ବିଜୁଳି ଚୋରି ଧରାଇଲେ ମିଳିବ ପୁରସ୍କାର, ନାମ ଗୋପନ ରହିବ

ଭୁବନେଶ୍ୱର,୫।୯(ବ୍ୟୁରୋ): ଏଣିକି ବିଜୁଳି ଚୋରି ସମ୍ପର୍କରେ ସୂଚନା ଦେଲେ ସୂଚନାଦାତାଙ୍କୁ ମିଳିବ ଆର୍ଥିକ ପୁରସ୍କାର। ଯେଉଁମାନେ ବିଜୁଳି ଚୋରି କରୁଛନ୍ତି ସେମାନଙ୍କଠାରୁ ଜରିମାନା ଆଦାୟ କରାଯିବ। ଆଦାୟ ଜରିମାନା ରାଶିର ୧୦% ସୂଚନାଦାତା ପାଇବେ। ତେବେ ସୂଚନାଦାତାଙ୍କ ପରିଚୟ ଗୋପନ ରଖାଯିବ। ଆସନ୍ତା ୨ ଅଥବା ୩ ମାସ ମଧ୍ୟରେ ସେସୁ ଅଞ୍ଚଳରେ କଡ଼ାକଡ଼ି ଯାଞ୍ଚ କରାଯିବ ବୋଲି ଗୁରୁବାର ସେସୁ ସିଇଓ ତଥା ପୋଲିସ ଆଇଜି ଅରୁଣ ବୋଥ୍ରା ସୂଚନା ଦେଇଛନ୍ତି। ଏଥିସହ ଗ୍ରାମରେ ସେସୁର ନେଟ୍‌ଓ୍ବାର୍କ ବଢ଼ାଇବା ଲାଗି ଉଦ୍ୟମ ଆରମ୍ଭ ହୋଇଛି। ଏସ୍‌ଏଚ୍‌ଜି ମହିଳା ବିଜୁଳି ବିଲ୍‌ ଆଦାୟ ଓ ମିଟର ରିଡିଂ କରିବେ ବୋଲି ନିଷ୍ପତି ହୋଇଛି। ତେବେ ସୋସିଆଲ ମିଡିଆ ଯୁଗ ହୋଇଥିବାରୁ ଯଦି କୌଣସି ବିଦ୍ୟୁତ ଚୋରି ସଂଙ୍କ୍ରାନ୍ତରେ ଖବରଦାତା ଜଣାନ୍ତି ତାଙ୍କ ନାମ ଗୋପନ ରଖାଯାଇ ପୁରସ୍କୃତ କରାଯିବ ବୋଲି ସେ ମଧ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିୟମିତ ହେବେ ବହୁଭାଷୀ ଶିକ୍ଷା ସହାୟକ

ଭୁବନେଶ୍ୱର,୨୫ା୧୨(ବ୍ୟୁରୋ): ନିୟମିତ ହେବେ ୩୩୨୮ ବହୁଭାଷୀ ଶିକ୍ଷା ସହାୟକ। ୬ ବର୍ଷ ପରେ ସେମାନଙ୍କୁ ସହକାରୀ ଶିକ୍ଷକ ମାନ୍ୟତା ମିଳିବ। ସ୍କୁଲ ଓ ଗଣଶିକ୍ଷା ବିଭାଗ...

ରାଜଧାନୀରୁ ୪୮ ନୂଆ ପଜିଟିଭ୍‌ ଚିହ୍ନଟ: ଲକ୍ଷ୍ମୀସାଗର-ଚନ୍ଦ୍ରଶେଖରପୁର ଅଞ୍ଚଳରୁ ସର୍ବାଧିକ

ଭୁବନେଶ୍ୱର,୧୭।୧୧(ବ୍ୟୁରୋ): ଦିନକୁ ଦିନ ରାଜଧାନୀ ଭୁବନେଶ୍ୱରରୁ କରୋନା ସଂକ୍ରମଣ କମୁଥିବା ଦେଖାଯାଉଛି। ଏହି କ୍ରମରେ ମଙ୍ଗଳବାର ସହରରେ ୪୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ...

ମରୁଡ଼ି କବଳରେ କେନ୍ଦ୍ରାପଡ଼ାର ଧାନଚାଷ

କେନ୍ଦ୍ରାପଡ଼ା ଅଫିସ,୬।୮: ବାତ୍ୟା ୟାସ୍‌ ବ୍ୟତୀତ ଫେବୃୟାରୀଠାରୁ କେନ୍ଦ୍ରାପଡ଼ା ଜିଲାରେ ସ୍ବାଭାବିକ ବର୍ଷା ହୋଇନାହିଁ। ମୌସୁମୀ ପ୍ରବେଶକୁ ଇତିମଧ୍ୟରେ ଦେଢ଼ ମାସ ବିତିଯାଇଥିଲେ ମଧ୍ୟ ବର୍ଷା...

ମଙ୍ଗଳବାରଠୁ ଖୋଲିବ ଘଟଗାଁ ତାରିଣୀ ମନ୍ଦିର

କେନ୍ଦୁଝର/ଘଟଗାଁ,୯ା୮(ସ୍ବ.ପ୍ର./ଡି.ଏନ୍‌.ଏ.): ମଙ୍ଗଳବାରଠାରୁ କୋଭିଡ୍‌ କଟକଣାରେ ଖୋଲିବ କେନ୍ଦୁଝର ଜିଲାର ପ୍ରସିଦ୍ଧ ଘଟଗାଁ ତାରିଣୀ ମନ୍ଦିର। ଏନେଇ ଜିଲା ପ୍ରଶାସନ ପକ୍ଷରୁ ଗାଇଡ୍‌ଲାଇନ ଜାରି କରାଯାଇଛି। ଶ୍ରଦ୍ଧାଳୁମାନେ...

ବୋରିଗୁମ୍ମା ବ୍ଳକରେ ବଢୁଛି ନବଜାତ ଶିଶୁ ମୃତ୍ୟୁ

ବୋରିଗୁମା,୧୫ା୧୨(ଡି.ଏନ.ଏ.): କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକରେ ନବଜାତ ଶିଶୁ ମୃତ୍ୟୁ ଘଟଣା ଦିନକୁ ଦିନ ବଢିବାରେ ଲାଗିଛି। ମାତୃ ଏବଂ ନବଜାତ ଜନ୍ମିତ ଶିଶୁ ଉପଯୁକ୍ତ...

ଚିଲିକା ବିଧାୟକଙ୍କ ସ୍ବାସ୍ଥ୍ୟ ପରୀକ୍ଷା, ରିପୋର୍ଟ ଯାଞ୍ଚ

ଖୋର୍ଦ୍ଧା ଅଫିସ,୯ା୫: ବାଣପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଲୋକଙ୍କ ଉପରକୁ ଗାଡ଼ି ମଡ଼ାଇଦେବା ଘଟଣାରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗିରଫ ପରେ ଅନ୍ତରୀଣ ଜାମିନରେ...

ବିନା ସୂଚନା ଫଳକରେ ଚାଲିଥିଲା କୋଟି କୋଟି ଟଙ୍କାର କାମ: ଖବର ପ୍ରକାଶ ପରେ ତଦନ୍ତ ଆରମ୍ଭ

କେସିଙ୍ଗା,୧୩।୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ବିଦ୍ୟାପୀଠ ପଛପଟେ ନିର୍ମାଣଧୀନ ବିଜୁ ପଟ୍ଟନାୟକ ବହୁମୁଖୀ ଇନ୍‌ଡୋର୍‌ ଷ୍ଟାଡିୟମ୍‌ ଓ କେସିଙ୍ଗା ମହାବିଦ୍ୟାଳୟ ପରିସରରେ ବିନା ସୂଚନା ଫଳକରେ...

ପୂର୍ବତନ ରାଜ୍ୟ ସଭା ସଦସ୍ୟ ଏ.ଭି. ସ୍ବାମୀଙ୍କ ପରଲୋକ

ଭୁବନେଶ୍ୱର, ୩୧।୧୨(ବ୍ୟୁରୋ): ପୂର୍ବତନ ରାଜ୍ୟ ସଭା ସଦସ୍ୟ ଏ.ଭି. ସ୍ବାମୀଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କ ୯୧ ବର୍ଷ ବୟସ ହୋଇଥିଲା। ଖରିଆର ରୋଡ୍‌ସ୍ଥିତ ବାସଭବନରେ...

Advertisement
Archives

Model This Week