ବିଦ୍ୟୁତ୍‌ ଆଘାତରେ ନାବାଳକଙ୍କ ମୃତ୍ୟୁ ଘଟଣା: ୪ ସପ୍ତାହରେ କ୍ଷତିପୂରଣ ଦେବାକୁ ଏନ୍‌ଏଚ୍‌ଆର୍‌ସିର ନିର୍ଦ୍ଦେଶ

ଭୁବନେଶ୍ୱର,୨୭ା୧୨(ବ୍ୟୁରୋ): କଟକ ଜିଲା ବାଙ୍କୀର ନାବାଳକ ଶଙ୍କର ନାୟକଙ୍କର ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ଘଟଣା ନେଇ ଜାତୀୟ ମାନବିକ ଅଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି) କ୍ଷୋଭ ପ୍ରକାଶ କରିଛନ୍ତି। ଗତ ଫେବୃୟାରୀ ମାସରେ ଏହି ମାମଲାର ବିଚାର କରି କମିଶନ ମୃତକଙ୍କ ପରିବାରକୁ ୩ଲକ୍ଷ ଟଙ୍କା କ୍ଷତି ପୂରଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏପର୍ଯ୍ୟନ୍ତ କ୍ଷତିପୂରଣ ଦିଆଯାଇନାହିଁ। ଏ ନେଇ କମିଶନ ବିରକ୍ତି ପ୍ରକାଶ କରିବା ସହ ୪ ସପ୍ତାହ ମଧ୍ୟରେ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ କ’ଣ ପାଇଁ କ୍ଷତିପୂରଣ ଦିଆଯାଇ ନାହିଁ ଏବଂ ଏହି ଘଟଣାରେ କ’ଣ କାର୍ଯ୍ୟାନୁଷ୍ଠାନ ହୋଇଛି ସେ ସଂକ୍ରାନ୍ତରେ ଜଣାଇବା ପାଇଁ ଶକ୍ତି ସଚିବଙ୍କୁ ରିପୋର୍ଟ ମାଗିଛନ୍ତି।
ସୂଚନାଯୋଗ୍ୟ, ୨୦୧୬ ମେ ୧୩ରେ ଶଙ୍କର ଶୌଚ ପାଇଁ ବିଲକୁ ଯାଇଥିବାବେଳେ ଛିଣ୍ଡି ପଡ଼ିଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ଏଥିପାଇଁ ବିଦ୍ୟୁତ୍‌ ବିଭାଗର ଅବହେଳାକୁ ଦାୟୀ କରି ଦିଲୀପ କୁମାର ଦାଶ ଏନ୍‌ଏଚ୍‌ଆର୍‌ସିରେ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାନ୍ଧୀ ବିଶେଷାଙ୍କ ଲୋକାର୍ପିତ କଲେ ରାଜ୍ୟପାଳ

ପୁରୀ ଅଫିସ,୨୯।୨: ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ ତ୍ରୈମାସିକ ସାହିତ୍ୟ ପତ୍ରିକା ସୁଲେଖା ପକ୍ଷରୁ ଗାନ୍ଧୀ ବିଶେଷାଙ୍କ ପ୍ରସ୍ତୁତ କରାଯାଇଛି। ଓଡ଼ିଶାର ବିଭିନ୍ନ କବି...

ଶପଥ କରାଇ ଭୋଟ ମାଗିଲେ ବିଧାୟକଙ୍କ ପୁଅ

ମାଲକାନଗିରି,୧୮ା୨(ଡି.ଏନ୍‌.ଏ.): ଗଣତନ୍ତ୍ରିକ ରାଷ୍ଟ୍ରରେ ଭୋଟ ଦେବାର ଅଧିକାର ସମସ୍ତଙ୍କର ରହିଛି। ଜଣେ ଭୋଟର କୌଣସି ଚାପ କିମ୍ବା ଅର୍ଥ ଲୋଭର ବଶବର୍ତ୍ତୀ ନ ହୋଇ ନିଜ...

ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ, ୨ କୋର୍ଟ ଚାଲାଣ

କଳିଙ୍ଗନଗର,୨୧|୬(ଡି.ଏନ୍‌.ଏ.)- କଳିଙ୍ଗନଗର ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧାରରେ ପୋଲିସ ମୋବାଇଲ୍‌ ଟ୍ରାକିଂ ଜରିଆରେ ବୁଧବାର ରାତିରେ...

ଆଜିଠୁ ଖୋଲିବ ମାର୍କେଟ ବିଲ୍ଡିଂ

ଭୁବନେଶ୍ୱର,୭।୧(ବ୍ୟୁରୋ): ଭୁବନେଶ୍ୱର ମାର୍କେଟ ବିଲ୍ଡିଂ ପୁଣି ଖୋଲିବ। ବିଏମ୍‌ସି ଅତିରିକ୍ତ କମିଶନରଙ୍କ ସହ ଆଲୋଚନା ପରେ ଶୁକ୍ରବାର ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ଉଠା ଦୋକାନୀଙ୍କୁ ଉଚ୍ଛେଦ...

ସ୍ବାୟତ୍ତ ଶାସନ ଦିବସ ନିରାଡମ୍ବରରେ ପାଳିବ ବିଏମ୍‌ସି

ଭୁବନେଶ୍ୱର,୩୦।୮ (ବ୍ୟୁରୋ): ମଙ୍ଗଳବାର ସ୍ବାୟତ୍ତ ଶାସନ ଦିବସ। କରୋନା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି ) ଗତବର୍ଷ ଭଳି ଏ ବର୍ଷ ମଧ୍ୟ ନିରାଡମ୍ବର...

ସହାୟତା ଅର୍ଥରୁ ନେଉଥିଲେ ଲାଞ୍ଚ: ପାରାଓ୍ବାଚର ବହିଷ୍କୃତ, ବନପାଳ ନିଲମ୍ବିତ

ମାଲକାନଗିରି,୪ା୨: ଭାଲୁ ଆକ୍ରମଣ ସହାୟତା ପ୍ରଦାନରେ ଲାଞ୍ଚ କାରବାର ହେଉଥିବା ଜାଣି ଚୁପ୍‌ ରହିବା ଅଭିଯୋଗରେ ମାଲକାନଗିରି ଜିଲା ଖଇରପୁଟ ବ୍ଲକ୍‌ କୁଡୁମୁଲୁଗୁମ୍ମା ବନପାଳ ରାଜେନ୍ଦ୍ର...

୪୦ ଡିଗ୍ରୀ ଉପରେ ୧୫ ସହର, ସୋନପୁର ସବୁଠାରୁ ଉତ୍ତପ୍ତ

ଭୁବନେଶ୍ୱର,୨।୬(ବ୍ୟୁରୋ): ସିଝୁଛି ପଶ୍ଚିମ ଓଡ଼ିଶା। ୧୫ ସହରରେ ୪୦ ଡିଗ୍ରୀ ଉପରେ ତାପମାତ୍ରା ରେକର୍ଡ କରାଯାଇଛି। ୪୪.୮ ଡ଼ିଗ୍ରୀ ସହ ସୋନପୁର ରାଜ୍ୟର ଉତ୍ତପ୍ତ ସହର...

ଦୀଘା ମୁହାଣରୁ ଧରାହେଲା ବିରଳ ପ୍ରଜାତିର ସଙ୍କର ଚିଲ ମାଛ

ଭୋଗରାଇ, ୧୯।୧୧(ଡି.ଏନ.ଏ.): ଓଡ଼ିଶା ସୀମାନ୍ତ ପଶ୍ଚିମବଙ୍ଗ ଦୀଘା ମୁହାଣ ଗଭୀର ସମୁଦ୍ରରୁ ଶୁକ୍ରବାର ପୁଣି ଏକ ବିରଳ ପ୍ରଜାତିର ସଙ୍କର ଚିଲ ମାଛ ମତ୍ସ୍ୟଜୀବୀଙ୍କ ଜାଲରେ...

Advertisement
Archives

Model This Week