ବିଧାନସଭାରେ ବିରୋଧୀ ମୁହାଁମୁହିଁ: ହାଇକୋର୍ଟ ବେଞ୍ଚ ସ୍ଥାପନକୁ ନେଇ କଂଗ୍ରେସର ହଟ୍ଟଗୋଳ, ଗୃହ ମୁଲତବୀ

ଭୁବନେଶ୍ୱର,୧୬।୭(ବ୍ୟୁରୋ): ବିଧାନସଭାରେ ବିରୋଧୀ ଦଳ ଦୁଇଫାଳ। ସରକାରଙ୍କୁ ଘେରିବା ପରିବର୍ତ୍ତେ ପରସ୍ପରକୁ ବିରୋଧ କରୁଛନ୍ତି। ଭିନ୍ନ ଭିନ୍ନ ପ୍ରସଙ୍ଗରେ ଉଭୟ କଂଗ୍ରେସ ଓ ଭାଜପା ବିଧାନସଭାରେ ହଟ୍ଟଗୋଳ କରିଛନ୍ତି। ଏହାକୁ ନେଇ ମଙ୍ଗଳବାର ବିଧାନସଭାରେ ଏକ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଭାଜପା ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଯୋଜନା ପ୍ରସଙ୍ଗ ଉଠାଇ ସରକାରଙ୍କଠାରୁ କୈଫତ ତଲବ କରିବାକୁ ଚାହୁଁଥିଲା। ଅପରପକ୍ଷରେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାପନ ନେଇ କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କଠାରୁ ଜବାବ ତଲବ କରିଥିଲା। ତେବେ ଉଭୟ ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ପରସ୍ପର ମୁହାଁମୁହିଁ ହୋଇଥିଲେ। ଭାଜପା ନିଜ ପ୍ରସଙ୍ଗ ବିଷୟରେ ଗୃହରେ ଆଲୋଚନା କରିବାକୁ ଚାହୁଁଥିବା ବେଳେ ହାଇକୋର୍ଟ ବେଞ୍ଚ ସ୍ଥାପନ ନେଇ ସରକାର ଏ ପର୍ଯ୍ୟନ୍ତ କି ପଦକ୍ଷେପ ନେଇଛନ୍ତି ସେ ବିଷୟରେ ସ୍ପଷ୍ଟ କରିବା ନେଇ କଂଗ୍ରେସ ଗୃହରେ ହଟ୍ଟଗୋଳ କରିଥିଲା। ତେବେ ପରିସ୍ଥିତି ଏପରି ହୋଇଥିଲା ଯେ ପ୍ରଶ୍ନକାଳ ପରେ ଗୃହ ଏକପ୍ରକାର ଠପ୍‌ ହୋଇଯାଇଥିଲା। କଂଗ୍ରେସ ସଦସ୍ୟଙ୍କୁ ମନାଇବା ଲାଗି ବାଚସ୍ପତି ଯଥା ସମ୍ଭବ ଉଦ୍ୟମ କରିଥିଲେ ମଧ୍ୟ କୌଣସି ଫଳ ମିଳି ନ ଥିଲା। ଫଳରେ ବାଧ୍ୟ ହୋଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ଅପରାହ୍ନ ୩ଟା ଯାଏ ମୁଲତବୀ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ନାହାନ୍ତି ବିଶିଷ୍ଟ କଥାକାର ରବୀନ୍ଦ୍ରନାଥ ଦାସ

ଭୁବନେଶ୍ୱର,୨୦।୪(ବ୍ୟୁରୋ): ବିଶିଷ୍ଟ ନାଟ୍ୟକାର ତଥା କଥାକାର ରବୀନ୍ଦ୍ରନାଥ ଦାସ ଆଉ ନାହାନ୍ତି। ଏଠାକାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ତାଙ୍କର ଦେହାନ୍ତ ହୋଇଛି।...

ରାଜ୍ୟରୁ ପୁଣି ୪ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୨୬।୧୦(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର କରୋନା ଆଉ ୪ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୮,୩୧୬କୁ ବୃଦ୍ଧି ପାଇଛି। ୪ ମୃତକଙ୍କ ମଧ୍ୟରେ...

ଆଳୁ, ପିଆଜ ଚିନ୍ତା: ଅଧିକ ଗଚ୍ଛିତ କଲେ ବ୍ୟବସାୟୀଙ୍କୁ ହେବ ଦଣ୍ଡ

ଭୁବନେଶ୍ୱର,୨୭।୧୨(ବ୍ୟୁରୋ): ଗତ ୩ ମାସ ହେବ ରାଜ୍ୟରେ ପିଆଜ ଦର ଆକାଶ ଛୁଆଁ ରହିଛି। ଖୁଚୁରା ବଜାରରେ କିଲୋ ପିଛା ୧୦୦ରୁ ୧୨୦ ଟଙ୍କାରେ ବିକ୍ରି...

ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ: ଜିଲାବାସୀଙ୍କୁ ଭେଟିଦେଲେ ୪ ହଜାର କୋଟିର ପ୍ରକଳ୍ପ

ଭୁବନେଶ୍ୱର,୧୦।୩(ବ୍ୟୁରୋ): ପଶ୍ଚିମ ଓଡ଼ିଶାର ନୂଆପଡ଼ା ଓ ବଲାଙ୍ଗୀର ଜିଲାର ଚାଷଜମିକୁ ଜଳସେଚନ ସୁବିଧା ପାଇଁ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ...

ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୭ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୪ା୪(ବ୍ୟୁରୋ): ରାଜ୍ୟରୁ ଗୁରୁବାର ଆଉ ୧୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୧୨,୭୮,୬୦୫ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି।...

୩ ଘଣ୍ଟା ବର୍ଷାରେ ଜଳାର୍ଣ୍ଣବ ଭୁବନେଶ୍ୱର

ଭୁବନେଶ୍ୱର,୪।୧୦(ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେଉଛି। ହେଲେ ଶନିବାର ରାଜଧାନୀ ଭୁବନେଶ୍ୱରରେ ଅପରାହ୍ନ ୧ଟାଠାରୁ ୪ଟା ପର୍ଯ୍ୟନ୍ତ...

ଗଞ୍ଜାମରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ଜିଲାପାଳଙ୍କ ଅଫିସକୁ ପ୍ରବେଶ ପୂର୍ବରୁ କରାଯାଉଛି ସ୍କ୍ରିନିଂ, ସାନିଟାଇଜେଶନ

ଛତ୍ରପୁର, ୧୩/୫(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା ଆକ୍ରନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ନେଇ ଜିଲାପ୍ରଶାସନ ପକ୍ଷରୁ ସମାଜିକ ଦୂରତା, ମାସ୍କ ବ୍ୟବହାର...

ମନ୍ଦିର ଖୋଲା ନ ଯିବା ନେଇ ପ୍ରଶ୍ନ ଉଠାଇଲା ଭାଜପା

ଭୁବନେଶ୍ୱର,୨୦ା୮(ବ୍ୟୁରୋ): କରୋନା ମହାମାରୀ ଏବଂ ଲୋକଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଧର୍ମାନୁଷ୍ଠାନ ବନ୍ଦ ରଖିବା ପାଇଁ କଟକଣା ଜାରି କରାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ କେନ୍ଦ୍ର...

Advertisement
Archives

Model This Week