ବିନା ଭକ୍ତରେ ସ୍ନାନଯାତ୍ରା, ରଥଯାତ୍ରା ନେଇ ପ୍ରସ୍ତାବ; ଶେଷ ନିଷ୍ପତ୍ତି ନେବେ ରାଜ୍ୟ ସରକାର

ପୁରୀ ଅଫିସ, ୩୦।୫: ଚଳିତ ବର୍ଷ ବିନା ଭକ୍ତରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ରଥଯାତ୍ରା ଅନୁଷ୍ଠିତ ହେବା ନେଇ ଶନିବାର ଭୁବନେଶ୍ୱର ଓ ପୁରୀରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ନିଳାଦ୍ରି ବିଜେ ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ। ଶ୍ରୀମନ୍ଦିର ପରିସରରେ ସ୍ନାନଯାତ୍ରା ହେଉଥିବାରୁ ସୀମିତ ସେବକ ଓ କିଛି ପ୍ରଶାସନିକ ଅଧିକାରୀଙ୍କୁ ନେଇ ସ୍ନାନ ପୂର୍ଣ୍ଣିମା ନୀତିକାନ୍ତି ପାଳନ ହେବ।
ସେହିପରି ରଥଯାତ୍ରା ନେଇ ମଧ୍ୟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ବିଧି ଅନୁସାରେ ରଥଯାତ୍ରା କରିବାକୁ ପ୍ରସ୍ତାବ ଦିଆଯାଇଛି। ଯଦି ରାଜ୍ୟ ସରକାର ଅନୁମତି ଦେବେ ତେବେ ରଥଯାତ୍ରା ହୋଇପାରିବ। ଅଧିକାରୀ, ପୋଲିସ, ସେବାୟକଙ୍କ ଦ୍ୱାରା ରଥଯାତ୍ରା ହୋଇପାରିବ। କିନ୍ତୁ ଶ୍ରଦ୍ଧାଳୁମାନେ କିପରି ପୁରୀକୁ ନ ଆସିବେ ତାହାର ବ୍ୟବସ୍ଥା ସରକାର କରିବେ। ଲକ୍‌ଡାଉନ୍‌ର ନୂଆ ନିୟମକୁ ଦେଖି ରାଜ୍ୟ ସରକାର ରଥଯାତ୍ରାକୁ ନେଇ ଯାହା ଅନୁମତି ଦେବେ ତାକୁ ପରିଚାଳନା କମିଟି ମାନିବ। ଏଭଳି ପ୍ରସ୍ତାବ ଆଜି ପରିଚାଳନା କମିଟି ପକ୍ଷରୁ ରାଜ୍ୟ ସରକାରଙ୍କୁ ଦିଆଯାଇଛି। ରଥଯାତ୍ରା ହେବ କି ନାହିଁ ରାଜ୍ୟ ସରକାର ନିଷ୍ପତ୍ତି ନେବେ ବୋଲି ଗଜପତି ମହାରାଜା କହିଛନ୍ତି। ତେବେ ଏହି ନିଷ୍ପତ୍ତି କେବଳ ଶ୍ରୀମନ୍ଦିର ପାଇଁ। ବିଶ୍ୱର ଅନ୍ୟ ଜଗନ୍ନାଥ ମନ୍ଦିର ପାଇଁ ସେଠା ପ୍ରଶାସନ ନିଷ୍ପତ୍ତି ନେବ ବୋଲି ମଧ୍ୟ ଗଜପତି ମହାରାଜା କହିଛନ୍ତି।
ତେବେ ଏହାର ସିଧାପ୍ରସାରଣ ପାଇଁ ସୂଚନା ଓ ଲୋକ ସମ୍ପର୍କ ବିଭାଗକୁ ଦାୟିତ୍ୱ ଦିଆଯାଇଛି। ସାରା ଦୁନିଆ ଲୋକେ ଯେଭଳି ଟିଭିରେ ଦେଖିବେ, ସେ ନେଇ ବ୍ୟବସ୍ଥା ହେବ। ସ୍ନାନଯାତ୍ରାରେ କୋଭିଡ ଗାଇଡ୍‌ଲାଇନକୁ ସେବକମାନେ ପାଳନ କରିବେ। କରୋନା ରିସ୍କ ଏଡ଼ାଇବା ପାଇଁ ସବୁ ବ୍ୟବସ୍ଥା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କରଙ୍କ ହେବ ଶେଷକୃତ୍ୟ

ଭୁବନେଶ୍ୱର,୧୮ା୪(ବ୍ୟୁରୋ): ଓଡ଼ିଶା ସଙ୍ଗୀତ ଜଗତର ସୁନାମଧନ୍ୟ ସଙ୍ଗୀତ ନିର୍ଦ୍ଦେଶକ, ଗାୟକ, ଗୀତିକାର ପ୍ରଫୁଲ୍ଲ କରଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନୁଷ୍ଠିତ ହେବ ବୋଲି ମୁଖ୍ୟମନ୍ତ୍ରୀ...

୧୨ ଫୁଟର ଅଜଗର ଉଦ୍ଧାର

ଅନୁଗୋଳ ଅଫିସ, ୧୭।୯: ଅନୁଗୋଳ ଜିଲା ବେନ୍ତପୁର ଗ୍ରାମରୁ ବୁଧବାର ଏକ ୧୨ ଫୁଟର ଅଜଗର ଉଦ୍ଧାର କରାଯାଇଛି। ମହେନ୍ଦ୍ର ଭୋଇଙ୍କ ଘର ପାଖ ଧାନ ବିଲରେ...

ଏନ୍‌ଇଏସ୍‌ଟି ପରୀକ୍ଷାଫଳ ପ୍ରକାଶ, କାହ୍ନା ଜୈନ ଓଡ଼ିଶା ଟପ୍ପର

ଭୁବନେଶ୍ୱର,୧୯।୬(ବ୍ୟୁରୋ): ନ୍ୟାଶନାଲ ଏଣ୍ଟ୍ରାନ୍ସ ସ୍କ୍ରିନିଂ ଟେଷ୍ଟ (ଏନ୍‌ଇଏସ୍‌ଟି) ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି। ପଶ୍ଚିମବଙ୍ଗର ପ୍ରଣୟ ଦେ ସର୍ବଭାରତୀୟ ସ୍ତରରେ ପ୍ରଥମ ହୋଇଥିବା ବେଳେ...

ଭାଲୁ ଆକ୍ରମଣରେ ଛେଳି ଚରାଳି ଗୁରୁତର

କେନ୍ଦୁଝର,୧୨।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ତେଲକୋଇ ବନାଞ୍ଚଳରେ ଭାଲୁ ଆକ୍ରମଣରେ ଜଣେ ଛେଳି ଚରାଳି ଗୁରୁତର ଆହତ ହୋଇଛନ୍ତି। ସେ ହେଲେ ଡେମକା ମୁଣ୍ଡା(୪୫)। ସୂଚନାଯୋଗ୍ୟ, ତେଲକୋଇ...

କୋଇଲା ବୋଝେଇ ଟ୍ରେନ୍‌ରେ ଲାଗିଲା ନିଆଁ

ସରଣ୍ଡା,୨୩।୧୧(ଡି.ଏନ୍‌.ଏ.): ସମ୍ବଲପୁର-ବଲାଙ୍ଗୀର ରେଳପଥର ବରଗଡ଼ ଜିଲା ଗୋଡ଼ଭାଗା ଷ୍ଟେଶନରେ ଶନିବାର ଏକ କୋଇଲା ବୋଝେଇ ମାଲବାହୀ ଟ୍ରେନ୍‌ ବଗିରେ ନିଆଁ ଲାଗିଯାଇଛି। ସମ୍ବଲପୁର ଡିଭିଜନ୍‌ରୁ ବିଜୟଓ୍ବାଡା...

ଅକ୍ଟୋବର ୨ରୁ ‘ସବ୍‌କୀ ଯୋଜନା ସବ୍‌କା ବିକାଶ’ ଅଭିଯାନ: ଗ୍ରାମାଞ୍ଚଳରୁ ଦାରିଦ୍ର୍ୟ ହଟିବ

ଭୁବନେଶ୍ୱର,୧ା୯(ବ୍ୟୁରୋ): ଗ୍ରାମାଞ୍ଚଳର ଗରିବ ଲୋକଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରି ଆର୍ଥିକ ସ୍ବଚ୍ଛଳ ବର୍ଗରେ ପରିଣତ କରିବାକୁ କେନ୍ଦ୍ର ସରକାର ‘ସବ୍‌କୀ ଯୋଜନା ସବ୍‌କା ବିକାଶ’ ଅଭିଯାନ...

ଟିକା ଟେଣ୍ଡର ସର୍ତ୍ତାବଳୀ କୋହଳ

ଭୁବନେଶ୍ୱର,୨୨ା୫(ବ୍ୟୁରୋ): ମହାମାରୀ କୋଭିଡ୍‌-୧୯ର ମୁକାବିଲା ପାଇଁ ୧୮ରୁ ୪୪ ବର୍ଷ ବର୍ଗର ବ୍ୟକ୍ତିଙ୍କୁ ମାଗଣାରେ ଟିକା ଯୋଗାଇ ଦିଆଯିବ। ଏହି ଲକ୍ଷ୍ୟ ହାସଲ କରିବାକୁ ରାଜ୍ୟ...

୨୪ରୁ ଗୋପାଳପୁର ବେଳାଭୂମି ମହୋତ୍ସବ: ବଲିଉଡ୍‌ ଗାୟକ ସୋନୁ ନିଗମ, ଶାନ୍‌ ଆକର୍ଷଣ

ଛତ୍ରପୁର,୧୧ା୧୨(ଡି.ଏନ.ଏ)-ଚଳିତ ମାସ ୨୪ ରୁ ୨୮ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ଗୋପାଳପୁର ବେଳାଭୂମି ମହୋତ୍ସବ ଅନୁଷ୍ଠିତ ହେବ ା ଏଥିପାଇଁ ଗୋପାଳପୁର ବେଳାଭୂମି...

Advertisement
Archives

Model This Week