ବିପିଏଲ୍‌ ର଼୍ୟାଙ୍କରେ ଓଡ଼ିଶା ଦ୍ୱିତୀୟ

ଭୁବନେଶ୍ୱର,୨୨ା୭: ରାଜ୍ୟରେ ଦାରିଦ୍ର୍ୟ କମୁଛି ବୋଲି ସରକାର ଡିଣ୍ଡିମ ପିଟୁଥିଲେ ମଧ୍ୟ ନୀତି ଆୟୋଗ ରିପୋର୍ଟରେ ଭିନ୍ନ ଚିତ୍ର ଦେଖିବାକୁ ମିଳୁଛି। ଆୟୋଗ ପକ୍ଷରୁ ବିପିଏଲ୍‌ ତାଲିକା ପ୍ରକାଶ କରାଯାଇଛି। ଏଥିରେ ଓଡ଼ିଶା ଦେଶରେ ଦ୍ୱିତୀୟ ସ୍ଥାନରେ ରହିଛି। ଏହି ତାଲିକାରେ ୩୩.୭୪% ପଏଣ୍ଟ ସହ ବିହାର ଶୀର୍ଷରେ ରହିଛି। ତେବେ ଜାତୀୟ ସ୍ତରରେ ବିପିଏଲ୍‌ଙ୍କ ସଂଖ୍ୟା ୨୧.୯୨ ପ୍ରତିଶତ ଥିବା ବେଳେ ୩୨.୫୯ ପ୍ରତିଶତ ପଏଣ୍ଟ ସହ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଛି ବୋଲି ନୀତି ଆୟୋଗ ଏସ୍‌ଡିଜି ଇଣ୍ଡିଆ ଇଣ୍ଡେକ୍ସ ବେସ୍‌ଲାଇନ ରିପୋର୍ଟ କହୁଛି। ଏହି ହାରକୁ ୧୦.୯୫%କୁ କମାଇବା ଲାଗି ରିପୋର୍ଟରେ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି।
ନିକଟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ରାଜ୍ୟଓ୍ବାରି ବିପିଏଲ୍‌ ତାଲିକା ପ୍ରକାଶ କରାଯାଇଥିଲା। ୨୦୧୧-୧୨ ସୁଦ୍ଧା ରାଜ୍ୟର ୧କୋଟି ୩୦ ଲକ୍ଷ ୮୫ ହଜାର ବ୍ୟକ୍ତି ବିପିଏଲ ଶ୍ରେଣୀରେ ଅର୍ଥାତ ଦାରିଦ୍ର୍ୟ ସୀମାରେଖା ତଳେ ରହିଥିବା ଏଥିରେ ଦର୍ଶାଯାଇଥିଲା। ତେବେ ଓଡ଼ିଶାରେ ଦରିଦ୍ରଙ୍କ ସଂଖ୍ୟା ଦ୍ରୁତଗତିରେ କମୁଛି ବୋଲି ରାଜ୍ୟ ସରକାର ଦାବି କରି ଆସୁଛନ୍ତି। ୨୦୦୪-୦୫ରେ ରାଜ୍ୟରେ ବିପିଏଲ୍‌ଙ୍କ ସଂଖା ୫୭.୨% ଥିବା ବେଳେ ୨୦୧୧-୧୨ବେଳକୁ ଏହା ୨୪.୬୧ ପ୍ରତିଶତକୁ ହ୍ରାସ ପାଇଛି ବୋଲି ଦାବି କରାଯାଇଛି। ଅର୍ଥନୈତିକ ସର୍ଭେ ରିପୋର୍ଟ ଅନୁଯାୟୀ ୨୦୦୪-୦୫ରୁ ରାଜ୍ୟରେ ୨୫.୧ ପଏଣ୍ଟ ହାରରେ ଦାରିଦ୍ର୍ୟ କମୁଛି। ହେଲେ, ଗ୍ରାମାଞ୍ଚଳରେ ଏହି ହାର ୩୫.୬୯ ପ୍ରତିଶତ ରହିଛି। ତେବେ ସମାନ ଅବଧିରେ ତୁଳନାମତ୍କ ଭାବେ ଜାତୀୟ ସ୍ତରରେ ଗ୍ରାମାଞ୍ଚଳର ଦାରିଦ୍ର୍ୟ ହାର ୧୬ ପ୍ରତିଶତ ପଏଣ୍ଟକୁ କମିଥିବା ରିପୋର୍ଟରେ କୁହାଯାଇଛି। ଗ୍ରାମାଞ୍ଚଳରେ ଅଧିକାଂଶ କୃଷି ଉପରେ ନିର୍ଭରଶୀଳ ଥିବାରୁ ସେଠାକାର ବିକାଶ ମୁଖ୍ୟତଃ କୃଷିର ଅଭିବୃଦ୍ଧି ସହ ଜଡ଼ିତ। ୨୦୧୧ ଜନଗଣନା ଅନୁଯାୟୀ, ଓଡ଼ିଶାର ୮୩ ପ୍ରତିଶତ ବ୍ୟକ୍ତି ଗ୍ରାମାଞ୍ଚଳରେ ବସବାସ କରୁଛନ୍ତି। ସର୍ଭେ ରିପୋର୍ଟ ଅନୁଯାୟୀ, ଗ୍ରାମୀଣ ଅର୍ଥନୀତିକୁ ବୃଦ୍ଧି କରିବା ଲାଗି ନିରନ୍ତର ପ୍ରୟାସ କରାଯାଉଥିବା ବେଳେ ଅଧିବାସୀଙ୍କୁ ଘର ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଆଯିବା ଯୋଗୁ ଗ୍ରାମାଞ୍ଚଳରେ ଦାରିଦ୍ର୍ୟଙ୍କ ସଂଖ୍ୟା ହ୍ରାସ ପାଇବାରେ ସଫଳତା ମିଳୁଛି। ସେହିପରି ସହରାଞ୍ଚଳରେ ଦାରିଦ୍ର୍ୟ ହାର କମାଇବା କ୍ଷେତ୍ରରେ ରାଜ୍ୟ ସରକାର ମହତ୍ତତ୍ତ୍ୱପୂର୍ଣ୍ଣ ସଫଳତା ହାସଲ କରିଛନ୍ତି। ରାଜ୍ୟରେ ଏହି ହାର ୨୦.୭୧ ପ୍ରତିଶତ ରହିଥିବା ବେଳେ ଜାତୀୟ ସ୍ତରରେ ଏହା ୧୨% ରହିଛି। ଜାତୀୟ ସ୍ତରଠାରୁ ରାଜ୍ୟର ସହରାଞ୍ଚଳ ଦାରିଦ୍ର୍ୟ ଫାଙ୍କ ଏବଂ ଅସମାନତା ଦୂର କରିବା କ୍ଷେତ୍ରରେ ଓଡ଼ିଶା ସଫଳତା ହାସଲ କରୁଛି। ବସ୍ତି ଅଞ୍ଚଳରେ ଜନସଂଖ୍ୟା ୩.୨୭% ସହ ଜାତୀୟ ହାରଠାରୁ ଯଥେଷ୍ଟ ତଳେ ରହିଛି। ଜାତୀୟ ସ୍ତରରେ ଏହି ହାର ୫.୪୧% ରହିଛି। ଯଦିଓ ଜାତୀୟ ସ୍ତରଠାରୁ ରାଜ୍ୟର ଦାରିଦ୍ର୍ୟ ହ୍ରାସ ଯଥେଷ୍ଟ ଅଧିକ ରହିଥିଲେ ମଧ୍ୟ ଦାରିଦ୍ର୍ୟ ସ୍ତର ଯଥେଷ୍ଟ ଅଧିକ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଲୋକଙ୍କୁ ଦିଆଯିବ ନାହିଁ ଟିକା

ଭୁବନେଶ୍ୱର,୬।୫: ସ୍ବାସ୍ଥ୍ୟ ଏସିଏସ୍‌ ପ୍ରଦୀପ୍ତ ମହାପାତ୍ର ଗୁରୁବାର ରାଜ୍ୟର ଟିକାକରଣ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ରାଜ୍ୟରେ ୯୭ ପ୍ରତିଶତ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ପ୍ରଥମ ଓ...

ଗ୍ରାମାଞ୍ଚଳ ବଜାର ଉପରେ ଫୋକସ

ରେନୋ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍‌ ଘରୋଇ ବଜାରରେ ପରିଚାଳନାର ୧୦ମ ବର୍ଷ ପୂର୍ତ୍ତି ପାଳନ କରୁଛି। ଭାରତ ଭଳି ଏକ ଅଭିବୃଦ୍ଧିଶୀଳ ବଜାରରେ ଦଶନ୍ଧି ଧରି...

ରୀତା, ବାସନ୍ତିଙ୍କୁ ପ୍ରଥମ ମନ୍ତ୍ରୀ ସୁଯୋଗ

ଭୁବନେଶ୍ୱର,୫ା୬(ବ୍ୟୁରୋ): ବିଜେଡି ସରକାରଙ୍କ ୫ମ ପାଳିର ଦ୍ୱିତୀୟ ମନ୍ତ୍ରିମଣ୍ଡଳରେ ମୋଟ ୨୧ ମନ୍ତ୍ରୀଙ୍କ ମଧ୍ୟରୁ ୫ ମହିଳାଙ୍କୁ ସ୍ଥାନ ଦିଆଯାଇଛି। ସେମାନଙ୍କ ମଧ୍ୟରେ ୩ ଜଣଙ୍କୁ...

ମମିତା ମୃତ୍ୟୁ ମାମଲା: ଷ୍ଟାଟସ୍‌ ରିପୋର୍ଟ ମାଗିଲେ ହାଇକୋର୍ଟ

କଟକ ଅଫିସ,୧୮ା୧୧: ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ତଦନ୍ତ ନେଇ ସରକାରଙ୍କୁ ଷ୍ଟାଟସ ରିପୋର୍ଟ ମାଗିଛନ୍ତି ହାଇକୋର୍ଟ। ତଦନ୍ତ କେତେ ଦୂର ଆଗେଇଛି ସେନେଇ...

ଦେବଗଡ଼ରେ ହେବ ୩୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୯ା୧୦(ବ୍ୟୁରୋ): ଆଜି ଦେବଗଡ଼ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭ ଶହ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏଥିରେ ୫୭୦ କୋଟି...

ରାସ୍ତାକୁ ଓହ୍ଲାଇଲେ ଅସନ୍ତୁଷ୍ଟ

ଭୁବନେଶ୍ୱର,(ବ୍ୟୁରୋ)/କଟକ ଅଫିସ, ୨୯।୬: ମାଟ୍ରିକ ପରୀକ୍ଷା ଫଳକୁ ନେଇ ଏବେ ସାରା ରାଜ୍ୟରେ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ମୂଲ୍ୟାୟନରେ ଅନିୟମିତତା ଅଭିଯୋଗ କରି...

ବଦଳିପାରେ ଏଟିଏମ୍‌ରୁ ଟଙ୍କା କାଢ଼ିବା ନିୟମ; ଦୁଇଟି ଉଠାଣ ମଧ୍ୟରେ ୬-୧୨ ଘଣ୍ଟା ସମୟ ଧାର୍ଯ୍ୟ ବିଚାର

ନୂଆଦିଲ୍ଲୀ,୨୮-୮: ଏଟିଏମ୍‌ରୁ ଟଙ୍କା ଉଠାଇବା ଆଜି ସାଧାରଣ ଘଟଣା ହୋଇଗଲାଣି। ତେବେ ଏହା ସାଙ୍ଗକୁ ଏଟିଏମ୍‌ ଠକାମୀ ମଧ୍ୟ ସେହି ଅନୁପାତରେ ବଢ଼ିବାରେ ଲାଗିଛି। ଗ୍ରାହକଙ୍କୁ...

ଏମ୍‌ସିଏଲ୍‌ରେ ଚାକିରି କରାଇଦେବାକୁ କହି ଠକିନେଲେ ୬୫ ଲକ୍ଷ; ସରକାରୀ ଶିକ୍ଷକଙ୍କୁ ବାନ୍ଧିଲା ପୋଲିସ

ଭବାନୀପାଟଣା,୧୬।୭(ସ୍ବ.ପ୍ର.): ଚାକିରିର ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କା ହଡପ କରି ଗିରଫ ହେଲେ ଶିକ୍ଷକ। କଳାହାଣ୍ଡି ଜଲାର ୧୨ ଜଣ ଯୁବତୀଯୁବକଙ୍କୁ ବୁର୍ଲା ଏମ୍‌ସିଏଲ୍‌ରେ ଚାକିରି...

Advertisement
Archives

Model This Week