ବିଓବିରେ ମିଶ୍ରଣର ପ୍ରଭାବ;୯୦୦ ଶାଖା ବନ୍ଦ ହେବା ସମ୍ଭାବନା

ନୂଆଦିଲ୍ଲୀ,୨୦-୫: ବ୍ୟାଙ୍କ ଅଫ୍‌ ବରୋଦା(ବିଓବି) ସହ ଅନ୍ୟ ଦୁଇଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ମିଶ୍ରଣ ପରେ ଏବେ ୮୦୦ରୁ ୯୦୦ ଶାଖା ବନ୍ଦ ହୋଇଯିବ ଅଥବା ସ୍ଥାନାନ୍ତରିତ ହେବାକୁ ଯାଉଛି। ଜଣେ ବରିଷ୍ଠ ବ୍ୟାଙ୍କ ଅଧିକାରୀ କହିଛନ୍ତି ଯେ, ବିଓବି ସହ ଦେନା ବ୍ୟାଙ୍କ ଓ ବିଜୟା ବ୍ୟାଙ୍କର ମିଶ୍ରଣ ପରେ ଗୋଟିଏ ସ୍ଥାନରେ ୩ଟି ବ୍ୟାଙ୍କ ଶାଖା ରହିବା ଯୁକ୍ତିସଙ୍ଗତ ନୁହେଁ। ବହୁ ସ୍ଥାନ ରହିଛି ଯେଉଁଠି ୩ଟି ଯାକ ବ୍ୟାଙ୍କର ଶାଖା କାର୍ଯ୍ୟ କରୁଛି। ଏଥିଯୋଗୁ ଦକ୍ଷତା ତଥା କୁଶଳତା ଉପରେ ଏହାର ଗଭୀର ପ୍ରଭାବ ପଡିବ। ବ୍ୟାପକ ସମୀକ୍ଷା ପରେ ଉକ୍ତ ପରିମାଣ ବ୍ୟାଙ୍କ ବ୍ରାଞ୍ଚକୁ ଚିହ୍ନଟ କରାଯାଇଛି। ସେଗୁଡ଼ିକୁ ଅନ୍ୟ ଶାଖା ସହ ମିଶାଇ ଦିଆଯିବ ଅଥବା ବନ୍ଦ କରିଦିଆଯିବ। ଏହାଛଡ଼ା କେତେକ ସ୍ଥାନରେ ଜୋନାଲ କାର୍ଯ୍ୟାଳୟକୁ ମଧ୍ୟ ବନ୍ଦ କରିଦେବାର ଆବଶ୍ୟକତା ଦେଖା ଦେଇଛି। ଉକ୍ତ ମିଶ୍ରଣ ପରେ ଏସ୍‌ବିଆଇ ପରେ ବିଓବି ଦେଶର ଦ୍ୱିତୀୟ ସର୍ବବୃହତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ହୋଇଛି। ଏହାର ବ୍ୟାଙ୍କ ଶାଖା ସଂଖ୍ୟା ୯୫୦୦ରୁ ଅଧିକ ରହିଥିବା ବେଳେ ୧୩,୪୦୦ରୁ ଅଧିକ ଏଟିଏମ୍‌ ରହିଛି। ଅନ୍ୟପକ୍ଷରେ କର୍ମଚାରୀଙ୍କ ସଂଖ୍ୟା ୮୫ହଜାର ହୋଇଥିବା ବେଳେ ୧୨ କୋଟି ଗ୍ରାହକଙ୍କୁ ସେବା ଯୋଗାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆର୍‌ବିଆଇ ଦେଲା ବଡ଼ ଝଟ୍‌କା, ରେପୋ ରେଟ୍‌ ୪.୪୦ ପ୍ରତିଶତକୁ ବୃଦ୍ଧି…

ନୂଆଦିଲ୍ଲୀ, ୪।୫ : ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ପକ୍ଷରୁ ବଡ଼ ଝଟ୍‌କା ପ୍ରଦାନ କରାଯାଇଛି। ରେପୋ ରେଟ୍‌ରେ ୦.୪୦ ପ୍ରତିଶତ ବୃଦ୍ଧି ହୋଇ ୪.୪୦...

ନିର୍ଦ୍ଦେଶକଙ୍କ ପାଇଁ ଲାଗୁ ହେଲା ଆଚାର ସଂହିତା

ନୂଆଦିଲ୍ଲୀ,୧୦-୯: ବ୍ୟାଙ୍କିଙ୍ଗ୍‌ ସେକ୍ଟରରେ କର୍ପୋରେଟ ଗଭର୍ନାନ୍ସରେ ଉନ୍ନତି ଆଣିବା ଲାଗି କେନ୍ଦ୍ର ସରକାର ଅଣ ଅଫିସରସ୍ତରୀୟ ନିର୍ଦ୍ଦେଶକଙ୍କ ପାଇଁ ଆଚାର ସଂହିତା ଲାଗୁ କରିଛନ୍ତି। ଅର୍ଥ...

କେମିତି ମିଳିବ ଅର୍ଥ ବ୍ୟବସ୍ଥାକୁ ଗତି: ମନ୍ତ୍ର ଦେଲେ ଶକ୍ତିକାନ୍ତ

ମୁମ୍ବାଇ,୨୭।୭: କରୋନା ମହାମାରୀ ଯୋଗୁ ଦେଶର ଅର୍ଥ ବ୍ୟବସ୍ଥା ବର୍ତ୍ତମାନ ପ୍ରଭାବିତ ହୋଇ ରହିଛି। ଏହି ସମୟରେ ଅର୍ଥ ବ୍ୟବସ୍ଥାର ଗତିବିଧିକୁ ବଢ଼ାଇବାର ଉପାୟ ସମ୍ପର୍କରେ...

ଗୋଟିଏ ଦିନରେ ଦାଖଲ ହେଲା ୧୫.୪୯ ଲକ୍ଷ ଆଇଟିଆର୍‌

ନୂଆଦିଲ୍ଲୀ,୨୯ା୧୨: ୨୦୨୦-୨୦୨୧ ଆର୍ଥିକ ବର୍ଷ ପାଇଁ ସୋମବାର ସୁଦ୍ଧା ୪ କୋଟି ୬୭ ଲକ୍ଷ ୪୫ ହଜାର ୨୪୯ଟି ଆୟକର ରିଟର୍ନ (ଆଇଟିଆର୍‌) ଦାଖଲ ହୋଇଛି।...

ଥାଳି ବାଡ଼େଇ ପ୍ରତିବାଦ କରିବେ ଖୁଚୁରା ବ୍ୟବସାୟୀ

ନୂଆଦିଲ୍ଲୀ,୧୯।୪: ଲକ୍‌ଡାଉନ ସମୟରେ ଇ-କସର୍ମ ସାଇଟରେ ଜରୁରୀ ବିକ୍ରି ନେଇ ସରକାର ଅନୁମତି ପ୍ରଦାନ କରିଛନ୍ତି। ଏହାକୁ ଦେଶର ଖୁଚୁରା ବ୍ୟବସାୟୀମାନେ ବିରୋଧ କରିଥିବା ଦେଖାଯାଇଛି।...

ଗ୍ରୀନ୍‌ ଏନର୍ଜି କମାଉଛି କୋଇଲା ସଙ୍କଟ

ନୂଆଦିଲ୍ଲୀ,୨।୬: ମେ’ ମାସରେ ବିଦ୍ୟୁତ୍‌ ଚାହିଦା ୨୩.୫% ବୃଦ୍ଧି ସତ୍ତ୍ୱେ ଦେଶର ଗ୍ରୀନ୍‌ ଏନର୍ଜି ଉତ୍ପାଦନ କ୍ଷମତା ଭାରତର କୋଇଲା ଉପରେ ନିର୍ଭରତାକୁ କମ୍‌ କରିଛି। ଏ...

ପାରାଦୀପ ବନ୍ଦରର ଲଗାତର ୪ର୍ଥ ରେକର୍ଡ

ପାରାଦୀପ,୨।୪(ସ୍ବ.ପ୍ର.): ପାରାଦୀପ ବନ୍ଦର ୨୦୨୦-୨୧ ଆର୍ଥତ୍କ ବର୍ଷରେ ୧୧୪.୫୫ ମିଲିୟନ ଟନ୍‌ ପଣ୍ୟ କାରବାର କରିଛି। ଲଗାତର ୪ର୍ଥ ଆର୍ଥିକ ବର୍ଷରେ ୧୦୦ ମିଲିୟନ ଟନ୍‌ରୁ...

ଜିଏସ୍‌ଟି ସଂଗ୍ରହ ୯୧,୯୧୬ କୋଟି ଟଙ୍କାକୁ ହ୍ରାସ

ନୂଆଦିଲ୍ଲୀ,୨-୧୦: ସେପ୍ଟେମ୍ବରରେ ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ସଂଗ୍ରହ ପରିମାଣ ୯୧,୯୧୬ କୋଟି ଟଙ୍କାକୁ ହ୍ରାସ ଘଟିଛି। ଜିଏସ୍‌ଟି ସଂଗ୍ରହ ୧୯ ମାସର ସର୍ବନିମ୍ନ ସ୍ତରକୁ...

Advertisement
Archives

Model This Week