ବିକ୍ରି ହେଲା ଦୀପିକାଙ୍କ ଡ୍ରେସ୍‌

ମୁମ୍ବାଇ: ବଲିଉଡ୍‌ ମସ୍ତାନୀ ଦୀପିକା ପାଦୁକୋନ୍‌ ରିଲ୍‌ ଲାଇଫ୍‌ରେ ନିଜ ଅଭିନୟ ଏବଂ ରିୟଲ୍‌ ଲାଇଫ୍‌ରେ ନିଜ ଲୁକ୍‌ସକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ଆଉ ଦୀପିକାଙ୍କ ଟ୍ରେଣ୍ଡି ଲୁକ୍‌ସ ପାଇଁ ବିଶେଷକରି ଯୁବତୀମାନେ ତାଙ୍କୁ ଫଲୋ ମଧ୍ୟ କରିଥାନ୍ତି। ତେବେ ନିକଟରେ ବିଶ୍ୱ ମାନସିକ ସ୍ବାସ୍ଥ୍ୟ ଦିବସ ଉପଲକ୍ଷେ ଦୀପିକା ନିଜର ଫ୍ୟାନ୍ସଙ୍କ ପାଇଁ କରିଥିଲେ ଏକ ସ୍ପେଶାଲ ଘୋଷଣା। ସେ ନିଜର ସବୁ ଡ୍ରେସ୍‌ ଫ୍ୟାନ୍ସଙ୍କୁ ବିକ୍ରି କରିବାକୁ ନିଷ୍ପତ୍ତି ନେଇଥିଲେ। ଫ୍ୟାନ୍ସଙ୍କ ସୁବିଧା ପାଇଁ ଦୀପିକା ନିଜ ଓ୍ବେବସାଇଟ୍‌ରେ ସମସ୍ତ ଟ୍ରେଣ୍ଡି କଲେକ୍ସନ୍‌ର ବିକ୍ରି ଆରମ୍ଭ କରିଥିଲେ। ତେବେ କିଛି ଘଣ୍ଟା ମଧ୍ୟରେ କ୍ରେଜି ଫ୍ୟାନ୍ସ ଦୀପିକାଙ୍କ ପୂରା ଆଲ୍‌ମାରୀ ଖାଲି କରିଦେଇଥିଲେ। ତାଙ୍କର ସମସ୍ତ ଡ୍ରେସ୍‌ ମାତ୍ର କିଛି ସମୟ ମଧ୍ୟରେ ବିକ୍ରି ହୋଇଯାଇଥିଲା। ଦୀପିକା ବିଶ୍ୱ ମାନସିକ ସ୍ବାସ୍ଥ୍ୟ ଦିବସରେ ଏପରି କାହିଁକି କରିଥିଲେ ବୋଲି ଅନେକଙ୍କ ମନରେ ପ୍ରଶ୍ନ ଆସୁଥିବ ନିଶ୍ଚୟ। ତେବେ ତାହାର ଉତ୍ତର ହେଲା, ଦୀପିକା ଏହି ବିକ୍ରିରୁ ମିଳିଥିବା ସମସ୍ତ ଅର୍ଥକୁ ମାନସିକ ରୋଗୀଙ୍କ ଚିକିତ୍ସା ପାଇଁ ଖର୍ଚ୍ଚ କରିବେ। ଲିଭ୍‌, ଲଭ୍‌, ଲାଫ୍‌ ଫାଉଣ୍ଡେଶନ ଜରିଆରେ ଏହି ମହତ୍‌ କାମ କରିବାକୁ ଦୀପିକା ଏଭଳି ପଦକ୍ଷେପ ନେଇଛନ୍ତି। ତେବେ ବିଗତ ଦିନରେ ଦୀପିକା ନିଜେ ମଧ୍ୟ ଡିପ୍ରେଶନର ଶିକାର ହୋଇଥିଲେ ଏବଂ ଚିକିତ୍ସା ମାଧ୍ୟମରେ ସୁସ୍ଥ ହୋଇଥିଲେ। ଏହାପରେ ଦୀପିକା ସବୁବେଳେ ମାନସିକ ସ୍ବାସ୍ଥ୍ୟକୁ ନେଇ ନିଜର ମତାମତ ରଖିଆସିଛନ୍ତି ଏବଂ ନିଜର ଡିପ୍ରେଶନ କଥା ମଧ୍ୟ ଖୋଲାଖୋଲି ଭାବେ ସ୍ବୀକାର କରିଛନ୍ତି। ଅନ୍ୟପଟେ ସାରା ଦୁନିଆରୁ ଦୀପିକାଙ୍କୁ ନିଜର ଡ୍ରେସ୍‌ ବିକ୍ରି କରିବା ପଦକ୍ଷେପ ନେଇ କଲ୍‌ ଆସିଥିବାବେଳେ ସମର୍ଥନ ମଧ୍ୟ ମିଳିଥିଲା। ଦେଶ ଓ ଦେଶ ବାହାରୁ ଅନେକେ ତାଙ୍କ ଡ୍ରେସ୍‌ କିଣିଛନ୍ତି। ତେବେ ଯେଉଁମାନେ ଓ୍ବେବସାଇଟ୍‌ରୁ ଏଥର କିଣି ପାରିନାହାନ୍ତି, ଖୁବ୍‌ଶୀଘ୍ର ସେମାନଙ୍କ ପାଇଁ ପୁଣି ବିକ୍ରି ଘୋଷଣା କରିବେ ବୋଲି ଦୀପିକା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାଉଥ ଅଭିନେତ୍ରୀଙ୍କ ପ୍ରେମରେ ଭାଇଜାନ!

ବଲିଉଡ୍‌ର ସୁପରଷ୍ଟାର ସଲମାନ ଖାନ ବର୍ତ୍ତମାନ ସାଉଥ ଅଭିନେତ୍ରୀଙ୍କ ପ୍ରେମରେ। ଉଭୟଙ୍କୁ ରୋମାଣ୍ଟିକ୍‌ ଅନ୍ଦାଜରେ ମଧ୍ୟ ଦେଖିବାକୁ ମିଳିଛି। ଏପରି କିଛି ବାସ୍ତବ ଜୀବନରେ ନୁହଁ...

ଅଭିନୟ କରୁ କରୁ ସତସତିକା ପ୍ରେମରେ!

ବମ୍ବେ: ଦୀର୍ଘ ୧୩ ବର୍ଷ ଧରି ପ୍ରସାରିତ ହୋଇ ଆସୁଛି ଧାରାବାହିକ ‘ୟେ ରିସ୍ତା କ୍ୟା କେହଲାତା ହୈ’। ଏଯାବତ ଏହି ଲୋକପ୍ରିୟ ଶୋ’୩୭୦୦ରୁ ଅଧିକ...

ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଓ୍ବାଜିଦ୍‌ ଖାନ୍‌ଙ୍କ ପରଲୋକ

ମୁମ୍ବାଇ,୧।୬: ବଲିଉଡ୍‌ର ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଓ୍ବାଜିଦ୍‌ ଖାନ୍‌ଙ୍କ ପରଲୋକ ଘଟିଛି। କିଡ୍‌ନୀ ରୋଗରେ ପୀଡିତ ଥିବା ଓ୍ବାଜିଦ୍‌ଙ୍କ ରବିବାର ବିଳମ୍ବିତ ରାତିରେ ମୃତ୍ୟୁ ଘଟିଛି।...

ଏହି କାରଣରୁ ଏବେ ଓଟିଟିରେ ରିଲିଜ୍‌ ହେବନି ଫିଲ୍ମ ‘ଉଁଚାଇ’

ମୁମ୍ବାଇ: ଭେଟେରାନ ଅଭିନେତା ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ଉଁଚାଇ’ ଭଲ ପ୍ରଦର୍ଶନ କରିଛି। ଫିଲ୍ମଟି ବକ୍ସ ଅଫିସରେ ଆଶାଠାରୁ ଅଧିକ ପ୍ରଦର୍ଶନ କରିଛି। ତେବେ ପ୍ରଶଂସକମାନେ...

ପଓ୍ବନ ସିଂଙ୍କ ଗୀତରେ ଟୁଇଟ୍‌ କଲେ ଏଲନ୍‌ ମସ୍କ!

ଭୋଜପୁରୀ ଅଭିନେତା ତଥା ଗାୟକ ପଓ୍ବନ ସିଂଙ୍କ ଗୀତ ‘ଲଲିପପ୍‌ ଲାଗେଲୁ’ ଏକ ଜବରଦସ୍ତ ହିଟ୍‌ ଗୀତ। ଲୋକମାନେ ଏହି ଗୀତରେ ପାର୍ଟିରେ ଜୋର୍‌ଦାର ଡ୍ୟାନ୍ସ...

ଅଖିଳେଶଙ୍କୁ ଭେଟିଲେ ରଜନୀକାନ୍ତ

ମୁମ୍ବାଇ/ଲକ୍ଷ୍ନୌ,୨୦।୮: ସାଉଥ ସୁପରଷ୍ଟାର ରଜନୀକାନ୍ତ ତାଙ୍କ ମୁଭି ‘ଜେଲର’ର ସକସେସ ପରେ ଏବେ ଉତ୍ତର ପ୍ରଦେଶ ଗସ୍ତରେ ଅଛନ୍ତି। ଏହି ସମୟରେ ଥଲାଇଭା ଆକ୍ଟର ଉତ୍ତର...

ପିଲାମାନଙ୍କୁ ସଫଳତାର ସୂତ୍ର କହିଲେ ସୋନୁ

ମୁମ୍ବାଇ: ବଲିଉଡ୍‌ର ନାଁ କରା ଗାୟକ ସୋନୁ ନିଗମ ନିକଟରେ ଏକ ସ୍କୁଲରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ତାଙ୍କ ସହ ନିର୍ଦ୍ଦେଶକ ସୁଭାଷ ଘାଇ...

ରାଜୁ ଶ୍ରୀବାସ୍ତବଙ୍କ ସ୍ବାସ୍ଥ୍ୟାବସ୍ଥା ପୁଣି ଗୁରୁତର: ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ନୂଆଦିଲ୍ଳୀ,୨୧।୮: କମେଡି ସହିତ ଲୋକଙ୍କ ମୁହଁରେ ହସ ଫୁଟାଉଥିବା ଅଭିନେତା ରାଜୁ ଶ୍ରୀବାସ୍ତବ ଆଜି ନିଜେ ଚୁପ ଅଛନ୍ତି। ୧୧ ଦିନ ଧରି ଏମ୍ସ ଡାକ୍ତରଖାନାରେ...

Advertisement
Archives

Model This Week