ବିଜୟ ମାଲ୍ୟା ପ୍ରତ୍ୟର୍ପଣ ମାମଲା;ହାଇକୋର୍ଟରେ ଜୁଲାଇ ୨ରେ ଶୁଣାଣି

ଲଣ୍ଡନ,୨୭-୪: ମଦ ବ୍ୟବସାୟୀ ବିଜୟ ମାଲ୍ୟା ପ୍ରତ୍ୟର୍ପଣ ମାମଲାରେ ଲଣ୍ଡନ ହାଇକୋର୍ଟ ଜୁଲାଇ ୨ରେ ଶୁଣାଣି କରିବେ। ସେହି ଦିନ ମାଲ୍ୟାଙ୍କ ପକ୍ଷରୁ ହାଇକୋର୍ଟରେ ମାମଲା ଚାଲିବା ନେଇ ଯୁକ୍ତି ଦର୍ଶାଯିବ। ବିଚାରପତି ଏହାକୁ ଗ୍ରହଣ କଲେ ତଳ କୋର୍ଟର ରାୟ ବିରୋଧରେ ମାମଲାର ନିୟମିତ ଶୁଣାଣି ହେବ।

ସୂଚନାଯୋଗ୍ୟ ଓ୍ବେଷ୍ଟମିନିଷ୍ଟର କୋର୍ଟ ପ୍ରତ୍ୟର୍ପଣ କରିବା ଲାଗି ନିର୍ଦ୍ଦେଶ ଦେବା ପରେ ବ୍ରିଟେନ ସରକାରଙ୍କ ପକ୍ଷରୁ ମାଲ୍ୟାଙ୍କ ପ୍ରତ୍ୟର୍ପଣ ଲାଗି ପଦକ୍ଷେପ ନିଆଯାଇଥିଲା। ଗୃହ ସଚିବ ସାଜିଦ ଜାଭିଦ ଫେବୃୟାରୀରେ ପ୍ରତ୍ୟର୍ପଣ ସଂକ୍ରାନ୍ତ ଫାଇଲରେ ସ୍ବାକ୍ଷର କରିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା କଥା। କିନ୍ତୁ ଓ୍ବେଷ୍ଟମିନିଷ୍ଟର ଅଦାଲତଙ୍କ ରାୟକୁ ଚ୍ୟାଲେଞ୍ଜ କରି ମାଲ୍ୟାଙ୍କ ପକ୍ଷରୁ ହାଇକୋର୍ଟରେ ଏକ ଲିଖିତ ଆବେଦନ ଦିଆଯାଇଥିଲା। ତେବେ ହାଇକୋର୍ଟ ବିଚାରପତି ଜଷ୍ଟିସ ଓ୍ବିଲିୟମ ଡେଭିସ ସେତେବେଳେ ଏହାକୁ ଗ୍ରହଣ କରି ନଥିଲେ ଏବଂ ମୌଖିକ ଶୁଣାଣି ପାଇଁ ଆବେଦନ କରିବାକୁ ତାଙ୍କୁ ଏକ ସପ୍ତାହ ସମୟ ଦେଇଥିଲେ। ଏହା ପରେ ମାଲ୍ୟାଙ୍କ ପକ୍ଷରୁ ପୁନର୍ବାର ଆଉ ଏକ ଆବେଦନ ଦିଆଯାଇଛି, ଯାହା ଉପରେ ମୌଖିକ ଶୁଣାଣି ହେବ। ଜୁଲାଇ ୨ ଏଥିପାଇଁ ଦିନ ଧାର୍ଯ୍ୟ ହୋଇଛି ବୋଲି ୟୁକେ କୋର୍ଟ ଅଧିକାରୀ ପ୍ରକାଶ କରିଛନ୍ତି। ତାଙ୍କର କହିବାନୁଯାୟୀ, ଆଇନ ଦୃଷ୍ଟିରୁ ମୌଖିକ ଶୁଣାଣି ପାଇଁ ପୁନଃ ଆବେଦନ କରାଯିବା ମାତ୍ରେ ହାଇକୋର୍ଟ ବିଚାରପତି ଏହାକୁ ଗ୍ରହଣ କରି ଏହାକୁ ଶୁଣାଣି ପାଇଁ ତାଲିକାଭୁକ୍ତ କରିଥାନ୍ତି। ଉଲ୍ଲେଖଥାଉ କି, ମାଲ୍ୟାଙ୍କ ପ୍ରତ୍ୟର୍ପଣକୁ ନେଇ ଜୁଲାଇ ୨ରେ ତାଙ୍କର ଓକିଲ ଏବଂ ଭାରତୀୟ ଯାଞ୍ଚ ଏଜେନ୍ସିଙ୍କ ପକ୍ଷରୁ କ୍ରାଉନ ପ୍ରୋସିକ୍ୟୁଶନ ସର୍ଭିସ ମୁହଁାମୁହିଁ ହେବେ। ଏହାକୁ ଭିତ୍ତି କରି ହାଇକୋର୍ଟ ବିଚାରପତି ପୂର୍ଣ୍ଣ ଶୁଣାଣି ପାଇଁ ନିଷ୍ପତ୍ତି ନେବେ। ତେବେ ମାଲ୍ୟାଙ୍କ ପାଇଁ ଏହା ହେବ ଶେଷ ସୁଯୋଗ। କାରଣ ହାଇକୋର୍ଟରେ ଶୁଣାଣି ଆବେଦନ ଦୁଇଥର ଖାରଜ ହୋଇଯିବା ପରେ ସେ ସ୍ଥାନୀୟ ଆଇନ ଦୃଷ୍ଟିରୁ ସୁପ୍ରିମକୋର୍ଟରେ ଆବେଦନ କରିପାରିବେ ନାହିଁ। ଏହାପରେ ମାଲ୍ୟାଙ୍କ ନିକଟରେ ଫ୍ରାନ୍ସର ଷ୍ଟ୍ରାଶବର୍ଗରେ ଥିବା ମାନବାଧିକାର ସଂକ୍ରାନ୍ତ ୟୁରୋପୀୟାନ ଅଦାଲତରେ ଆବେଦନ କରିବାର ଶେଷ ସୁଯୋଗ ମିଳିବ। ଭାରତୀୟ ଜେଲ୍‌ରେ ରହିବାରେ ତାଙ୍କର ଜୀବନ ପ୍ରତି ବିପଦ ଥିବା ଦର୍ଶାଇବାକୁ ମାଲ୍ୟା ସେତେବେଳେ ଚେଷ୍ଟା କରିବେ। ସୂଚନାଥାଉ କି, ୨୦୧୭ରେ ସ୍କଟଲାଣ୍ଡ ୟାର୍ଡ ଗିରଫ କରିବା ପରେ ଉକ୍ତ ମଦ ବ୍ୟବସାୟୀ ଏବେ ଜାମିନରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

ଭାରତରେ କିଏ ସ୍ଥିର କରେ ଚିନି ଦାମ୍‌? ସରକାର ନା କୃଷକ, ଜାଣନ୍ତୁ…

ନୂଆଦିଲ୍ଲୀ,୨୩ା୮: ଚା’ କପ୍‌ରୁ ଆରମ୍ଭ କରି ପର୍ବପର୍ବାଣିର ମିଠା ପର୍ଯ୍ୟନ୍ତ, ଚିନି ପ୍ରତ୍ୟେକ ଘରର ଦୈନନ୍ଦିନ ଆବଶ୍ୟକତାର ଏକ ପ୍ରମୁଖ ଅଂଶ। ଏହି ସମୟରେ ଦେଶରେ ଚିନି…

ଆପଣଙ୍କର ପାଖରେ ଅଛି କି ପୁରୁଣା ପାସ୍‌ବୁକ୍‌? ଡିସେମ୍ୱର ୩୧ ପୂର୍ବରୁ ଶୀଘ୍ର ବଦଳାନ୍ତୁ, ଆସିଲା ନୂଆ ନିୟମ…

ନୂଆଦିଲ୍ଲୀ,୨୨।୮: ଯଦି ଆପଣ ବି ବ୍ୟାଙ୍କିଙ୍ଗ୍ କାରବାର ପାଇଁ ଚେକ୍‌ବୁକ୍ (Chequebook) ବ୍ୟବହାର କରୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ଅତ୍ୟନ୍ତ ଦରକାରୀ ଖବର। ବାସ୍ତବରେ,…

ସେପ୍ଟେମ୍ବରରୁ ବଦଳିଯିବ ନିୟମ! ଅଗଷ୍ଟ ଶେଷ ପୂର୍ବରୁ କରିନିଅନ୍ତୁ ଏହି ୪ କାମ…

ନୂଆଦିଲ୍ଲୀ,୨୧ା୮: ଅଗଷ୍ଟ ମାସ ଶେଷ ହେବାକୁ ଯାଉଛି। ଏହା ସହ କିଛି ଜରୁରୀ ଆର୍ଥିକ କାମର ସମୟସୀମା ମଧ୍ୟ ଶେଷ ହେଉଛି। ଯଦି ଆପଣ ଏହି କାମଗୁଡ଼ିକ…

ରାସନ କାର୍ଡ ପାଖରେ ନଥିଲେ ବି ମିଳିବ ରାସନ! ଜାଣନ୍ତୁ ସରକାରଙ୍କ ପୂରା ନିୟମ…

ନୂଆଦିଲ୍ଲୀ,୨୧ା୮: ସରକାର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଏବଂ ଅସହାୟ ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଜନା ଚଳାନ୍ତି। ଯଦି ଆପଣ ମଧ୍ୟ ସରକାରୀ ରାସନରୁ ଉପକୃତ ହେଉଛନ୍ତି, ତେବେ…

SBI ଗ୍ରାହକଙ୍କ ପାଇଁ ବଡ଼ ଅପଡେଟ୍‌, ଅକ୍ଟୋବର ୧ରୁ କ୍ୟାଶ୍‌ ଉଠାଇଲେ ଲାଗିବ ଏକ୍ସଟ୍ରା ଚାର୍ଜ

ନୂଆଦିଲ୍ଲୀ,୨୧ା୮: ଯଦି ଆପଣଙ୍କର ଆକାଉଣ୍ଟ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ରେ ଅଛି ଏବଂ ଆପଣ ମାସକୁ ଅନେକ ଥର ବ୍ୟାଙ୍କ ଶାଖା (ବ୍ରାଞ୍ଚ) କୁ…

ଆଉ ଶସ୍ତା ନୁହେଁ, ମହଙ୍ଗା ହୋଇପାରେ ପେଟ୍ରୋଲ-ଡିଜେଲ! ଜାଣନ୍ତୁ ଦାମ୍‌ ବଢ଼ିବାର ବଡ଼ କାରଣ

ନୂଆଦିଲ୍ଲୀ,୨୧। ୮: ପେଟ୍ରୋଲ-ଡିଜେଲ ଦାମକୁ ନେଇ ପୁଣି ବଢ଼ିପାରେ ସାଧାରଣ ଲୋକଙ୍କ ଚିନ୍ତା। ଅନ୍ତର୍ଜାତୀୟ ବଜାରରେ କ୍ରୁଡ ଅଏଲ ମୂଲ୍ୟରେ ହଠାତ୍‌ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri