ବିଦ୍ୟୁତ୍‌ ତାର ବିଛାଇ ବନ୍ୟଜନ୍ତୁ ଶିକାର ଉଦ୍ୟମ, ଜଣେ ଗିରଫ

ଦେବଗଡ,୬।୧୧(ଡି.ଏନ.ଏ) : ଦେବଗଡ଼ ବନାଞ୍ଚଳ ଅଧୀନ ତିଲେଇବଣି ସେକ୍ସନ ପ୍ରଭାଶୁଣି ସଂରକ୍ଷିତ ଜଙ୍ଗଲରେ ବିଦ୍ୟୁତ୍‌ ତାର ବିଛାଇ ବନ୍ୟଜନ୍ତୁ ଶିକାର ଉଦ୍ୟମ ଚଳାଇଥିବା ଅଭିଯୋଗରେ ବନ ବିଭାଗ ମଙ୍ଗଳବାର ଜଣେ ଶିକାରୀଙ୍କୁ ଗିରଫ କରିଛି। ସେ ହେଲେ ଅଶୁର ଖୋଳ ଗ୍ରାମର ଅର୍ଜୁନ ପେଣ୍ଠେଇ। ଏପରି କି ବନ ବିଭାଗ ତାଙ୍କଠାରୁ ବିଦ୍ୟୁତ୍‌ ତାର ଓ ଧନୁ ତୀର ଜବତ କରିଛି ଅନ୍ୟପକ୍ଷେ ଘଟଣାସ୍ଥଳରୁ ୫ଜଣ ଶିକାରୀ ଫେରାର ହୋଇଯାଇଥିବା ଜଣାପଡିଛି। ମିଳିଥିବା ସୂଚନା ମୁତାବକ, ତିଲେଇବଣି ଫରେଷ୍ଟ ସେକ୍ସନର ଅଶୁରଖୋଳ ନିକଟସ୍ଥ ପ୍ରଭାଶୁଣି ସଂରକ୍ଷିତ ଜଙ୍ଗଲରେ କେତେଜଣ ଶିକାରୀ ବିଦ୍ୟୁତ୍‌ ତାର ବିଛାଉଥିବା ବନ ବିଭାଗକୁ ଖବର ମିଳିଥିଲା। ଏନେଇ ତିଲେଇବଣି ଫରେଷ୍ଟର ସୁଧାଁଶୁ ବେହେରା ସଦଳବଳେ ଜଙ୍ଗଲରେ ଚଢାଉ କରିଥିଲେ। ଚଢାଉ ବେଳେ ଅର୍ଜୁନ ବିଦ୍ୟୁତ୍‌ ତାର ବିଛାଉଥିବା ବେଳେ ଧରାପଡିଥିଲେ। ହେଲେ ଅନ୍ୟ ୫ ସହଯୋଗୀ ଫେରାର ହୋଇଯାଇଥିଲା। ବନ ବିଭାଗ ପକ୍ଷରୁ ୬ଜଣଙ୍କ ବିରୋଧରେ ମାମଲା ରୁୁଜୁ ହୋଇଛି। ଗିରଫ ଅର୍ଜୁନକୁ କୋର୍ଟ ଚାଲାଣ କରାଯାଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି। ଚଢାଉରେ ଦେବଗଡ଼ ଫରେଷ୍ଟର ପ୍ରଶନ୍ନ କୁମାର ସାହୁ, ତିଲେଇବଣି ଫରେଷ୍ଟଗାର୍ଡ ଅଶୋକ କୁମାର ପାନ୍ନା ଓ ଦେବଗଡ ବନ ବିଭାଗ ସ୍କ୍ବାର୍ଡ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୃହିଣୀରୁ କ୍ଷୁଦ୍ର ଶିଳ୍ପୋଦ୍ୟୋଗୀ

ଭଦ୍ରକ ଅଫିସ,୧୬।୩-ଘରର ଚାରିକାନ୍ଥ ମଧ୍ୟରେ ଆଉ ସୀମିତ ହୋଇ ରହିନାହାନ୍ତି ମହିଳା। ପ୍ରତ୍ୟେକ କ୍ଷେତ୍ରରେ ସେମାନେ ଆଗରେ। ପାଠ ଠାରୁ ଆରମ୍ଭ କରି କ୍ରୀଡ଼ା ସବୁଠି...

ଛୁଟି ମଞ୍ଜୁର ପାଇଁ ମହିଳା ସ୍ବାସ୍ଥ୍ୟକର୍ମୀଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଡାକ୍ତର

ସୁନ୍ଦରଗଡ଼,୨୯।୧(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ହେମଗିର ସ୍ବସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ଶ୍ରଦ୍ଧାକର ଗଡତିଆ ଶୁକ୍ରବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜଣେ ମହିଳା ସ୍ବାସ୍ଥ୍ୟକର୍ମୀଙ୍କଠାରୁ ଲାଞ୍ଚନେଇ ସେ ଧରାପଡ଼ିଥିବା...

ତ୍ରିକୋଣୀୟ ପ୍ରେମରୁ ଯୁବକଙ୍କୁ ହତ୍ୟା ଘଟଣା: ଅଭିଯୁକ୍ତ ଇମା ଉଦ୍ଦିନ କୋର୍ଟଚାଲାଣ

ପାରାଦୀପ, ୨୪।୧ (ସ୍ବ.ପ୍ର.):ତ୍ରିକୋଣୀୟ ପ୍ରେମ ସମ୍ପର୍କ ଯୋଗୁ ପାରାଦୀପ ମଡେଲ ଥାନା ଅଧୀନ ନୂଆବଜାର ମଣିମନ୍ଦିର ପାଖ ବସ୍ତିର ଶରତ ଜେନାଙ୍କୁ ହତ୍ୟା ଘଟଣାରେ ପୋଲିସ ଅଭିଯୁକ୍ତ...

ମହୁଲୀ ମଦ ବିକ୍ରି ବେଳେ ଜଣେ ଗିରଫ

କେନ୍ଦୁଝର,୨୬ା୪ (ସ୍ବ.ପ୍ର.)-ସଦର ଥାନା ଅନ୍ତର୍ଗତ କଣ୍ଡରାପଶି ଗ୍ରାମରେ ଚୋରା ଦେଶୀ ମହୁଲି ମଦ କାରବାର ବେଧଡ଼କ ଭାବେ ଚାଲିଥିଲା। ପୋଲିସ ଖବର ପାଇ ଉକ୍ତ ସ୍ଥାନରେ...

ବାରିପଦା ରଥଯାତ୍ରା ସମୟରେ ଯାନବାହନ ଚଳାଚଳରେ କଟକଣା

ବାରିପଦା ଅଫିସ,୨।୭- ପବିତ୍ର ରଥଯାତ୍ରା ସମୟରେ ବାରିପଦା ସହରରେ ପ୍ରବଳ ଜନସମାଗମ ପରିଲକ୍ଷିତ ହେଉଥିବାରୁ ସହର ମଧ୍ୟରେ ଯାନବାହନ ଚଳାଚଳ ଉପରେ ଜିଲା ପୋଲିସ ପ୍ରଶାସନ...

ବିଛଣା ଧରିଲା ଘର ଚଳାଉଥିବା ଯୁଆନ ପୁଅ

ଦଶମନ୍ତପୁର,୧୧ା୧୦(ଡି.ଏନ୍‌.ଏ.): ଦିନେ ସେ ଘର ଚଳାଉଥିବା ଯୁଆନ ପୁଅ ଥିଲେ। କିନ୍ତୁ ଏବେ ସକାଳ ହେଲେ ପରିବାର ଲୋକେ ତାଙ୍କୁ ଘରୁ ଟେକି ଆଣି ବାରଣ୍ଡାରେ...

ଚିତ୍ରକୋଣ୍ଡା ବିଡିଓଙ୍କ ଆଲବମ୍‌ ଭିଡିଓ ଭାଇରାଲ

ମାଲକାନଗିରି,୪ା୧୦ (ଡି.ଏନ.ଏ.)-ଚିତ୍ରକୋଣ୍ଡା ବିଡିଓ ଲରିମନ ଖର୍ସେଲଙ୍କ ଏକ ଆଲବମ୍‌ ଭିଡିଓ ଶନିବାର ଭାଇରାଲ ହୋଇଛି। ସେ ଜଣେ ଓଡିଶା ପ୍ରଶାସନିକ ଅଧିକାରୀ ହୋଇଥିବା ବେଳେ ସମ୍ପୃକ୍ତ...

ଜବରଦଖଲ ଉଚ୍ଛେଦ ଦାବିରେ ଗଣଧାରଣା

ଛେଣ୍ଡିପଦା,୧୯।୧(ସ୍ବ.ପ୍ର.) – ଛେଣ୍ଡିପଦା ବ୍ଲକ ବ୍ରାହ୍ମଣବିଲ ଗ୍ରାମ ଯାତ୍ରା ପଡ଼ିଆରୁ ଜବରଦଖଲ ଉଚ୍ଛେଦ ଦାବିରେ ଶନିବାର ଗ୍ରାମବାସୀ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଛନ୍ତି। ଏଥିଯୋଗୁ...

Advertisement


Archives

Model This Week

Why Dharitri