ବିବାହର ୧୦ ଦିନ ପରେ ସୀମାକୁ ଯାଇଥିଲେ ପୁଅ: ଫେରିଲେ କଫିନରେ ମୃତଦେହ ହୋଇ

ଡେରାଡୁନ,୨୫।୭: ବିବାହର ୧୦ ଦିନ ପରେ ସୀମାକୁ ଯାଇଥିବା ପୁଅ ଫେରିଛି ସତ ହେଲେ ଦୀର୍ଘ ୨୦ ବର୍ଷ ହେଲା ମା’ ଆଖିରୁ ଲୁହ ଶୁଖିନି। ଡେରାଡୁନର ବିଜୟ ସିଂ ଭଣ୍ଡାରି ୧୭ ଗଡଓ୍ବାଲ ବାଟେଲିୟରେ ଯୋଗ ଦେଇଥିଲେ। ହେଲେ ଚାକିରି ପାଇବାର କିଛିଦନ ପରେ ସେ ଏହି ଖୁସି ଖବର ଘର ଲୋକଙ୍କୁ ଜଣାଇଥିଲେ। ମାତ୍ର ୨୧ ବର୍ଷ ବୟସରେ ସେ ସେନାରେ ଯୋଗ ଦେଇଥିଲେ। ଏହାପରେ ସବୁଠିକ୍‌ ଠାକ୍‌ ଚାଲିଥିଲା। ବିଜୟ ୨୫ ବର୍ଷ ବୟସରେ ବିବାହ କଲେ। ବିବାହ ପାଇଁ ୨ ମାସର ଛୁଟି ଆଣିଥିବା ବେଳେ କିନ୍ତୁ ବାହାଘରର ଠିକ୍‌ ୧୦ ଦିନ ପରେ ତାଙ୍କୁ ଡାକରା ଆସିଥିଲା। ସବୁକୁ ପଛକୁ ପକାଇ ସେ ବାହାରି ଯାଇଥିଲେ ମାଟି ମା’କୁ ସୂରକ୍ଷା ଦେବାକୁ। କାରଗିଲ ଯୁଦ୍ଧରେ ଯୋଗ ଦେଇଥିଲେ ବିଜୟ। ହେଲେ ଶତ୍ରୁ ପକ୍ଷର ଆକ୍ରମଣରେ ଶହୀଦ ହେଲେ ଏହି ବୀର ଯବାନ। ଘରକୁ କଫିନରେ ଫେରିଲା ଶହୀଦ ପୁଅଙ୍କ ମର ଶରୀର। ନବବଧୂଙ୍କ ପାଦରୁ ଅଳତା ଲିଭି ନ ଥିବା ବେଳେ ମା’ ଆଖିରେ ନାଚି ଯାଉଥିଲା ପୁଅର ବର ବେଶ। ହେଲେ କଫିନରେ ଚିରନିଦ୍ରାରେ ଶୋଇ ଯାଇଥିବା ପୁଅକୁ ଦେଖି ନିଜକୁ ସମ୍ଭାଳି ପାରି ନ ଥିଲେ ମା’ ରାମଚନ୍ଦ୍ରି ଦେବୀ। ସେପଟେ ମାଟି ମା’ ପାଇଁ ଜୀବନ ଦେଇଥିବାରୁ ଜନ୍ମଦାତ୍ରୀ ମା’ଙ୍କ ଛାତି ଗର୍ବରେ ଫାଟି ପଡୁଥିଲା। ଏବେ କିନ୍ତୁ ଦୀର୍ଘ ୨୦ ବର୍ଷ ପରେ ବି ମା’ ରାମଚନ୍ଦ୍ରୀଙ୍କ ଆଖିରୁ ଲୁହ ଶୁଖିନି। ସେନାରେ ଥିବା ସ୍ବାମୀଙ୍କୁ ହରାଇବା ପରେ ଏକମାତ୍ର ପୁଅକୁ ବି ହରାଇଛନ୍ତି ରାମଚନ୍ଦ୍ରୀ। ୩ ଝିଅଙ୍କ ବିବାହ ପରେ ଏବେ ଏକାକୀ ସମୟ କାଟୁଛନ୍ତି। ପୁଅଙ୍କ ପେନଶନ୍‌ ଟଙ୍କାରୁ ମାତ୍ର ୨୦ ପ୍ରତିଶତ ତାଙ୍କୁ ମିଳୁଥିବା ବେଳେ ବାକିଟଙ୍କା ବୋହୂଙ୍କ ହାତକୁ ଯାଉଛି। ହେଲେ ଏବେ ବୋହୂଙ୍କ ସହ ତାଙ୍କର କିଛି ସମ୍ପର୍କ ନାହିଁ ଓ ପୁଅଙ୍କୁ ମନେପକାଇ ଦିନ କାଟୁଛନ୍ତି ରାମଚନ୍ଦ୍ରୀ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିଓ୍ବାଲଙ୍କୁ ଘରେ ନଜରବନ୍ଦୀ: ଖଣ୍ଡନ କଲା ପୋଲିସ

ନୂଆଦିଲ୍ଲୀ,୮।୧୨- ଆନ୍ଦୋଳନରତ କୃଷକଙ୍କୁ ଭେଟିବାର ପର ଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ଘରେ ନଜରବନ୍ଦୀ ରଖାଯାଇଥିବା ମଙ୍ଗଳବାର ସକାଳେ ଅଭିଯୋଗ ଆଣିଥିଲା ଆମ ଆଦମି...

ଭବିଷ୍ୟତ ଯୁଦ୍ଧରେ ସାଇବର-ଲେଜର-ସ୍ପେସ୍‌ ଓ ରୋବଟ ମୁଖ୍ୟ ଭୂମିକା ଗ୍ରହଣ କରିବେ: ସେନା ମୁଖ୍ୟ ବିପିନ୍‌ ରାଓ୍ବତ

ନୂଆଦିଲ୍ଲୀ,୧୫।୧୦: ଭବିଷ୍ୟତରେ ହେବାକୁଥିବା ଯୁଦ୍ଧରେ ସାଇବର-ଲେଜର-ସ୍ପେସ୍‌ ଓ ରୋବଟ ମୁଖ୍ୟ ଭୂମିକା ଗ୍ରହଣ କରିବେ। ଡିଆର୍‌ଡିଓ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେନା ମୁଖ୍ୟ...

କରୋନାରେ ସଂକ୍ରମିତ ନ ଥିଲେ ବିକାଶ: ରିପୋର୍ଟ ଆସିବା ପରେ ହେଲା ବ୍ୟବଚ୍ଛେଦ

କାନପୁର,୧୦।୭: କୁଖାତ୍‌ ଅପରାଧୀ ବିକାଶ ଦୁବେଙ୍କ ଏନ୍‌କାଉଣ୍ଟରରେ ମୃତ୍ୟୁ ହେବା ଘଟଣା ଜଣାପଡିବା ପରେ ଏହା ଦ୍ରୁତ ଗତିରେ ସବୁଆଡେ ପ୍ରଚାର ପ୍ରସାର ହୋଇଯାଇଥିଲା। ଶୁକ୍ରବାର...

ଖାତାକୁ ଗଲା ୧୮ ହଜାର କୋଟି

ନୂଆଦିଲ୍ଲୀ, ୨୬।୧୨: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍‌-କିଷାନ) ଯୋଜନାର ପରବର୍ତ୍ତୀ କିସ୍ତି ବାବଦରେ ୧୮,୦୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର...

ସିଏଏ ହିଂସାକୁ ନେଇ ଯୋଗୀଙ୍କ ବିବାଦୀୟ ମନ୍ତବ୍ୟ

ଲକ୍ଷ୍ନୌ,୨୦ା୨: ଉତ୍ତରପ୍ରଦେଶରେ ଗତ ଡିସେମ୍ବର ମାସରେ ସିଏଏ ବିରୋଧୀ ହିଂସାରେ ପ୍ରାୟ ୨୦ ଜଣଙ୍କ ମୃତ୍ୟୁ ଘଟିଥିଲା। ତେବେ ବୁଧବାର ରାଜ୍ୟ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଯୋଗୀ...

ମହାରାଷ୍ଟ୍ରର ସବୁ ଜିଲାରେ ହେବ ମହିଳା ପୋଲିସ ଷ୍ଟେଶନ: ଅଜିତ ପାଓ୍ବାର

ମୁମ୍ବାଇ,୬।୩: ମହାରାଷ୍ଟ୍ରର ଶିବସେନା ମେଣ୍ଟ ସରକାର ଏବେ ଲୋକଙ୍କ ହିତ ଉଦ୍ଦେଶ୍ୟରେ କାମ କରିବା ଆରମ୍ଭ କରିଥିବା ଆଲୋଚନା ହେଉଛି। ଶୁକ୍ରବାର ବିଧାନସଭାରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ...

ତୃଣମୂଳର ଡବଲ ସେଞ୍ଚୁରୀ: ଦୁଇ ଅଙ୍କରେ ଭାଜପା…

କୋଲକାତା,୨।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳରେ ଶାସକ ତୃଣମୂଳ କଂଗ୍ରେସ ୨୦୬ ଆସନରେ ଆଗେଇଥିବାବେଳେ ଭାଜପା ୮୩ ଆସନରେ ଆଗୁଆ ରହିଛି। ଲେଫ୍ଟ ମେଣ୍ଟ ୧ଟି...

ରେକର୍ଡ ଭାଙ୍ଗୁଛି କରୋନା: ଗୋଟିଏ ଦିନରେ ୭୭ ହଜାରରୁ ଅଧିକ ନୂଆ ଆକ୍ରାନ୍ତ, ୧୦୫୭ ମୃତ

ନୂଆଦିଲ୍ଲୀ,୨୮।୮: ଦେଶରେ ମହାମାରୀ କରୋନା ସଙ୍କଟ ଜାରି ରହିଛି। ଗତ ୨୪ ଘଣ୍ଟାରେ ଦେଶରେ ରେକର୍ଡ ୭୭ ହଜାର ୨୬୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ...

Advertisement


Archives

Model This Week