ବିଦେଶରେ ୩୪ ଲକ୍ଷ କୋଟିର କଳାଧନ ରହିଛି

ନୂଆଦିଲ୍ଲୀ,୨୫-୬: ଭାରତୀୟମାନେ ୧୯୮୦ରୁ ୨୦୧୦ ମଧ୍ୟରେ ୩୦ ବର୍ଷର ଅବଧିରେ ପ୍ରାୟ ୨୪୬.୪୮ ବିଲିୟନ ଡଲାର(୧୭,୨୫,୩୦୦ କୋଟଇ ଟଙ୍କା)ରୁ ୪୯୦ ବିଲିୟନ ଡଲାର(୩୪, ୩୦,୦୦୦ କୋଟି ଟଙ୍କା) କଳାଧନ ଦେଶ ବାହାରକୁ ପଠାଇଛନ୍ତି। ତିନୋଟି ପ୍ରମୁଖ ସଂସ୍ଥାନ ଏନ୍‌ଆଇପିଏଫ୍‌ପି, ଏନ୍‌ସିଏଇଆର୍‌ ଏବଂ ଏନ୍‌ଆଇଏଫ୍‌ଏମ୍‌ ପକ୍ଷରୁ ସ୍ବତନ୍ତ୍ର ଅଧ୍ୟୟନ ରିପୋର୍ଟରୁ ଏ ସମ୍ପର୍କରେ ତଥ୍ୟ ମିଳିଛି।
ସୋମବାର ଲୋକ ସଭାରେ ଅର୍ଥ ଉପରେ ଷ୍ଟାଣ୍ଡିଂ କମିଟିର ଏକ ରିପୋର୍ଟ ଉପସ୍ଥାପିତ କରାଯାଇଛି। ଏଥିରେ କୁହାଯାଇଛି ଯେ, ରିଏଲ ଇଷ୍ଟେଟ୍‌, ଖଣି, ଫାର୍ମାସ୍ୟୁଟିକାଲ୍ସ, ପାନ ମସଲା, ଗୁଟ୍‌କା, ତମ୍ବାକୁ, ବୁଲିୟନ, କମୋଡିଟି, ଫିଲ୍ମ ଏବଂ ଏଜେୁକେଶନ କ୍ଷେତ୍ରରେ ପ୍ରତିଷ୍ଠାଲାଭ କରିଥିବା ବ୍ୟକ୍ତିବିଶେଷ ବିଦେଶରେ କଳାଧନ ଜମା କରିଛନ୍ତି। କମିଟି ପକ୍ଷରୁ ‘ଷ୍ଟାଟସ୍‌ ଅଫ୍‌ ଅନ୍‌ଆକାଉଣ୍ଟେଡ ଇନ୍‌କମ୍‌/ଓ୍ବେଲ୍‌ଥ ବୋଥ୍‌ ଇନ୍‌ସାଇଡ ଆଣ୍ଡ ଆଉଟ୍‌ସାଇଡ୍‌ ଦ କଣ୍ଟ୍ରି-ଏ କ୍ରିଟିକାଲ ଆନାଲିସିସ୍‌’ ନାମକ ରିପୋର୍ଟରେ କୁହାଯାଇଛି ଯେ, କଳାଧନ ସୃଷ୍ଟି ହେବା ଅଥବା ଏକତ୍ରିତ କରିବାକୁ ନେଇ କୌଣସି ବିଶ୍ୱାସଯୋଗ୍ୟ ଅନୁମାନ କରାଯାଇନାହିଁ। ଏପରିକି ଏଭଳି ଅନୁମାନ ଦର୍ଶାଇବା ଲାଗି ସର୍ବମାନ୍ୟ ପଦ୍ଧତି ମଧ୍ୟ ନାହିଁ। ରିପୋର୍ଟରେ କୁହାଯାଇଛି ଯେ, ଅଦ୍ୟାବଧି ଯେଉଁସବୁ ଅନୁମାନ କରାଯାଇଛି, ସେମାନଙ୍କ ମଧ୍ୟରେ ସମାନତା ବା ଯାଞ୍ଚ ପଦ୍ଧତି ଏବଂ ଦୃଷ୍ଟିକୋଣ ସମ୍ପର୍କରେ କୌଣସି ସହମତି ପ୍ରକାଶ ପାଇପାରି ନାହିଁ। ନ୍ୟାଶନାଲ କାଉନସିଲ୍‌ ଅଫ୍‌ ଆପ୍ଲାଏଡ ଇକୋନୋମିକ ରିସର୍ଚ୍ଚ(ଏନ୍‌ସିଏଇଆର୍‌)ର ଅଧ୍ୟୟନରେ କୁହାଯାଇଛି ଯେ, ଭାରତରେ ୧୯୮୦ରୁ ୨୦୧୦ ମଧ୍ୟରେ ୨୬,୮୮,୦୦୦ କୋଟିରୁ ନେଇ ୩୪,୩୦,୦୦୦ କୋଟି ଟଙ୍କାର କଳାଧନ ବିଦେଶ ପଠାଯାଇଛି। ସେହିପରି ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫାଇନାନ୍ସିଆଲ ମ୍ୟାନେଜମେଣ୍ଟ(ଏନ୍‌ଆଇଏଫ୍‌ଏମ୍‌) ପକ୍ଷରୁ କୁହାଯାଇଛି ଯେ, ଅର୍ଥନୀତିରେ ସୁଧାର ବେଳେ ପ୍ରାୟ ୧୫,୧୫,୩୦୦ କୋଟି ଟଙ୍କାର କଳାଧନ ବିଦେଶ ଯାଇଛି। ଅନ୍ୟପକ୍ଷରେ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ପବ୍ଲିକ୍‌ ପଲିସି ଆଣ୍ଡ୍‌ ଫାଇନାନ୍ସ(ଏନ୍‌ଆଇପିଏଫ୍‌ପି) ରିପୋର୍ଟରେ କୁହାଯାଇଛି ଯେ, ୧୯୯୭-୨୦୦୯ ମଧ୍ୟରେ ଦେଶର ମୋଟ ଜିଡିପିର ୦.୨%ରୁ ଆରମ୍ଭ କରି ୭.୪% ପର୍ଯ୍ୟନ୍ତ କଳାଧନ ବିଦେଶକୁ ପଠାଯାଇଛି। ବରିଷ୍ଠ କଂଗ୍ରେସ ସାଂସଦ ଏମ୍‌.ବିରପ୍ପା ମୋଇଲିଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ୧୬ତମ ଲୋକ ସଭା ଭଙ୍ଗ ହେବା ପୂର୍ବରୁ ମାର୍ଚ୍ଚ ୨୮ରେ ଲୋକ ସଭା ଅଧ୍ୟକ୍ଷଙ୍କୁ ନିଜର ରିପୋର୍ଟ ଉପସ୍ଥାପନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଯାତ୍ରୀମାନଙ୍କ ପାଇଁ ଖୁସି ଖବର! ଟ୍ରେନ ଟିକେଟ୍‌ରେ ୭୫% ପର୍ଯ୍ୟନ୍ତ ରିହାତି, ଜାଣନ୍ତୁ କେମିତି କରିବେ ଆପ୍ଲାଏ…

ନୂଆଦିଲ୍‌ଲୀ,୧୮।୬: ଭାରତୀୟ ରେଳବାଇ (Indian Railways) ଦେଶର ପ୍ରତ୍ୟେକ ବର୍ଗର ଲୋକଙ୍କ ପାଇଁ ଯାତ୍ରାକୁ ସହଜ, ସୁରକ୍ଷିତ ଏବଂ ଶସ୍ତା କରିବା ପାଇଁ କ୍ରମାଗତ ଭାବେ ପ୍ରୟାସ…

ବିନା ଇଣ୍ଟରନେଟ୍‌ରେ ବି କରିପାରିବେ Google Maps ବ୍ୟବହାର, ଜାଣନ୍ତୁ ଏହି ସହଜ ଉପାୟ

ନୂଆଦିଲ୍ଲୀ,୧୭।୬: ଗୁଗଲ୍ ମ୍ୟାପ୍ସ ଏବେ କେବଳ କୌଣସି ସ୍ଥାନର ରାସ୍ତା ଦେଖାଇବା ପାଇଁ ଏକ ସାଧାରଣ ଆପ୍ ହୋଇ ରହିନାହିଁ, ବରଂ ଏହା ଏକ ସମ୍ପୂର୍ଣ୍ଣ ‘ଡିଜିଟାଲ୍…

ଚାକିରି ପଛରେ କେତେ ଆଉ ଦୌଡ଼ିବେ? ସରକାରଙ୍କ ଏସବୁ ଯୋଜନାରେ ଆରମ୍ଭ କରନ୍ତୁ ନିଜ ବ୍ୟବସାୟ; ମିଳୁଛି ବଡ଼…

ନୂଆଦିଲ୍ଲୀ,୧୭।୬: ଦେଶରେ ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରୁଥିବା ଯୁବକଯୁବତୀଙ୍କ ସଂଖ୍ୟା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି, କିନ୍ତୁ ପ୍ରତିଯୋଗିତା ଯୋଗୁ  ସମସ୍ତଙ୍କୁ ସରକାରୀ ଚାକିରି ମିଳିବା…

ଚାକିରି ପଛରେ ଗୋଡ଼ାଇବା ଛାଡ଼ନ୍ତୁ, ଜେସିବି କିଣନ୍ତୁ! ମାସକୁ ଲକ୍ଷ ଲକ୍ଷ ରୋଜଗାର, ହେବେ ମାଲାମାଲ୍‌…

ନୂଆଦିଲ୍ଲୀ,୧୭।୬: ଭାରତରେ ଜେସିବି(JCB)ର ଚାହିଦା ବେଶ୍‌ ଅଧିକ। ନାଳ ଖୋଳିବାଠାରୁ ଆରମ୍ଭ କରି ଘର ଭାଙ୍ଗିବା, ନିର୍ମାଣ କାର୍ଯ୍ୟ, ସଡ଼କ ପ୍ରସ୍ତୁତି ଏବଂ ଜମି ସମତଳ କରିବା…

ଆଜି ୫୦ ହଜାର କୋଟି ସାମ୍ରାଜ୍ୟର ମାଲିକ ୨୫ ବର୍ଷର ଏହି ଯୁବକ! ୧୪ ବର୍ଷ ବୟସରୁ କଲେଜ ଛାଡି ଆରମ୍ଭ କରିଥିଲେ…

ନୂଆଦିଲ୍ଲୀ,୧୭।୬: : ଏଲନ ମସ୍କଙ୍କ କମ୍ପାନୀ ସ୍ପେସଏକ୍ସ (SpaceX), ଏଆଇ-ଆଧାରିତ (AI-based) କୋଡିଂ ପ୍ଲାଟଫର୍ମ ‘କର୍ସର’ (Cursor)ର ପ୍ୟାରେଣ୍ଟ କମ୍ପାନୀ ‘ଏନିସ୍ପିୟର ଇଙ୍କ’ (Anysphere Inc)କୁ ୬୦…

ଇଥାନଲ୍ ବ୍ୟବସାୟରୁ ବମ୍ପର ଲାଭ! କମ୍ ନିବେଶରେ କୋଟିପତି ବନାଇବ ଏହି ୩ଟି ସୁପରହିଟ୍ ବିଜନେସ୍ ଆଇଡିଆ

ନୂଆଦିଲ୍‌ଲୀ,୧୭।୬: ଭାରତରେ ଗ୍ରୀନ ଏନର୍ଜି (ଶକ୍ତି) ଏବଂ ବୈକଳ୍ପିକ ଇନ୍ଧନର ଚାହିଦା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଏହି ସମୟରେ ଇଥାନଲ (Ethanol) ଏଭଳି ଏକ ସେକ୍ଟର…

E100 ଇଥାନଲ ନା ପେଟ୍ରୋଲ? କେଉଁ ଇନ୍ଧନରେ ଅଧିକ ମାଇଲେଜ୍ ଦେବ ଗାଡ଼ି, ଜାଣନ୍ତୁ…

ନୂଆଦିଲ୍ଲୀ,୧୬।୬: ଇଥାନଲ ଫୁଏଲକୁ ନେଇ ଭାରତରେ ଚର୍ଚ୍ଚା ଲାଗି ରହିଛି । ସରକାରଙ୍କଠୁ ନେଇ ଗାଡି ନିର୍ମାତା କମ୍ପାନୀ ଯାଏ ସମସ୍ତେ ଏହାକୁ ଭବିଷ୍ୟତର ଇନ୍ଧନ ରୁପେ…

ଚାଷୀଙ୍କ ପାଇଁ ଖୁସି ଖବର, ଏହି ଦିନ ମିଳିବ PM KISANର ୨୩ତମ କିସ୍ତି

ନୂଆଦିଲ୍ଲୀ,୧୬।୬: ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାର ୨୩ତମ କିସ୍ତିକୁ ନେଇ ସାରା ଦେଶର ଚାଷୀ ଅପେକ୍ଷା କରିଛନ୍ତି । ଏବେ ଦେଶର କୋଟି କୋଟି ଚାଷୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri