Posted inରାଜ୍ୟ

ବିଧାନସଭା ଷ୍ଟାଣ୍ଡିଂ କମିଟି ରିପୋର୍ଟ : ରାଜ୍ୟରେ ଦକ୍ଷ ଶଲ୍ୟ ବିଶେଷଜ୍ଞ, ଆଇସିୟୁ ଅଭାବ

ଭୁବନେଶ୍ୱର, ୧୭ା୭(ବ୍ୟୁରୋ): କମ୍ୟୁନିଟି ହେଲ୍‌ଥ ସେଣ୍ଟର(ସିଏଚ୍‌ସି) ଓ ସବ୍‌ ଡିଭିଜନାଲ ହସ୍ପିଟାଲର ଶଲ୍ୟ ଚିକିତ୍ସା (ସର୍ଜରି) ବିଭାଗରେ ବହୁ ପଦବୀ ଖାଲି ପଡ଼ିଛି। ଏହାକୁ ପୂରଣ କରିବା ପାଇଁ ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟାପ୍ତ ଦକ୍ଷ ଶଲ୍ୟ ବିଶେଷଜ୍ଞ ନାହାନ୍ତି। ସ୍ତ୍ରୀ ଓ ପ୍ରସୂତି, ମେଡିସିନ ଏବଂ ଶିଶୁ ବିଭାଗରେ ପିଜି ଡିଗ୍ରୀ କରିଥିବା ଡାକ୍ତରମାନେ ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ଆସିଷ୍ଟାଣ୍ଟ ସର୍ଜନ ଭାବେ କାର୍ଯ୍ୟ କରୁଛନ୍ତି। ଏମାନଙ୍କୁ ସିଏଚ୍‌ସି ଓ ସବ୍‌ ଡିଭିଜନାଲ ହସ୍ପିଟାଲରେ ଶଲ୍ୟ ବିଶେଷଜ୍ଞଭାବେ ନିଯୁକ୍ତ କରାଯିବା ଉଚିତ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବିଧାନସଭା ଷ୍ଟାଣ୍ଡିଂ କମିଟି ରିପୋର୍ଟରେ ପରାମର୍ଶ ଦିଆଯାଇଛି।
କମିଟି ଉପସ୍ଥାପନ କରିଥିବା ରିପୋର୍ଟରେ ଦର୍ଶାଯାଇଛି ଯେ, ଆନାଟୋମି, ଫିଜିଓଲୋଜି, ବାୟୋକେମିଷ୍ଟ୍ରି, ଫାର୍ମାକୋଲୋଜି, ଏଫ୍‌ଏମ୍‌ଟି, ଏସ୍‌ପିଏମ୍‌ ଓ ପାର୍‌ସିଆଲି ପାଥୋଲୋଜି ଭଳି ନନ୍‌-କ୍ଲିନିକାଲ ବିଭାଗର ପିଜି ଡାକ୍ତରମାନଙ୍କୁ କୋର୍ସ ଶେଷ କରିବା ପରେ ମେଡିକାଲ କଲେଜରେ ଆସିଷ୍ଟାଣ୍ଟ ସର୍ଜନ ଭାବେ ନିଯୁକ୍ତି ଦିଆଯାଉ। ଫଳରେ ସେମାନେ ପିଲାମାନଙ୍କୁ ଶିକ୍ଷାଦାନ କରିପାରିବେ। ଏପରିକି ସିନିୟର ରେସିଡେଣ୍ଟଶିପ୍‌ ଶେଷ କରିଥିବା ଡାକ୍ତରମାନଙ୍କୁ ନିଶ୍ଚିତ ରୂପେ ଉପରୋକ୍ତ ବିଭାଗରେ ଆସିଷ୍ଟାଣ୍ଟ ସର୍ଜନ ଭାବେ ନିଯୁକ୍ତି ଦିଆଯିବା ଉଚିତ। ତେବେ ମେଡିକାଲ କଲେଜରେ ସ୍ଥାୟୀ ସହକାରୀ ପ୍ରାଧ୍ୟାପକ ଭାବେ ନିଯୁକ୍ତି ନ ପାଇଲା ପର୍ଯ୍ୟନ୍ତ ସେମାନେ କାର୍ଯ୍ୟ କରିବେ। ଅନ୍ୟପକ୍ଷରେ ଡାକ୍ତରଖାନାରେ ଆଇସିୟୁ ଅଭାବ ସଂକ୍ରାନ୍ତରେ ରିପୋର୍ଟରେ ଗୁରୁତ୍ୱ ଦିଆଯାଇଛି। ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ରୋଗୀ ଓ ଗୁରୁତର ରୋଗୀମାନେ ବିଭିନ୍ନ ହସ୍ପିଟାଲକୁ ଯାଉଛନ୍ତି। ପ୍ରଥମେ ଉପଜିଲା ଚିକିତ୍ସାଳୟ(ଏସ୍‌ଡିଏଚ୍‌), ପରେ ଜିଲା ଚିକିତ୍ସାଳୟ(ଡିଏଚ୍‌) ଓ ଶେଷରେ ମେଡିକାଲ କଲେଜକୁ ରେଫର ହେଉଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ରୋଗୀଙ୍କୁ ଆଇସିୟୁ ଅଭାବରୁ ଅନ୍ୟ ହସ୍ପିଟାଲକୁ ରେଫର କରାଯାଉଥିବା ଦେଖାଯାଉଛି। ତେଣୁ ସରକାର ଏସ୍‌ଡିଏଚ୍‌ ଓ ଡିଏଚ୍‌ଗୁଡ଼ିକରେ ଆଇସିୟୁ ୟୁନିଟ୍‌ ସ୍ଥାପନ କରିବା ସହିତ ସବୁ ପ୍ରକାର ସୁବିଧା ଯୋଗାଇଦେବା ଉଚିତ। ସେହିଭଳି କଟକ ଏସ୍‌ସିବି ସମେତ ରାଜ୍ୟର ସମସ୍ତ ମେଡିକାଲ କଲେଜରେ ଆଇସିୟୁ/ବେଡ୍‌ ସଂଖ୍ୟା ବୃଦ୍ଧି କରାଯାଉ। ମେଡିକାଲ କଲେଜ ଓ ଜିଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ଏବଂ ବିଭିନ୍ନ ବର୍ଗର କର୍ମଚାରୀଙ୍କୁ ଚିହ୍ନିବା ପାଇଁ ଭିନ୍ନ ଭିନ୍ନ ଡ୍ରେସ୍‌ କୋଡ୍‌ କରାଯାଉ। ସାଧାରଣ ଲୋକଙ୍କ ଦାବି ଅନୁସାରେ ରାଜ୍ୟର ପ୍ରତି ବ୍ଲକ୍‌ରେ ମହାପ୍ରୟାଣ ଗାଡ଼ିର ବ୍ୟବସ୍ଥା କରିବାକୁ କମିଟି ପରାମର୍ଶ ଦେଇଛି।
ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବିଧାନସଭା ଷ୍ଟାଣ୍ଡିଂ କମିଟି ବୈଠକ ଗତ ୩ ତାରିଖରେ ଅନୁଷ୍ଠିତ ହୋଇଥିଲା। ବିଧାୟକ ଅଶ୍ୱିନୀ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କମିଟି ସଦସ୍ୟ ବିଧାୟକ ପ୍ରମୋଦ କୁମାର ମଲ୍ଲିକ, ରମେଶ ଚନ୍ଦ୍ର ଜେନା, ଲତିକା ପ୍ରଧାନ, ଲକ୍ଷ୍ମଣ ମୁଣ୍ଡା, ମୀନାକ୍ଷୀ ମହାନ୍ତ, ସୁଧାଂଶୁ ଶେଖର ପରିଡ଼ାଙ୍କ ସମେତ ୧୧ଜଣ ବିଧାୟକ ଏବଂ ସଚିବ ଦାଶରଥି ଶତପଥୀ, ଯୁଗ୍ମ ସଚିବ ସୁଶୀଳା ମଲ୍ଲିକଙ୍କ ସମେତ ୪ ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀଙ୍କ କଡ଼ା ବାର୍ତ୍ତା, G7 ଶିଖର ସମ୍ମିଳନୀରେ ଉଠାଇଲେ ଭାରତୀୟ ନାବିକଙ୍କ ମୃତ୍ୟୁ ପ୍ରସଙ୍ଗ, କହିଲେ…

ନୂଆଦିଲ୍ଲୀ,୧୭।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦିନ ଫ୍ରାନ୍ସର ବିଆରଟିଜ୍ ସହରରେ ଅନୁଷ୍ଠିତ G-7 ସମ୍ମିଳନୀରେ ଯୋଗ ଦେଇଥିଲେ। G7 ନେତାଙ୍କ ସରକାରୀ ଗୋଷ୍ଠୀ ଫଟୋଗ୍ରାଫରେ ପ୍ରଧାନମନ୍ତ୍ରୀ…

ବିଜ୍ଞାନର ଆଶ୍ଚର୍ଯ୍ୟଜନକ ଚମତ୍କାର! କେବଳ ରକ୍ତ ପରୀକ୍ଷାରୁ ଜଣାପଡ଼ିବ ଆପଣଙ୍କ କେଉଁ ଅଙ୍ଗ କେତେ ବୟସ୍କ, ରୋଗ ହେବା ପୂର୍ବରୁ ମିଳିବ ସୂଚନା

ନୂଆଦିଲ୍ଲୀ,୧୭।୬(ପି.ଟି.): ମଣିଷର ପ୍ରକୃତ ବୟସ ତୁଳନାରେ ତା’ ଶରୀରର ଭିତର ଅଙ୍ଗଗୁଡ଼ିକ ଭିନ୍ନ ଭିନ୍ନ ଗତିରେ ବୃଦ୍ଧ ହୋଇଥାନ୍ତି। ଏହି ଜୈବିକ ବୟସକୁ ମାପିବା ପାଇଁ ବୈଜ୍ଞାନିକମାନେ…

୧୬୭୮ ତ୍ରୁଟିକୁ ମାନିଲେ ମନ୍ତ୍ରୀ, ଅଷ୍ଟମ ବହିରେ ସର୍ବାଧିକ ୭୦୫ ଭୁଲ୍‌ ଚିହ୍ନଟ

ଭୁବନେଶ୍ୱର,୧୭।୬(ସୁଚିସ୍ମିତା ସାହୁ): ରାଜ୍ୟରେ ଜାତୀୟ ଶିକ୍ଷାନୀତି (ଏନ୍‌ଇପି)-୨୦୨୦ ଲାଗୁ ହେବା ପରେ ସେହି ଅନୁସାରେ ନୂତନ ପାଠ୍ୟପୁସ୍ତକ ପ୍ରସ୍ତୁତ କରାଯାଇଛି। ହେଲେ ଏଥିରେ ଦେଖାଯାଇଥିବା ୧୬୭୮ ତ୍ରୁଟିକୁ…

ଅଭାବନୀୟ! ପିଲା ଚୋର ସନ୍ଦେହରେ ଫେଲୋଶିପ୍ କରିଥିବା ଯୁବତୀ-ସହଯୋଗୀଙ୍କୁ ଦୁର୍ବ୍ୟବହାର ସହ ଆକ୍ରମଣ,

କଲ୍ୟାଣସିଂହପୁର, ୧୬।୬(ଦୀପକ କୁମାର ପରିଡା ): ରାୟଗଡ଼ାରୁ ଏକ ଅଭାବନୀୟ ଖବର ସାମ୍ନାକୁ ଆସିଛି, ଯେଉଁଠି ପିଲା ଚୋର ସନ୍ଦେହରେ ଫେଲୋଶିପ୍ ଜଣେ ଯୁବତୀ ଓ ତାଙ୍କ…

ବଢିପାରେ ସ୍କୁଲ ଛୁଟି ଅବଧି! ରାଜ୍ୟ ସରକାର ନେବେ ବଡ଼ ନିଷ୍ପତ୍ତି…

ଭୁବନେଶ୍ୱର,୧୬।୬: ମୌସୁମୀରେ ପ୍ରତିବନ୍ଧକ ସାଜୁଛି କି ଏଲ ନି ନୋ?  କେବଳ ରାଜ୍ୟ ନୁହେଁ ସାରା ଦେଶରେ ଏଭଳି ସ୍ଥିତି ।ଏବେ ବି ଦିନରେ ଖରା ଗରମ…

ମମତାଙ୍କ ପରେ ଉଦ୍ଧବଙ୍କ ପାଳି, ଦଳ ଛାଡିବେ ୧୬ ବିଧାୟକ ୭ ଏମପି…

ମୁମ୍ୱାଇ,୧୬।୬: ମହାରାଷ୍ଟ୍ରର ପୂର୍ୱତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ଶିବସେନା(ୟୁବିଟି) ପୁଣିଥରେ ଭାଙ୍ଗିପାରେ ବୋଲି ଚର୍ଚ୍ଚା ହେଉଛି। ୧୪ରୁ ୧୬ ଜଣ ବିଧାୟକ ଏବଂ ୭ ଜଣ…

E100 ଇଥାନଲ ନା ପେଟ୍ରୋଲ? କେଉଁ ଇନ୍ଧନରେ ଅଧିକ ମାଇଲେଜ୍ ଦେବ ଗାଡ଼ି, ଜାଣନ୍ତୁ…

ନୂଆଦିଲ୍ଲୀ,୧୬।୬: ଇଥାନଲ ଫୁଏଲକୁ ନେଇ ଭାରତରେ ଚର୍ଚ୍ଚା ଲାଗି ରହିଛି । ସରକାରଙ୍କଠୁ ନେଇ ଗାଡି ନିର୍ମାତା କମ୍ପାନୀ ଯାଏ ସମସ୍ତେ ଏହାକୁ ଭବିଷ୍ୟତର ଇନ୍ଧନ ରୁପେ…

ରାତି ପାହିଲେ ଖୋଲିବ ସ୍କୁଲ, କାଳବୈଶାଖୀ ଯୋଗୁ ଉଡିଯାଇଛି ୩ ଶ୍ରେଣୀ ଗୃହ ଛପର; ଚିନ୍ତାରେ ବିଦ୍ୟାର୍ଥୀ

ତୁମୁଡିବନ୍ଧ, ୧୬।୬ (ଦିପକ କୁମାର ପରାସେଠ): କାଳବୈଶାଖୀର ସାଙ୍ଘାତିକ ପ୍ରଭାବ ଯୋଗୁ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ମାଲିପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (ୟୁପି ସ୍କୁଲ)ର ଶିକ୍ଷାଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri