ବିପଦସଙ୍କୁଳ ଅବସ୍ଥାରେ ଅଙ୍ଗନଓ୍ବାଡି କେନ୍ଦ୍ର: ସହାୟିକାଙ୍କ ବାରଣ୍ଡାରେ ଶିକ୍ଷାଦାନ

ବଇଣ୍ଡା,୬।୧୦(ଡି.ଏନ.ଏ.) – କୁନି ଶିଶୁଙ୍କୁ ଶିକ୍ଷା ସହ ଜଡ଼ିତ କରିବା ପାଇଁ ସରକାରଙ୍କ ପକ୍ଷରୁ ଖୋଲାଯାଇଛି ଅଙ୍ଗନଓ୍ବାଡି କେନ୍ଦ୍ର। ଏଥିପାଇଁ ଆବଶ୍ୟକ ଭିତ୍ତିଭୂମି ନିର୍ମାଣ ସହ ଅଙ୍ଗନଓ୍ବାଡି କର୍ମୀ, ସହାୟିକା ନିଯୁକ୍ତି ଦିଆଯିବାର ବ୍ୟବସ୍ଥା ସରକାର କରିଛନ୍ତି। ହେଲେ ଅନେକ ସ୍ଥାନରେ ଏ ସବୁ ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇପାରୁ ନ ଥିବା ଅଭିଯୋଗ ଆସୁଛି। ଅନୁଗୋଳ ଜିଲା କିଶୋରନଗର ବ୍ଲକ ନୁନୁକାପଶି ପଞ୍ଚାୟତ କଦଳୀମୁଣ୍ଡା ଗ୍ରାମରେ ଥିବା ଅଙ୍ଗନଓ୍ବାଡି କେନ୍ଦ୍ରରେ ଏପରି ଅବ୍ୟବସ୍ଥା ଦେଖିବାକୁ ମିଳିଛି। କେନ୍ଦ୍ରର ଗୃହ ବିପଦସଙ୍କୁଳ ଅବସ୍ଥାରେ ରହିଥିବାବେଳେ ଏହାର ମରାମତି କରାଯାଉ ନାହିଁ। ଫଳରେ ଶିଶୁମାନେ ଅଙ୍ଗନଓ୍ବାଡି ସହାୟିକାଙ୍କ ଘର ବାରଣ୍ଡାରେ ବସୁଛନ୍ତି। ଏହାକୁ ନେଇ ଅଭିଭାବକ ତଥା ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ଗ୍ରାମବାସୀଙ୍କ କହିବା ମୁତାବକ, ଏହି କେନ୍ଦ୍ରରେ ୪୫ ଜଣ ପିଲା ପଢୁଛନ୍ତି। ହେଲେ ଅଙ୍ଗନଓ୍ବାଡି ଗୃହର ଚାରିପାଖ କାନ୍ଥ ଭାଙ୍ଗି ଯାଇଥିବାରୁ ଏହା ବିପଦସଙ୍କୁଳ ଅବସ୍ଥାରେ ରହିଛି। ନୂତନ ଗୃହ ଯୋଗାଇ ଦେବା ପାଇଁ ବହୁବାର କିଶୋରନଗର ସିଡ଼ିପିଓଙ୍କ କାର୍ଯ୍ୟାଳୟଠାରୁ ଆରମ୍ଭ କରି ଜିଲା ପ୍ରଶାସନକୁ ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବା ଅଭିଯୋଗ ହୋଇଛି। ଫଳରେ ପିଲାମାନେ ଅଙ୍ଗନଓ୍ବାଡି ସହୟିକାଙ୍କ ବାରଣ୍ଡାରେ ବସୁଛନ୍ତି। ଘର ନ ଥିବାଯୋଗୁ ଅନେକ ପିଲାଙ୍କୁ ସେମାନଙ୍କ ଅଭିଭାବକମାନେ ଅଙ୍ଗନଓ୍ବାଡି କେନ୍ଦ୍ରକୁ ପଠାଉ ନାହାନ୍ତି। ତେଣୁ ତୁରନ୍ତ ଏଥିପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।
ଏ ସମ୍ପର୍କରେ ଅଙ୍ଗନଓ୍ବାଡ଼ି ଶିକ୍ଷୟିତ୍ରୀ ସସ୍ମିତା ଦେହୁରୀ କହିଛନ୍ତି, ଶ୍ରେଣୀଗୃହ ବିପଦସଙ୍କୁଳ ଅବସ୍ଥାରେ ରହିଥିବାରୁ ଦୁର୍ଘଟଣା ଭୟରେ ବାହାରେ ପାଠ ପଢାଯାଉଛି। ଏଥିପାଇଁ ବହୁ ହଇରାଣ ହେବାକୁ ପଡ଼ୁଛି। ନୂତନ ଗୃହ ଯୋଗାଇ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇଛୁ। ସରପଞ୍ଚ ଜଳଧର ସାହୁ କୁହନ୍ତି, ଅଙ୍ଗନଓ୍ବାଡି ଗୃହ ନିର୍ମାଣ ପାଇଁ ପଞ୍ଚାୟତ ପକ୍ଷରୁ ବହୁବାର ପ୍ରଶାସନ ସହ ପଞ୍ଚାୟତ ସମିତି ବୈଠକରେ ଦାବି କରାଯାଇଛି। ହେଲେ କେହି ଶୁଣୁନାହାନ୍ତି। ଏ ନେଇ ସିଡ଼ିପିଓ ଶୁଭାସିନୀ ମହାଳିକ କୁହନ୍ତି, ସରକାରଙ୍କ ପକ୍ଷରୁ ଗୃହ ନିର୍ମାଣ ପାଇଁ ଟଙ୍କା ମଞ୍ଜୁର ହେଲେ ଘର ଯୋଗାଇ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମହାଧିବେଶନ ସଫଳ ସମ୍ପର୍କରେ ଆଲୋଚନା

ବଇଣ୍ଡା,୧୨।୩(ଡି.ଏନ.ଏ.) ଅଖିଳ ଭାରତୀୟ ଗୋଣ୍ଡୱାନାର ଅନ୍ତଃରାଷ୍ଟ୍ରୀୟ ମହାଧିବେଶନ ଡିସେମ୍ବର ମାସରେ ଅନୁଷ୍ଠିତ ହେବ। ଏ ନେଇ ରବିବାର କିଶୋରନଗର ବ୍ଲକ ନାକିଚି ଡାକ ବଙ୍ଗଳା ପରିସରରେ...

ଉଚ୍ଛେଦ ହେଲା, ଥଇଥାନ ହେଉନି: ଦୁର୍ଦ୍ଦଶାରେ ଉଠା ଦୋକାନୀ

ବଇଣ୍ଡା,୧୫ା୯(ଡି.ଏନ.ଏ) – କିଶୋରନଗର ବ୍ଲକର ମୁଖ୍ୟ ବ୍ୟବସାୟିକ ପେଣ୍ଠସ୍ଥଳୀ ବଇଣ୍ଡା ଛକ ଏବେ ଛାରଖାର ହୋଇଯାଇଛି। ୫୫ ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ଉଭୟପାର୍ଶ୍ୱରେ...

୨୨ ମଣ୍ଡପରେ ଦେବୀ ପଦ୍ମାଳୟା

ବଅଁରପାଳ, ୧୫ା୧୦ (ଡି.ଏନ.ଏ.): ବଅଁରପାଳ ବ୍ଲକରେ ମା’ ଲକ୍ଷ୍ମୀଙ୍କ ପୂଜା ଧୁମ୍‌ଧାମରେ ଚାଲିଛି। ବଅଁରପାଳରେ ୧୩ ମଣ୍ଡପ ହୋଇଥିବା ବେଳେ କୁଲାଡ଼ରେ ୯ ମଣ୍ଡପରେ ମା’...

ମତ୍ସ୍ୟଜୀବୀଙ୍କ ଜାଲରେ ସାଙ୍କୁଚ

ମାଧପୁର, ୭।୧୦: ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ କନ୍ଧପଡା ପଞ୍ଚାୟତ ବେଲଦୁଲା ଗ୍ରାମର ଜଣେ ମତ୍ସ୍ୟଜୀବୀ ରବିବାର ମହାନଦୀରୁ ବିରଳ ପ୍ରଜାତିର ସାଙ୍କୁଚ ମାଛ ଧରିବା...

୨୨୨ ଛାତ୍ରୀଛାତ୍ରଙ୍କୁ ୫ ଶିକ୍ଷକ

ବଇଣ୍ଡା,୩।୯(ପରିକ୍ଷିତ ସାହୁ)ଶିକ୍ଷାର ବିକାଶ ପାଇଁ ସରକାର ବହୁ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ହେଲେ ଅନେକ ପୁରୁଣା ବିଦ୍ୟାଳୟରେ ବହୁ ସମସ୍ୟା ଲାଗି ରହିଥିବା ବେଳେ ଏହାର...

ହାତୀଙ୍କ ଅବାଧ ଗତିକୁ ରୋକ

ଅନୁଗୋଳ,୨୪।୯(ଅମିତ କୁମାର ସାମଲ): ଅନୁଗୋଳ ସର୍କିଟ ହାଉସ ଠାରେ ଅନୁଗୋଳ ଜିଲା ବନ ବିଭାଗର ଏକ ସ୍ବତନ୍ତ୍ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ବିଧାନସଭାର...

ସାତକୋଶିଆକୁ ଆସିଲା ୨ ବୋଟ୍‌, ଜେଟି

ବନ୍ତଳା, ୪ା୮(ଡି.ଏନ.ଏ.) ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟରେ ପହଞ୍ଚିଛି ୧୦ ସିଟ୍‌ ବିଶିଷ୍ଟ ୨ଟି ନୂଆ ବୋଟ୍‌ ଓ ଜେଟି। ଏହାର ମୂଲ୍ୟ ୨୦ ଲକ୍ଷରୁ...

ଚିତ୍ରକଳା ଯାଦୁକର କୁବେର

ବଇଣ୍ଡା, ୨୬ା୭(ଡି.ଏନ.ଏ.)  ତାଙ୍କ ତୂଳୀରେ ରହିଛି ଯାଦୁ। ସ୍ପର୍ଶ ମାତ୍ରକେ ଚିତ୍ରସବୁ ଯେମିତି ହୋଇଉଠନ୍ତି ଜୀବନ୍ତ। ସ୍କୁଲରୁ ଆର୍ଟ କଲେଜ ଯାଏ ସେ ଆଙ୍କିଛନ୍ତି ଅନେକ ଚିତ୍ର।...

Advertisement
Archives

Model This Week