ବିଦେଶରେ ସିଏଏକୁ ବିରୋଧ: ୟୁରୋପୀୟ ସଂଘର ୧୫୦ ସଦସ୍ୟ ଏକଜୁଟ; ବୁଧବାର ଆଲୋଚନା ଗୁରୁବାର ଭୋଟିଂ

ନୂଆଦିଲ୍ଲୀ/ବ୍ରସେଲ୍ସ୍‌,୨୮।୧: ଭାରତ ସରକାରଙ୍କ ଦ୍ୱାରା ପ୍ରଣୟନ ହୋଇଥିବା ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ବିଦେଶରେ ମଧ୍ୟ ବିରୋଧ କରାଯାଉଛି। ଏନେଇ ୪୫ଟି ଦେଶରେ ପ୍ରଦର୍ଶନ ଜାରି ରହିଥିବାବେଳେ ଆମେରିକାର ୩୦ରୁ ଅଧିକ ସହରରେ ବିକ୍ଷୋଭ କରାଯାଉଛି। ୟୁରୋପୀୟ ସଂଘର ୧୫୦  ସଦସ୍ୟ ସିଏଏ ବିରୋଧରେ ଏକଜୁଟ ହୋଇଛନ୍ତି। ସିଏଏ ବିରୋଧୀ ପ୍ରସ୍ତାବ ଉପରେ ୟୁରୋପୀୟ ସଂଘ ସଂସଦରେ ବୁଧବାର ଆଲୋଚନା କରାଯିବ। ଏହାପରେ ଗୁରୁବାର ଭୋଟିଂ ହେବ। ଏହାକୁ ଦୃଷ୍ଟିରେ ରଖି ଲୋକସଭା ବାଚସ୍ପତି ଓମ୍‌ ବିରଳା ୟୁରୋପୀୟ ସଂଘ ସଂସଦ ଅଧ୍ୟକ୍ଷ ଡେଭିଡ୍‌ ମାରିୟାଙ୍କୁ ଚିଠି ଲେଖିଛନ୍ତି। ଏଥିରେ କୁହାଯାଇଛି ଯେ, ସିଏଏ ସମ୍ପୂର୍ଣ୍ଣ ଭାବେ ଭାରତର ଘରୋଇ ମାମଲା। ପଡ଼ୋଶୀ ରାଷ୍ଟ୍ରଗୁଡ଼ିକ ଏହାକୁ ସମ୍ମାନ ଦେବା ଆବଶ୍ୟକ। ୟୁରୋପୀୟ ସଂଘ ପକ୍ଷରୁ କୁହାଯାଇଛି ଯେ, ସିଏଏ ଯୋଗୁ ପୃଥିବୀରେ ବଡ଼ ଧରଣର ମାନବୀୟ ସଙ୍କଟ ସୃଷ୍ଟି ହେବାର ଆଶଙ୍କା ରହିଛି। ଏହି ଆଇନ ଧାର୍ମିକତା ଆଧାରରେ ଭେଦଭାବ ଉତ୍ପନ୍ନ କରିବ। ଏହା ସମ୍ପୂର୍ଣ୍ଣ ଭାବେ ଅଳ୍ପସଂଖ୍ୟକଙ୍କ ବିରୋଧୀ। ସିଏଏ ଆଇନ ମାନବାଧିକାର ଏବଂ ରାଜନୈତିକ ଚୁକ୍ତି ବିରୋଧୀ। ଏହା ଅନ୍ତର୍ଜାତୀୟ ମାନବାଧିକାର ବୁଝାମଣାର ଅନୁଚ୍ଛେଦ ୧୫ରୁ ଉଲ୍ଲଂଘନ କରୁଛି। ତେଣୁ ଏହାକୁ ପ୍ରତ୍ୟାହାର କରିବା ଉଚିତ ବୋଲି ୟୁରୋପୀୟ ସଂଘ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମେହୁଲ ଚୋକ୍‌ସିଙ୍କ ସ୍ବଦେଶ ଫେରିବା ପଥ ପରିଷ୍କାର : ଭାରତ ଚାପରେ ଆଣ୍ଟିଗୁଆ ରଦ୍ଦ କରିବ ନାଗରିକତା

ସେଣ୍ଟଜୋନ୍ସ୍‌,୨୫।୬: ଭାରତ ଚାପରେ ଆଣ୍ଟିଗୁଆ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଯାଉଛି। ଆଣ୍ଟିଗୁଆ ସରକାର ହୀରା ବ୍ୟବସାୟୀ ମେହୁଲ ଚୋକ୍‌ସିଙ୍କ ନାଗରିକତା ରଦ୍ଦ କରିବେ ବୋଲି...

କରୋନା ଚିକିତ୍ସା ପାଇଁ ଔଷଧ ପ୍ରସ୍ତୁତ କରିଥିବା ଦାବି କଲେ ଡାକ୍ତର

ଲାସା,୯।୨: କରୋନା ଭୁତାଣୁ ଚାଇନାରେ ଆତଙ୍କ ସୃଷ୍ଟି କରିଛି। ଇତିମଧ୍ୟରେ ଏହା ପୃଥିବୀର ୨୭ରୁ ଅଧିକ ଦେଶରେ ସଂକ୍ରମିତ ହୋଇଛି। ଏହାର ଚିକିତ୍ସା ପାଇଁ ଔଷଧ...

ୟୁକ୍ରେନକୁ ସମ୍ପୂର୍ଣ୍ଣ ଧ୍ୱଂସ କରିବୁ: ପୁଟିନ

କ୍ୱିଭ୍‌,୩୦ା୩: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ପଞ୍ଚମ ପର୍ଯ୍ୟାୟ ଶାନ୍ତି ଆଲୋଚନା ବି ସଫଳ ହୋଇପାରିନାହିଁ। ପ୍ରତ୍ୟେକ ଶାନ୍ତି ଆଲୋଚନା ପରେ ରୁଷିଆ ୟୁକ୍ରେନ ଉପରେ...

ମଶା ମାରିବେ ମଶାଙ୍କୁ, ଶହେ କୋଟି ମଶା ଛାଡ଼ିଲା ଆମେରିକା…

ଓ୍ବାଶିଂଟନ, ୩।୪ : କଥାରେ ଅଛି ଲୁହା ଲୁହାକୁ କାଟେ। ଏହି ମର୍ମରେ ଏବେ ଆମେରିକା ମଶାଙ୍କୁ ମାରିବା ପାଇଁ ମଶା ଛାଡ଼ିଛି। ବିଗତ କିଛି...

ପାକିସ୍ତାନରେ ରନ୍ଧନ ଗ୍ୟାସ ସଙ୍କଟ, ପ୍ଲାଷ୍ଟିକ୍‌ ବ୍ୟାଗରେ ଗ୍ୟାସ ଭରୁଛନ୍ତି ଲୋକେ..

.ଇସଲାମାବାଦ,୧।୧ : ପାକିସ୍ତାନର ଅର୍ଥନୀତି ଦିନକୁ ଦିନ ଖରାପ ହେବାରେ ଲାଗିଛି। ଗୋଟିଏ ପଟେ ବୈଦେଶିକ ମୁଦ୍ରା ସଂରକ୍ଷଣର ଅଭାବ ରହିଛି ଏବଂ ଅନ୍ୟ ପଟେ...

ବ୍ରାଜିଲ ବାରରେ ଗୁଳିମାଡ: ୪ ମୃତ

ରିଓ-ଡି-ଜେନେରିୟୋ,୩୦।୬: ବ୍ରଜିଲର ରିଓ-ଡି-ଜେନେରିଓରେ ଥିବା ଏକ ବାରରେ ଗୁଳିମାଡ ଫଳରେ ଅତିକମ୍‌ରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଥିବା ସୂଚନା ମିଳିଛି। ପ୍ରତ୍ୟେକ୍ଷଦର୍ଶୀଙ୍କ...

ହାତର ହକିକ୍‌ ମୁଦି ଏବଂ ପର୍ସରୁ ସୁଲେମାନିଙ୍କୁ କରାଗଲା ଚିହ୍ନଟ

ବାଗଦାଦ୍‌,୩।୧: ଆମେରିକା ପକ୍ଷରୁ ଇରାକ୍‌ର ବାଗଦାଦ୍‌ ବିମାନବନ୍ଦର ଉପରେ ଏୟାର ଷ୍ଟ୍ରାଇକ୍‌ କରାଯାଇଛି। ଏଥିରେ ଇରାନ୍‌ର କୁଦୁସ୍‌ ବାହିନୀ କମାଣ୍ଡର ଜେନେରାଲ କାସିମ୍‌ ସୁଲେମାନିଙ୍କ ସମତେ...

ଲୋକେ ଭକୁଆ: କରୋନା ଟୀକାର ଦେଖାନାହିଁ, ଅଫିସରଙ୍କ ପକେଟ ଗରମ

ଓ୍ବାଶିଂଟନ, ୨୭।୭: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। କରୋନା ପ୍ରତିଷେଧକ ଟୀକା ଆଶାରେ ସାଧାରଣ ଲୋକଙ୍କ ଜୀବନ ବିତୁଛି। କେବେ...

Advertisement
Archives

Model This Week