ବିନା ପଞ୍ଜୀକରଣରେ ସ୍କୁଟି ବିକ୍ରି:ଡିଲରଙ୍କ ଉପରେ ୧ ଲକ୍ଷ ଜରିମାନା

କଟକ ଅଫିସ,୧୭-୯:କଟକ ଜିଲା ବାରଙ୍ଗ ଥାନା ସମ୍ମୁଖରେ ଗତ ୧୨ରେ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଗାଡି ଚେକିଂ ଚାଲିଥିବାବେଳେ ଜବତ ହୋଇଥିବା ସ୍କୁଟିକୁ ନେଇ କଟକ ଆର୍‌ଟିଓ ଭୁବନେଶ୍ୱରର ଏକ ଗାଡ଼ି ଡିଲରଙ୍କୁ ୧ ଲକ୍ଷ ଟଙ୍କା ଜରିମାନା କରିଛନ୍ତି। ଉକ୍ତ ଡିଲର ବିନା ପଞ୍ଜୀକରଣରେ ଖୋର୍ଦ୍ଧା ଜିଲା ଶିଖରଚଣ୍ଡୀ ଅଞ୍ଚଳର ଅରୁଣ କୁମାର ପଣ୍ଡାଙ୍କୁ ଅଗଷ୍ଟ ଶେଷ ସପ୍ତାହରେ ଗାଡ଼ିଟି ବିକ୍ରି କରିଥିଲେ। ଗତ ୧୨ରେ ବାରଙ୍ଗ ଥାନା ସମ୍ମୁଖରେ ଗାଡି ଯାଞ୍ଚ କରାଯାଉଥିଲା। ଅରୁଣଙ୍କ ଜଣେ ସମ୍ପର୍କୀୟ ମହିଳା ଉକ୍ତ ସ୍କୁଟି ନେଇ ଆସୁଥିବାବେଳେ ଯାଞ୍ଚ ସମୟରେ ଧରାପଡିଥିଲେ। ସମ୍ପୃକ୍ତ ମହିଳାଙ୍କୁ ପଚରାଉଚରା କରାଯିବାରୁ ଗାଡିଟି ପଞ୍ଜୀକରଣ ହୋଇ ନ ଥିବା ଜଣାପଡିଥିଲା। ବିନା ପଞ୍ଜୀକରଣରେ ଗାଡ଼ି ବିକ୍ରି ଅବୈଧ। ଡିଲର ପକ୍ଷରୁ ବେନିୟମ ଭାବେ ଗାଡ଼ି ବିକ୍ରି କରାଯାଇଛି ବୋଲି କଟକ ଆଞ୍ଚଳିକ ପରିବହନ ଅଧିକାରୀ(ଆର୍‌ଟିଓ) ଦୀପ୍ତିରଞ୍ଜନ ପାତ୍ର କହିଛନ୍ତି। ଅନ୍ୟପକ୍ଷରେ ସାଧାରଣରେ ଏହି ଜରିମାନା ଗାଡ଼ି ଚାଳକଙ୍କ ଉପରେ କରାଯାଇଛି ବୋଲି ଗୁଜବ ସୃଷ୍ଟି ହେଉଛି। ଜରିମାନା ଗାଡ଼ି ବିକ୍ରି କରିଥିବା ସମ୍ପୃକ୍ତ ଡିଲର ଦେବେ ବୋଲି ଆର୍‌ଟିଓ ପାତ୍ର କହିଛନ୍ତି। ଏ ଦିଗରେ ଗାଡ଼ି କ୍ରେତାମାନେ ସତର୍କ ହେବାକୁ ମଧ୍ୟ ସେ କହିଛନ୍ତି। ଅନ୍ୟପକ୍ଷରେ ସମ୍ପୃକ୍ତ ମହିଳା ଇନ୍‌ଫୋସିଟି ଥାନାରେ ଆର୍‌ଟିଓଙ୍କ ନଁାରେ ଅଭିଯୋଗ କରିଛନ୍ତି। ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ମୋ ଗାଡିକୁ ଜବତ କରାଯାଇଛି। ତୁରନ୍ତ ଗାଡିକୁ ଫେରାଇ ଦିଆଯାଉ ବୋଲି ସେ ଅଭିଯୋଗପତ୍ରରେ ଦର୍ଶାଇଛନ୍ତି। ଏ ନେଇ ଥାନାଧିକାରୀ ବିଶ୍ୱଜିତ୍‌ ମହାନ୍ତି କହିଛନ୍ତି, ଉକ୍ତ ଅଭିଯୋଗର କୌଣସି ସତ୍ୟତା ନାହିଁ। ଏ ସମ୍ପର୍କରେ ଆମେ ଆର୍‌ଟିଓଙ୍କ ସହିତ କଥା ହୋଇଥିଲୁ। ସେ କହିଥିଲେ ନିୟମ ଅନୁଯାୟୀ ସମ୍ପୃକ୍ତ ଡିଲରଙ୍କ ଉପରେ ଜରିମାନା କରାଯାଇଛି। ସେ ଟଙ୍କା ପଇଠ କରିବା ପରେ ଗାଡି ନେଇ ସମ୍ପୃକ୍ତ ମହିଳାଙ୍କୁ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତିଶ୍ରୁତି ଦେଇଥିବା ଅଧିକାରୀଙ୍କୁ ପାଇଲେନି: ଲୋକେକାର୍ଯ୍ୟ ବନ୍ଦକରି ବିଦ୍ୟୁତ୍‌ ଅଫିସ ଘେରିଲେ

ଭୁବନେଶ୍ୱର, ୧୪ା୫(ବ୍ୟୁରୋ)- ତାରିଖ ପରେ ତାରିଖ ଘୁଞ୍ଚୁଛି। ହେଲେ ମିଳିପାରୁନି ବିଦ୍ୟୁତ୍‌ ସେବା। ବାତ୍ୟା ପରଠାରୁ ବିନା ବିଦ୍ୟୁତ୍‌ରେ ଛଟପଟ ହେଉଥିବା ବିପନ୍ନମାନେ ଧୈର୍ଯ୍ୟହରାଇ ଆନ୍ଦୋଳନାତ୍ମକ...

‘ମହାପ୍ରଭୁଙ୍କ ଡୋରି ଲାଗିଲେ ନିଶ୍ଚୟ ଗାଇବି ଗୀତ’

ଭୁବନେଶ୍ୱର,୨୧ା୫(ବ୍ୟୁରୋ): ଓଲିଉଡ୍‌ର ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ନାଁରେ ସଙ୍ଗୀତକାର ଜାପାନୀ ଥାନାରେ ଅଭିଯୋଗ ପରେ ହ୍ୟୁମାନ ମୁହଁ ଖୋଲିଛନ୍ତି। ହ୍ୟୁମାନଙ୍କ ନାଁରେ ଥିବା ଏକ...

ବିବାହ ବନ୍ଧନରେ ବାନ୍ଧିହେଲେ ପାଲଲହଡା ବିଧାୟକ

ପାଲଲହଡ଼ା, ୧୩।୫(ଡି.ଏନ୍‌.ଏ.): ଅନୁଗୋଳ ଜିଲା ପାଲଲହଡାର ଯୁବ ବିଧାୟକ ମୁକେଶ ପାଲ ଶୁକ୍ରବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ହିନ୍ଦୁ ରୀତିନୀତି ଅନୁଯାୟୀ ଅନୁଗୋଳସ୍ଥିତ...

ଆନ୍ଦୋଳନରୁ ଓହରିଲେ ପାଚିକା ସହାୟିକା

ଭୁବନେଶ୍ୱର,୨୭।୧୨(ବ୍ୟୁରୋ):୧୩ ଦଫା ଦାବି ନେଇ ଦୀର୍ଘଦିନ ଧରି ଆନ୍ଦୋଳନ ଚଳାଇ ଆସୁଥିବା ପାଚିକା ସହାୟିକା ଶେଷରେ ଧାରଣାରୁ ଉଠିଛନ୍ତି। ଦେଢ଼ମାସ ମଧ୍ୟରେ ଦାବି ପୂରଣ କରାଯିବ...

କୋରାପୁଟରେ ରାଜ୍ୟର ଷଷ୍ଠ ପ୍ଲାଜମା ବ୍ୟାଙ୍କ ଉଦ୍‌ଘାଟିତ

କୋରାପୁଟ,୨୭ା୮ (ସ୍ବ.ପ୍ର.)-କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ଗୁରୁବାର ରାଜ୍ୟର ଷଷ୍ଠ ପ୍ଲାଜମା ବ୍ୟାଙ୍କ ଉଦ୍‌ଘାଟିତ ହୋଇଯାଇଛି । ଭିଡିଓ କନଫରେନ୍ସ...

ଲଗାଣ ବର୍ଷା: ୨ ଲକ୍ଷ ଲୋକ ପ୍ରଭାବିତ

ଭୁବନେଶ୍ୱର, ୧୪।୮(ବ୍ୟୁରୋ): ଗତ କିଛି ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଲାଗି ରହିଥିବା ଯୋଗୁ ବେହାଲ୍‌ ହୋଇପଡ଼ିଛି ଜୀବନଯାତ୍ରା। ଯୋଗାଯୋଗ ଓ...

ପରକୀୟା ପ୍ରୀତି: ସ୍ବାମୀଙ୍କୁ ହତ୍ୟା ପାଇଁ ସୁପାରି

ଭୁବନେଶ୍ୱର, ୨୨ା୪(ବ୍ୟୁରୋ):ଇଞ୍ଜିନିୟର ସ୍ବାମୀଙ୍କ ବଦଳି ପରେ ସ୍ତ୍ରୀଙ୍କୁ ନେବାଆଣିବା କରିବା ଭିତରେ ତାଙ୍କ ସହ ଡ୍ରାଇଭରଙ୍କ ଗଢ଼ିଉଠେ ପ୍ରେମ ସମ୍ପର୍କ। ସ୍ବାମୀଙ୍କ ବାରଣ ସତ୍ତ୍ୱେ ଚାଲେ...

ଅର୍ଥ ଆସୁନି, କାମ ଆଗଉନି

ବାଲେଶ୍ୱର ଅଫିସ, ୩୦।୫ (ମାନସ ବିଶ୍ୱାଳ): କୋଷ୍ଟାଲ ହାଇଓ୍ବେ ନିର୍ମାଣ ହେଲେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ଘଟିବ। ଏହି ଲକ୍ଷ୍ୟରେ...

Advertisement
Archives

Model This Week