ବିପୁଳ ପରିମାଣର ବିଦେଶୀ ମଦ ଜବତ: ୨ ବ୍ୟବସାୟୀ କୋର୍ଟ ଚାଲାଣ

ଠାକୁରମୁଣ୍ଡା,୨୨।୧୧(ଡି.ଏନ୍‌.ଏ.): ଅବକାରୀ ବିଭାଗ ଦାରା ଶୁକ୍ରବାର ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ଅବକାରୀ ଥାନା ଅନ୍ତର୍ଗତ ଠାକୁରମୁଣ୍ଡା ଓ ଚମ୍ପାଝର ବଜାର ଅଞ୍ଚଳରୁ ବିପୁଳ ପରିମାଣର ଚୋରା ବିଦେଶୀ ମଦ ଜବତ ହୋଇଛି। ଘଟଣାରେ ସଂପୃକ୍ତି ଥିବା ଅଭିଯୋଗରେ ୨ ଜଣ ବ୍ୟବସାୟୀଙ୍କୁ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଛି।
ସୂଚନାଯୋଗ୍ୟ, ଚୋରାମଦ ବିକ୍ରି ହେଉଥିବା କୌଣସି ସୂତ୍ରରୁ ଖବର ପାଇ କଟକ ଅବକାରୀ ଫ୍ଲାଇଙ୍ଗ ସ୍କ୍ବାଡ୍‌ ଠାକୁରମୁଣ୍ଡା ଅବକାରୀ ଥାନା କର୍ମଚାରୀଙ୍କ ସହାୟତାରେ ଭୋର୍‌ରୁ ଠାକୁରମୁଣ୍ଡା ନିକଟ ଚମ୍ପାଝର ବଜାର ଅଞ୍ଚଳରେ ବିଦେଶୀ ମଦ ବିକ୍ରି କରୁଥିବା ଘର ଉପରେ ଚଢ଼ାଉ କରିଥିଲେ। ସେଠାରୁ ୪୩ଲିଟର ୮୦୦ ମିଲିଲିଟର ବିୟର ଓ ୫୭ଲିଟର ବିଭିନ୍ନ ବ୍ରାଣ୍ଡର ମଦ ବୋତଲ ଜବତ କରିବା ସହ ଚମ୍ପାଝର ଗ୍ରାମର ମଦ ବ୍ୟବସାୟୀ ରତ୍ନାକର ସାହୁକୁ ଗିରଫ କରିଥିଲେ। ସେହିପରି ଠାକୁରମୁଣ୍ଡା ବଜାରରେ ଥିବା ଏକ ଦୋକାନ ଉପରେ ଚଢ଼ାଉ କରି ୧୯ଲିଟର ବିୟର ଓ ୨୦ଲିଟର ବିଦେଶୀ ମଦ ଜବତ କରି ରାକେଶ କୁମାର ସାହୁଙ୍କୁ ଗିରଫ କରିଥିଲେ। ଜବତ ମଦର ମୂଲ୍ୟ ୫୦ ହଜାର ଟଙ୍କାରୁ ଊଦ୍ଧର୍‌ବ ହେବ ବୋଲି ଅବକାରୀ ବିଭାଗ କହିଛି। ଠାକୁରମୁଣ୍ଡା ଅବକାରୀ ଥାନା କେସ ନଂ. ୧୯୦,୧୯୧ ଅନୁଯାୟୀ ମାମଲା ରୁଜୁ ହୋଇ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି। ଫ୍ଲାଇଙ୍ଗ ସ୍କ୍ବାଡର ଆଇଆଇସି ସୁଶାନ୍ତ ପାଢ଼ୀ, ସବ୍‌ଇନ୍ସପେକ୍ଟର ମନୀଷା ବଳ, କମଲ ପାଇକରାୟ, ଠାକୁରମୁଣ୍ଡା ଅବକାରୀ ସବ୍‌ଇନ୍ସପେକ୍ଟର କ୍ଷୀତିଶ ଦାଶ, ଏଏସ୍‌ଆଇ ଶରତ ଦାସଙ୍କ ସମେତ ଅବକାରୀ ବିଭାଗର କର୍ମଚାରୀମାନେ ଚଢ଼ାଉରେ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯାଜପୁରରେ ନିର୍ବାଚନୀ ହିଂସା : ବନ୍ଧା ହେଲେଣି ୯୮

ଯାଜପୁର ଅଫିସ, ୨୨।୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ମଙ୍ଗଳବାର ଚତୁର୍ଥ ପର୍ଯ୍ୟାୟ ମତଦାନ ଜାରି ରହିଛି। ତେବେ ଯାଜପୁର ଜିଲାରେ ଏହା ପୂର୍ବରୁ ହୋଇଥିବା ଅନ୍ୟ...

ପେଟ୍ରୋଲ ପମ୍ପ୍‌ ମାଲିକଙ୍କ ସମେତ ୬ ଗିରଫ

ସମ୍ବଲପୁର,୨୦ା୪(ବ୍ୟୁରୋ): ପାରାଦୀପରୁ ସମ୍ବଲପୁର ଦେଇ ରାଞ୍ଚତ୍କୁ ପାଇପ୍‌ ଲାଇନ୍‌ ଯୋଗେ ଯାଉଥିବା ଆଇଓସିଏଲ୍‌ କମ୍ପାନୀର ତେଲ ଚୋରି ଘଟଣାର ସମ୍ବଲପୁର ପୋଲିସ ପର୍ଦ୍ଦାଫାଶ କରିଛି। ଘଟଣାରେ...

ପୁଅ ଅଜିତଙ୍କ ପଛରେ ଚାଲିଗଲେ ମା’

ପୁରୀ ଅଫିସ,୧୭।୪: ପିପିଲି ଉପନିର୍ବାଚନ ପୂର୍ବରୁ ଗତ ୧୪ ତାରିଖରେ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହୋଇଥିବା ଅଜିତ ମଙ୍ଗରାଜଙ୍କ ଦେହାନ୍ତ ହୋଇଥିଲା। ଏହାର ଦିନ କେଇଟା...

ସ୍ବାୟତ୍ତ ଶାସନ ଦିବସକୁ ବର୍ଜନ କଲେ କାଉନସିଲର

କେନ୍ଦୁଝର,୩୧ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ଼ ପୌରପାଳିକାର ମନମୁଖୀ କାର୍ଯ୍ୟ ପ୍ରତିବାଦରେ ସ୍ବାୟତ୍ତ ଶାସନ ଦିବସକୁ ବର୍ଜନ କଲେ ୧୬ ନମ୍ବର ଓ୍ବାର୍ଡର କାଉନସିଲର ସବିତା ପଟ୍ଟନାୟକ।...

ଜଳଖିଆ ଦୋକାନରେ ଚଢ଼ାଉ, ଜରିମାନା ଆଦାୟ

ନିଶ୍ଚିନ୍ତକୋଇଲି,୨୨ା୯(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ଫୁଡ୍‌, ଡ୍ରଗ୍ସ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବେ ବିଭିନ୍ନ ଜଳଖିଆ,ପାନ ଦୋକାନ ଉପରେ ଚଢ଼ାଉ ସହ ଜରିମାନା...

‘ସମାଜ ସଂସ୍କାରରେ ଯୁବକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

କୁଜଙ୍ଗ,୧୭ା୨(ଡି.ଏନ.ଏ.): ଯୁବକଙ୍କ ଅଦମ୍ୟ ଇଚ୍ଛାଶକ୍ତି ଆମକୁ ଆଜି ପ୍ରଗତିର ଶିଖରରେ ପହଞ୍ଚାଇଛି। ରାଜନୀତି ଆଜି ସମାଜକୁ ଭାଗଭାଗ କରୁଥିବାବେଳେ, କ୍ରୀଡ଼ା ଓ ସଂସ୍କୃତି ଆମକୁ ଗୋଟିଏ...

ଭାଉଜଙ୍କୁ ଅସଦାଚରଣ, ଆକ୍ରମଣ ମାମଲା:ଜେଲ ଗଲେ ଦିଅର

ଦିଗପହଣ୍ଡି,୮ା୭(ଡି.ଏନ.ଏ.)- ଦିଗପହଣ୍ଡି ପୋଲିସ ସୋମବାର ନିମଖଣ୍ଡିପେଣ୍ଠ ଗ୍ରାମର ଅକ୍ଷୟ କୁମାର କର ଓରଫ ବିଟ୍ଟୁଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗତ ମେ ୧୭ ରାତି...

ଡାୟାଲିସିସ୍‌ ସେବା ୟୁନିଟ୍‌ରେ ଏସି, ଫ୍ୟାନ୍‌ ଅଚଳ

ନୟାଗଡ଼ ଅଫିସ,୨୪।୪: ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ପିପିପି ମୋଡ଼ରେ ଚାଲିଥିବା ସହାୟ ନିଃଶୁଳ୍କ ଡାୟାଲିସିସ୍‌ ସେବା ୟୁନିଟରେ ଏସି ଓ ଫ୍ୟାନ ଅଚଳ...

Advertisement
Archives

Model This Week