ବିନା ଟିକେଟ ଯାତ୍ରୀଙ୍କ ଠାରୁ ରେଲଓ୍ବେ ଆୟ କରିଛି ୧୩୭୭ କୋଟି

ନୂଆଦିଲ୍ଲୀ,୨୭-୮: ଗତ ୩ ବର୍ଷର ଭାରତୀୟ ରେଲଓ୍ବେ ବିନା ଟିକେଟ ଯାତ୍ରୀଙ୍କ ଠାରୁ ଜରିମାନା ବାବଦରେ ୧୩୭୭ କୋଟି ଟଙ୍କା ଆୟ କରିଛି। ଏଥିଯୋଗୁ ମନ୍ତ୍ରଣାଳୟର ଆୟ ୩୧ ପ୍ରତିଶତ ବୃଦ୍ଧି ପାଇଛି। ସୂଚନା ଅଧିକାର ଆଇନ(ଆର୍‌ଟିଆଇ) ଅଧୀନରେ ପ୍ରାପ୍ତ ସୂଚନାରୁ ଏହା ଜଣାପଡିଛି। ୨୦୧୬ରୁ ୨୦୧୯ ମଧ୍ୟରେ ଏହି ଜରିମାନା ଓ ଟିକେଟ ମୂଲ୍ୟ ବାବଦରେ ଆଦାୟ ହୋଇଛି ବୋଲି ଉକ୍ତ ସୂଚନାରୁ ଜଣାପଡିଛି। ସୂଚନାଥାଉ କି, ୨୦୧୮ରେ ପାର୍ଲାମେଣ୍ଟର ଏକ କନଭେନ୍‌ଶନ କମିଟି ୨୦୧୬-୧୭ରେ ରେଲଓ୍ବେର ଆର୍ଥିକ ରିପୋର୍ଟ ଅନୁଧ୍ୟାନ କରିବା ପରେ ବିନା ଟିକେଟ ଯାତ୍ରୀଙ୍କ ଯୋଗୁ ରାଷ୍ଟ୍ରୀୟ ପରିବହନ ପ୍ରଭୁତ କ୍ଷତି ସହୁଥିବା ନେଇ ଚିନ୍ତାବ୍ୟକ୍ତ କରିଥିଲେ। ଏହାପରେ ବିନା ଟିକେଟ ଯାତ୍ରୀଙ୍କ ବିରୋଧରେ ସାରା ଦେଶରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ରେଲଓ୍ବେ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ପ୍ରାପ୍ତ ସୂଚନାନୁଯାୟୀ ୨୦୧୬-୧୭ରେ ୪୦୫.୩୦ କୋଟି ଟଙ୍କା, ୨୦୧୭-୧୮ରେ ୪୪୧.୬୨ କୋଟି ଓ ୨୦୧୮-୧୯ରେ ୫୩୦.୦୬ କୋଟି ଟଙ୍କା ବିନା ଟିକେଟ ଯାତ୍ରୀଙ୍କ ଠାରୁ ଜରିମାନା ବାବଦରେ ଆୟ କରିଛି। ରେଲଓ୍ବେ ୨୦୧୮ ଏପ୍ରିଲରୁ ଜାନୁୟାରୀ ୨୦୧୯ ମଧ୍ୟରେ ୮୯ ଲକ୍ଷ ବିନା ଟିକେଟ ଯାତ୍ରୀଙ୍କୁ ଧରିଥିଲା। ସୂଚନାଥାଉ କି, ନିୟମ ଅନୁଯାୟୀ ବିନା ଟିକେଟ ଯାତ୍ରୀଙ୍କ ଠାରୁ ୨୫୦ ଟଙ୍କା ଜରିମାନା ଏବଂ ଟିକେଟ ମୂଲ୍ୟ ଆଦାୟ କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଏନ୍‌ଆଇପିଏଫ୍‌ପିର ଅଧ୍ୟକ୍ଷ ଭାର ସମ୍ଭାଳିବେ ଉର୍ଜିତ

ନୂଆଦିଲ୍ଲୀ,୧୯।୬: ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ)ର ପୂର୍ବତନ ଗଭର୍ନର ଉର୍ଜିିତ ପଟେଲ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ପବ୍ଲିକ ଫାଇନାନ୍ସ ଆଣ୍ଡ ପିଲିସି(ଏନ୍‌ଆଇପିଏଫ୍‌ପି)ର ଅଧ୍ୟକ୍ଷ ଭାର ସମ୍ଭାଳିବେ।...

ସାନିଟାଇଜର ପ୍ରସ୍ତୁତି ଲାଗି ଅଧିକ କମ୍ପାନୀଙ୍କୁ ଅନୁମତି

ନୂଆଦିଲ୍ଲୀ,୨୭। ୩: କରୋନା ପାଇଁ ଏବେ ସାରା ଦେଶରେ ସାନିଟାଇଜର ଚାହିଦା ପ୍ରବଳମାତ୍ରାରେ ବୃଦ୍ଧି ଘଟିଛି। ଏବେ ଲକ୍‌ଡାଉନ ଚାଲିଥିବା ବେଳେ ଲୋକମାନେ ଅତ୍ୟାବଶ୍ୟକ ସାମଗ୍ରୀ...

ବୃଦ୍ଧି ପାଉଛି ଅଶୋଧିତ ତୈଳ ଆମଦାନୀ

ନୂଆଦିଲ୍ଲୀ, ୨୨ା୫: ବିଶ୍ୱର ତୃତୀୟ ସର୍ବାଧିକ ଅଶୋଧିତ ତୈଳ ଆମଦାନୀ କରୁଥିବା ଭାରତ ଏପ୍ରିଲରେ ଗତ ସାଢେ ୩ ବର୍ଷ ମଧ୍ୟରେ ସର୍ବାଧିକ ତୈଳ ଗ୍ରହଣ କରିଛି।...

ଘରୋଇ କମ୍ପାନୀଙ୍କୁ ମିଳିପାରେ ଟ୍ରେନ ପରିଚାଳନା ଅଧିକାର

ନୂଆଦିଲ୍ଲୀ,୨୦।୬: କେନ୍ଦ୍ର ସରକାର କେତେକ ରୁଟ୍‌ରେ ପାସେଞ୍ଜର ଟ୍ରେନ ପରିଚାଳନା ଦାୟିତ୍ୱ ଘରୋଇ କମ୍ପାନୀଙ୍କ ହାତରେ ଟେକିଦେବାକୁ ଗମ୍ଭୀରତାର ସହ ବିଚାର କରୁଛନ୍ତି। ରେଲଓ୍ବେ ବୋର୍ଡର...

ବାତ୍ୟା ଅଞ୍ଚଳରେ ବ୍ୟାଙ୍କିଙ୍ଗ ନେଇ ୟୁକୋ ବ୍ୟାଙ୍କର ପଦକ୍ଷେପ

ଭୁବନେଶ୍ୱର,୧୨-୫ : ଫନୀ ଯୋଗୁ ବିଶେଷ ପ୍ରଭାବିତ କଟକ, ପୁରୀ ଏବଂ ଖୋର୍ଦ୍ଧା ଜିଲାରେ ବ୍ୟାଙ୍କିଙ୍ଗ ସେବା ପ୍ରଭାବିତ ହୋଇଛି। ୟୁକୋ ବ୍ୟାଙ୍କ ଏହି ସ୍ଥାନଗୁଡିକରେ...

ମେଟ୍ରୋ ଟ୍ରେନ ଯାତ୍ରା ଲାଗି ଆସିବ ଏକକ କାର୍ଡ

ନୂଆଦିଲ୍ଲୀ,୧୬-୬: ମେଟ୍ରୋ ରେଳ ଯାତ୍ରୀଙ୍କ ଲାଗି କେନ୍ଦ୍ର ସରକାର ଖୁବଶୀଘ୍ର ଏକ ନୂଆ କାର୍ଡ ଆଣିବାକୁ ଯାଉଛନ୍ତି। ଏହାଦ୍ୱାରା ଦେଶର ସମସ୍ତ ମେଟ୍ରୋ ରେଳରେ ଯାତ୍ରା...

ଅଏଲ୍‌ ଇଣ୍ଡିଆକୁ ସାଇବର ଆକ୍ରମଣ

ଗୁଆହାଟୀ/ନୂଆଦିଲ୍ଲୀ,୧୪ା୪: ଭାରତର ଅନ୍ୟତମ ପ୍ରମୁଖ ରାଷ୍ଟ୍ରାୟତ୍ତ ତୈଳ ଉତ୍ପାଦନକାରୀ କମ୍ପାନୀ ଅଏଲ୍‌ ଇଣ୍ଡିଆ ଲିମିଟେଡ୍‌ (ଅଏଲ୍‌) ଉପରେ ସାଇବର ଆକ୍ରମଣ ହୋଇଛି। ଆସାମ ଦିବ୍ରୁଗଡ଼ ଜିଲାର...

ଏକ ରାଷ୍ଟ୍ର, ଏକ ରାଶନ କାର୍ଡ ଲାଗୁ;ରାଜ୍ୟଗୁଡ଼ିକୁ ବର୍ଷେ ମିଳିଲା

ନୂଆଦିଲ୍ଲୀ,୩୦-୬: କେନ୍ଦ୍ର ସରକାର ସାରା ଦେଶରେ ‘ଏକ ରାଷ୍ଟ୍ର, ଏକ ରାଶନ କାର୍ଡ’ ବ୍ୟବସ୍ଥା ଲାଗୁ କରିବାକୁ ଯାଉଛନ୍ତି। ରାଜ୍ୟ ସରକାରଗୁଡ଼ିକୁ ଏଥିପାଇଁ ଆସନ୍ତାବର୍ଷ ଜୁନ୍‌...

Advertisement
Archives

Model This Week