Posted inଜାତୀୟ

ବିଧାନସଭା ସମ୍ମୁଖରେ ଶାର୍ଟ ଖୋଲି ଧାରଣା ଦେଲେ ଏସ୍‌ପି ବିଧାୟକ

ଲକ୍ଷ୍ନୌ/ମଓ,୧୭।୧୨: ଜାମିଆ ବିଶ୍ୱବିଦ୍ୟାଳୟର ଛାତ୍ରଙ୍କ ଉପରେ ହୋଇଥିବା ଲାଠିଚାର୍ଜକୁ ବିରୋଧ କରି ଉତ୍ତରପ୍ରଦେଶ ଲକ୍ଷ୍ନୌ ବିଧାନସଭା ବାହାରେ ସାମାଜବାଦୀ ପାର୍ଟି(ଏସ୍‌ପି)ର ନେତା ଓ କର୍ମକର୍ତ୍ତମାନେ ଧାରଣା ଦେଇଛନ୍ତି। ଜଣେ ଏସ୍‌ପି ବିଧାୟକ ନିଜ ଶାର୍ଟ ଖୋଲି ନିଆରା ଢଙ୍ଗରେ ପ୍ରଦର୍ଶନ କରିଥିବା ବେଳେ ଅନ୍ୟ ଜଣେ ବିଧାୟକ ନଇମ ଉଲ୍‌ ହସନ ହାତରେ ଭାରତ ମାନଚିତ୍ରର ପୋଷ୍ଟର ଓ ସମ୍ବିଧାନର ବହି ଧରିବା ସହ ଲୁହାର ବେଡି ପକାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଅପରପକ୍ଷେ ନାଗରିକତା ସଂଶୋଧନ ଆଇନ ବିରୋଧରେ ମଓରେ ହିଂସାତ୍ମକ ପ୍ରଦର୍ଶନ ପରେ ଏବେ ଶାନ୍ତ ପଡ଼ିଥିବା ଜଣାପଡ଼ିଛି। ଏଠାରେ ଏବେ ପରିସ୍ଥିତ ଶାନ୍ତ ଥିବା ବେଳେ ସହରର ଦକ୍ଷିଣ ଟୋଲା ଅଞ୍ଚଳରେ ପୋଲିସ ଓ ପିଏସିଙ୍କ ମାର୍ଚ୍ଚ କରାଯାଇ ସ୍ଥିତି ଉପରେ ନଜର ରଖାଯାଇଛି ବୋଲି ଏଡିଜି ଆଶୁତୋଷ ପାଣ୍ଡେ କହିଛନ୍ତି। ଏଥିସହ ପୂରା ଜିଲାରେ ଇଣ୍ଟରନେଟ ସେବା ବାଧାପ୍ରାପ୍ତ ହୋଇଛି। ତେବେ ସହରରେ ହିଂସା ଥମିବା ପରେ ଭିଡିଓକୁ ଆଧାର କରି ପୋଲିସ ୧୯ଜଣଙ୍କୁ ଗିରଫ କରିଥିବା ବେଳେ ୮ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା କରୁଛି। ସେହିପରି ଏନେଇ ପ୍ରୟାଗରାଜରେ ୧୪୪ଧାରା ଲାଗୁ କରାଯାଇଥିବା ନେଇ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗତ ୨୪ ଘଣ୍ଟାରେ ସୁସ୍ଥ ହେଲେ ୨,୩୫୦ କରୋନା ସଂକ୍ରମିତ

ନୂଆଦିଲ୍ଲୀ,୧୯।୫: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ଅତିକ୍ରମ କରିଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ କିନ୍ତୁ ୨,୩୫୦ ରୋଗୀ ସୁସ୍ଥ ହେବା...

କୋଭିଡ-୧୯: ମୋଦିଙ୍କ ଅନୁରୋଧକୁ ସମର୍ଥନ କଲା ବଲିଉଡ୍‌

ମୁମ୍ବାଇ,୩।୪: କରୋନା ଭାଇରସ ଏବେ ସାରା ଦେଶରେ ତା’ର କାୟା ବିସ୍ତାର କରିବା ଆରମ୍ଭ କରିଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୫ ତାରିଖରେ ରାତି...

ପୁଣି ଏକ ବାତ୍ୟା ଆଶଙ୍କା: ସତର୍କ କଲା ପାଣିପାଗ ବିଭାଗ

ନୂଆଦିଲ୍ଲୀ,୩୧।୫: ଅମ୍ଫନ୍‌ ପରେ ପୁଣି ଏକ ବାତ୍ୟା ଆଶଙ୍କା। ଆରବ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଘୂର୍ଣ୍ଣିବଳୟରେ ପରିଣତ ହେବ...

ତେଲେଙ୍ଗାନା ବିଧାନସଭାରେ ସିଏଏ, ଏନ୍‌ଆରସି, ଏନ୍‌ପିଆରକୁ ବିରୋଧ

ହାଇଦ୍ରାବାଦ,୧୬।୩: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ), ଏନ୍‌ଆରସି ଓ ଏନ୍‌ପିଆର ବିରୋଧରେ ତେଲେଙ୍ଗାନା ବିଧାନସଭାରେ ଏକ ପ୍ରସ୍ତାବ ପାସ୍‌ ହୋଇଛି। ସୋମବାର ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ...

କଙ୍ଗନାଙ୍କୁ ମିଳିବ ସ୍ବତନ୍ତ୍ର ସୁରକ୍ଷା

ମୁମ୍ବାଇ,୭।୯: ବଲିଉଡ୍‌ ନାୟିକା କଙ୍ଗନା ରାନାଓ୍ବତ ଓ ମହାରାଷ୍ଟ୍ର ସରକାରଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ପ୍ରାୟ ୨ ଦିନ ପୂର୍ବରୁ ଶିବସେନା ଏମ୍‌ପି ସଞ୍ଜୟ...

ଅପରେଶନ୍‌ ଅଲ୍‌ ଆଉଟ୍‌: ୬ ମାସରେ ୧୧୪ ଆତଙ୍କବାଦୀ ନିହତ

ଶ୍ରୀନଗର,୨୪।୬: ଜମ୍ମୁ-କଶ୍ମୀରରେ ଜାରି ରହିଥିବା ଅପରେଶନ ଅଲ୍‌ ଆଉଟ୍‌ରେ ମିଳିତ ସୁରକ୍ଷାକର୍ମୀଙ୍କୁ ସଫଳତା ମିଳିଛି। ଗତ ୬ ମାସ ମଧ୍ୟରେ ୧୪୪ ଜଣ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର...

ଅତ୍ୟଧିକ ଶାରୀରିକ ଶ୍ରମ ଭାରତୀୟ ଗ୍ରାମୀଣ ମହିଳାଙ୍କୁ କରୁଛି ରୁଗ୍‌ଣ: ସର୍ଭେ ରିପୋର୍ଟ

ଲଣ୍ଡନ,୨୭।୬: ଅତ୍ୟଧିକ ଶାରୀରିକ ଶ୍ରମ ଯୋଗୁ ଭାରତୀୟ ଗ୍ରାମୀଣ ମହିଳା ରୁଗ୍‌ଣ ହେବାରେ ଲାଗିଛନ୍ତି। ଏହା ସହିତ ଉପଯୁକ୍ତ ପୋଷଣର ଅଭାବ ଯୋଗୁ ଏଭଳି ମହିଳାଙ୍କ...

ହରିୟାଣାରେ ପବନରେ ହେବ ଆଳୁ ଚାଷ

କରନାଲ,୨୪।୧୨: ସାଧାରଣତଃ ମାଟିରେ ଆଳୁ ଚାଷ ହୋଇଥାଏ। ତେବେ ଏବେ ହରିୟାଣାରେ ପବନରେ ଆଳୁ ଚାଷ କରାଯିବ। ସାଧାରଣ ଆଳୁ ତୁଳନାରେ ଏହି ପ୍ରକାର ଚାଷରେ...

Coronavirus Update


Archives

Model This Week

Why Dharitri