ବିଦ୍ୟାଳୟରେ ବାଘ ଆତଙ୍କ, ତଦନ୍ତ ଆରମ୍ଭ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ, ୧୦।୭(ଡି.ଏନ.ଏ.)-ଦାରିଙ୍ଗବାଡ଼ି ବ୍ଲକ ଝିଞ୍ଜିରିଗୁଡା ପଞ୍ଚାୟତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ହଷ୍ଟେଲ ପରିସରରେ ବାଘ ଆତଙ୍କ ଦେଖାଯାଇଛି। ଶୁକ୍ରବାର ଭୋରରେ ବିଦ୍ୟାଳୟର କୁକ୍‌ କମ୍‌ ଆଟେଣ୍ଡାଣ୍ଟଙ୍କ ସ୍ବାମୀ ଅମିତ ମଲ୍ଲିକ ବିଦ୍ୟାଳୟ ପରିସରରେ ଥିବା ତାଙ୍କ ବାସଭବନ ବାହାରକୁ ବାହାରିଥିବାବେଳେ ବାଘ ଦେଖିଥିଲେ। ବାଘଟି ହଷ୍ଟେଲ ପାଚେରି ଡେଇଁ ଭିତରକୁ ଆସିଥିଲା। ଅମିତ ବାଘକୁ ଦେଖି ଭୟରେ ପାଟିକରି ପଳାଇ ଆସିଥିଲେ। ସେହି ସମୟରେ ହଷ୍ଟେଲ ଭିତରେ ୨୦୩ ଛାତ୍ରୀ ରହିଥିଲେ, ଏଣୁ ବିପଦ ଟଳିଗଲା ବୋଲି ସେ କହିଛନ୍ତି। ଅମିତ ପ୍ରଧାନ ଶିକ୍ଷକ ବରଜୁ ପ୍ରସାଦ ନାୟକଙ୍କୁ ଏ ସମ୍ପର୍କରେ ଜଣାଇଥିଲେ। ହଷ୍ଟେଲରେ ରହିଥିବା ଛାତ୍ରୀଙ୍କ ମଧ୍ୟରେ ଏବେ କୋକୁଆ ଭୟ। ସନ୍ଧ୍ୟାହେଲେ କବାଟ ବନ୍ଦ କରି ଛାତ୍ରୀ ଓ କର୍ମଚାରୀ ରହୁଛନ୍ତି। ଏନେଇ ପ୍ରଧାନ ଶିକ୍ଷକ ନାୟକ ଦାରିଙ୍ଗବାଡ଼ି ମଙ୍ଗଳ ସମ୍ପ୍ରସାରଣ ଅଧିକାରୀଙ୍କୁ ଅବଗତ କରାଇଥିଲେ। ସୋମବାର ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ମଙ୍ଗୁଳି ଚରଣ ପ୍ରଧାନ, ବ୍ରାହ୍ମଣୀଗଁା ବନାଞ୍ଚଳ ଅଧିକାରୀ ଲଳିତ ମୋହନ ନାୟକ, ବନପାଳ ନବୀନ କିଶୋର ମଲ୍ଲିକ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛନ୍ତି। ତେବେ ହଷ୍ଟେଲ ପରିସରରେ ଘାସ ଯୋଗୁ ବାଘର ପାଦ ଚିହ୍ନ ମିଳିନାହିଁ। ଏହା ଏକ ହେଟା ବାଘ ହୋଇଥିବା ବନ ବିଭାଗ ଆଶଙ୍କା କରିଛି। ଘଟଣା ସମ୍ପର୍କରେ ବନ ବିଭାଗ ବାଲିଗୁଡ଼ା ଡିଏଫ୍‌ଓ ବିଶ୍ୱନାଥନ ନିଲନଭରଙ୍କୁ ଅବଗତ କରାଇଥିବା ବେଳେ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ପ୍ରଧାନ ଘଟଣା ସମ୍ପର୍କରେ କନ୍ଧମାଳ ଜିଲାପାଳ ଡ.ବୃନ୍ଦା ଡିଙ୍କ ସମେତ ଜିଲା ମଙ୍ଗଳ ବିଭାଗ ଅଧିକାରୀଙ୍କୁ ଅବଗତ କରାଇଥିବା କହିଛନ୍ତି। ବିଦ୍ୟାଳୟ ଏବଂ ହଷ୍ଟେଲ ଅଞ୍ଚଳରେ ପାଚେରି ରହିଥିଲେ ମଧ୍ୟ ଏହା ଜଙ୍ଗଲ ମଧ୍ୟରେ ଉହାମାହା ପାହାଡ଼ ନିକଟକୁ ଲାଗି ରହିଛି। ପାହାଡ଼ ପଟୁ ପାଚେରି ଡେଇଁ ବାଘ ଆସୁଥିବା ଅନୁମାନ କରାଯାଉଛି। ଏଣୁ ତୁରନ୍ତ ପାଚେରି ଉପରେ ତାରବାଡ଼ କରିବାକୁ ପ୍ରଧାନ ଶିକ୍ଷକ ବରଜୁ ପ୍ରସାଦ ନାୟକ କହିଛନ୍ତି। ସେ କହିଛନ୍ତି ଯେ, ବାଘକୁ ପ୍ରଥମେ ଫେବୃୟାରୀ ମାସରେ ବିଦ୍ୟାଳୟ ପରିସରରେ ବୁଲୁଥିବା ଦେଖାଯାଇଥିଲା। କର୍ମଚାରୀ ସାନ୍ତା ମାଝୀ ଏବଂ ସେବତୀ ମଲ୍ଲିକ ମଧ୍ୟ ଅନେକ ଥର ଏଠାରେ ବାଘ ଦେଖିଛନ୍ତି। ଛାତ୍ରୀମାନେ ଅସୁରକ୍ଷିତ ସହ ଷ୍ଟାଫ କ୍ୱାର୍ଟର୍ସରେ ରହୁଥିବା କର୍ମଚାରୀମାନଙ୍କ ପାଇଁ ମଧ୍ୟ ବିପଦ ରହିଛି। ଏ ଦିଗରେ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବା ସହ ବାଘ ଧରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଗମ ଅଞ୍ଚଳରେ ଚାଲିଥିଲା ମଦ ଭାଟି: ଅବକାରୀ ବିଭାଗର ଚଢ଼ାଉ, ଦୁଇ ଗିରଫ

ଦିଗପହଣ୍ଡି,୩୦।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ବିଛାପାଟ ଗ୍ରାମ ନିକଟ ଦୁର୍ଗମ ଅଞ୍ଚଳରେ ଚାଲିଥିବା ବେଆଇନ ଦେଶୀ ମଦଭାଟି ଉପରେ ଗୁରୁବାର...

ଦୁଇ ପୁଅଙ୍କ ଠେଙ୍ଗା ମାଡ଼ରେ ବାପାଙ୍କ ଜୀବନ ଗଲା, ମା’ ଗୁରୁତର

ପୋଲସରା, ୨୦।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୋଲସରା ଥାନା ଅନ୍ତର୍ଗତ କଳମ୍ବ ପଞ୍ଚାୟତ ବଡ଼ସାହି ଗ୍ରାମରେ ଶନିବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ୨ ପୁଅଙ୍କ...

ଶେଷ ଦିନରେ ନାମାଙ୍କନ ଦାଖଲ କଲେ ଭାଜପା, କଂଗ୍ରେସ

ଗଞ୍ଜାମ,୭।୩(ଡି.ଏନ୍‌.ଏ.) : ଆସନ୍ତା ୨୪ରେ ହେବାକୁ ଥିବା ପୌର ନିର୍ବାଚନ ଲାଗି ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ସୋମବାର ଶେଷ ହୋଇଛି l ଏହି ପ୍ରକ୍ରିୟା ୨ତାରିଖରୁ...

ଶଟ୍‌ଡାଉନ୍‌ରେ ଚାଲିଛି ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ

ଗଞ୍ଜାମ,୧୩।୬(ଡି.ଏନ୍‌.ଏ.): ଗଞ୍ଜାମ ସହର ତ୍ରିବେଣୀ ମଠ ଛକଠାରୁ ସାନ ବଜ଼ାର ଯାଏ ସୌନ୍ଦର୍ଯ୍ୟ କରଣ ନିମନ୍ତେ ରାସ୍ତା ନିର୍ମାଣ କାର୍ଯ୍ୟ ଗତ କିଛି ଦିନ ହେବ...

ବିବାଦ ତୁଟିଲା: ଗୋଲାପଡ଼ାରେ ବଣ୍ଟାଯିବ ରାଶନ

ଭଞ୍ଜନଗର,୨୩।୪(ଡି.ଏନ.ଏ.)-ଗୋଲାପଡ଼ା ପଞ୍ଚାୟତରେ ଓଜନ ମାପ ଯନ୍ତ୍ରକୁ ନେଇ ଲାଗି ରହିଥିତ୍ବା ବିବାଦ ତୁଟିଛି। ଗତ ୧୮ ତାରିଖରେ ପଞ୍ଚାୟତରେ ଚାଉଳ ବଣ୍ଟନ ବେଳେ କେତେଜଣ ବ୍ୟକ୍ତି...

ଭାଜପା କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା ଉଦ୍ୟମ ମାମଲା: ଫେରାର ୨ ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,୧୪।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବୋମକେଇ ଗ୍ରାମର ଜିଲା ଭାଜପା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ବାପି ପ୍ରଧାନଙ୍କୁ ହତ୍ୟା ଉଦ୍ୟମ ମାମଲାରେ ସମ୍ପୃକ୍ତ ଥିବା...

କ୍ଷୁଦ୍ର ନାଟକରେ କରୋନା ସଚେତନତା

ଭଞ୍ଜନଗର,୨୫।୪(ଡି.ଏନ.ଏ)-ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡିସ୍ଥିତ ଓମ୍‌ ସଙ୍ଗୀତ ଏକାଡ଼େମୀର କଳାକାରମାନେ ଏକ ଗୀତ ମାଧ୍ୟମରେ କରୋନା ସଚେତନତା କରିଛନ୍ତି। ପ୍ରଦୀପ ସ୍ବାଇଁଙ୍କ ନିର୍ଦ୍ଦେଶନା ଓ ଚାନ୍ଦିନି ସିଂଙ୍କ...

ବ୍ରହ୍ମପୁରରେ ସ୍ଥାପନ ହେଉ ଦ୍ୱିତୀୟ କେନ୍ଦ୍ରୀୟ ବିଦ୍ୟାଳୟ

ବ୍ରହ୍ମପୁର ଅଫିସ,୨ା୯: ବ୍ରହ୍ମପୁରରେ କ୍ରମଶଃ ନୂଆସାହି ବସ୍ତି ସାଙ୍ଗକୁ ଜନସଂଖ୍ୟା ବଢ଼ି ଚାଲିଛି। ଏହାସହ ଛାତ୍ରୀଛାତ୍ରଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ରେଶମ ନଗରୀରେ...

Advertisement
Archives

Model This Week