ବିଜ୍ଞାନ ବାର୍ତ୍ତାକୁ ଶୁଣୁ ଭାରତ

ଡାଭୋସ୍‌,୨୫ା୧: ‘ବିଜ୍ଞାନକୁ ଶୁଣ’। ଜଳବାୟୁ ପରିବର୍ତ୍ତନର ଭୟାବହତାରୁ ମୁକ୍ତିପାଇବା ପାଇଁ ଡାଭୋସ୍‌ ମଞ୍ଚରୁ ଶୁକ୍ରବାର ଭାରତକୁ ଏହି ବାର୍ତ୍ତା ଦେଇଛନ୍ତି ସ୍ବଳ୍ପବୟସ୍କା ପରିବେଶ କର୍ମୀ ଗ୍ରେଟା ଥନ୍‌ବର୍ଗ। ଅନ୍ୟପକ୍ଷରେ ବିଶ୍ୱ ଅର୍ଥନୈତିକ ମଞ୍ଚ (ଡବ୍ଲ୍ୟୁଇଏଫ୍‌)ରେ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ଉଦ୍ଦିଷ୍ଟ ଦାବିଗୁଡ଼ିକୁ ସମ୍ପୂର୍ଣ୍ଣ ରୂପେ ଅଣଦେଖା କରାଯାଇଥିବା ଦର୍ଶାଇ ସେ କ୍ଷୋଭବ୍ୟକ୍ତ କରିଛନ୍ତି।
ଡୋଭୋସ୍‌ରେ ଚାଲିଥିବା ଡବ୍ଲ୍ୟୁଇଏଫ୍‌ ସମ୍ମିଳନୀର ଶେଷଦିନରେ ସୁଇସ୍‌ କି ରିସର୍ଟରେ ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରି ୧୭ ବର୍ଷୀୟା ପରିବେଶବିତ୍‌ ଗ୍ରେଟା କହିଛନ୍ତି, ଭାରତରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଭୟାବହ ହେଲାଣି। ବିଶ୍ୱର ଅନ୍ୟ ଦେଶଗୁଡ଼ିକରେ ମଧ୍ୟ ସମାନ ଅବସ୍ଥା ସୃଷ୍ଟି ହୋଇଥିବାରୁ ଜୀବାଶ୍ମ ଇନ୍ଧନରୁ ତୁରନ୍ତ ପୁଞ୍ଜିପ୍ରତ୍ୟାହାର ପାଇଁ ସେ କର୍ପୋରେଟ ସେକ୍ଟରକୁ ଅନୁରୋଧ କରିଥିଲେ। ହେଲେ ତାଙ୍କ ଦାବିଗୁଡ଼ିକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଛି। ସମ୍ମିଳନୀର ଏହି ୫୦ତମ ସଂସ୍କରଣରେ ଗ୍ରେଟା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଆମେରିକାର ସଚିବ ଷ୍ଟିଭେନ୍‌ ମୁଚିନ୍‌ ଗୁରୁବାର ତାଙ୍କ ଉଦ୍ଦେଶ୍ୟରେ କହିଥିଲେ, ଏହି ସ୍ବଳ୍ପବୟସ୍କା ଝିଅ ଅର୍ଥନୀତି ପଢ଼ିବାକୁ ଯାଆନ୍ତୁ। ଏହି ମନ୍ତବ୍ୟର ପ୍ରତିକ୍ରିୟାରେ ସେ କହିଛନ୍ତି, ଏହାର କିଛି ପ୍ରଭାବ ପଡ଼ିବ ନାହିଁ। ଆମକୁ ସବୁବେଳେ ଏମିତି ସମାଲୋଚନା କରାଯାଉଛି। ସେଗୁଡ଼ିକୁ ଶୁଣିଥିଲେ ଆମେ ଯାହା ଚାହୁଁଛୁ ତାହା କରିପାରି ନ ଥାନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଜାହାଜ ଆଟାକ୍‌କୁ ନେଇ ଭାରତ ପାଇଁ ବାହାରିଲା ଚାଇନା, ଚମକିପଡିଲେ ଟ୍ରମ୍ପ!

ବେଜିଂ,୨୧।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ବିବାଦ ମଧ୍ୟରେ, ହରମୁଜ ପ୍ରଣାଳୀରେ ଉତ୍ତେଜନା ବୃଦ୍ଧି ପାଇଛି। ଏହି ସମୟରେ, ଚାଇନା ଏକ ଭାରତୀୟ ଜାହାଜ ସହିତ ଗୁଳିକାଣ୍ଡ ଘଟଣା ସମ୍ପର୍କରେ…

ଏଣିକି ମାସକୁ ୨ଥର ଆସିବ ଦରମା, ସରକାର କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୧।୪: ଯଦି ଆପଣ ମାସକୁ ଦୁଇଥର ଦରମା ପାଇବା ଆରମ୍ଭ କରନ୍ତି, ତେବେ ଆପଣଙ୍କର ଅନେକ ଆର୍ଥିକ ଅସୁବିଧାର ସମାଧାନ ହୋଇପାରିବ। ଭାରତର ପଡ଼ୋଶୀ ଦେଶ ନେପାଳ,…

ମୋଦିଙ୍କ ଝାଲମୁଢି ରାଜନୀତି: ଏହା କେବଳ ୧୦ଟଙ୍କାର କାଗଜ ନୁହେଁ, ବଙ୍ଗଳା ଜିତିବାର…

ନୂଆଦିଲ୍ଲୀ/କୋଲକାତା,୨୧।୪: ରାଜନୀତିରେ, ପ୍ରମୁଖ ରଣନୀତିଗୁଡ଼ିକ ପ୍ରାୟତଃ ଏପରି ମୁହୂର୍ତ୍ତ ମଧ୍ୟରେ ଲୁଚି ରହିଥାଏ ଯାହା ଅତ୍ୟନ୍ତ ସାଧାରଣ ମନେହୁଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝାରଗ୍ରାମରେ ରାସ୍ତା କଡ଼ରେ…

ମହିଳାଙ୍କୁ ଯୌନ ନିର୍ଯାତନା ଦେବା ଏସ୍‌ଡିପିଓଙ୍କୁ ପଡ଼ିଲା ମହଙ୍ଗା: ରାତି ୧୨ଟାରେ ଫୋନ୍‌ କରି କହୁଥିଲେ ଏମିତି…

ନୟାଗଡ଼,୨୧ା୪(ଲୋକନାଥ ମିଶ୍ର): ମହିଳାଙ୍କୁ ଯୌନ ନିର୍ଯାତନା ଦେବା ମହଙ୍ଗା ପଡ଼ିଛି। ନୟାଗଡ଼ ଜିଲା ଖଣ୍ଡପଡ଼ା ସବ୍‌ଡିଭିଜନାଲ ପୋଲିସ ଅଫିସର (ଏସ୍‌ଡିପିଓ) ମଦନ ମୋହନ ପ୍ରଧାନଙ୍କ ମଙ୍ଗଳବାର ମୁଖ୍ୟାଳୟକୁ…

୩୨୫ ପରେ ବୁମ୍‌ରା କଲେ ଏମିତି କାମ, ଅପେକ୍ଷାର ଘଟିଲା ଅନ୍ତ

ନୂଆଦିଲ୍ଲୀ,୨୧।୪: IPL 2026ରେ ଜସପ୍ରୀତ ବୁମରା ଶେଷରେ ତାଙ୍କର ପ୍ରଥମ ସଫଳତା ହାସଲ କଲେ। ସେ ଇନିଂସର ପ୍ରଥମ ବଲରେ ସାଇ ସୁଦର୍ଶନଙ୍କୁ ଆଉଟ କଲେ। ଏହି…

ଏବେ ଏହି ଜିଲାରେ ୪ ଦିନ ପାଇଁ ସ୍କୁଲ ଛୁଟି ଘୋଷଣା

ଭୁବନେଶ୍ୱର,୨୧।୪: ମାଲକାନଗିରିରେ ଆସନ୍ତା ୪ ଦିନ ପାଇଁ ସ୍କୁଲ ଛୁଟି ଘୋଷଣା କରାଯାଇଛି। ସବୁ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ଘୋଷଣା ହୋଇଛି। ୨୨,୨୩, ୨୪…

ହର୍ମୁଜର ଅବରୋଧ ମଧ୍ୟରେ, ଭାରତ ଖେଳିଲା ବଡ଼ ଗେମ୍‌, ୨୦୩୦ ପର୍ଯ୍ୟନ୍ତ ସମସ୍ୟାର ହେଲା ଅନ୍ତ, ରୁଷୀୟ ତେଲ ସଂଗ୍ରହ ହେଲା ଆହୁରି ସହଜ!

ନୂଆଦିଲ୍ଲୀ/ମସ୍କୋ,୨୧।୪: ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ଏବଂ ହର୍ମୁଜ ପ୍ରଣାଳୀର ଅବରୋଧରୁ ଉତ୍ପନ୍ନ ତୈଳ ଏବଂ ଗ୍ୟାସ ସଙ୍କଟ ମଧ୍ୟରେ, ଭାରତ ଏକ ପ୍ରମୁଖ ରଣନୈତିକ…

ଗ୍ରାମାଞ୍ଚଳ ପାଇଁ ହାଇବ୍ରିଡ୍‌ ସ୍ବାସ୍ଥ୍ୟ ମଡେଲ୍‌ ଜରୁରୀ: ପ୍ରିୟଦର୍ଶୀ ମହାପାତ୍ର

ପ୍ରିୟଦର୍ଶୀ ମହାପାତ୍ର ଜଣେ ଅଭିଜ୍ଞ ଶିଳ୍ପପତି ଏବଂ ସଫଳ ଉଦ୍ୟୋଗୀ ଭାବେ ପରିଚିତ। ସେ ‘କ୍ୟୁଅରବେ’ ପ୍ରତିଷ୍ଠା କରିବା ପୂର୍ବରୁ ଗୁଗଲ୍‌, ମାଇକ୍ରୋସଫ୍ଟ, ଏସ୍‌ଏପି, ଆଭାୟା ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri