେ ଧିରେ ଆୟେଶାଙ୍କ ସହ କଥା ହେବା ପରେ ତାଙ୍କୁ ବିବାହ କରିବାକୁ ଚାହାଁନ୍ତି ବୋଲି କହିଥିଲେ। ଶିଖର ବିବାହ ପୂର୍ବରୁ ଜାଣିଥିଲେ ଯେ ସେ ଜଣେ ବିବାହିତ ଓ ତାଙ୍କର ଦୁଇଟି ଝିଅ ମଧ୍ୟ ଅଛି। ପରେ ଦୁହିଁଙ୍କ ପ୍ରେମରେ ନିବିଡିତା ବଢିବା ପରେ ଉଭୟ ବିବାହ କରିଥିଲେ, ମାତ୍ର ଶିଖରଙ୍କ ପରିବାର ଆୟେଶାଙ୍କୁ ଗ୍ରହଣ କରିବାକୁ ରାଜି ନ ଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ପରିବାର ରାଜି ହେବା ପରେ ଦୁହେଁ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଅକୁ ମେଡିକାଲ ନେବାବେଳେ ବାପାଙ୍କ କୋଳରେ ଚାଲିଗଲା ଜୀବନ, ପୂରା ଘଟଣା ଜାଣିଲେ ଆଖିରେ ଆସିଯିବ ଲୁହ

ଲକ୍ଷ୍ନୌ,୨୪ା୫: ସୋସିଆଲ ମିଡିଆରେ ଏକ ହୃଦୟ ବିଦାରକ ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି। ଯେଉଁଥିରେ ଦେଖାଯାଉଛି ଏକ ନିଷ୍ପାପ ଶିଶୁର ଜୀବନ କିଛି ମୁହୂର୍ତ୍ତ ମଧ୍ୟରେ…

ଶ୍ବଶୁରଘରୁ ବର୍ଷାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

କଟକ,୨୪।୫:(ପ୍ରଭୁକଲ୍ୟାଣ ପାଲ):  ପୁଣି ଯୌତୁକ ଜୁଇରେ ଆଉ ଜଣେ ନବବଧୂ। ନବବଧୂଙ୍କୁ ଯୌତୁକ ପାଇଁ ଶାଶୁଘର ଲୋକେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଯାଜପୁର ଟାଉନ…

ଆଗପଛ ହୋଇ ଆସୁଥିଲା ଦୁଇ କାର୍‌, ହଠାତ୍‌ ମଝି ରାସ୍ତାରେ ଘଟିଲା…

ଗଞ୍ଜାମ,୨୪ା୫(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମ୍ମା ଫାଣ୍ଡି ଅନ୍ତର୍ଗତ ଜାତୀୟ ରାଜପଥ-୧୬ ହୁମ୍ମା ଓ ଶଙ୍ଖନୂଆଗାଁ ମଧ୍ୟଭାଗରେ ଥିବା ଜଷ୍ଟିଂଙ୍ଗ ନିକଟରେ ଗୋଟିଏ କାର୍‌…

କ’ଣ ମୋଦିଙ୍କ ଗୋଟିଏ କଥାରେ ବିଦେଶ ଯିବା ବନ୍ଦ କରିଦେଲେ ଭାରତୀୟ? ଚମକାଇ ଦେବ RBIର ସଂଖ୍ୟା

ନୂଆଦିଲ୍ଲୀ,୨୪।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା କରାଯାଇଥିବା ଏକ ଅପିଲର ପ୍ରଭାବ ଭାରତୀୟମାନଙ୍କ ବିଦେଶ ଯାତ୍ରା ଧାରାରେ ପ୍ରକାଶ ପାଇବା ଆରମ୍ଭ କରିଛି କି? ଭାରତୀୟ ରିଜର୍ଭ…

ଭବିଷ୍ୟତରେ ବିଚାରପତି ହେବି: ଅନ୍ବେଷା

କୁଆଁରମୁଣ୍ଡା,୨୪।୫(ମହେନ୍ଦ୍ର କୁମାର ସାହୁ): ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର +୨ ପରୀକ୍ଷା ଫଳରେ ୯୬.୮୩ ପ୍ରତିଶତ ନମ୍ବର ରଖିଥିବା ସୁନ୍ଦରଗଡ଼ ଜିଲାର ଝିଅ ଅନ୍ବେଷା ପରିଜା…

‘ଦେଶବାସୀଙ୍କୁ Slow Poison ଦେଉଛନ୍ତି ସରକାର’

ନୂଆଦିଲ୍ଲୀ,୨୪। ୫: ଦେଶରେ କ୍ରମାଗତ ଭାବେ ବଢ଼ୁଥିବା ପେଟ୍ରୋଲ ଏବଂ ଡିଜେଲ ଦରକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ଆମ ଆଦମୀ ପାର୍ଟି (AAP)ର ଜାତୀୟ…

ମଦ୍ୟପ ପୁଅର ଉନ୍ମକ୍ତ କାଣ୍ଡ, ନିଶାଶକ୍ତ ଅବସ୍ଥାରେ ମା’କୁ ପିଟିପିଟି ମାରିଦେଲେ

ରାଜକନିକା,୨୪।୫(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ଥାନା ଅଞ୍ଚଳ ବଳରାମପୁର ପଞ୍ଚାୟତ ପାତୁଳି ଗାଁରେ ଶନିବାର ବିଳମ୍ଵିତ ରାତ୍ରିରେ ଘଟିଯାଇଛି ଏକ ଦୁଃଖଦ ଘଟଣା ।…

ଗୋପାଳପୁର ବନ୍ଦର କର୍ମଚାରୀ ସଂଘର ସୁପରିଚାଳନା ପାଇଁ ନୂଆ କର୍ମକର୍ତ୍ତା ଚୟନ: ସଭାପତି ହେଲେ…

ଛତ୍ରପୁର,୨୪ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଗୋପାଳପୁର ବନ୍ଦର କର୍ମଚାରୀ ସଂଘର ସୁପରିଚାଳନା ନିମନ୍ତେ ଚଳିତବର୍ଷର ସଭ୍ୟମାନଙ୍କ ନିର୍ବାଚନ ପ୍ରକ୍ରିୟା ରବିବାର କଣମଣାସ୍ଥିତ ବାତ୍ୟା ଆଶ୍ରୟସ୍ଥଳୀଠାରେ ଅନୁଷ୍ଠିତ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri