ବିଜ୍ଞାପନ କରି ଅଡୁଆରେ ଅକ୍ଷୟ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ଏକ ନାମୀଦାମୀ ବ୍ରାଣ୍ଡ ଓ୍ବାଶିଂ ପାଉଡରର ବିଜ୍ଞାପନ କରି ଏବେ ବିବାଦ ଘେରକୁ ଚାଲିଆସିଛନ୍ତି। ମରାଠା ଯୋଦ୍ଧାଙ୍କ ପରିହାସ କରିଥିବା ନେଇ ଅକ୍ଷୟଙ୍କ ନାଁରେ ଅଭିଯୋଗ ହୋଇଛି। ଏନେଇ ଲୋକମାନେ ତାଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, ମରାଠା ଯୋଦ୍ଧାଙ୍କ ରାଜା ହୋଇଥିବା ଅକ୍ଷୟ ଶତ୍ରୁଙ୍କ ସହ ଯୁଦ୍ଧ କରି ଫେରିବା ପରେ ତାଙ୍କୁ ଓ ସେନାକୁ ସ୍ବାଗତ କରାଯାଇଥାଏ। ତେବେ ମଇଳା କପଡାକୁ ଦେଖି ଜଣେ ସୈନ୍ୟଙ୍କ ସ୍ତ୍ରୀ ବ୍ୟଙ୍ଗ କରିଥାନ୍ତି। ସ୍ତ୍ରୀଙ୍କ ବ୍ୟଙ୍ଗ ପରେ ଅକ୍ଷୟ ଏକ ମଜାଳିଆ ଡ୍ୟାନ୍ସ କରି ନିଜ କପଡ଼ା ଧୋଉଥିବାର ଏହି ବିଜ୍ଞାପନ ଭିଡିଓରେ ଦେଖିବାକୁ ମିଳିଛି। ମରାଠା ଯୋଦ୍ଧାଙ୍କ ରାଜା ହୋଇଥିବା ଅକ୍ଷୟଙ୍କ ଏହି ଡ୍ୟାନ୍ସ ଓ କପଡ଼ା ଧୋଇବାକୁ ନେଇ ଲୋକମାନେ ଆପତ୍ତି ଜଣାଇଛନ୍ତି। ଏନେଇ ଲୋକମାନେ ମୁମ୍ବାଇ ଓ୍ବର୍ଲି ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗରେ ଲେଖାଅଛି ଅକ୍ଷୟ ମରାଠା ସଂସ୍କୃତିକୁ ପରିହାସ କରି ଲୋକଙ୍କ ଭାବାବେଗକୁ ଆଘାତ ପହଞ୍ଚାଇଛନ୍ତି। ଏଥିପାଇଁ ଅକ୍ଷୟ କ୍ଷମା ମାଗିବା ଉଚିତ। ଅପରପକ୍ଷେ ଏହି ବିଜ୍ଞାପନକୁ ସୋସିଆଲ ମିଡିଆରେ ଶେୟାର କରାଯାଇ ଅକ୍ଷୟଙ୍କୁ ଟ୍ରୋଲ କରାଯାଇଛି। ୟୁଜର୍ସମାନେ ଅକ୍ଷୟଙ୍କୁ ଟ୍ରୋଲ କରି ଭିନ୍ନ ଭିନ୍ନ କମେଣ୍ଟ ଦେଇଥିବା ଜଣାପଡ଼ିଛି। ସେହିପରି ବିଜ୍ଞାପନ ତିଆରି କରିଥିବା କମ୍ପାନୀ ମଧ୍ୟ ଏହି ସମାଲୋଚନାର ଶିକାର ହୋଇଛି। ଟୁଇଟରରେ ଏବେ #Boycott Nirma ଟ୍ରେଣ୍ଡ କରୁଛି। ହେଲେ ଏନେଇ ଏବେ ପର୍ଯ୍ୟନ୍ତ ଅକ୍ଷୟ ଓ ବିଜ୍ଞାପନ କମ୍ପାନୀ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଲଟିଲା କାର୍‌: ଜଣେ ଯବାନଙ୍କ ସମେତ ଚାଲିଗଲା ୯ ଜୀବନ

ଶ୍ରୀନଗର,୨୬।୫: ଜମ୍ମୁ-କଶ୍ମୀରର ଗାଣ୍ଡେରବାଲ ଜିଲାରେ ଗୁରୁବାର ଏକ ଅଭାବନୀୟ ଘଟିଛି। ଶ୍ରୀନଗର-ଲେହ ଜାତୀୟ ରାଜପଥରେ ଏକ ଘାଟିକୁ କାର୍‌ ଓଲଟି ପଡିବାରୁ ଜଣେ ଯବାନଙ୍କ ସମେତ...

କେଆଇଏଫ୍‌ଏଫ୍‌ରୁ ବାଦ୍‌ ପଡ଼ିଲା ‘ପାଟଣାଗଡ଼’

ଭୁବନେଶ୍ୱର, ୩୦ା୧୦(ବ୍ୟୁରୋ):କୋଲକାତା ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲ(କେଆଇଏଫ୍‌ଏଫ୍‌)ରେ ଆଉ ପ୍ରଦର୍ଶିତ ହେବନି ବହୁଭାଷୀ ଓଡ଼ିଆ ଫିଲ୍ମ ‘ପାଟଣାଗଡ଼’। ଶେଷ ମୁହୂର୍ତ୍ତରେ ଓଡ଼ିଆ ଫିଲ୍ମ ‘ପାଟଣାଗଡ଼’କୁ ଫିଲ୍ମ ଫେଷ୍ଟିଭାଲରୁ...

ନିଲାମ ହେବ ପ୍ରଧାନମନ୍ତ୍ରୀଙ୍କ ଉପହାର

ନୂଆଦିଲ୍ଲୀ,୧୭ ।୯: ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାରା ବିଶ୍ୱରେ ଯେତେପ୍ରକାର ଉପହାର ମିଳିଛି ତା’ର ନିଲାମି କରାଯିବ ବୋଲି କହିଛି...

ଆସନ୍ତା ଜାନୁୟାରୀରେ ବିବାହ କରିବେ ଆଥିଆ-ରାହୁଲ

ବଲିଉଡର ବହୁ ପ୍ରତୀକ୍ଷିତ ବିବାହ ମଧ୍ୟରୁ ଅଭିନେତ୍ରୀ ଆଥିଆ ଶେଟ୍ଟୀ ଏବଂ କ୍ରିକେଟର କେ.ଏଲ ରାହୁଲଙ୍କ ବିବାହ ରହିଛି। ଦୁହେଁ କେବେ ବିବାହ କରୁଛନ୍ତି ତାହାକୁ...

ଜମାଟ ବାନ୍ଧିଲା ଡାଲ୍‌ ହ୍ରଦ ପାଣି

ଶ୍ରୀନଗର,୧୧।୧: ଜମ୍ମୁ-କଶ୍ମୀରରେ ତୁଷାର ପାତ ଲାଗି ରହିଛି। ଏହାଯୋଗୁ ସର୍ବନିମ୍ନ ତାପମାତ୍ରା ଶୂନ ଡିଗ୍ରୀ ତଳକୁ ଖସି ଯାଇଛି। ଫଳରେ ଶ୍ରୀନଗରର ଡାଲ୍‌ ହ୍ରଦର ପାଣି...

ସିଡିଏସ୍‌ ବିପିନ ରାୱତଙ୍କ ପରିବାର ଲୋକଙ୍କୁ ଭେଟିଲେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ,୮।୧୨: ତାମିଲନାଡୁର କୁନ୍ନୁରରେ ବୁଧବାର ବାୟୁସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ହେଲିକପ୍ଟରରେ ସିଡିଏସ ଜେନେରାଲ ବିପିନ ରାୱତଙ୍କ ସମେତ ୧୪ ଜଣ ଲୋକ ଥିଲେ। ଏହି...

ପଲକଙ୍କ ଫଟୋରେ ଏମିତି କମେଣ୍ଟ ଦେଲେ ସଲମାନଙ୍କ ଏକ୍ସ-ଗର୍ଲଫ୍ରେଣ୍ଡ

ମୁମ୍ବାଇ: ଅଭିନେତ୍ରୀ ଶ୍ୱେତା ତିଓ୍ବାରୀଙ୍କ ଝିଅ ପଲକ ତିଓ୍ବାରୀଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଏବେ ଭାଇରାଲ ହେଉଛି। ଯାହା ପ୍ରଶଂସକଙ୍କ ହୃଦୟକୁ ଛୁଇଁଯାଇଛି। ଏକ...

ଗୃହରେ ଭିଡ଼ହିଂସା, ଶିଶୁମୃତ୍ୟୁ ତାତି

ନୂଆଦିଲ୍ଲୀ,୨୭ା୬(ପି.ଟି./ଆଇଏଏନ୍‌ଏସ୍‌): ଭାଜପା ଶାସିତ ଝାଡ଼ଖଣ୍ଡସ୍ଥିତ ଷଢ଼େଇକଳା-ଖରସୁଆଁ ଜିଲାର ମୁସ୍‌ଲିମ୍‌ ଯୁବକ ତବ୍‌ରେଜ୍‌ ଅନ୍‌ସାରୀଙ୍କୁ ଚୋରି ସନ୍ଦେହରେ ଧରି ‘ଜୟ ଶ୍ରୀରାମ’ କହିବାକୁ ବାଧ୍ୟ କରିବା ପରେ...

Advertisement
Archives

Model This Week