Posted inରାଜ୍ୟ

ବିଧାନସଭା ଷ୍ଟାଣ୍ଡିଂ କମିଟି ରିପୋର୍ଟ : ରାଜ୍ୟରେ ଦକ୍ଷ ଶଲ୍ୟ ବିଶେଷଜ୍ଞ, ଆଇସିୟୁ ଅଭାବ

ଭୁବନେଶ୍ୱର, ୧୭ା୭(ବ୍ୟୁରୋ): କମ୍ୟୁନିଟି ହେଲ୍‌ଥ ସେଣ୍ଟର(ସିଏଚ୍‌ସି) ଓ ସବ୍‌ ଡିଭିଜନାଲ ହସ୍ପିଟାଲର ଶଲ୍ୟ ଚିକିତ୍ସା (ସର୍ଜରି) ବିଭାଗରେ ବହୁ ପଦବୀ ଖାଲି ପଡ଼ିଛି। ଏହାକୁ ପୂରଣ କରିବା ପାଇଁ ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟାପ୍ତ ଦକ୍ଷ ଶଲ୍ୟ ବିଶେଷଜ୍ଞ ନାହାନ୍ତି। ସ୍ତ୍ରୀ ଓ ପ୍ରସୂତି, ମେଡିସିନ ଏବଂ ଶିଶୁ ବିଭାଗରେ ପିଜି ଡିଗ୍ରୀ କରିଥିବା ଡାକ୍ତରମାନେ ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ଆସିଷ୍ଟାଣ୍ଟ ସର୍ଜନ ଭାବେ କାର୍ଯ୍ୟ କରୁଛନ୍ତି। ଏମାନଙ୍କୁ ସିଏଚ୍‌ସି ଓ ସବ୍‌ ଡିଭିଜନାଲ ହସ୍ପିଟାଲରେ ଶଲ୍ୟ ବିଶେଷଜ୍ଞଭାବେ ନିଯୁକ୍ତ କରାଯିବା ଉଚିତ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବିଧାନସଭା ଷ୍ଟାଣ୍ଡିଂ କମିଟି ରିପୋର୍ଟରେ ପରାମର୍ଶ ଦିଆଯାଇଛି।
କମିଟି ଉପସ୍ଥାପନ କରିଥିବା ରିପୋର୍ଟରେ ଦର୍ଶାଯାଇଛି ଯେ, ଆନାଟୋମି, ଫିଜିଓଲୋଜି, ବାୟୋକେମିଷ୍ଟ୍ରି, ଫାର୍ମାକୋଲୋଜି, ଏଫ୍‌ଏମ୍‌ଟି, ଏସ୍‌ପିଏମ୍‌ ଓ ପାର୍‌ସିଆଲି ପାଥୋଲୋଜି ଭଳି ନନ୍‌-କ୍ଲିନିକାଲ ବିଭାଗର ପିଜି ଡାକ୍ତରମାନଙ୍କୁ କୋର୍ସ ଶେଷ କରିବା ପରେ ମେଡିକାଲ କଲେଜରେ ଆସିଷ୍ଟାଣ୍ଟ ସର୍ଜନ ଭାବେ ନିଯୁକ୍ତି ଦିଆଯାଉ। ଫଳରେ ସେମାନେ ପିଲାମାନଙ୍କୁ ଶିକ୍ଷାଦାନ କରିପାରିବେ। ଏପରିକି ସିନିୟର ରେସିଡେଣ୍ଟଶିପ୍‌ ଶେଷ କରିଥିବା ଡାକ୍ତରମାନଙ୍କୁ ନିଶ୍ଚିତ ରୂପେ ଉପରୋକ୍ତ ବିଭାଗରେ ଆସିଷ୍ଟାଣ୍ଟ ସର୍ଜନ ଭାବେ ନିଯୁକ୍ତି ଦିଆଯିବା ଉଚିତ। ତେବେ ମେଡିକାଲ କଲେଜରେ ସ୍ଥାୟୀ ସହକାରୀ ପ୍ରାଧ୍ୟାପକ ଭାବେ ନିଯୁକ୍ତି ନ ପାଇଲା ପର୍ଯ୍ୟନ୍ତ ସେମାନେ କାର୍ଯ୍ୟ କରିବେ। ଅନ୍ୟପକ୍ଷରେ ଡାକ୍ତରଖାନାରେ ଆଇସିୟୁ ଅଭାବ ସଂକ୍ରାନ୍ତରେ ରିପୋର୍ଟରେ ଗୁରୁତ୍ୱ ଦିଆଯାଇଛି। ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ରୋଗୀ ଓ ଗୁରୁତର ରୋଗୀମାନେ ବିଭିନ୍ନ ହସ୍ପିଟାଲକୁ ଯାଉଛନ୍ତି। ପ୍ରଥମେ ଉପଜିଲା ଚିକିତ୍ସାଳୟ(ଏସ୍‌ଡିଏଚ୍‌), ପରେ ଜିଲା ଚିକିତ୍ସାଳୟ(ଡିଏଚ୍‌) ଓ ଶେଷରେ ମେଡିକାଲ କଲେଜକୁ ରେଫର ହେଉଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ରୋଗୀଙ୍କୁ ଆଇସିୟୁ ଅଭାବରୁ ଅନ୍ୟ ହସ୍ପିଟାଲକୁ ରେଫର କରାଯାଉଥିବା ଦେଖାଯାଉଛି। ତେଣୁ ସରକାର ଏସ୍‌ଡିଏଚ୍‌ ଓ ଡିଏଚ୍‌ଗୁଡ଼ିକରେ ଆଇସିୟୁ ୟୁନିଟ୍‌ ସ୍ଥାପନ କରିବା ସହିତ ସବୁ ପ୍ରକାର ସୁବିଧା ଯୋଗାଇଦେବା ଉଚିତ। ସେହିଭଳି କଟକ ଏସ୍‌ସିବି ସମେତ ରାଜ୍ୟର ସମସ୍ତ ମେଡିକାଲ କଲେଜରେ ଆଇସିୟୁ/ବେଡ୍‌ ସଂଖ୍ୟା ବୃଦ୍ଧି କରାଯାଉ। ମେଡିକାଲ କଲେଜ ଓ ଜିଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ଏବଂ ବିଭିନ୍ନ ବର୍ଗର କର୍ମଚାରୀଙ୍କୁ ଚିହ୍ନିବା ପାଇଁ ଭିନ୍ନ ଭିନ୍ନ ଡ୍ରେସ୍‌ କୋଡ୍‌ କରାଯାଉ। ସାଧାରଣ ଲୋକଙ୍କ ଦାବି ଅନୁସାରେ ରାଜ୍ୟର ପ୍ରତି ବ୍ଲକ୍‌ରେ ମହାପ୍ରୟାଣ ଗାଡ଼ିର ବ୍ୟବସ୍ଥା କରିବାକୁ କମିଟି ପରାମର୍ଶ ଦେଇଛି।
ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବିଧାନସଭା ଷ୍ଟାଣ୍ଡିଂ କମିଟି ବୈଠକ ଗତ ୩ ତାରିଖରେ ଅନୁଷ୍ଠିତ ହୋଇଥିଲା। ବିଧାୟକ ଅଶ୍ୱିନୀ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କମିଟି ସଦସ୍ୟ ବିଧାୟକ ପ୍ରମୋଦ କୁମାର ମଲ୍ଲିକ, ରମେଶ ଚନ୍ଦ୍ର ଜେନା, ଲତିକା ପ୍ରଧାନ, ଲକ୍ଷ୍ମଣ ମୁଣ୍ଡା, ମୀନାକ୍ଷୀ ମହାନ୍ତ, ସୁଧାଂଶୁ ଶେଖର ପରିଡ଼ାଙ୍କ ସମେତ ୧୧ଜଣ ବିଧାୟକ ଏବଂ ସଚିବ ଦାଶରଥି ଶତପଥୀ, ଯୁଗ୍ମ ସଚିବ ସୁଶୀଳା ମଲ୍ଲିକଙ୍କ ସମେତ ୪ ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୁ ପକ୍କାଘର ନିର୍ମାଣ ପରେ ମିଳୁନି ଫାଇନାଲ ବିଲ୍‌

ଡେରାବିଶ, ୪ା୮(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଇନ୍ଦାଳୋ ପଞ୍ଚାୟତ ଅଢ଼ଙ୍ଗା ଗାଁର ଜଣେ ବ୍ୟକ୍ତି ବାସଗୃହ ଯୋଜନାରେ ମିଳିଥିବା ଗୃହଟି ୫ବର୍ଷ ତଳେ ସମ୍ପୂର୍ଣ୍ଣ...

ମଣିଷ ପଣିଆ ଦେଖାଇଲେ ଭୁବନେଶ୍ୱରର ଘର ମାଲିକ: ଛାଡ଼ କଲେ ମାସକର ଭଡ଼ା

ଭୁବନେଶ୍ୱର,୨୯ା୩ (ବ୍ୟୁରୋ): କରୋନା ପାଇଁ ସରକାର ସାରାଦେଶରେ ୨୧ ଦିନ ପାଇଁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହି ସମୟରେ ଘରୋଇ କମ୍ପାନୀ ଏବଂ ଅନ୍ୟ ସଂସ୍ଥାଗୁଡିକ...

ବଦଳିବ ପାଗ, ୫ ଦିନ ଝଡ଼ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୬।୪(ବ୍ୟୁରୋ): ଶନିବାରଠାରୁ ପାରଦ ସାମାନ୍ୟ ତଳମୁହାଁ ହୋଇଛି। ଅଧିକାଂଶ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୧ ଓ ୨ ଡିଗ୍ରୀ ସେଲ୍‌ସିୟସ ତଳକୁ ଖସିଛି। ଆସନ୍ତା ୫ ଦିନ...

ସାର୍ଟିଫିକେଟ୍‌ ପିଛା ହଜାରେରୁ ୧୫ଶହ ନେଉଥିଲେ ପ୍ରଧାନ ଶକ୍ଷୟିତ୍ରୀ

ମାଲକାନଗିରି,୧୧।୮(ଡି.ଏନ.ଏ.): ମାଲକାନଗିରି ଜିଲା ସିନ୍ଧ୍ରିମାଳ କସ୍ତୁରବା ଗାନ୍ଧୀ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିମା ନାୟକ ମୋ ସ୍କୁଲ ଅଭିଯାନ ନାମରେ ଅର୍ଥ ଆଦାୟ କରୁଥିବା ଅଭିଯୋଗ...

ମରୁଡ଼ି ହଟାଇପାରିନି ମାନଜୋର

ଆଠମଲ୍ଲିକ,୧୫ା୬ (ଡି.ଏନ.ଏ.) ମରୁଡ଼ି ହଟିଲେ ହସିବ ଆଠମଲ୍ଲିକ। ସବୁଜିମାରେ ଭରିଯିବ କୃଷକଙ୍କ ମନ। ତେଣୁ ଜଳସେଚନ ପ୍ରକଳ୍ପଟିଏ ପାଇଁ ଚାଷୀ ଓହ୍ଲାଇଥିଲେ ରାସ୍ତାକୁ। ଜେଲଭରୋ ଆନ୍ଦୋଳନ...

ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବିଶ୍ୱନାଥ ଦାସଙ୍କ ପରଲୋକ

ବାଲିକୁଦା,୨ା୧୧(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ବାଲିକୁଦା ବ୍ଲକ ଅରିଲୋ ପଞ୍ଚାୟତ ଭଗବାନ ସିଣ୍ଢୋଳ ଗଁାର ବୟୋଜ୍ୟେଷ୍ଠ ସ୍ବାଧୀନତା ସଂଗ୍ରାମୀ ବିଶ୍ୱନାଥ ଦାସଙ୍କ ସୋମବାର ବିଳମ୍ବିତ ରାତିରେ କଟକ...

୯ରୁ ଆଡଭାଣ୍ଟେଜ୍‌ ଅନୁଗୋଳ

ଅନୁଗୋଳ ଅଫିସ,୬ା୫ ଅନୁଗୋଳର ମାଟି ତଳେ ପାଖାପାଖି ୫୦ ହଜାର ୪୦୬ ମେଟ୍ରିକ ଟନ୍‌ କୋଇଲା ଗଚ୍ଛିତ ରହିଛି। ଶିଳ୍ପ ଓ ଶିଳ୍ପଭିତ୍ତିକ ତାଲିମ କ୍ଷେତ୍ରରେ...

ଶୁକ୍ରବାର ପ୍ରଚାର ମଇଦାନକୁ ଓହ୍ଲାଇବେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର,୨୭।୧୦(ବ୍ୟୁରୋ): ଆସନ୍ତା ୩ରେ ଧାମନଗର ଉପନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ପ୍ରାର୍ଥୀମାନେ ନିଜର ଦଳୀୟକର୍ମୀଙ୍କ ସହ ଜୋରଦାର ପ୍ରଚାର କରିବାରେ ଲାଗିପଡିଛନ୍ତି। ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର...

Advertisement
Archives

Model This Week