Advertisement

ବିଜୁଳି କମ୍ପାନୀଙ୍କ ବକେୟା ପୈଠ ନେଇ କେନ୍ଦ୍ର ଶକ୍ତିମନ୍ତ୍ରୀଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୩-୧୦: ବିଜୁଳି ଶକ୍ତି ଉତ୍ପାଦନକାରୀଙ୍କ ବକେୟା ବାବଦ ଅର୍ଥକୁ ରାଜ୍ୟଗୁଡିକ ଶୀଘ୍ର ପ୍ରଦାନ କରନ୍ତୁ। ଏହା ଦ୍ୱାରା ନିବେଶ ପ୍ରତି ଆକୃଷ୍ଟ ତଥା ନିବେଶକଙ୍କ ମନୋଭାବରେ ପରିବର୍ତ୍ତନ ଆସିବ ବୋଲି କେନ୍ଦ୍ର ଶକ୍ତିମନ୍ତ୍ରୀ ଆର୍‌.କେ. ସିଂ କହିଛନ୍ତି। ଶକ୍ତି କ୍ଷେତ୍ର ବର୍ତ୍ତମାନ ବିଭିନ୍ନ ସମସ୍ୟା ଦେଇ ଗତିକରୁ୍‌ଥିବା ବେଳେ ନିବେଶ ପ୍ରତି ଆକୃଷ୍ଟ କରିବା ଏବେ ବଡ ଚ୍ୟାଲେଞ୍ଜ ପାଲଟିଛି। ଅଂଶୀଦାରମାନେ କମ୍ପାନୀଗୁଡିକର ପ୍ରାୟ ୫୯,୦୦୦ କୋଟି ଟଙ୍କା ବାକି ରଖିଛନ୍ତି। ଏଭଳି ସ୍ଥିତିରେ କିଏ ଶକ୍ତି କ୍ଷେତ୍ରରେ ନିବେଶ ନେଇ ମନ ବଳାଇବ ବୋଲି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକର ୨ ଦିନିଆ ସମ୍ମିଳନୀରେ ସିଂ କହିଛନ୍ତି। ରାଜ୍ୟ ସ୍ତରରେ ବିଭିନ୍ନ ବିଭାଗ ବିଦ୍ୟୁତ ବିତରଣ କମ୍ପାନୀଗୁଡିକର ୪୯,୦୦୦ ହଜାର କୋଟି ଟଙ୍କା ବାକି ରଖିଛନ୍ତି। ଏହି ବାକି ଆଦାୟ ହେଲେ ଶକ୍ତି କମ୍ପାନୀଗୁଡିକ ଉପରେ ରହିଥିବା ଚାପ କମିଯିବ ବୋଲି ସିଂ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆର୍‌ବିଆଇ ପକ୍ଷରୁ ‘ସତର୍କ ତାଲିକା’ ଜାରି

ନୂଆଦିଲ୍ଲୀ,୯।୯:ଭାରତରେ ଅନଧିକୃତ ଆର୍ଥକ ସଂସ୍ଥାର ଓ୍ବେବ୍‌ସାଇଟ ଏବଂ ଆପ୍‌ ଜରିଆରେ ବିନିମୟ ମୁଦ୍ରା (ଫୋରେକ୍ସ) କାରବାର ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ପକ୍ଷରୁ ଏକ...

ସ୍କୋୟାର ୟାର୍ଡସ୍‌ ସହ ଆକ୍ସିସ୍‌ ବ୍ୟାଙ୍କର ରାଜିନାମା

ନୂଆଦିଲ୍ଲୀ,୧୪ା୯: ରିଅଲ ଇଷ୍ଟେଟ୍‌ ପ୍ଲାଟ୍‌ଫର୍ମ ସ୍କୋୟାର ୟାର୍ଡସ୍‌ ସହ ଆକ୍ସିସ୍‌ ବ୍ୟାଙ୍କର ରାଜିନାମା ସ୍ବାକ୍ଷରିତ ହୋଇଯାଇଛି। ବିଶେଷକରି ଗ୍ରାହକ ନିଜର ସ୍ବପ୍ନର ଘର ଅନୁସନ୍ଧାନ କରିବା...

ପ୍ରିମିୟମ ଦେୟ ସମୟସୀମା କୋହଳକଲା ଏଲ୍‌ଆଇସି

ଭୁବନେଶ୍ୱର,୧୨।୪: କରୋନା ପାଇଁ ଲୋକମାନେ ଏବେ ବିଭିନ୍ନ ସମସ୍ୟାର ସାମ୍ନା କରୁଛନ୍ତି। ଏହାକୁ ଧ୍ୟାନରେ ରଖି ଲାଇଫ ଇନ୍‌ସ୍ୟୁରାନ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ(ଏଲ୍‌ଆଇସି) ପକ୍ଷରୁ ବିଭିନ୍ନ...

ଆଇଆର୍‌ସିଟିସି ଅଂଶଧନ ବିକ୍ରିରୁ ୪,୨୦୦ କୋଟି ସଂଗ୍ରହ ଲକ୍ଷ୍ୟ

ନୂଆଦିଲ୍ଲୀ: ଇଣ୍ଡିଆନ ରେଲଓ୍ବେ କ୍ୟାଟରିଂ ଆଣ୍ଡ ଟୁରିଜିମ କର୍ପୋରେଶନ(ଆଇଆର୍‌ସିଟିସି) ଅଂଶଧନ ବିକ୍ରିରୁ ସରକାର ୪,୨୦୦ କୋଟି ଟଙ୍କା ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଅଫର ଫର...

ପ୍ରଭାବିତ ହୋଇପାରେ ଇରାନ ରପ୍ତାନି

ନୂଆଦିଲ୍ଲୀ,୬-୧: ଆମେରିକା-ଇରାନ ମଧ୍ୟରେ ଏବେ ଯୁଦ୍ଧ ଆଶଙ୍କା ଲାଗି ରହିଛି। ଦୁଇ ଦେଶ ମଧ୍ୟରେ ତିକ୍ତତା ବଢିଲେ ପାରସ୍ୟ ଗଲ୍ଫ ଦେଶଗୁଡିକୁ ଭାରତର ରପ୍ତାନି ପ୍ରଭାବିତ...

ଏନ୍‌ପିସିଆଇ ସହ ଆଇସିଆଇସିଆଇ ବ୍ୟାଙ୍କର ସହଯୋଗିତା ସ୍ଥାପନ

ନୂଆଦିଲ୍ଲୀ,୩୦।୮: ସ୍ବଦେଶୀ ପେମେଣ୍ଟ ନେଟ୍‌ୱର୍କ ରୂପେରେ କ୍ରେଡିଟ୍‌ କାର୍ଡର ଶୁଭାରମ୍ଭ କରିବା ଲାଗି ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ନ୍ୟାଶନାଲ୍‌ ପେମେଣ୍ଟ୍‌ କର୍ପୋରେଶନ ଅଫ ଇଣ୍ଡିଆ (ଏନ୍‌ପିସିଆଇ)...

୫ମ ଦିନ ସୁଦ୍ଧା ୧.୭୯ ଗୁଣା ସବ୍‌ସ୍କ୍ରିପ୍ସନ୍‌

ନୂଆଦିଲ୍ଲୀ,୯।୫: ଛୁଟିଦିନଗୁଡ଼ିକରେ ମଧ୍ୟ ଭାରତୀୟ ଜୀବନବୀମା ନିଗମ (ଏଲ୍‌ଆଇସି)ର ପ୍ରାରମ୍ଭିକ ସର୍ବସାଧାରଣ ଅଫର (ଆଇପିଓ)କୁ ନିବେଶକଙ୍କର ଦୃଢ଼ ସମର୍ଥନ ଦେଖିବାକୁ ମିଳିଛି। ଓପନ୍‌ ହେବାର ୫ମ...

ଅସ୍ଥିରତା ମଧ୍ୟରେ ବିଶ୍ୱ ଅର୍ଥବ୍ୟବସ୍ଥା

ନୂଆଦିଲ୍ଲୀ ,୩୦।୧୦: ଗତ କିଛି ମାସ ହେବ ଉଭୟ ଭୌଗୋଳିକ ଓ ରାଜନୈତିକ କାରଣରୁ ସାରା ବିଶ୍ୱରେ ମାନ୍ଦାବସ୍ଥା ଜାରି ରହିଛି। ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ବିଶ୍ୱ...

Advertisement
Archives

Model This Week