ବିଦେଶରେ ଏମ୍‌ବିବିଏସ୍‌ ଡିଗ୍ରୀ ଲାଗି ଗ୍ଲୋବାଲ ଫୋକସର ପଦକ୍ଷେପ

ଭୁବନେଶ୍ୱର,୧୯-୫: ବିଦେଶରେ ଏମ୍‌ବିବିଏସ୍‌ ଡିଗ୍ରୀ ଲାଗି ଗ୍ଲୋବାଲ ଫୋକସ ଏଜୁକେଶନ ଗ୍ରୁପ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ସରକାରୀ ମେଡିକାଲ କଲେଜଗୁଡିକରେ ସିଟ୍‌ ସଂଖ୍ୟା କମ୍‌ ରହୁଥିବା ବେଳେ ଘରୋଇ ମେଡିକାଲ କଲେଜରେ ପାଠ ପଢିବା ବ୍ୟୟବହୁଳ । ଏଭଳି ସ୍ଥିତିରେ ୟୁକ୍ରେନରେ ନ୍ୟାଶନାଲ ମେଡିକାଲ ୟୁନିଭର୍ସିଟି ସମେତ ଅନ୍ୟାନ୍ୟ ଜାତୀୟ ସ୍ତରର ମେଡିକାଲ ପ୍ରତିଷ୍ଠାନଗୁଡିକରେ ଡାକ୍ତରୀ ଶିକ୍ଷା ଗ୍ରହଣ ଲାଗି ଗ୍ଳୋବାଲ ଫୋକସ ପକ୍ଷରୁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଚଳିତ ବର୍ଷ ଉକ୍ତ ପ୍ରତିଷ୍ଠାନଗୁଡିକରେ ନାମଲେଖା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି।
ଏହି ପ୍ରତିଷ୍ଠାନଗୁଡିକ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଏବଂ ମେଡିକାଲ କାଉନସିଲ ଅଫ୍‌ ଇଣ୍ଡିଆର ସ୍ବୀକୃତି ପ୍ରାପ୍ତ। ଜାତୀୟ ସ୍ତରର ପ୍ରବେଶିକା ପରିକ୍ଷା ନିଟ୍‌ରେ ସଫଳ ହୋଇଥିବା ଛାତ୍ରୀଛାତ୍ର ଏହି ପ୍ରତିଷ୍ଠାନଗୁଡିକରେ ନାମ ଲେଖାଇବାକୁ ଯୋଗ୍ୟ ବିବେଚିତ ହେବେ ବୋଲି ଗ୍ଲୋବାଲ ଫୋକସର ଏମ୍‌ଡି ଅବଦୁଲ ଜାହିର ସୂଚନା ଦେଇଛନ୍ତି। ଛାତ୍ରୀଛାତ୍ରଙ୍କ ବିଦେଶରେ ପାଠପଢା, ରହିବା ଏବଂ ଭାରତୀୟ ଖାଦ୍ୟ ବ୍ୟବସ୍ଥାକୁ ଧ୍ୟାନରେ ରଖାଯାଉଥିବା ଜାହିର କହିଛନ୍ତି। ସେହିଭଳି ୟୁକ୍ରେନର ଥିମା ସରକାରୀ ବିଶ୍ୱବିଦ୍ୟାଳୟ,ଖାଲକିବ୍‌ ୟୁନିଭର୍ସିଟି ଭଳି ପ୍ରତିଷ୍ଠାନ ସହ ସହବନ୍ଧିତ ଥିବା ବେଳେ ଛାତ୍ରୀଛାତ୍ରଙ୍କ ଲାଗି ସ୍କଲାରଶିପ ବ୍ୟବସ୍ଥା ମଧ୍ୟ କରାଯାଇଛି। ପ୍ରତିବର୍ଷ ରାଜ୍ୟରୁ ୧୨୦ରୁ ଉର୍ଦ୍ଧ୍ୱ ଛାତ୍ରୀଛାତ୍ରଙ୍କୁ ୟୁକ୍ରେନରେ ଡାକ୍ତରୀ ଶିକ୍ଷା ଗ୍ରହଣ ଲାଗି ସୁବିଧା କରାଯାଉଛି। ଆଶାୟୀ ଛାତ୍ରୀଛାତ୍ର ଭୁବନେଶ୍ୱର ଶହୀଦନଗର କାର୍ଯ୍ୟାଳୟ ସମେତ ବ୍ରହ୍ମପୁର, ସମ୍ବଲପୁର କାର୍ଯ୍ୟାଳୟ ସହ ସମ୍ପର୍କ କରିବାକୁ ଜାହିର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ୧୨ ମାସ ତଳେ ଖୁଚୁରା ମୁଦ୍ରାସ୍ଫୀତି, ଓଡ଼ିଶା ବଜାରରେ ଆକାଶ ଛୁଆଁ ଦରଦାମ୍

ଭୁବନେଶ୍ୱର, ୧୩।୬: ଭାରତରେ ଖୁଚୁରା ମୁଦ୍ରାସ୍ଫୀତି ବା ମହଙ୍ଗା ହାର ମେ ମାସରେ ୧୨ ମାସର ସର୍ବନିମ୍ନ ୪.୭୫% ସ୍ତରକୁ ଖସିଛି। ଯାହା ଏପ୍ରିଲ ମାସରେ...

ଆମେରିକା ବ୍ୟାଙ୍କର ପ୍ରଭାବ, ରେକର୍ଡ ସ୍ତରରେ ସେୟାର ମାର୍କେଟ୍‌

ମୁମ଼୍ବାଇ, ୧୩।୬: ବିଶ଼୍ବର ସବୁଠାରୁ ବୃହତ୍‌ ଅର୍ଥନୈତିକ ଦେଶ ଆମେରିକାର ଫେଡରାଲ୍‌ ରିଜର୍ଭ ବ୍ୟାଙ୍କ୍‌ ଏହାର ନୀତିଗତ ସୁଧ ହାରକୁ ନେଇ ଘୋଷଣା କରିଛି ।...

ସେନ୍‌କୋର ବ୍ରାଇଡାଲ ଜୁଏଲେରି କଲେକ୍ସନ

ଭୁବନେଶ୍ୱର,୧୩।୬: ସେନ୍‌କୋ ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ବହୁ ପ୍ରତୀକ୍ଷିତ ତଥା ନୂତନ ବ୍ରାଇଡାଲ ଜୁଏଲେରି କଲେକ୍ସନ ‘ପ୍ୟାର୍‌ କା ଗଠ୍‌ବନ୍ଧନ-୨୦୨୪’ର ସର୍ବଭାରତୀୟସ୍ତରରେ ଉନ୍ମୋଚନ ହୋଇଯାଇଛି। ଏପରିକି...

ଏସ୍‌ବିଆଇର ନୂତନ ଅଭିଯାନ ‘ଏସ୍‌ଏମ୍‌ଇ ଡିଜିଟାଲ ବିଜ୍‌ନେସ୍‌ ଋଣ’, ୪୫ମିନିଟ୍‌ ଭିତରେ…

ଭୁବନେଶ୍ୱର,୧୩।୬: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ(ଏସବିଆଇ)ର ନୂତନ ଅଭିଯାନ ‘ଏସ୍‌ଏମ୍‌ଇ ଡିଜିଟାଲ ବିଜ୍‌ନେସ୍‌ ଋଣ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଏମ୍‌ଏସ୍‌ଏମ୍‌ଇ ଋଣ କ୍ଷେତ୍ରରେ ବ୍ୟାଙ୍କ...

ଅରୁନ୍ଧତୀ ଜୁଏଲର୍ସର ନୂତନ କଲେକ୍ସନ ‘ମଙ୍ଗଳସୂତ୍ର ଏବଂ ପେଣ୍ଡେଣ୍ଟ’, ମିଳୁଛି ଆକର୍ଷଣୀୟ ଅଫର

ଭୁବନେଶ୍ୱର,୧୩।୬ (ଅଭୟ ଦାଶ): ଅରୁନ୍ଧତୀ ଜୁଏଲର୍ସର ବହୁ ପ୍ରତୀକ୍ଷିତ ତଥା ନୂତନ କଲେକ୍ସନ ‘ମଙ୍ଗଳସୂତ୍ର ଏବଂ ପେଣ୍ଡେଣ୍ଟ’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଆକର୍ଷଣୀୟ...

ଶେୟାର ବଜାରରେ ପୁଣି ରେକର୍ଡ, ସର୍ବୋଚ୍ଚ ଛୁଇଁଲା ନିଫ୍ଟି

ନୂଆଦିଲ୍ଲୀ, ୧୨।୬: ଶେୟାର ବଜାର ଖୋଲିବାର ଏକ ଘଣ୍ଟା ପୂର୍ବରୁ ନୂଆ ଇତିହାସ ରଚିଛି ନିଫ୍ଟି। ୨୩,୪୨୦.୩୫ ପଏଣ୍ଟରେ ପହଞ୍ଚି ରେକର୍ଡ କରିଛି । ପୂର୍ବରୁ...

ବୈଶକ ଶକ୍ତି ସଂରକ୍ଷଣର ସମ୍ପ୍ରସାରଣ କରିବ ଇକ୍ୟୁ ଏନର୍ଜି

ଭୁବନେଶ୍ୱର,୧୨।୬(ଅନୁରାଧା ମହାରଣା): ବ୍ୟାଟେରି ଷ୍ଟୋରେଜ କମ୍ପାନୀ ଇକ୍ୟୁ ଏନର୍ଜି ବିଶ୍ୱସ୍ତରରେ ଏହାର ଶକ୍ତି ସଂରକ୍ଷଣ କ୍ଷମତାକୁ ୨୦୨୮ ସୁଦ୍ଧା ୧.୩ ଜିଡବ୍ଲ୍ୟଏଚ୍‌ରୁ ୯ ଜିଡବ୍ଲ୍ୟଏଚ୍‌କୁ ବୃଦ୍ଧି...

ଭାରତରେ ଜିଡିପି ଅଭିବୃଦ୍ଧି ହାର ୬.୬% ହେବ

ଭୁବନେଶ୍ୱର,୧୨।୬(ଅନୁରାଧା ମହାରଣା): ୨୦୨୪ରେ ଭାରତୀୟ ଅର୍ଥନୀତି ୬.୬ ପ୍ରତିଶତ ହାରରେ ବୃଦ୍ଧି ପାଇବ। ୨୦୨୪ ପାଇଁ ଭାରତର ଜିଡିପି ଆକଳନ ବୃଦ୍ଧି ପାଉଥିବାବେଳେ ବିଶ୍ୱ ବ୍ୟାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri