ବିଜେଡି ସଭ୍ୟ ସଂଗ୍ରହ ଅବଧି ୩ ସପ୍ତାହ ବୃଦ୍ଧି

ଭୁବନେଶ୍ୱର,୧।୧୧(ବ୍ୟୁରୋ) : ଅକ୍ଟୋବର ଶେଷ ସୁଦ୍ଧା ବିଜେଡି ପକ୍ଷରୁ ପ୍ରାୟ ୪୧ ଲକ୍ଷଙ୍କୁ ଦଳୀୟ ସଭ୍ୟ କରାଯାଇଥିବା ଜଣାପଡ଼ିଛି। ସେହିପରି ସଭ୍ୟ ସଂଗ୍ରହରେ ଦେଖାଦେଇଥିବା ଉତ୍ସୁକତାକୁ ଦେଖି ଏହି ଅଭିଯାନକୁ ଆହୁରି ୩ ସପ୍ତାହକୁ ବୃଦ୍ଧି କରାଯାଇଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗୁରୁବାର ବସିଥିବା ଜିଲା ପର୍ଯ୍ୟବେକ୍ଷକ ଓ ଜିଲା ସଭାପତିଙ୍କ ବୈଠକରୁ ଏହା ଜଣାପଡ଼ିଛି।
ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ସଭ୍ୟ ସଂଗ୍ରହ ଏବଂ ଦଳର ଶୀର୍ଷ ନେତୃତ୍ୱ ଦ୍ୱାରା ସ୍ଥିରୀକୃତ କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରୁଥିବା ଜିଲା ଏବଂ ନିର୍ବାଚନମଣ୍ଡଳୀକୁ ପ୍ରଶଂସା କରାଯାଇଥିଲା। ଅନୁରୂପ ଭାବେ ଅପେକ୍ଷାକୃତ ଭଲ ପ୍ରଦର୍ଶନ କରି ନ ଥିବା ଜିଲା ଓ ନିର୍ବାଚନମଣ୍ଡଳୀରେ ଥିବା ନେତୃବର୍ଗଙ୍କୁ ତାଗିଦ୍‌ କରାଯାଇଥିଲା। ପୂର୍ବ ଯୋଜନା ମୁତାବକ କାର୍ଯ୍ୟ ନ ହେଲେ ଦାୟିତ୍ୱରେ ଥିବା ନେତାମାନଙ୍କୁ ଅପସାରଣ କରାଯିବାର ପରୋକ୍ଷ ଚେତାବନୀ ମଧ୍ୟ ଦିଆଯାଇଛି। ବିଶେଷକରି ବିଭିନ୍ନ ଜିଲାର ପର୍ଯ୍ୟବେକ୍ଷକଙ୍କ କାର୍ଯ୍ୟାବଳୀକୁ ନଜରରେ ରଖି ଏପରି ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି। ୧୭ରୁ ୧୯ ନିର୍ବାଚନମଣ୍ଡଳୀର ସାଙ୍ଗଠନିକ କାର୍ଯ୍ୟ, ସଭ୍ୟ ସଂଗ୍ରହ ଇତ୍ୟାଦିକୁ ନେଇ ଉଦ୍‌ବେଗ ପ୍ରକାଶ କରାଯାଇଥିବା ଜଣାପଡ଼ିଛି। ସଭ୍ୟ ସଂଗ୍ରହରେ ଯୁବ, ମହିଳା ବର୍ଗକୁ ଅଧିକ ଗୁରୁତ୍ୱ ଦିଆଯାଉଥିବା ଜଣାପଡ଼ିଛି। ନିକଟରେ ଦଳ ପକ୍ଷରୁ ‘ଓଡ଼ିଶା- ମୋ ପରିବାର’ କାର୍ଯ୍ୟକ୍ରମ ଘୋଷଣା କରାଯାଇଛି। ଏହା ଦଳକୁ ଆହୁରି ଲୋକଙ୍କ ନିକଟତର କରାଇବ ବୋଲି ମତ ପ୍ରକାଶ ପାଇଥିଲା। ଏହି ସାଙ୍ଗଠନିକ ବୈଠକରେ ରାଜ୍ୟ ସଭା ସଦସ୍ୟ ପ୍ରସନ୍ନ ଆଚାର୍ଯ୍ୟ, ବିଧାୟକ ଦେବୀ ପ୍ରସାଦ ମିଶ୍ର, ପ୍ରଣବ ପ୍ରକାଶ ଦାସ, ଅମର ଶତପଥୀ, ପ୍ରମିଳା ମଲ୍ଲିକ, ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପ୍ରଫୁଲ୍ଲ ମଲ୍ଲିକ, ଅଶୋକ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ମହେଶ୍ୱର ମହାନ୍ତି, ଦେବାଶିଷ ସାମନ୍ତରାୟ, ଚନ୍ଦ୍ରସାରଥି ବେହେରା, ବିଜୟ ନାୟକ, କିଶୋର ମହାନ୍ତି, ଲାଲ୍‌ବିହାରୀ ହିମିରିକା ପ୍ରମୁଖ ବୈଠକରେ ଯୋଗଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ା ହଳଦିଗାଁରେ ବୁଲୁଛି ବାଘ

ତରବୋଡ/ନୂଆପଡା ଅଫିସ,୨୫।୧: ନୂଆପଡ଼ା ଜିଲା ଖରିଆର ରୋଡ ବନାଞ୍ଚଳ ଅଧୀନ ହଳଦିଗାଁରେ ସୋମବାର ୪ଟି କଲରାପତରିଆ ବାଘ ବୁଲୁଥିବା ଦେଖିବାକୁ ମିଳିଛି। ଖବର ପ୍ରଚାର ପରେ...

ରାଜ୍ୟରେ ସୁସ୍ଥ ହେଲେ ଆଉ ୬୪୮ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୨୪।୧୧(ବ୍ୟୁରୋ): ରାଜ୍ୟରେ ଆରୋଗ୍ୟ ହେଲେ ୬୪୮ କରୋନା ଆକ୍ରାନ୍ତ। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୩୦୭୩୭୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ...

କୁଣ୍ଢେଇଗୋଳା-ବୁଢାପାଳ ଯୋଗାଯୋଗ ବିଚ୍ଛିନ୍ନ

ଦେବଗଡ,୨୮ା୮(ଡ଼ି.ଏନ୍‌.ଏ.) ଲଗାଣ ବର୍ଷା ଯୋଗୁ ଦେବଗଡ ରିଆମାଳ ବ୍ଲକ ଅନ୍ତର୍ଗତ କୁଣ୍ଢେଇଗୋଳା ଗ୍ରାମ ନିକଟରେ ଟିକିରା ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି ା ଫଳରେ...

ଚପିଯାଇଛି ତଦନ୍ତ ରିପୋର୍ଟ, କାର୍ଯ୍ୟାନୁଷ୍ଠାନ ହେଉନି

ଖୋର୍ଦ୍ଧା ଅଫିସ,୨୪ା୬: ଅଙ୍ଗନଓ୍ବାଡି କେନ୍ଦ୍ରରେ ଶିଶୁମାନେ ଚେୟାର ଟେବୁଲରେ ବସି ପାଠ ପଢ଼ିବା ସହ ସ୍ବଚ୍ଛ ପାଣି ପିଇବେ। ଏଥିଲାଗି ରାଜ୍ୟ ମହିଳା ଓ ଶିଶୁ...

ପୂର୍ବ ସ୍ଥାନକୁ ଫେରିଲେ ୨୮ ଇନ୍‌ଚାର୍ଜ ଡିଏସ୍‌ପି

ଭୁବନେଶ୍ୱର,୧୬।୪(ବ୍ୟୁରୋ): ଓଡିଶା ପୋଲିସ୍‌ର ୨୮ଜଣ ଇନ୍‌ଚାର୍ଜ ଡିଏସ୍‌ପିଙ୍କୁ ତାଙ୍କ ପୂର୍ବ ସ୍ଥାନକୁ ଫେରାଇ ଅଣାଯାଇଛି। ସେମାନେ ଇନ୍‌ସ୍ପେକ୍ଟର ପ୍ୟାହାରେ କାର୍ଯ୍ୟ କରିବେ। ଏନେଇ ପୋଲିସ ମୁଖ୍ୟାଳୟ...

୯ ବର୍ଷରେ ଗଲାଣି ୩୩୧୫ ଜୀବନ

ଭୁବନେଶ୍ୱର, ୮।୯(ବ୍ୟୁରୋ): ବନ୍ୟା, ବାତ୍ୟା ଭଳି ବଜ୍ରପାତ ମଧ୍ୟ ରାଜ୍ୟରେ ଅନ୍ୟ ଏକ ଭୟଙ୍କର ବିପତ୍ତି ଭାବେ ଦେଖାଦେଇଛି। ପ୍ରତ୍ୟେକ ବର୍ଷ ବଜ୍ରପାତରେ ୩୦୦ରୁ ୪୦୦...

ନୟାଗଡ଼ ଜିଲା: ସଙ୍କଟରେ ଚାଷୀ ଓ ଚାଷ  

ନୟାଗଡ଼ ଅଫିସ,୧୫ା୮: କୃଷିପ୍ରଧାନ ନୟାଗଡ଼ ଜିଲାରେ ଚାଷୀ ଓ ଚାଷ ସଙ୍କଟରେ। ପ୍ରତିକାର ନ ଥିବାରୁ ଚାଷୀ ଚାଷ ପ୍ରତି ବୀତସ୍ପୃହ ହୋଇପଡୁଛି। ଏହାର ସମାଧାନ...

ଶ୍ରୀମନ୍ଦିର ପାଇଁ ୧୫୪ କୋଟିର ବଜେଟ

ପୁରୀ ଅଫିସ,୧୮ା୧୧: ୨୦୨୦-୨୧ ଆର୍ଥିକବର୍ଷ ଲାଗି ଶ୍ରୀମନ୍ଦିର ପାଇଁ ୧୫୪କୋଟି ଟଙ୍କାର ବଜେଟ ଉପସ୍ଥାପନ କରାଯାଇଛି। ମଙ୍ଗଳବାର ଅନୁଷ୍ଠିତ ପରିଚାଳନା କମିଟି ବୈଠକରେ ଏହି ବଜେଟ...

Advertisement
Archives

Model This Week