ବିଛଣା ଧରିଲା ଘର ଚଳାଉଥିବା ଯୁଆନ ପୁଅ

ଦଶମନ୍ତପୁର,୧୧ା୧୦(ଡି.ଏନ୍‌.ଏ.): ଦିନେ ସେ ଘର ଚଳାଉଥିବା ଯୁଆନ ପୁଅ ଥିଲେ। କିନ୍ତୁ ଏବେ ସକାଳ ହେଲେ ପରିବାର ଲୋକେ ତାଙ୍କୁ ଘରୁ ଟେକି ଆଣି ବାରଣ୍ଡାରେ ବସାଇ ଦେଉଛନ୍ତି। ସନ୍ଧ୍ୟାରେ ପୁଣି ଟେକି ନେଇ ଘରେ ଶୁଆଇ ଦେଉଛନ୍ତି। ୨୬ ବର୍ଷର ଏହି ଯୁବକ ରୋଗରେ ପୀଡ଼ିତ ଥାଇ ଏକ ପ୍ରକାର ଭିନ୍ନକ୍ଷମ। ଏ ହେଉଛି କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ପିଣ୍ଡାପଦର ପଞ୍ଚାୟତ ବରଗଛ ଗ୍ରାମରେ ରହୁଥିବା ଦିଶାରୀ ପରିବାରର ଦୁଃଖକଥା।
ବରଗଛ ଗାଁର ମାଡି ଦିଶାରୀଙ୍କ ପୁଅ ଚକ୍ର ଦିଶାରୀ (୨୬)। ପରିବାରର ଏକମାତ୍ର ରୋଜଗାରିଆ ବ୍ୟକ୍ତି ଥିବା ଚକ୍ରଙ୍କ ହଠାତ୍‌ ହାତ, ଗୋଡ଼ ବ୍ୟଥା ବାହାରିଲା। ସେ ପ୍ରଥମେ ହେଳା କରି ରହିଯାଇଥିଲେ ହେଁ ପରେ ବାଧ୍ୟହୋଇ ତାଙ୍କୁ ଜିଲା ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେବାକୁ ପଡ଼ିଥିଲା। କିନ୍ତୁ ଯନ୍ତ୍ରଣା ନ କମିବାରୁ ତାଙ୍କୁ ଘରକୁ ଫେରାଇ ଆଣିଲୁ ବୋଲି ତାଙ୍କ ମା’ ଓ ସ୍ତ୍ରୀ କହିଛନ୍ତି। ଏବେ ଚକ୍ର ଘରେ ଶଯ୍ୟାଶାୟୀ ଅବସ୍ଥାରେ ରହିଛନ୍ତି। ଚଲାବୁଲା ତ ଦୂରର କଥା, ଚକ୍ର ଯେଉଁଠି ସେଇଠି ଝାଡ଼ା ପରିସ୍ରା କରୁଛନ୍ତି। ସ୍ତ୍ରୀ ଓ ମା’ ତାଙ୍କର ସେବା କରୁଛନ୍ତି। ଧୀରେଧୀରେ ଚକ୍ରଙ୍କ ଖାଇବା ଆଉ ପିଇବା ମଧ୍ୟ କମିବାରେ ଲାଗୁଛି। ତାଙ୍କ ଦେହ ଦୁର୍ବଳ ହେଉଥିବା ଦେଖି ପରିବାର ଲୋକେ ଭାଙ୍ଗିପଡ଼ିଲେଣି। ଘର ଚଳାଉଥିବା ପୁଅର ଏଭଳି ଅବସ୍ଥା ଦେଖି ଆଉ ବଞ୍ଚତ୍ବାକୁ ଇଚ୍ଛା ଲାଗୁନାହିଁ ବୋଲି ଚକ୍ରଙ୍କ ମା’ ଅତି ଦୁଃଖର ସହ କହିଥିଲେ। ଅର୍ଥ ଅଭାବ ଯୋଗୁ ଘରଲୋକେ ଅଧିକ ଚିକିତ୍ସା ପାଇଁ ସାହସ କରିପାରୁ ନାହାନ୍ତି। ପ୍ରଶାସନ ଏ ଦିଗରେ ଚିକିତ୍ସା ବ୍ୟବସ୍ଥା ଓ ସହାୟତା ଦେବା ପାଇଁ ଚକ୍ରଙ୍କ ମା’ ଓ ସ୍ତ୍ରୀ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୟାଗଡ଼ରେ ପୁଣି ଶିଶୁ ନିଖୋଜ

ଖଣ୍ଡପଡ଼ା,୧୩ା୧(ସ୍ବ.ପ୍ର): ନୟାଗଡ଼ ଜିଲା ଖଣ୍ଡପଡା ବ୍ଲ୍ଳକ ଅଧୀନ କିଆଝର ପଞ୍ଚାୟତର କିଆଝରପାଟଣା ଗ୍ରାମର ଜଣେ ୬ ବର୍ଷର ଶିଶୁ ମଙ୍ଗଳବାର ଅପରାହ୍ନରୁ ନିଖୋଜ ହୋଇଯାଇଛନ୍ତି। ଏ...

ମାଲବାହୀ ଟ୍ରେନ୍‌ରେ ନିଆଁ

ଗଞ୍ଜାମ,୧୪।୧(ଡି.ଏନ୍‌.ଏ.): ଭୁବନେଶ୍ୱରରୁ ଗଞ୍ଜାମ ଅଭିମୁଖେ ଯାଉଥିବା ଏକ ମାଲବାହୀ ଟ୍ରେନ୍‌ରେ ମଙ୍ଗଳବାର ଅଗ୍ନିକାଣ୍ଡ ଘଟିଛି। ଉକ୍ତ କୋଇଲା ବୋଝେଇ ଟ୍ରେନ୍‌ର ଦୁଇଟି ବଗିରୁ ଧୂଆଁ ବାହାରୁଥିବା...

ଦାରିଙ୍ଗବାଡ଼ିରେ ବ୍ଲକସ୍ତରୀୟ ସାଧାରଣତନ୍ତ୍ର ଦିବସ : ପତାକା ଉତ୍ତୋଳନ କଲେ ବିଡିଓ

ଦାରିଙ୍ଗବାଡ଼ି,୨୬।୧(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ବ୍ଲକସ୍ତରୀୟ ୭୧ତମ ସାଧାରଣତନ୍ତ୍ର ଦିବସ ରବିବାର ପାଳିତ ହୋଇଯାଇଛି । ଏଥିରେ ଜାତୀୟ ଦିବସ ପାଳନ କମିଟି ଅଧ୍ୟକ୍ଷ ତଥା...

ମାର୍ଚ୍ଚ ୫ରୁ ମାଲ୍ୟଗିରି ମହୋତ୍ସବ

ପାଲଲହଡା,୫।୨(ଡି.ଏନ.ଏ.) – ପାଲଲହଡ଼ା ଉପଖଣ୍ଡରେ ପୁଣିଥରେ ଆରମ୍ଭ ହେବ ମାଲ୍ୟଗିରି ମହୋତ୍ସବ। ଆସନ୍ତା ମାର୍ଚ୍ଚ ୫ ରୁ ୯ ତାରିଖ ପର୍ଯ୍ୟନ୍ତ ଏହା ଅନୁଷ୍ଠିତ ହେବ।...

ଦିବ୍ୟାଙ୍ଗ ଅଞ୍ଜନଙ୍କୁ ଆବାସ ଯୋଜନା ସାତ ସପନ

ଚମ୍ପୁଆ,୨୯।୮(ଡି.ଏନ.ଏ.)-ଚମ୍ପୁଆ ବ୍ଲକ ଜାମୁଦଲକ ପଞ୍ଚାୟତର ଅଢଙ୍ଗାପାଳର ଅଞ୍ଜନ ମହାନ୍ତଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସାତ ସପନ ପାଲଟିଛି। ଦୁଇବର୍ଷ ପୂର୍ବରୁ ଆବେଦନ କରି ମଧ୍ୟ ଆଜି...

ପୁଣି କଟକରୁ ନକଲି ସିମେଣ୍ଟ କାରଖାନା ଠାବ

କଟକ ଅଫିସ, ୨୩।୨: କଟକରୁ ମଙ୍ଗଳବାର ପୁଣି ନକଲି ସିମେଣ୍ଟ କାରଖାନା ଠାବ ହୋଇଛି। କମିଶନରେଟ ପୋଲିସ ନକଲି ସିମେଣ୍ଟ ଗୋଦାମ ଘରେ ଚଢ଼ାଉ କରି...

ଗୁରୁତର ଅବସ୍ଥାରେ ଶ୍ରମିକ ଉଦ୍ଧାର

ଭୁବନ, ୫।୪ (ଡି.ଏନ.ଏ.)-ଢେଙ୍କାନାଳ ଜିଲା ଭୁବନ ଡାକ୍ତରଖାନାରେ ଚିକିତ୍ସାଧୀନ ଜଣେ ଶ୍ରମିକଙ୍କୁ ଗୁରୁତର ଅବସ୍ଥାରେ ନୂଆବଜାର ପରିବା ମାର୍କେଟରୁ ରବିବାର ଉଦ୍ଧାର କରାଯାଇଛି। ସେ ହେଲେ...

୭ ମାସ ହେଲା ଜଳ ଯୋଗାଣ ବନ୍ଦ: ଦୂଷିତ ପାଣି ବ୍ୟବହାର କରୁଛନ୍ତି ବେଣାଗାଡ଼ିଆବାସୀ

ଖଣ୍ଡପଡ଼ା,୩ା୧୧(ସ୍ବ.ପ୍ର.): ବିଦ୍ୟୁତ୍‌ ବକେୟା ବିଲ ୧୦ଲକ୍ଷରୁ ଊର୍ଦ୍ଧ୍ୱ। ତା’ସାଙ୍ଗକୁ ବିଦ୍ୟୁତ ଟ୍ରାନ୍ସଫର୍ମରଟି ପୋଡ଼ି ଯିବାର ୬ ମାସରୁ ଅଧିକ ହେଲାଣି । ଗ୍ରାମବାସୀ ୭ ମାସ...

Advertisement
Archives

Model This Week