ବିଜେଡିକୁ ଫେରିବାକୁ ମନ ବଳାଇଲେଣି ଦାମ: କହିଲେ ‘ଦଳରେ ରହିବାକୁ ଚାହେଁ, ହେଲେ ପଦପଦବୀ ନେବି ନାହିଁ ନା ନିର୍ବାଚନ ଲଢ଼ିବି’

ଭୁବନେଶ୍ୱର,୨୭।୧୧(ବ୍ୟୁରୋ): ବିଜେଡି ଫେରିବାକୁ ମନ ବଳାଇଲେଣି ବରିଷ୍ଠ ନେତା ଡା. ଦାମୋଦର ରାଉତ। ବୁଧବାର ସେ ଖୋଲାଖୋଲି ନିଜ ମନକଥା କହିଛନ୍ତି।

ସାମ୍ବାଦିକଙ୍କ ସହ ଆଲୋଚନା ସମୟରେ ଦାମ କହିଛନ୍ତି, ବିଜେଡି ମୋତେ ବହିଷ୍କାର କଲା ପରେ ଭାଜପା ପ୍ରଲୋଭିତ କରି ଦଳରେ ମିଶାଇଲା। ହେଲେ ନିର୍ବାଚନ ସରିବା ପରେ ମୋତେ ଭୁଲିଗଲା। ଏବେ ମୋ ଛାତିରେ ବିଜୁବାବୁ ଆସ୍ଥାନ କରି ବସିଛନ୍ତି, ସେଠାରେ ଆଉ କାହାକୁ ରଖିବି କେମିତି। ଏଥିଯୋଗୁ ମୁଁ ଭାଜପାରୁ ଇସ୍ତଫା ଦେଇଦେଲି। ହେଲେ ମୁଁ ବିଜେଡିରେ ଥିଲି, ମୋତେ ବହିଷ୍କାର କରାଯାଇଥିଲା। ଯଦି ସେମାନେ ବହିଷ୍କାର ଉଠାଇ ଦିଅନ୍ତି, ମୁଁ ପୁଣି ଦଳରେ ରହିବି। କିନ୍ତୁ କୌଣସି ପଦପଦବୀ ନେବି ନାହିଁ କି ନିର୍ବାଚନ ଲଢ଼ିବି ନାହିଁ। କାରଣ ମୋର ବୟସ ହେଲାଣି। ଶାରିରୀକ ଅସୁସ୍ଥତା ଦେଖାଦେଲାଣି, ଏଣୁ ନିର୍ବାଚନ ରାଜନୀତିରେ ଅଂଶଗ୍ରହଣ କରିବି ନାହିଁ। ମୁଁ ବିଜୁବାବୁଙ୍କ ଅନୁଗତ। ତାଙ୍କ ନୀତି ଆଦର୍ଶରେ ଲୋକଙ୍କ ସେବା କରିବି। କିନ୍ତୁ ଦଳୀୟ ରାଜନୀତିରେ ଭାଗ ନେବାକୁ ଇଚ୍ଛା ନାହିଁ। ମୁଁ ନବୀନ ପଟ୍ଟନାୟକଙ୍କ ବିରୋଧରେ କେବେ ଯାଇନି, ସର୍ବଦା ସରକାରୀ ଦଳର ଦୁର୍ନୀତି ବିରୋଧରେ ସ୍ବର ଉଠାଇଛି ବୋଲି ସେ କହିଛନ୍ତି।

ଦାମଙ୍କ ଏଭଳି ବୟାନ ପରେ ଏବେ ଦଳୀୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶଙ୍ଖ ଶିବିରକୁ ଦାମଙ୍କୁ ଫେରାଇ ଆଣୁଛନ୍ତି ଅଥବା ନାହିଁ ତାହା ଦେଖିବାକୁ ବାକି ରହିିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ରୁତ ଗତିରେ ଆସୁଥିଲା ବସ୍‌, ଚକାତଳେ ପଶିଗଲେ ବାଇକ୍‌ଚାଳକ, ଆଉ ତା’ ପରେ…

ଗଜପତି,୪ା୧୨(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ଉପକଣ୍ଠ ଦେବିତି ଗ୍ରାମ ନିକଟରେ ଗୋଟିଏ ଘରୋଇ ବସ୍‌ ସହ ବାଇକ୍‌ର ମୁହାଁମୁହିଁ ଧକ୍କା ହେବାରୁ...

ଖୁବଶୀଘ୍ର ଗଞ୍ଜାମ ଏବଂ ଢେଙ୍କାନାଳରେ ଖୋଲିବ ଆୟୁଷ ହସପିଟାଲ

ଭୁବନେଶ୍ୱର,୪।୧୨: ଓଡିଶାର ଗଞ୍ଜାମ ଏବଂ ଢେଙ୍କାନାଳ ଜିଲାରେ ଖୁବ ଶୀଘ୍ର ଆୟୁଷ ଡାକ୍ତରଖାନା ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଘୋଷଣା...

ଯାତ୍ରା ଷ୍ଟେଜ୍‌ରେ ସାପ ଖେଳାଇଥିବା କଳାକାରଙ୍କୁ ଗିରଫ କଲା ବନ ବିଭାଗ

ହିଞ୍ଜିଳିକାଟୁ,୪ା୧୨(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ରାଳବ ଗ୍ରାମରେ ଗତ ମାସରେ ଅନୁଷ୍ଠିତ କାଞ୍ଜିଅଁଳା ଯାତ୍ରା ଷ୍ଟେଜ୍‌ରେ ବିଷଧର ସାପକୁ ଖେଳାଇବା ଘଟଣାରେ ଜଣେ...

ବରଗଡ଼ ଧନୁଯାତ୍ରା ପାଇଁ ସ୍ଥାପନ ହେଲା ଶୁଭସ୍ତମ୍ଭ, ଜୀରାନଦୀ ହେବ ଯମୁନା

ବରଗଡ଼,୪ା୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୦୨୫ ଜାନୁଆରୀ ୩ରୁ ଆରମ୍ଭ ହୋଇ ଜାନୁଆରୀ ୧୩ ପର୍ଯ୍ୟନ୍ତ ଚାଲିବ। ଦୀର୍ଘ...

ବିଦ୍ୟୁତ କମ୍ପାନୀ ଉପରେ ସରକାରଙ୍କ ବଡ଼ ବାକି, ଫେରିବାର ସମ୍ଭାବନା ଶୂନ

ଭୁବନେଶ୍ୱର,୪।୧୨: ରାଜ୍ୟର ଚାରୋଟି ବିଦ୍ୟୁତ ବିତରଣ କମ୍ପାନୀ (ଡିସକମ୍) ଉପରେ ଓଡ଼ିଶା ସରକାରଙ୍କ ୬,୫୮୭ କୋଟି ଟଙ୍କା ବକେୟା ରହିଛି। ବୁଧବାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ...

ପରାକ୍ରମ ଦେଖାଇଲା ନୌସେନା, ଉଦ୍‌ଘାଟନ କଲେ ରାଷ୍ଟ୍ରପତି

ପୁରୀ,୪ା୧୨: ପୁରୀ ବ୍ଲୁ ଫ୍ଲାଗ୍‌ ବିଚ୍‌ରେ ବୁଧବାର ନୌସେନା ତା’ର ପରାକ୍ରମ ଦେଖାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ଡେମୋର ଉଦ୍‌ଘାଟନ କରିଛନ୍ତି। ରାଷ୍ଟ୍ରପତି ବ୍ଲୁ...

ପ୍ରେମିକାଙ୍କୁ ଭେଟିବାକୁ ଆସି ଘର ଲୋକଙ୍କ ହାତରେ ଧରାପଡିଲେ ପ୍ରେମିକ, ବିଦ୍ୟୁତ ଖୁଣ୍ଟରେ ବାନ୍ଧି…

ରିଷିଡ଼ା,୪ା୧୧(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅଞ୍ଚଳର ଜଣେ ବିବାହିତ ଯୁବକ ନିଜ ପ୍ରେମିକାଙ୍କୁ ଭେଟିବାକୁ ଆସି ପରିବାର ଲୋକଙ୍କ ହାତରେ ଧରାପଡ଼ିଛନ୍ତି। ଯୁବକ...

ପୁରୀ ଯାଉଥିଲେ ବିଧାୟକ, ବସ୍‌ରେ ଗୀତ ବୋଲିଲେ ସିଦ୍ଧାନ୍ତ

ପୁରୀ,୪।୧୨: ଆଜି ନୌସେନା ଦିବସ ପାଳନ ଅବସରରେ ପୁରୀରେ ସବୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ସରିଛି। ଏଥିପାଇଁ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ୩ଦିନିଆ ଓଡ଼ିଶା ଗସ୍ତରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri