ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ

ଆନନ୍ଦପୁର,୨୮।୭(ସ୍ବ.ପ୍ର.) : କେନ୍ଦୁଝର ଜିଲା ଆନନ୍ଦପୁରରେ ବିଧାୟକଙ୍କ ଦ୍ୱାରା ରବିବାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି। ଆନନ୍ଦପୁର ପୌରପରିଷଦର ଜଳଯୋଗାଣ ହୋଇ ନ ଥିବା ଅବଶିଷ୍ଟାଂଶକୁ ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଣ ନିମନ୍ତେ ୧କୋଟି ୧୦ ଲକ୍ଷ ୮୬ ହଜାର ଟଙ୍କାର ପ୍ରକଳ୍ପକୁ ଫକୀରପୁରଠାରେ ବିଧାୟକ ଭାଗୀରଥି ସେଠୀ ଶିଳାନ୍ୟାସ କରିଛନ୍ତି। ୧୧ନଂ.ଓ୍ବାର୍ଡ ଫକୀରପୁରର ପେଣ୍ଠଠାରୁ ବାଲିପଡ଼ା,ବାଲୁଙ୍କେଶ୍ୱର ମନ୍ଦିର ରାସ୍ତାର ନୂତନ ବିଦ୍ୟୁତ୍‌କରଣ ନିମନ୍ତେ ଏକ ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ କରାଯାଇଛି। ସେହିପରି ମହାନଦୀ ବଞ୍ଚାଅ ଅଭିଯାନ କ୍ରମରେ ବୈତରଣୀ ନଦୀପାର୍ଶ୍ୱରେ ବ୍ୟାପକ ବୃକ୍ଷରୋପଣ କରାଯିବା ନିମନ୍ତେ ଟୁକୁଣାଠାରେ ଏକ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବିଧାୟକ ସେଠୀଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହାଇକୋର୍ଟଙ୍କ ନିର୍ଦ୍ଦେଶ: ଖାଦ୍ୟ ସୁରକ୍ଷା ଆଇନ ଉପରେ ହେବ ସୋସିଆଲ ଅଡିଟ୍‌

କଟକ ଅଫିସ,୨୫ା୧୨: ରାଜ୍ୟରେ ଖାଦ୍ୟ ସୁରକ୍ଷା ଆଇନର ବାସ୍ତବ କାର୍ଯ୍ୟକାରିତା ସଂକ୍ରାନ୍ତରେ ସୋସିଆଲ ଅଡିଟ୍‌ କରାଯିବ। ଏହି ଅଡିଟ୍‌ ଦ୍ୱାରା ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ...

ଭାଲୁ ଆକ୍ରମଣରେ ୨ ଯୁବକ ଗୁରୁତର

କେନ୍ଦୁଝର/ସଜନାଗଡ଼,୨୯।୪(ଡି.ଏନ.ଏ.)-ବାଲେଶ୍ୱର ଓ କେନ୍ଦୁଝର ଜିଲାରେ ମଙ୍ଗଳବାର ୨ଜଣ ଯୁବକ ଭାଲୁ ଆକ୍ରମଣର ଶିକାର ହୋଇଛନ୍ତି। ବାଲେଶ୍ୱର ଜିଲା ନୀଳଗିରି ଥାନା ଅଧୀନ ଗୁହାଳିଆ ଗ୍ରାମର କରୁଣାକର...

ନିୟମ ଉଲ୍ଲଂଘନକାରୀଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖିବାକୁ ନିର୍ଦ୍ଦେଶ

ଛତ୍ରପୁର,୩୧ା୩(ଡି.ଏନ.ଏ)-ଲକ୍‌ଡାଉନ୍‌କୁ ବେଖାତିର କରି କେତେକ ଯୁବଗୋଷ୍ଠୀ ବାହାରେ ବୁଲିବା ଅଭ୍ୟାସ ଛାଡୁନାହାନ୍ତି। ସମସ୍ତ ପ୍ରଶାସନିକ ଚେଷ୍ଟା ସତ୍ତ୍ୱେ ନ ସୁଧୁରିଲେ ସେମାନଙ୍କୁ ଧରି ୧୪ ଦିନ...

ବରୀ ବ୍ଲକରୁ ଆଉ ଜଣେ ନୂଆ କରୋନା ପଜିଟିଭ ଚିହ୍ନଟ

ବରୀ, ୧୬।୫(ସ୍ବ.ପ୍ର.): ଯାଜପୁର ଜିଲା ବରୀ ବ୍ଲକ ଅଞ୍ଚଳରେ ଦିନକୁ ଦିନ କରୋନା ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଶନିବାର ସକାଳୁ ପୁଣି ଜଣେ...

ଅବହେଳିତ ଅବସ୍ଥାରେ ହଦଗଡ଼ ପର୍ଯ୍ୟଟନସ୍ଥଳୀ

ହାଟଡିହୀ, ୬।୬(ସ୍ବ.ପ୍ର.)-କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅନ୍ତର୍ଗତ ହଦଗଡ଼ ପର୍ଯ୍ୟଟନ ସ୍ଥଳୀ ସାରା ଓଡ଼ିଶାରେ ବେଶ୍‌ ଖ୍ୟାତ। ଶାଳନ୍ଦୀ ଡ୍ୟାମ, ହସ୍ତୀ ଅଭୟ୍ୟାରଣ୍ୟ ଓ ବଣ...

୧୫ ଦିନ ହେଲା ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ଟ୍ରାନ୍ସଫର୍ମର ଅଚଳ: ବ୍ରାହ୍ମଣୀରେ ମିଶୁଛି ନର୍ଦ୍ଦମା ପାଣି

ତାଳଚେର,୨୦ା୫(ନି.ପ୍ର.) ତାଳଚେର ସ୍ବେରେଜ ବୋର୍ଡ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟର ଟ୍ରାନ୍ସଫର୍ମର ୧୫ ଦିନ ହେଲା ଅଚଳ ହୋଇପଡିଛି। ଫଳରେ ସହରର ସମସ୍ତ ଡ୍ରେନ୍‌ ପାଣି ବିଶୋଧନ ହୋଇ...

ବିଦ୍ୟୁତ୍‌ ଆଘାତରେ ଯୁବକଙ୍କ ମୃତ୍ୟୁ: କ୍ଷତିପୂରଣ ଦାବିରେ ଧାରଣା

ଧାମନଗର,୫।୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ କଲ୍ୟାଣି ଗ୍ରାମର ଜଣେ ଯୁବକ ବିଦ୍ୟୁତ୍‌ ଆଘାତରେ ପ୍ରାଣ ହରାଇଛନ୍ତି। ମୃତକ ହେଲେ ଭାସ୍କର ବେହେରା। ସୋମବାର ରାତିରେ...

ଗୁଳି ଓ ଏସିଡ୍‌ ମାଡ଼ କରି ସୁନା ଦୋକାନରୁ ଲୁଟ୍‌ ଉଦ୍ୟମ: ୩ଜଣଙ୍କୁ ଛେଚି ପୋଲିସର ଜିମା ଦେଲେ ଲୋକେ

ବାରିପଦା ଅଫିସ,୮।୧୧- ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ମାଣତ୍ରୀ ରୋଡ଼ ସ୍ଥିତ ବିଶ୍ୱକର୍ମା ସୁନା ଦୋକାନରୁ ଶୁକ୍ରବାର ଲୁଟ ଉଦ୍ୟମ ହୋଇଛି। ତେବେ ସ୍ଥାନୀୟ...

Advertisement


Archives

Model This Week