ବିଧାୟକ କହିଲେ, ଫୁଲମାଳ ନୁହେଁ ମୋତେ ବହି ଦରକାର

ଥିରୁଭାନନ୍ତପୁରମ୍‌, ୨୧।୧୧: ଆଜିକାଲି ସୋସିଆଲ ମିଡିଆରେ କେରଳର ଜଣେ ବିଧାୟକଙ୍କ ଫଟୋ ଏବଂ କାହାଣୀ ବେଶ୍‌ ଭାଇରାଲ ହେବାରେ ଲାଗିଛି। ସେ ନିଜ ଫେସବୁକରେ ଏକ ଫଟୋ ପୋଷ୍ଟ କରିଥିଲେ। ଯାହାର କ୍ୟାପଶନରେ ସେ ଲେଖିଥିଲେ, ଲୋକମାନେ ମୋତେ ଯେବେ ବି ଭେଟୁଛନ୍ତି, ଫୁଲମାଳ ନୁହେଁ, ବହି ଦିଅନ୍ତୁ। ଭଟ୍ଟିୟୋରକୋବୁର ବିଧାୟକ ଭି.କେ. ପ୍ରଶାନ୍ତଙ୍କ ଏଭଳି ଅପିଲ ଯୋଗୁ ସେ ବେଶ୍‌ ପ୍ରଶଂସିତ ହୋଇଛନ୍ତି। ସୂଚନାଯୋଗ୍ୟ, ଲୋକଙ୍କୁ ଏଭଳି ଅପିଲ୍‌ କରିବା ପଛେରେ ଏକ କାରଣ ମଧ୍ୟ ରହିଛି। ସେ ଚାହୁଁଛନ୍ତି, ବହି ମିଳିଲେ ସେ ନିଜ ନିର୍ବାଚନ କ୍ଷେତ୍ରରେ ଥିବା ସରକାରୀ ସ୍କୁଲଗୁଡିକୁ ସେଗୁଡିକୁ ଦାନ କରିବେ। ଏହାଦ୍ୱାରା ପିଲାମାନେ ଉପକୃତ ହେବେ। ଏହାସହ ସେ ଏକ ଲାଇବ୍ରେରୀ ଖୋଲିବାକୁ ମଧ୍ୟ ଚାହୁଁଛନ୍ତି। ଏପର୍ଯ୍ୟନ୍ତ ତାଙ୍କ ୩୫ ଶହରୁ ଊର୍ଦ୍ଧ୍ୱ ବହି ତାଙ୍କୁ ଉପହାର ସ୍ବରୂପ ମିଳିସାରିଲାଣି। ୨୦୧୮ରେ କେଳରେ ଭୟଙ୍କର ବନ୍ୟାବେଳେ ବିଧାୟକ ପ୍ରଶାନ୍ତ ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କୁ ସମୟତା ପ୍ରଦାନ କରିଥିଲେ। ତାଙ୍କୁ ଲୋକେ ‘ମେୟର ବ୍ରୋ’କହି ଡାକନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଶ୍ମୀର ସେଓକୁ ଝୁରୁଛନ୍ତି ଲାଲୁ

ରାଞ୍ଚି,୧୨।୮: ଜେଲ୍‌ରେ ବନ୍ଦୀ ଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡ଼ି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ବର୍ତ୍ତମାନ ନିଜ ପସନ୍ଦର କଶ୍ମୀର ସେଓକୁ ଝୁରୁଥିବା...

ନେତାଜୀଙ୍କ ସ୍ମୃତିରେ…

ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଏହି ନାଁ ହିଁ ଯଥେଷ୍ଟ ମନରେ ଦେଶପ୍ରୀତି, ଦେଶଭକ୍ତି ଜାଗ୍ରତ କରିବା ପାଇଁ। ଓଡ଼ିଶା ମାଟିରେ ଜନ୍ମିତ ଏହି ମହାନ୍‌...

ପଣ୍ଡିତ କିଏ? କୁହ ଜ୍ଞାନୀ କିଏ?

ଆମେ ଦେଖୁ ଯେ ସଂସାରରେ ଯିଏ ଭଲ ଦି’ପଦ କହିପାରିଲା, କଥା କଥାକେ ଶାସ୍ତ୍ର ପୁରାଣର ଉଦାହରଣ ଦେଇ ପ୍ରସଙ୍ଗ ସହିତ ଜଡ଼ିତ ଥାଉ କି...

କମୁଛି ସଂକ୍ରମଣ

ନୂଆଦିଲ୍ଲୀ,୩୦।୭: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଥମିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ କରୋନା ସଂକ୍ରମଣ ୪୪,୨୩୦ଟି...

ପୁଣି ଆଟର୍ଣ୍ଣି ଜେନେରାଲ ହୋଇପାରନ୍ତି ମୁକୁଲ ରୋହତଗି

ନୂଆଦିଲ୍ଲୀ,୧୩।୯: ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ ପୁଣିଥରେ ଭାରତର ଆଟର୍ଣ୍ଣି ଜେନେରାଲ ହୋଇପାରନ୍ତି। ରୋହତଗୀ ୨୦୧୪ ରୁ ୨୦୧୭ ପର୍ଯ୍ୟନ୍ତ ଦେଶର ଆଟର୍ଣ୍ଣି ଜେନେରାଲ ମଧ୍ୟ...

୧୦୦ ବିଲିୟନ ଡଲାର ନିବେଶ କରିବ ସୌଦି

ନୂଆଦିଲ୍ଲୀ,୩୦ା୯(ପି.ଟି.): ବିଶ୍ୱର ସର୍ବବୃହତ ତୈଳ ରପ୍ତାନିକାରୀ ରାଷ୍ଟ୍ର ସୌଦି ଆରବ ଭାରତର ପେଟ୍ରୋକେମିକାଲ, ଭିତ୍ତିଭୂମି ଓ ଖଣି ସେକ୍ଟରରେ ୧୦୦ ବିଲିୟନ ଡଲାର ପୁଞ୍ଜିନିବେଶ କରିବାକୁ...

ରେଲଓ୍ବେର ହେବନି ସମ୍ପୂର୍ଣ୍ଣ ଘରୋଇ କରଣ

ନୂଆଦିଲ୍ଲୀ,୧୬।୩: ରେଲଓ୍ବେର ସମ୍ପୂର୍ଣ୍ଣ ଘରୋଇ କରଣ ହେବ ନାହିଁ। ଏହାର କିଛି ଅଂଶ ଘରୋଇ କରଣ ହେବ ବୋଲି ମଙ୍ଗଳବାର ରେଳମନ୍ତ୍ରୀ ପୀୟୂଷ ଗୋଏଲ୍‌ ଲୋକ...

ଗଛ ଉପରକୁ ଚଢ଼ି ପଣସ ତୋଳିଲା ହାତୀ, ଭିଡିଓ ଭାଇରାଲ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

Advertisement
Archives

Model This Week