ବିଧାନସଭାରେ ବିବୃତି ରଖିଲେ ମୁଖ୍ୟମନ୍ତ୍ରୀ: ଜମିବାଡ଼ି ବିବାଦରୁ ଘଟିଛି ପୁରୀ ଟ୍ରିପଲ୍‌ ମର୍ଡର

ଭୁବନେଶ୍ୱର,୧୭।୭(ବ୍ୟୁରୋ): ଦୀର୍ଘଦିନର ଜମିବାଡି ବିବାଦ ଘଟଣାରୁ ପୁରୀ ଟ୍ରିପଲ୍‌ ମର୍ଡର ହୋଇଛି। ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ମଙ୍ଗଳବାର ବିଧାନସଭାରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ବାଚସ୍ପତିଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟମନ୍ତ୍ରୀ ମଙ୍ଗଳବାର ଅପରାହ୍ନରେ ଗୃହରେ ପୁରୀ ଜିଲାର ସଦାନନ୍ଦପୁର ଗ୍ରାମରେ ହୋଇଥିବା ହତ୍ୟାକାଣ୍ଡ ସମ୍ପର୍କରେ ବିବୃତି ଦେଇ କହିଛନ୍ତି ଯେ ୨୦୧୯ ଜୁଲାଇ ୧୪ ତାରିଖରେ ୩ ଜଣଙ୍କୁ ହତ୍ୟା କରାଯିବା ଘଟଣା ଦୁର୍ଭାଗ୍ୟଜନକ। ଏହି ନେଇ ସତ୍ୟବାଦୀ ଥାନାରେ ମାମଲା ରୁଜୁ ହୋଇଛି। ପୋଲିସ ଏହାକୁ ଅତି ଗୁରୁତର ସହ ନେଇ ତଦନ୍ତ ଜାରି ରଖିଛି। ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଆତ୍ମଗୋପନ କରିଥିବା ଅନ୍ୟମାନଙ୍କୁ ଖୁବ୍‌ଶୀଘ୍ର ଗିରଫ କରିବାକୁ ଚଢାଉ ଜାରି ରହିଛି। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ମୃତକ ଏବଂ ଅଭିଯୁକ୍ତ ଗୋଟିଏ ଅଞ୍ଚଳରେ ବାସ କରନ୍ତି ଏବଂ ସେମାନେ ଦୂର ସମ୍ପର୍କୀୟ। ଦୀର୍ଘ ଦିନର ଜମିବାଡି ବିବାଦ ମାମଲାକୁ ନେଇ ସେମାନଙ୍କ ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା। ଏହାକୁ ନେଇ ହତ୍ୟାକାଣ୍ଡ ଘଟିଛି। ପୋଲିସ ଏନେଇ ତ୍ୱରିତ ପଦକ୍ଷେପ ନେଇ ଅଭିଯୁକ୍ତଙ୍କୁ ଗିରଫ କରି ପାରିଛି। ଏଥିସହିତ ସଂଗଠିତ ଅପରାଧକୁ ରୋକିବାକୁ ପୋଲିସ ପକ୍ଷରୁ ସ୍ବତନ୍ତ୍ର ଡ୍ରାଇଭ କରାଯାଉଛି। ରାଜ୍ୟରେ ଆଇନଶୃଙ୍ଖଳା ଠିକ୍‌ ଅଛି। ରାଜ୍ୟରେ ଶାନ୍ତି ରହିଛି। ମାଓବାଦୀ ଦମନ କ୍ଷେତ୍ରରେ ଯଥେଷ୍ଟ ଉନ୍ନତି ହୋଇଛି। ଉପଯୁକ୍ତ ସୁରକ୍ଷା କାରଣରୁ ରାଜ୍ୟରେ ଗତ ସାଧାରଣ ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି। ବାତ୍ୟା ଫନୀ ବେଳେ ପୋଲିସ କେବଳ ଆଇନ ଶୃଙ୍ଖଳା ଦାୟିତ୍ୱ ତୁଲାଇ ନ ଥିଲା ପ୍ରଭାବିତ ଅଞ୍ଚଳରେ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟରେ ସହଯୋଗର ହାତ ବଢାଇଥିଲା। ରାଜ୍ୟରେ ଲୋକମାନଙ୍କ ଧନଜୀବନ ସୁରକ୍ଷା ଦେବା ଏବଂ ଆଇନ ଶୃଙ୍ଖଳା ବଜାୟ ରଖିବା ମୋ ସରକାର ବଦ୍ଧ ପରିକର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏଠାରେ ସୂଚନାଯୋଗ୍ୟ, ପୁରୀ ଜିଲାରେ ଟ୍ରିପଲ୍‌ ମର୍ଡର କେସ,କେନ୍ଦ୍ରାପଡା ଗୁଳିକାଣ୍ଡ ଏବଂ ଅନ୍ୟାନ୍ୟ ଘଟଣାକୁ ନେଇ ବିରୋଧୀ ଦଳ ସୋମବାର ବିଧାନସଭାରେ ହଙ୍ଗାମା କରିଥିଲେ। ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡିଛି। ମୁଖ୍ୟମନ୍ତ୍ରୀ ଏ ନେଇ ବିବୃତି ଦିଅନ୍ତୁ ବୋଲି ଉଭୟ ଭାଜପା ଓ କଂଗ୍ରେସ ସଦସ୍ୟମାନେ ଗୃହରେ ହଟ୍ଟଗୋଳ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲ ନିଆଁ ଲିଭାଇଲେ ଥାନା ଆଇଆଇସି

ଖଡିଆଳ,୩୧।୩: ନୂଆପଡ଼ା ଜିଲା ଖଡିଆଳ ବ୍ଲକ ବରଗାଁ ସ୍ଥିତ ଚକା ଜଙ୍ଗଲରେ କିଛି ବ୍ୟକ୍ତି ନିଆଁ ଲଗାଇ ଦେଇଥିଲେ। ଏହି ସମୟରେ ଖଡିଆଳ ଆଇଆଇସି କୈଳାଶ...

ରାଶନକାର୍ଡଧାରୀଙ୍କୁ ସହାୟତା ଘୋଷଣା

ଭୁବନେଶ୍ୱର,୨୨ା୧୨(ବ୍ୟୁରୋ): ରାଶନକାର୍ଡ ଧାରୀ ଏବଂ ବିଜୁ ସ୍ବାସ୍ଥ୍ୟ କାର୍ଡଧାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧୦୦୦ ଟଙ୍କାର କୋଭିଡ୍‌ ସହାୟତା ଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା...

ବିବାଦରୁ ଦୂରେଇ ରହି ସଙ୍ଗଠନ କଥା ବୁଝ

ଭୁବନେଶ୍ୱର,୭ା୬(ବ୍ୟୁରୋ):ରାଜ୍ୟ ମନ୍ତ୍ରିମଣ୍ଡଳର ବିଦା ହୋଇଥିବା ମନ୍ତ୍ରୀମାନେ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟିଛନ୍ତି। ମନ୍ତ୍ରୀ ପଦ ଯିବା ପରେ ପ୍ରତାପ ଜେନା, ଦିବ୍ୟଶଙ୍କର...

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ଦୁଇ ଜୀବନ

କାଲିମେଳା,୨୬।୩(ଡି.ଏନ୍‌.ଏ.): ମାଲକାନଗିରି ଜିଲା କାଲିମେଳା ଥାନା ଅଧୀନ ପୋତାଖାର ଗ୍ରାମ ନିକଟ ୩୨୬ ନମ୍ବର ଜାତୀୟ ରାଜପଥରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।...

ଜବତ ମାଙ୍କଡ଼ା ବୋଝେଇ ୩ ଟ୍ରକ ଛଡାଇନେଲେ: ତହସିଲଦାରଙ୍କ ପାଖରେ ନାହିଁ ଖବର

ରଣପୁର,୨ା୧୧(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ତହସିଲ ପଟିଆ ଗଁ।ରେ ଗୁରୁବାର ରାତିରେ ଫୋର୍ସଙ୍କ ଉପସ୍ଥିତିରେ ଜବତ ହୋଇଥିବା ୪ ମାଙ୍କଡା ପଥର ବୋଝେଇ ଟ୍ରକ ମଧ୍ୟରୁ...

କରୋନା କବଳରେ ଡାକ୍ତର, ନର୍ସ, ରୋଗୀ: ବନ୍ଦ ହେଲା ଏମ୍‌କେସିଜି ଓପିଡି

ବ୍ରହ୍ମପୁର ଅଫିସ,୯ା୭: ବ୍ରହ୍ମପୁରରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମ୍‌କେସିଜି) ମେଡିକାଲର ଡାକ୍ତର, ନର୍ସ, କର୍ମଚାରୀ ଓ ରୋଗୀ କରୋନାରେ ସଂକ୍ରମିତ ହେବା ପରେ ଗଞ୍ଜାମ ଜିଲା...

ବଢ଼ୁଛି ପିଲାଙ୍କ ଚିନ୍ତା: ଆଜି ରାଜ୍ୟରେ ୯୬ ଛୁଆ କରୋନା ସଂକ୍ରମିତ

ଭୁବନେଶ୍ୱର,୧୭।୮(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଇବାରେ ଲାଗିଛିି। ମଙ୍ଗଳବାର ରାଜ୍ୟରେ ୭୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୯୬...

ଶିଶିର କୁମାର ରଥ ନୂଆ ପିସିସିଏଫ୍‌

ଭୁବନେଶ୍ୱର, ୧୮।୩(ବ୍ୟୁରୋ): ବରିଷ୍ଠ ଆଇଏଫ୍‌ଏସ୍‌ ଅଫିସର ଶିଶିର କୁମାର ରଥଙ୍କୁ ରାଜ୍ୟ ସରକାର ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ୍‌) ଭାବେ ନିଯୁକ୍ତି ଦେଇଛନ୍ତି। ଏନେଇ...

Advertisement
Archives

Model This Week