ବିପର୍ଯ୍ୟୟ ସହାୟତା

ପ୍ରାକୃତିକ ବିପର୍ଯ୍ୟୟ ତାଲିକାରେ ଆସୁଥିବା ବନ୍ୟା, ବାତ୍ୟା, ଅଂଶୁଘାତ, ବଜ୍ରପାତ, ଅଗ୍ନିକାଣ୍ଡ, ସର୍ପାଘାତ ଆଦିରେ କାହାର ମୃତ୍ୟୁ ହେଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ପରିବାରକୁ ସରକାରଙ୍କ ପକ୍ଷରୁ ସହାୟତା ରାଶି ଯୋଗାଇଦେବାର ବ୍ୟବସ୍ଥା ରହିଛି। କିନ୍ତୁ ଅନୁଗୋଳ ଜିଲାରେ ଏଥିରେ ବ୍ୟତିକ୍ରମ ଦେଖାଦେଇଛି। ୨୦୧୬ରୁ ୨୦୧୯, ଏହି ୩ ବର୍ଷ ମଧ୍ୟରେ ଜିଲାରେ ମୋଟ୍‌ ୨୫୮ ଜଣ ପ୍ରାକୃତିକ ବିପର୍ଯ୍ୟୟରେ ପ୍ରାଣ ହରାଇଥିଲେ ବି ସେମାନଙ୍କ ମଧ୍ୟରୁ ୫୮ ମୃତକଙ୍କ ପରିବାରକୁ ସରକାରୀ ସହାୟତା ରାଶି ପ୍ରଦାନ କରାଯାଇନାହିଁ। ଏ ନେଇ ସମ୍ପୃକ୍ତ ପରିବାରବର୍ଗ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କରୁଛନ୍ତି। ହେଲେ କୌଣସି ପଦକ୍ଷେପ ନିଆଯାଉନାହିଁ। ବ୍ୟବସ୍ଥା ଅନୁଯାୟୀ, ପ୍ରାକୃତିକ ବିପର୍ଯ୍ୟୟରେ କେହି ପ୍ରାଣ ହରାଇଲେ ତୁରନ୍ତ ସମ୍ପୃକ୍ତ ଅଞ୍ଚଳର ତହସିଲଦାର ଜିଲାପାଳଙ୍କୁ ଅବଗତ କରିବେ। ଜିଲାପାଳ ରିପୋର୍ଟ ପାଇବାର ୧୮ ଘଣ୍ଟା ମଧ୍ୟରେ ସ୍ବତନ୍ତ୍ର ରିଲିଫ କମିଶନରଙ୍କୁ ତାଙ୍କ ରିପୋର୍ଟ ଦେବେ। ସ୍ବତନ୍ତ୍ର ରିଲିଫ କମିଶନର ମଧ୍ୟ ୨୪ ଘଣ୍ଟା ମଧ୍ୟରେ ନ୍ୟାଶନାଲ ଡିଜାଷ୍ଟର ଅଥରିଟିଙ୍କୁ ଉକ୍ତ ରିପୋର୍ଟ ସମ୍ପର୍କରେ ଅବଗତ କରାଇବେ। ଏହାକୁ ଫାଷ୍ଟ ଇନଫରମେଶନ୍‌ ରିପୋର୍ଟ (ଏଫ୍‌ଆଇଆର୍‌) ଭାବେ ଧରାଯାଇଥାଏ। ଏହାର ୩ ଦିନ ମଧ୍ୟରେ ତହସିଲଦାର ମୃତ ବ୍ୟକ୍ତିଙ୍କ କେସ୍‌ ରେକର୍ଡ ସହ ଆର୍‌ଆଇ ରିପୋର୍ଟ, ଅପମୃତ୍ୟୁ ମାମଲା ଓ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଜିଲାପାଳଙ୍କୁ ପ୍ରଦାନ କରିବେ। ଜିଲାପାଳ ସ୍ବତନ୍ତ୍ର ରିଲିଫ କମିଶନରଙ୍କୁ ଉକ୍ତ ରେକର୍ଡ ପଠାଇବାର ୭ ଦିନ ମଧ୍ୟରେ ଏକ୍ସ-ଗ୍ରାସିଆ (ପ୍ରାକୃତିକ ବିପର୍ଯ୍ୟୟ ମୃତ୍ୟୁ) ୪ ଲକ୍ଷ ଟଙ୍କାର ସହାୟତା ରାଶି ସମ୍ପୃକ୍ତ ପରିବାର ଲୋକଙ୍କୁ ମିଳିବ। କେବଳ ଅଂଶୁଘାତରେ ୫୦ ହଜାର ଟଙ୍କାର ସହାୟତା ରାଶି ଏବେ ପ୍ରଦାନ କରାଯାଉଛି। ତେବେ ଗତ ୩ ବର୍ଷ ମଧ୍ୟରେ ଅନୁଗୋଳ ଜିଲାରେ ସର୍ପାଘାତ, ବଜ୍ରପାତ ଓ ପାଣିରେ ବୁଡ଼ି ମୃତ୍ୟୁ ସଂଖ୍ୟା ଅଧିକ ରହିଛି। ବଜ୍ରପାତରେ ୩୭, ପାଣିରେ ବୁଡ଼ି ୮୭ ଓ ସର୍ପାଘାତରେ ୧୦୮ ଜଣ ପ୍ରାଣ ହରାଇଥିବା ବେଳେ ଅଗ୍ନିକାଣ୍ଡରେ ୧୦, ଅଂଶୁଘାତରେ ୧୫ ଓ କାନ୍ଥ ପଡ଼ି ଜଣଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟ ପ୍ରଦାନ କରାଯାଇଛି। ଏମାନଙ୍କ ମଧ୍ୟରୁ ୨୦୦ ମୃତକଙ୍କ ପରିବାରକୁ ସହାୟତା ରାଶି ମିଳିସାରିଛି। ବାକି ୫୮ ମୃତକଙ୍କ ମଧ୍ୟରୁ ଆଠମଲ୍ଲିକ ବ୍ଲକ ଅଞ୍ଚଳର ୧୧, ଅନୁଗୋଳ ବ୍ଲକର ୧୩, ବଅଁରପାଳ ବ୍ଲକର ୬, ତାଳଚେର ବ୍ଲକର ୧୦, ଛେଣ୍ଡିପଦା ବ୍ଲକର ୯, କଣିହଁ। ବ୍ଲକର ୩ ଓ କିଶୋରନଗର ବ୍ଲକର ୫ଜଣଙ୍କ ପରିବାରକୁ ପ୍ରାକୃତିକ ମୃତ୍ୟୁ ଜନିତ ସହାୟତା ରାଶି ଏଯାଏ ମିଳିନାହିଁ। ମାତ୍ର ୭ରୁ ୧୦ ଦିନ ମଧ୍ୟରେ ଉକ୍ତ ସହାୟତା ପ୍ରଦାନ ପାଇଁ ବ୍ୟବସ୍ଥା ଥିବା ବେଳେ ବର୍ଷ ବର୍ଷ ଧରି ଏଠାରେ ଅବହେଳା କରାଯାଉଛି। ଫଳରେ ମୃତକଙ୍କ ପରିବାର ଲୋକେ ଜିଲାପାଳଙ୍କ କାର୍ଯ୍ୟାଳୟରେ ଥିବା ଆପାତ୍ତକାଳୀନ ବିଭାଗଠାରୁ ତହସିଲ ପର୍ଯ୍ୟନ୍ତ ବାରମ୍ବାର ଧାଇଁ ଧାଇଁ ହାଲିଆ ହେଉଛନ୍ତି। କିନ୍ତୁ କାହିଁକି ଉକ୍ତ ପରିବାରଗୁଡ଼ିକୁ ସହାୟତା ରାଶି ପ୍ରଦାନ କରାଯାଉନାହିଁ ତାହାର ଉତ୍ତର ଏବେ ବି ଜିଲା ପ୍ରଶାସନ ନିକଟରେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାଭିମାନ ଅଞ୍ଚଳରେ ପ୍ରତି ପରିବାରକୁ ସ୍ମାଟଫୋନ ଦେଲେ ମୁଖ୍ୟମନ୍ତ୍ରୀ

ଚିତ୍ରକୋଣ୍ଡା,୧୭।୧୧: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ଲାଲଗଡ଼ର ୯ଟି ପଞ୍ଚାୟତର ପ୍ରତ୍ୟେକ ପରିବାରକୁ ସ୍ମାର୍ଟଫୋନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାସହ ସ୍ବାଭିମାନ ଅଞ୍ଚଳବାସୀଙ୍କ...

ଅନ୍ତର୍ଜାତୀୟ ଅଭିଲେଖ ଦିବସ ପାଳିତ : ପ୍ରତି ଜିଲାରେ ପ୍ରତିଷ୍ଠା ହେବ ଶାଖା ଅଭିଲେଖାଗାର

ଭୁବନେଶ୍ୱର,୧୦।୬(ବ୍ୟୁରୋ) : କେବଳ ରାଜଧାନୀ ଭୁବନେଶ୍ୱର ନୁହେଁ, ଏଣିକି ସମଗ୍ର ରାଜ୍ୟରେ ପ୍ରତିଷ୍ଠା ହେବ ଅଭିଲେଖାଗାର। ସମଗ୍ର ରାଜ୍ୟବାସୀ ଅଭିଲେଖାଗାରର ଆବଶ୍ୟକତା, ଏହାର ମହତ୍ତ୍ୱ ଓ...

କରୋନା କଟକଣା: କଳକାରଖାନା କର୍ମଚାରୀଙ୍କ ଲାଗି ଜାରିହେଲା ଗାଇଡ୍‌ଲାଇନ

ଭୁବନେଶ୍ୱର,୧୮।୩(ବ୍ୟୁରୋ): କରୋନା ଲାଗି କଳକାରଖାନା କର୍ମଚାରୀଙ୍କ ପାଇଁ ଗାଇଡ୍‌ଲାଇନ୍‌ ଜାରି ହୋଇଛି। କାରଖାନାରେ କାମ କରୁଥିବା କର୍ମଚାରୀଙ୍କ ଲାଗି ସାବୁନ ଓ ହ୍ବାଣ୍ଡଓ୍ବାଶ୍‌ ବ୍ୟବସ୍ଥା ଲାଗି...

ପ୍ରଥମ ଦିନରେ ଟିକେଟ ଶେଷ

କଟକ ଅଫିସ, ୧୦ା୬: ବାରବାଟୀ ଷ୍ଟାଡିୟମରେ ଆସନ୍ତା ୧୨ ତାରିଖରେ ଖେଳାଯିବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଅନ୍ତର୍ଜାତୀୟ ଟି୨୦ମ୍ୟାଚ୍‌ ପାଇଁ ପ୍ରଥମ ଦିନରେ ଟିକେଟ ବିକ୍ରି...

୬ ଦିବ୍ୟାଙ୍ଗଙ୍କୁ ସହାୟତାର ହାତ

ସିମୁଳିଆ, ୩୦ା୫(ଡି.ଏନ.ଏ.): ନିର୍ବାଚନ ବେଳେ ନେତା ପ୍ରତିଶ୍ରୁତି ଦେଇ ପରେ ଭୁଲି ଯାଆନ୍ତି। ହେଲେ ଦେଇଥିବା ପ୍ରତିଶ୍ରୁତିକୁ ପାଳନ କରିଛନ୍ତି ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ଶ୍ୟାମସୁନ୍ଦରପୁର...

ଅନ୍ଧାରରେ ୬୫ ହଜାର କେନ୍ଦୁପତ୍ର ତୋଳାଳିଙ୍କ ଭାଗ୍ୟ

ଜୟପୁର,୧୯ା୫ଆଦିବାସୀଙ୍କ ପାଇଁ ଗ୍ରୀଷ୍ମକାଳୀନ ଆୟର ଅନ୍ୟତମ ମୁଖ୍ୟ ଉତ୍ସ ହେଉଛି କେନ୍ଦୁପତ୍ର। ପତ୍ର ସଂଗ୍ରହ କରି ତାହାକୁ ବିକି ଗୁଜୁରାଉ ମେଣ୍ଟାଉଥିବା ଆଦିବାସୀଙ୍କ ଏହି ଜୀବିକା...

ରାତି ପାହିଲେ ବାଲିଯାତ୍ରା: ରିକ୍ସାଚାଳକଙ୍କୁ ମିଳିଲା ପରିଚୟପତ୍ର

କଟକ ଅଫିସ, ୧୧।୧୧ : ଆସନ୍ତା ୧୨ରେ ଐତିହାସିକ କଟକ ବାଲିଯାତ୍ରା। ଏଥିପାଇଁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହାକୁ ସୁରୁଖୁରୁରେ ସମ୍ପନ୍ନ କରିବା...

ତିବ୍ବତୀୟଙ୍କୁ ଦୀର୍ଘ ମିଆଦୀ ଜମି ଲିଜ୍‌ଦେଲେ ଆନ୍ଦୋଳନ

ଚନ୍ଦ୍ରଗିରି,୨୬ା୯(ଡି.ଏନ.ଏ.)-ଗଜପତି ଜିଲା ମୋହନା ଓ ଆର.ଉଦୟଗିରି ତହସିଲ ଅନ୍ତର୍ଗତ ପାଞ୍ଚଟି ପଞ୍ଚାୟତର ବିଭିନ୍ନ ସ୍ଥାନରେ ୬୦ବର୍ଷରୁ ଉର୍ଦ୍ଧ୍ୱ ହେଲା ତିବ୍ବତୀୟମାନେ ଶରଣାର୍ଥୀଭାବେ ରହୁଛନ୍ତି। ସରକାରଙ୍କ ନିୟମ...

Advertisement
Archives

Model This Week