ବିଜ୍ଞାନ ବାର୍ତ୍ତାକୁ ଶୁଣୁ ଭାରତ

ଡାଭୋସ୍‌,୨୫ା୧: ‘ବିଜ୍ଞାନକୁ ଶୁଣ’। ଜଳବାୟୁ ପରିବର୍ତ୍ତନର ଭୟାବହତାରୁ ମୁକ୍ତିପାଇବା ପାଇଁ ଡାଭୋସ୍‌ ମଞ୍ଚରୁ ଶୁକ୍ରବାର ଭାରତକୁ ଏହି ବାର୍ତ୍ତା ଦେଇଛନ୍ତି ସ୍ବଳ୍ପବୟସ୍କା ପରିବେଶ କର୍ମୀ ଗ୍ରେଟା ଥନ୍‌ବର୍ଗ। ଅନ୍ୟପକ୍ଷରେ ବିଶ୍ୱ ଅର୍ଥନୈତିକ ମଞ୍ଚ (ଡବ୍ଲ୍ୟୁଇଏଫ୍‌)ରେ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ଉଦ୍ଦିଷ୍ଟ ଦାବିଗୁଡ଼ିକୁ ସମ୍ପୂର୍ଣ୍ଣ ରୂପେ ଅଣଦେଖା କରାଯାଇଥିବା ଦର୍ଶାଇ ସେ କ୍ଷୋଭବ୍ୟକ୍ତ କରିଛନ୍ତି।
ଡୋଭୋସ୍‌ରେ ଚାଲିଥିବା ଡବ୍ଲ୍ୟୁଇଏଫ୍‌ ସମ୍ମିଳନୀର ଶେଷଦିନରେ ସୁଇସ୍‌ କି ରିସର୍ଟରେ ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରି ୧୭ ବର୍ଷୀୟା ପରିବେଶବିତ୍‌ ଗ୍ରେଟା କହିଛନ୍ତି, ଭାରତରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଭୟାବହ ହେଲାଣି। ବିଶ୍ୱର ଅନ୍ୟ ଦେଶଗୁଡ଼ିକରେ ମଧ୍ୟ ସମାନ ଅବସ୍ଥା ସୃଷ୍ଟି ହୋଇଥିବାରୁ ଜୀବାଶ୍ମ ଇନ୍ଧନରୁ ତୁରନ୍ତ ପୁଞ୍ଜିପ୍ରତ୍ୟାହାର ପାଇଁ ସେ କର୍ପୋରେଟ ସେକ୍ଟରକୁ ଅନୁରୋଧ କରିଥିଲେ। ହେଲେ ତାଙ୍କ ଦାବିଗୁଡ଼ିକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଛି। ସମ୍ମିଳନୀର ଏହି ୫୦ତମ ସଂସ୍କରଣରେ ଗ୍ରେଟା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଆମେରିକାର ସଚିବ ଷ୍ଟିଭେନ୍‌ ମୁଚିନ୍‌ ଗୁରୁବାର ତାଙ୍କ ଉଦ୍ଦେଶ୍ୟରେ କହିଥିଲେ, ଏହି ସ୍ବଳ୍ପବୟସ୍କା ଝିଅ ଅର୍ଥନୀତି ପଢ଼ିବାକୁ ଯାଆନ୍ତୁ। ଏହି ମନ୍ତବ୍ୟର ପ୍ରତିକ୍ରିୟାରେ ସେ କହିଛନ୍ତି, ଏହାର କିଛି ପ୍ରଭାବ ପଡ଼ିବ ନାହିଁ। ଆମକୁ ସବୁବେଳେ ଏମିତି ସମାଲୋଚନା କରାଯାଉଛି। ସେଗୁଡ଼ିକୁ ଶୁଣିଥିଲେ ଆମେ ଯାହା ଚାହୁଁଛୁ ତାହା କରିପାରି ନ ଥାନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ସଂସଦରେ ପଶିଗଲା ମୂଷା, ସିଟ୍‌ ଛାଡ଼ି ଦୌଡ଼ିଲେ ଏମ୍‌ପି; ଭାଇରାଲ ହେଉଛି ଭିଡିଓ

ମାଦ୍ରିଦ୍‌,୨୩ା୭: ସ୍ପେନ୍‌ର ସଂସଦରେ ଏକ ମୂଷା ଆତଙ୍କ ସୃଷ୍ଟି କରିଛି। ଫଳରେ ଏମ୍‌ପିମାନେ ସଂସଦ ଛାଡ଼ି ଦୌଡ଼ିବାରେ ଲାଗିଥିଲେ। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ...

କରୋନାକୁ ଡରି ବିମାନବନ୍ଦରରେ ୩ ମାସ ରହିଥିଲେ ଏହି ଭାରତୀୟ

ଓ୍ବାଶିଂଟନ,୨୮ା୧୦: କରୋନା ଭୟରେ ଭାରତକୁ ଫେରିବା ପରିବର୍ତ୍ତେ ଚିକାଗୋର ଓହେର ଅନ୍ତର୍ଜାତୀୟ ବିମାନବନ୍ଦରରେ ୩ ମାସ ରହିଥିବା ଜଣେ ଭାରତୀୟଙ୍କୁ ଆମେରିକାର ଅଦାଲତ ଅନଧିକୃତ ପ୍ରବେଶ...

ଚାଇନାରେ ପୁଣି ଲକ୍‌ଡାଉନ୍‌…

ବେଜିଂ, ୧୩।୧୨: କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ କରୋନାର ଏନ୍ତୁଡିଶାଳ ପାଲଟିଥିବା ଚାଇନାରେ ପୁଣି ଲକ୍‌ଡାଉନ୍‌ ଜାରି...

ଆରବ ସାଗରରେ ଚାଇନା-ରୁଷିଆ-ଇରାନର ମିଳିତ ସମରାଭ୍ୟାସ…

ମସ୍କୋ/ବେଜିଂ,୧୬।୩ : ଆରବ ସାଗରରେ ଚାଇନା ଏବଂ ଇରାନ ସହିତ ରୁଷିଆ ନୌସେନା ମିଳିତ ସମରାଭ୍ୟାସ ଆରମ୍ଭ କରିଛି। ଏନେଇ ରୁଷିଆ ପକ୍ଷରୁ ସୂଚନା ପ୍ରଦାନ...

ମନ୍ଦିରରେ ଅସହାୟ ଲୋକଙ୍କୁ ସହାୟତାର ହାତ ବଢ଼ାଇଲେ ପାକିସ୍ତାନ ଖେଳାଳି

ଇସ୍‌ଲାମାବାଦ୍‌,୧୩।୫: ସାରା ବିଶ୍ୱରେ କରୋନା ଭାଇରସ୍‌ ଆତଙ୍କ ଖେଳାଇ ଚାଲିଛି। ଦିନକୁ ଦିନ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। କରୋନା ସହ ମୁକାବିଲା...

ଲକ୍ଷ୍ୟ ପୂରଣ କରିବାରେ ବିଫଳ ହୋଇଛି ଜାତିସଂଘ

ଇସଲମାବାଦ,୧୩ା୧୦: ଜାତିସଂଘ ଲକ୍ଷ୍ୟ ପୂରଣ କରିବାରେ ବିଫଳ ହୋଇଛି ଏହାର କାରଣ ହେଉଛି ଜାତିସଂଘ ପାକିସ୍ତାନ ବନ୍ୟା ପ୍ରପୀଡ଼ିତଙ୍କ ପାଇଁ ସ୍ଥିର କରିଥିବା ଅର୍ଥର ଅଧା...

ଋଷି ସୁନକ ଲଢିବେ ପ୍ରଧାନମନ୍ତ୍ରୀ ନିର୍ବାଚନ, କହିଲେ ବ୍ରିଟେନ ଅର୍ଥନୀତିକୁ ସୁଧାରିବାକୁ ଚାହୁଛି

ଲଣ୍ଡନ,୨୩ ।୧୦: ବ୍ରିଟେନର କଞ୍ଜରଭେଟିଭ ପାର୍ଟିର ନେତା ଋଷି ସୁନକ ପୁଣିଥରେ ପ୍ରଧାନମନ୍ତ୍ରୀ ନିର୍ବାଚନ ଲଢିବେ ବୋଲି ଘୋଷଣା କରିଛନ୍ତି । ସେ କହିଛନ୍ତି ମୁଁ...

କାବୁଲ ବିସ୍ଫୋରଣ: ୫ ମୃତ ୧୦ ଆହତ

କାବୁଲ,୨୫।୭: ଆଫଗାନିସ୍ତାନର କାବୁଲରେ ଗୁରୁବାର ହୋଇଥିବା ୩ଟି ବିସ୍ଫୋରଣରେ ପ୍ରାୟ ୫ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହେବା ସହ ୧୦ ଆହତ ହୋଇଥିବା ସୂଚନା...

Advertisement
Archives

Model This Week