ବିଦେଶକୁ ଖସିପାରିଲେନି ନରେଶ ଗୋୟଲ

ମୁମ୍ବାଇ,୨୬-୫: ଜେଟ୍‌ ଏୟାରଓ୍ବେଜ୍‌ ପ୍ରତିଷ୍ଠାତା ନରେଶ ଗୋୟଲ ଓ ତାଙ୍କ ସ୍ତ୍ରୀ ଅନୀତା ଗୋୟଲ ବିଦେଶ ଖସିଯିବାକୁ ଉଦ୍ୟମ କରି ବିଫଳ ହୋଇଛନ୍ତି। ଶନିବାର ଗୋୟଲଙ୍କ ଦମ୍ପତିଙ୍କୁ ବିଦେଶ ଯାତ୍ରା ପୂର୍ବରୁ ମୁମ୍ବାଇ ବିମାନ ବନ୍ଦରରେ ଇମିଗ୍ରେଶନ କର୍ତ୍ତୃପକ୍ଷ ରୋକିଥିଲେ। ସେମାନେ ଏମିରେଟ୍ସ ବିମାନ ଇକେ-୫୦୭ ଯୋଗେ ଦୁବାଇ ଯାଇଥାନ୍ତେ। ତେବେ ଇମିଗ୍ରେଶନ କର୍ତ୍ତୃପକ୍ଷ ସେମାନଙ୍କୁ ଅନୁମତି ଦେଇ ନ ଥିଲା। ଏହି ଘଟଣା ପରେ ଅନୀତାଙ୍କ ନାମରେ ଥିବା ଚେକ୍‌ଡ ଇନ୍‌ ଲଗେଜକୁ ମଧ୍ୟ ବିମାନରୁ ଓହ୍ଲାଇ ଦିଆଯାଇଥିଲା। ଏହି ବିମାନଟି ଅପରାହ୍ନ ୩.୩୫ରେ ଉଡ଼ିଥିଲା। ସୂଚନାଥାଉ କି, ଜେଟ୍‌ ଏୟାରଓ୍ବେଜ୍‌ରେ ଆର୍ଥିକ ସଙ୍କଟ ଦେଖାଦେବା ପରେ ଏସ୍‌ବିଆଇ ନେତୃତ୍ୱରେ ଋଣପ୍ରଦାନକାରୀ ବ୍ୟାଙ୍କ ସମୂହ ଚାପରେ ନରେଶ ଗୋୟଲ ଓ ଅନୀତା କମ୍ପାନୀ ବୋର୍ଡରୁ ଇସ୍ତଫା ଦେଇଥିଲେ। ଏଥିସହ ନରେଶ କମ୍ପାନୀର ଅଧ୍ୟକ୍ଷ ପଦରୁ ମଧ୍ୟ ଓହରିଯାଇଥିଲେ। ତାଙ୍କର ଇସ୍ତଫା ପରେ ବ୍ୟାଙ୍କ ସମୂହ ଜେଟ୍‌ର ନିୟନ୍ତ୍ରଣ ନିଜ ହାତକୁ ନେଇ ଏହାର ଅଂଶଧନ ବିକ୍ରି ପାଇଁ ଉଦ୍ୟମ କରୁଛି। ଅନ୍ୟପକ୍ଷରେ ଏହି ଘଟଣା ପରେ ଜେଟ୍‌ ଏୟାରଓ୍ବେଜ୍‌ ଅଫିସର୍ସ ଆଣ୍ଡ୍‌ ଷ୍ଟାଫ୍‌ ଆସୋସିଏଶନ ସଭାପତି କିରଣ ପାଓ୍ବସ୍କର ମୁମ୍ବାଇ ପୋଲିସ କମିଶନରଙ୍କୁ ପତ୍ର ଲେଖି ଗୋୟଲ ଦମ୍ପତି, ଅନ୍ୟ ନିର୍ଦ୍ଦେଶକମାନଙ୍କ ପାସପୋର୍ଟ ଜବତ କରିବାକୁ ଅନୁରୋଧ କରିଥିଲେ। ସେମାନେ ବିଦେଶ ପଳାଇଯିବାର ସମ୍ଭାବନା ରହିଛି ବୋଲି ସେ ଆଶଙ୍କା ବ୍ୟକ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ବ୍ୟବସାୟୀ ସଂଘର ଚିଠି

ନୂଆଦିଲ୍ଲୀ,୨୨।୨: ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି)ରେ ରହିଥିବା ବିଭିନ୍ନ ସମସ୍ୟାକୁ ନେଇ ସର୍ବଭାରତୀୟ ବ୍ୟବସାୟୀ ମହାସଂଘ(ସିଏଆଇଟି) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛି। ଫେବୃୟାରୀ...

ଏଲ୍‌ଆଇସିରେ ବିଦେଶୀ ନିବେଶ ୨୦% ରହିପାରେ

ନୂଆଦିଲ୍ଲୀ,୯।୯: ଭାରତୀୟ ଜୀବନ ବୀମା ନିଗମ(ଏଲ୍‌ଆଇସି)ରେ ବିଦେଶୀ ସଂସ୍ଥାଗତ ନିବେଶକ(ଏଫ୍‌ଆଇଆଇ)ଙ୍କ ନିବେଶ ପ୍ରାୟ ୨୦% ରହିପାରେ। ଏହି ପ୍ରସଙ୍ଗ ଉପରେ ସରକାର ବର୍ତ୍ତମାନ ବିଚାର କରୁଥିବା...

ଶୀଘ୍ର ଆସିବ ଷ୍ଟାଣ୍ଡାର୍ଡ କୋଭିଡ ବୀମା

ନୂଆଦିଲ୍ଲୀ,୨୯।୬ : ଜୁଲାଇ ୧୦ ସୁଦ୍ଧା କୋଭିଡ ଷ୍ଟାଣ୍ଡାର୍ଡ ଚିକିତ୍ସା ବୀମା ଆଣିବାକୁ ଭାରତୀୟ ବୀମା ନିୟାମକ ଏବଂ ବିକାଶ ପ୍ରାଧିକରଣ (ଆଇଆର୍‌ଡିଏଆଇ) ପକ୍ଷରୁ ବୀମା...

ଗ୍ରେଟ ଇଷ୍ଟର୍ନ ପକ୍ଷରୁ ପାର୍ବଣ ଅଫର

ଭୁବନେଶ୍ୱର,୪-୧୦: ଇଲେକଟ୍ରୋନିକ୍ସ ରିଟେଲ ଚେନ୍‌ ଗ୍ରେଟ୍‌ ଇଷ୍ଟର୍ନ ପକ୍ଷରୁ ପାର୍ବଣ ଅଫର ଘୋଷଣା କରାଯାଇଛି। ଏହି ସମୟରେ ଗ୍ରାହକ ଷ୍ଟୋରରୁ ପ୍ରତି କ୍ରୟ ଉପରେ ୨୦%...

ଚାଇନାଠାରୁ ପଛଉଛି ଅର୍ଥନୀତି

ନୂଆଦିଲ୍ଲୀ,୩୧-୫: ଜାନୁୟାରୀ-ମାର୍ଚ୍ଚ ତ୍ରୈମାସିକ ଆର୍ଥିକ ଅଭିବୃଦ୍ଧିକୁ ହିସାବକୁ ନେଲେ ଚାଇନାଠାରୁ ଭାରତର ଅର୍ଥନୀତି ପଛଉଛି। ଘରୋଇ ଓ ବିଶ୍ୱ ସ୍ତରରେ ଚାହିଦା କମୁଥିବାରୁ ଏହାର ପ୍ରତ୍ୟକ୍ଷ...

ଲଳିତ ମୋଦିଙ୍କ ସ୍ବିସ ବ୍ୟାଙ୍କ ତଥ୍ୟ ମାଗିଲେ ସରକାର

ନୂଆଦିଲ୍ଲୀ,୩-୧୦: କଳାଧନ ଉପରେ କାର୍ଯ୍ୟାନୁଷ୍ଠାନ ମୁତାବକ ସରକାର ପୂର୍ବତନ ଆଇପିଏଲ୍‌ କମିଶନର ଲଳିତ ମୋଦି ଏବଂ ତାଙ୍କ ସ୍ତ୍ରୀ ମୀନଲଙ୍କ ସ୍ବିସ ବ୍ୟାଙ୍କରେ ଜମା ତଥ୍ୟ...

ନିବେଶକଙ୍କୁ ୧୪.୨୨ ଲକ୍ଷ କୋଟି କ୍ଷତି

  ନୂଆଦିଲ୍ଲୀ,୨୪-୩: କରୋନା ପ୍ରଭାବରେ ଭାରତୀୟ ପୁଞ୍ଜି ବଜାର କାରବାର ଲଗାତାର ଭାବେ ଖସୁଥିବା ବେଳେ ସୋମବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ନିବେଶକଙ୍କୁ ରେକର୍ଡ ସ୍ତର...

କୋହଳ ହେଲା ନିୟମ: ହେଲେ କେଉଁ ଦୋକାନ ଖୋଲିବ ତାହା ନିଷ୍ପତ୍ତି ନେବେ ଜିଲାପାଳ, କମିଶନର

ଭୁବନେଶ୍ୱର,୨୫।୪(ବ୍ୟୁରୋ): କୋହଳ ହୋଇଛି ଦୋକାନ ଖୋଲିବା ନିୟମ। ପୂର୍ବରୁ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବାକୁ ନିୟମ ଥିବା ବେଳେ ଶନିବାର କେନ୍ଦ୍ର ସରକାରଙ୍କ ପକ୍ଷରୁ...

Advertisement
Archives

Model This Week