ବିଦେଶକୁ ଖସିପାରିଲେନି ନରେଶ ଗୋୟଲ

ମୁମ୍ବାଇ,୨୬-୫: ଜେଟ୍‌ ଏୟାରଓ୍ବେଜ୍‌ ପ୍ରତିଷ୍ଠାତା ନରେଶ ଗୋୟଲ ଓ ତାଙ୍କ ସ୍ତ୍ରୀ ଅନୀତା ଗୋୟଲ ବିଦେଶ ଖସିଯିବାକୁ ଉଦ୍ୟମ କରି ବିଫଳ ହୋଇଛନ୍ତି। ଶନିବାର ଗୋୟଲଙ୍କ ଦମ୍ପତିଙ୍କୁ ବିଦେଶ ଯାତ୍ରା ପୂର୍ବରୁ ମୁମ୍ବାଇ ବିମାନ ବନ୍ଦରରେ ଇମିଗ୍ରେଶନ କର୍ତ୍ତୃପକ୍ଷ ରୋକିଥିଲେ। ସେମାନେ ଏମିରେଟ୍ସ ବିମାନ ଇକେ-୫୦୭ ଯୋଗେ ଦୁବାଇ ଯାଇଥାନ୍ତେ। ତେବେ ଇମିଗ୍ରେଶନ କର୍ତ୍ତୃପକ୍ଷ ସେମାନଙ୍କୁ ଅନୁମତି ଦେଇ ନ ଥିଲା। ଏହି ଘଟଣା ପରେ ଅନୀତାଙ୍କ ନାମରେ ଥିବା ଚେକ୍‌ଡ ଇନ୍‌ ଲଗେଜକୁ ମଧ୍ୟ ବିମାନରୁ ଓହ୍ଲାଇ ଦିଆଯାଇଥିଲା। ଏହି ବିମାନଟି ଅପରାହ୍ନ ୩.୩୫ରେ ଉଡ଼ିଥିଲା। ସୂଚନାଥାଉ କି, ଜେଟ୍‌ ଏୟାରଓ୍ବେଜ୍‌ରେ ଆର୍ଥିକ ସଙ୍କଟ ଦେଖାଦେବା ପରେ ଏସ୍‌ବିଆଇ ନେତୃତ୍ୱରେ ଋଣପ୍ରଦାନକାରୀ ବ୍ୟାଙ୍କ ସମୂହ ଚାପରେ ନରେଶ ଗୋୟଲ ଓ ଅନୀତା କମ୍ପାନୀ ବୋର୍ଡରୁ ଇସ୍ତଫା ଦେଇଥିଲେ। ଏଥିସହ ନରେଶ କମ୍ପାନୀର ଅଧ୍ୟକ୍ଷ ପଦରୁ ମଧ୍ୟ ଓହରିଯାଇଥିଲେ। ତାଙ୍କର ଇସ୍ତଫା ପରେ ବ୍ୟାଙ୍କ ସମୂହ ଜେଟ୍‌ର ନିୟନ୍ତ୍ରଣ ନିଜ ହାତକୁ ନେଇ ଏହାର ଅଂଶଧନ ବିକ୍ରି ପାଇଁ ଉଦ୍ୟମ କରୁଛି। ଅନ୍ୟପକ୍ଷରେ ଏହି ଘଟଣା ପରେ ଜେଟ୍‌ ଏୟାରଓ୍ବେଜ୍‌ ଅଫିସର୍ସ ଆଣ୍ଡ୍‌ ଷ୍ଟାଫ୍‌ ଆସୋସିଏଶନ ସଭାପତି କିରଣ ପାଓ୍ବସ୍କର ମୁମ୍ବାଇ ପୋଲିସ କମିଶନରଙ୍କୁ ପତ୍ର ଲେଖି ଗୋୟଲ ଦମ୍ପତି, ଅନ୍ୟ ନିର୍ଦ୍ଦେଶକମାନଙ୍କ ପାସପୋର୍ଟ ଜବତ କରିବାକୁ ଅନୁରୋଧ କରିଥିଲେ। ସେମାନେ ବିଦେଶ ପଳାଇଯିବାର ସମ୍ଭାବନା ରହିଛି ବୋଲି ସେ ଆଶଙ୍କା ବ୍ୟକ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

BSNL ଆଣିଲା iPhoneଠାରୁ ବି ମହଙ୍ଗା ଫୋନ୍, ଦାମ୍ ୧.୩୪ ଲକ୍ଷ ଟଙ୍କା; ଜାଣନ୍ତୁ ଏଥିରେ କ’ଣ ରହିଛି ଖାସ୍‌

ନୂଆଦିଲ୍ଲୀ, ୯।୭: ସରକାରୀ ଟେଲିକମ୍ କମ୍ପାନୀ ବିଏସଏନଏଲ୍ (BSNL) ଭାରତରେ ଏକ ନୂଆ ସାଟେଲାଇଟ୍ ଫୋନ୍ ଲଞ୍ଚ କରିଛି। ଏହି ଫୋନ୍‌ଟି ବିଶେଷ କରି ବ୍ୟବସାୟିକ ତଥା…

ଭାଙ୍ଗିଲା ସବୁ ରେକର୍ଡ; ଗୋଟିଏ ଦିନରେ ୬,୭୦୦ ଟଙ୍କା ଶସ୍ତା ହେଲା ରୁପା, ସୁନା ବି…

ନୂଆଦିଲ୍ଲୀ, ୮।୭: ଯଦି ଆପଣ ସୁନା କିମ୍ବା ରୁପା କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର ଅଛି। ଆନ୍ତର୍ଜାତୀୟ ବଜାରଠାରୁ ଆରମ୍ଭ…

ଜିଓର ଦମଦାର୍ ପ୍ଲାନ୍ ‘JioTV Pro Pack’: ମାତ୍ର ୫୫ ଟଙ୍କାରେ ମିଳିବ ୧୦୦୦ରୁ ଅଧିକ ଲାଇଭ୍ ଟିଭି ଚ୍ୟାନେଲ୍‌

ନୂଆଦିଲ୍ଲୀ, ୮।୭: ରିଲାଏନ୍ସ ଜିଓ ନିଜ ଗ୍ରାହକମାନଙ୍କ ପାଇଁ ଏକ ଶସ୍ତା ଏବଂ ଦମଦାର୍ ଏଣ୍ଟରଟେନମେଣ୍ଟ ପ୍ଲାନ୍ ଲଞ୍ଚ କରିଛି। କମ୍ପାନୀ ମାତ୍ର ୫୫ ଟଙ୍କାରେ ନୂଆ…

ଏଣିକି WhatsAppରେ ମିଳିବ ଆୟୁଷ୍ମାନ କାର୍ଡର ସବୁ ସୁବିଧା; ଘରେ ବସି ଚେକ୍ କରନ୍ତୁ ବାଲାନ୍ସ, ସେଭ୍ କରନ୍ତୁ ଏହି ନମ୍ବର

ନୂଆଦିଲ୍ଲୀ, ୮।୭: ଦେଶର କୋଟି କୋଟି ଆୟୁଷ୍ମାନ ଭାରତ ହିତାଧିକାରୀଙ୍କ ପାଇଁ ଏକ ବଡ଼ ଖୁସି ଖବର। ଏବେ ଆୟୁଷ୍ମାନ କାର୍ଡର ବାଲାନ୍ସ ଏବଂ ଅନ୍ୟାନ୍ୟ ସେବା ବିଷୟରେ…

ଟ୍ରମ୍ପଙ୍କ ବୟାନ ପରେ ଶେୟାର ବଜାରରେ ହାହାକାର! ନିବେଶକଙ୍କ ବୁଡ଼ିଲା ୪ ଲକ୍ଷ କୋଟି

ନୂଆଦିଲ୍ଲୀ,୮।୭: ବୁଧବାର ଭାରତୀୟ ଶେୟାର ବଜାରରେ ଏକ ବଡ଼ ଧରଣର ଉତ୍ଥାନ ଦେଖିବାକୁ ମିଳିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ କଡ଼ା ବୟାନ ଅସ୍ଥିର ବିଶ୍ୱ…

PF ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର! ଖାତାକୁ ଆସିବ ୮.୨୫% ସୁଧ, ଘରେ ବସି ଏମିତି ଚେକ୍‌ କରନ୍ତୁ ବାଲାନ୍ସ

ନୂଆଦିଲ୍ଲୀ, ୭।୭: ଯଦି ଆପଣଙ୍କର ମଧ୍ୟ EPFରେ ପଇସା ଜମା ହେଉଛି, ତେବେ ଆପଣଙ୍କ ପାଇଁ ବଡ଼ ଖୁସି ଖବର। EPFO ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri