Posted inଜାତୀୟ

ବିଜେଡି, ଏନ୍‌ସିପିକୁ ପ୍ରଶଂସା କଲେ ମୋଦି

ନୂଆଦିଲ୍ଲୀ,୧୮।୧୧: ସୋମବାର ଆରମ୍ଭ ହୋଇଛି ସଂସଦର ଶୀତ କାଳିନ ଅଧିବେଶନ। ଏଥିରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଲ୍‌ ପାସ୍‌ କରାଯିବାର ଯୋଜନା ରହିଛି। ସେଥି ମଧ୍ୟରେ ଗୋଟିଏ ରହିଛି ନାଗରିକତା ସଂଶୋଧନ ବିଲ୍‌ ୨୦୧୯। ଭାରତୀୟ ଜନତା ପାର୍ଟି(ଭାଜପା) ନେତୃତ୍ୱ କେନ୍ଦ୍ର ସରକାର ଏହି ଅଧିବେଶନରେ ନାଗରିକତା ସଂଶୋଧନ ବିଲ୍‌ ପାସ୍‌ କରିବାର ଯୋଜନା ରଖିଥିବା ଜଣାପଡିଛି। ତେବେ ସୋମବାର ରାଜ୍ୟ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଟି ରାଜନୈତିକ ଦଳର ପ୍ରଶଂସା କରିଛନ୍ତି। ଗୋଟିଏ ହେଉଛି ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟି(ଏନ୍‌ସିପି) ଓ ବିଜୁ ଜନତା ଦଳ(ବିଜେଡି)। ମୋଦି କହିଛନ୍ତି ଏହି ଦୁଇ ଦଳ ସଂସଦୀୟ ମାନଦଣ୍ଡକୁ ବେଶ୍‌ ଭଲଭାବେ ପାଳନ କରିଛନ୍ତି। ଏମାନେ କେବେବି ଖାଲ ଭିତରକୁ ଯାଆନ୍ତି ନାହିଁ। ଏହାପରେ ବି ସେମାନେ ନିଜ କଥାକୁ ଗୁରୁତ୍ୱ ଦିଅନ୍ତି ଓ କାର୍ଯ୍ୟକାରୀ କରନ୍ତି। ତେଣୁ କେବଳ ମୁଁ ନୁହେଁ ଅନ୍ୟ ଦଳମାନେ ମଧ୍ୟ ବିଜେଡି ଓ ଏନ୍‌ସିପିଠାରୁ ଶିଖିବା ଆବଶ୍ୟକ ବୋଲି ମୋଦି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା କାଳରେ ସ୍ବାସ୍ଥ୍ୟ ସଙ୍କଟ ଆଳ

ନୂଆଦିଲ୍ଲୀ, ୨୧।୫: କାର୍ଯ୍ୟ ସମୟ ବୃଦ୍ଧି, ସର୍ବନିମ୍ନ ମଜୁରିକୁ ସୀମିତ, ସାମାଜିକ ସୁରକ୍ଷା ସୁବିଧାଗୁଡ଼ିକୁ ହ୍ରାସ, କୌଣସି ପ୍ରକାର କାର୍ଯ୍ୟ ପାଇଁ ଠିକା ଶ୍ରମିକମାନଙ୍କୁ ନିୟୋଜନ...

ଆଇଏଏସ୍‌ ଟିନା ଡାବିଙ୍କ ନାଁ ନେଇ ଠକେଇ ଅଭିଯୋଗ

ଜୟପୁର,୯।୭: ରାଜସ୍ଥାନର ଜୈସଲମେର ଜିଲାପାଳ ଟିନା ଡାବିଙ୍କ ନାଁ ନେଇ ଠକେଇ ଅଭିଯୋଗ ହୋଇଛି। ହ୍ବାଟ୍‌ସଆପ୍‌ରେ ଟିନା ଡାବିଙ୍କ ଫଟୋ ରଖି ଜଣେ ବ୍ୟକ୍ତି ଆମାଜନ...

ଦୈନିକ ମୃତ୍ୟୁ ସଂଖ୍ୟା ୧…

ନୂଆଦିଲ୍ଲୀ, ୧୪।୪ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ...

ଦେଶରେ ୮୦-୮୨ ପ୍ରତିଶତ ହିନ୍ଦୁ, ଭାଜପାକୁ ମିଳୁଛି କେବଳ ୪୦ ପ୍ରତିଶତ ଭୋଟ…

ନୂଆଦିଲ୍ଲୀ, ୧୨।୫ : ଦେଶର ଜନସଂଖ୍ୟାର ୮୦ ରୁ ୮୨ ପ୍ରତିଶତ ହିନ୍ଦୁ। କିନ୍ତୁ ଭାଜପା ଏପର୍ଯ୍ୟନ୍ତ ପ୍ରାୟ ୪୦ ପ୍ରତିଶତ ଭୋଟ ପାଇଛି। ଏଭଳି...

ରାଗିଲେ ପରିଣିତି

ମୁମ୍ବାଇ,୧୭।୧୨: ସାରା ଦେଶରେ ଏବେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ଆଲୋଚନା ଚାଲିଥିବା ବେଳେ ଅନେକ ଭାଗରେ ହିଂସା ସୃଷ୍ଟି ହୋଇଛି। ଏହି ଆଇନକୁ ଅନେକ...

ନୀତୀଶଙ୍କ ପରେ ଏବେ ଭାଜପା ଟାର୍ଗେଟରେ ଚିରାଗ

ପାଟନା,୨ ।୩: ଲୋକ ଜନଶକ୍ତି ପାର୍ଟି(ଏଲ୍‌ଜେପି) ବିହାର ବିଧାନସଭା ନିର୍ବାଚନରେ ହାରିବା ପରେ ଦଳର ଅଧ୍ୟକ୍ଷ ଚିରାଗ ପାଶୱାନ ଅସୁବିଧାରେ ପଡି ଯାଇଛନ୍ତି । କାରଣ...

ଗଲଓ୍ବାନ ଉପତ୍ୟକା କଳହ ମଞ୍ଜି

ନୂଆଦିଲ୍ଲୀ,୧୭ା୬ : ଖ୍ରୀଷ୍ଟପୂର୍ବ ୫୦୦ରେ ଚାଇନାର ନାମଚୀନ ସେନା ଜେନେରାଲ ସୁନ୍‌ ଜୁ ‘ଦି ଆର୍ଟ ଅଫ୍‌ ଓ୍ବାର୍‌’ ଶୀର୍ଷକ ପୁସ୍ତକରେ ଲେଖିଥିଲେ, ଯୁଦ୍ଧର ସର୍ବୋତ୍ତମ...

ସର୍‌ନେମ୍‌ ଯୋଗୁ ଏହି ମହିଳାଙ୍କୁ ମିଳୁନି ଚାକିରି, ଲୋକେ କରୁଛନ୍ତି ଉପହାସ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୩।୭: ଅନେକ ଲୋକ ସେମାନଙ୍କର ସରନେମ୍‌ ଦ୍ୱାରା ମଧ୍ୟ ଜଣାଶୁଣା ଥାନ୍ତି। ସରନେମ୍‌ ସେମାନଙ୍କୁ ଏକ ଲୋକଙ୍କୁ ଏକ ଭିନ୍ନ ପରିଚୟ ଦେଇଥାଏ। କିନ୍ତୁ ଏସବୁ...

Advertisement
Archives

Model This Week