ବିଏସ୍‌ଏନ୍‌ଏଲ-ଏମ୍‌ଟିଏନ୍‌ଏଲ୍‌ର ପୁନରୁଜ୍ଜୀବନ ଯୋଜନାକୁ ପିଏମ୍‌ଓର ମଞ୍ଜୁରୀ

ନୂଆଦିଲ୍ଲୀ,୨୫-୮: କେନ୍ଦ୍ର ସରକାର କ୍ଷତିରେ ଚାଲୁଥିବା ଟେଲିକମ୍‌ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ(ବିଏସ୍‌ଏନ୍‌ଏଲ୍‌) ଏବଂ ମହାନଗର ଟେଲିକମ୍‌ ନିଗମ ଲିମିଟେଡ(ଏମ୍‌ଟିଏନ୍‌ଏଲ୍‌)କୁ ମିଶାଇବେ ନାହିଁ। ଏହି ଦୁଇ ଟେଲିକମ କମ୍ପାନୀଙ୍କ ପୁନରୁଜ୍ଜୀବନ ଯୋଜନାକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମ୍‌ଓ) ଅନୁମୋଦନ କରିଛନ୍ତି। ଯୋଜନା ଅନୁଯାୟୀ ଉଭୟ କମ୍ପାନୀଙ୍କୁ ସାରା ଦେଶରେ ୪ଜି ସେବା ଆରମ୍ଭ କରିବା ଲାଗି ଲାଇସେନ୍ସ ପ୍ରଦାନ କରାଯିବ। ଏହାଦ୍ୱାରା ସେମାନଙ୍କର ଖରାପ ଆର୍ଥିକ ସ୍ଥିତି ସୁଧୁରିଯିବ। ସେହିପରି ଦୁଇ କମ୍ପାନୀ ଭିଆର୍‌ଏସ ଯୋଜନାକୁ ଲାଗୁ କରିବେ। ଏଥିଲାଗି ପ୍ଲାନ୍‌ ପ୍ରସ୍ତୁତ ହେବ। ସେହିପରି କର୍ମଚାରୀଙ୍କ ଅବସର ବୟସ ସୀମାକୁ ୫୮ ବର୍ଷକୁ ହ୍ରାସ କରାଯିବ। ଏହାଦ୍ୱାରା ବହୁ ସଂଖ୍ୟାରେ କର୍ମଚାରୀ ହ୍ରାସ ପାଇବେ। ଏହାଛଡ଼ା ମିଶ୍ରଣ, ଋଣ ଓ ସମ୍ପତ୍ତି ବିକ୍ରି ପ୍ରସ୍ତାବକୁ ପିଏମ୍‌ଓ ଟାଳି ଦେଇଛନ୍ତି। ତେବେ ସମ୍ପତ୍ତି ବିକ୍ରି କରିବା ଅଥବା ଭଡ଼ାରେ ଦେବା ନେଇ ନିଷ୍ପତ୍ତି ନେବା ଲାଗି ଏକ ଯୁଗ୍ମ କମିଟି ଗଠନ କରିବାକୁ ଅନୁମୋଦନ କରାଯାଇଛି। ଏହି କମିଟିରେ ଟେଲିକମ ବିଭାଗ, ବିଏସ୍‌ଏନ୍‌ଏଲ୍‌, ପୁଞ୍ଜି ପ୍ରତ୍ୟାହାର ବିଭାଗର ବରିଷ୍ଠ ଅଧିକାରୀମାନେ ସାମିଲ ରହିବେ। ଏବେ ଏହି ସମସ୍ତ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ଲାଗି ପଠାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଶକ୍ତି ପୁନରୁଦ୍ଧାର କ୍ଷେତ୍ରରେ ପାଓ୍ବାର ଗ୍ରୀଡର ଯୋଗଦାନ

କଲିକତା,୧୫-୫: ଫନୀ ପରେ ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ ଯୋଗାଣ ତଥା ତୁରନ୍ତ ଶକ୍ତି ପୁନରୁଦ୍ଧାର କାର୍ଯ୍ୟରେ ପାଓ୍ବାର ଗ୍ରୀଡ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ(ପାଓ୍ବାରଗ୍ରୀଡ) ନିଜର...

୧୬ ମାସର ସର୍ବୋଚ୍ଚ ସ୍ତରରେ ଖୁଚୁରା ମୁଦ୍ରାସ୍ପୀତି

ନୂଆଦିଲ୍ଲୀ,୧୪-୧୧: ଚଳିତ ବର୍ଷର ଅକ୍ଟୋବରରେ ଖୁଚୁରା ମୁଦ୍ରାସ୍ଫୀତି ୧୬ ମାସର ସର୍ବୋଚ୍ଚ ସ୍ତରରେ ରହିଛି। ଖାଦ୍ୟ ସାମଗ୍ରୀ ଦର ବଢିବା ଯୋଗୁ ଖୁଚୁରା ମୁଦ୍ରାସ୍ଫୀତି ୪.୬୨%...

ମାନ୍ଦାବସ୍ଥା: କେରଳ ପର୍ଯ୍ୟଟନ ଶିଳ୍ପ ପ୍ରଭାବିତ

ତିରୁଭାନନ୍ତପୁରମ୍‌,୧୮ା୯: ନିକଟରେ କେରଳର ସର୍ବବୃହତ୍‌ ପର୍ବ ଓଣମ୍‌ ପାଳିତ ହୋଇଯାଇଛି। ଏହି ପର୍ବ ପାଳନ ପାଇଁ ରାଜ୍ୟ ସବୁବର୍ଷ ଉତ୍ସବମୁଖର ହୋଇଉଠେ। ସ୍କୁଲ,କଲେଜକୁ ୧୦ ଦିନ...

ବ୍ରହ୍ମପୁରରେ ଷ୍ଟୋର ଖୋଲିବ ଅରୁନ୍ଧତୀ

ଭୁବନେଶ୍ୱର,୨୧।୯ ରାଜ୍ୟର ଏକ ପ୍ରତିଷ୍ଠିତ ଅଳଙ୍କାର ପ୍ରତିଷ୍ଠାନ ଅରୁନ୍ଧତୀ ଜୁଏଲର୍ସ ପକ୍ଷରୁ ୪ର୍ଥ ବାର୍ଷିକ ଉସତ୍ବ ନିରାଡମ୍ବର ସହକାରେ ପାଳନ କରାଯାଇଛି। ଏହି ଅବସରରେ ଅରୁନ୍ଧତୀ...

ଡିସେମ୍ବର ୧୫ରୁ ଫାଷ୍ଟାଗ୍‌ ବାଧ୍ୟତାମୂଳକ

ନୂଆଦିଲ୍ଲୀ,୩୦-୧୧: ସାରା ଦେଶର ଟୋଲ ପ୍ଲାଜାଗୁଡିକରେ ବାଧ୍ୟତାମୂଳକ ଭାବେ ଫାଷ୍ଟାଗ କାର୍ଯ୍ୟକାରୀ କରିବା ତାରିଖକୁ ସରକାର ଚଳିତ ବର୍ଷ ଡିସେମ୍ବର ୧୫ ତାରିଖ ଯାଏ ବଢାଇ...

ଯାତ୍ରୀ ଚାହିଦା ଭିତ୍ତିରେ ଗଡ଼ିବ ଟ୍ରେନ୍‌

ନୂଆଦିଲ୍ଲୀ: ଯାତ୍ରୀ ଚାହିଦାକୁ ନଜରରେ ରଖି ରେଲଓ୍ବେ ପାସେଞ୍ଜର ଟ୍ରେନ ଚଳାଇବା ଲାଗି ଯୋଜନା ରଖିଛି। ସେହିଭଳି ୨୦୨୪ ସୁଦ୍ଧା ବର୍ତ୍ତମାନର ଓ୍ବେଟିଂ ଲିଷ୍ଟ ତାଲିକାକୁ...

ଜୀବନବୀମାକୁ ନେଇ ସୁପ୍ରିମକୋର୍ଟ ଦେଲେ ଗୁରୁତ୍ୱପୂର୍ଣ୍ଣ ରାୟ

ନୂଆଦିଲ୍ଲୀ :ସୁପ୍ରିମକୋର୍ଟ ଜୀବନବୀମାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଜୀବନବୀମା ପଲିସି ନେବା ବେଳେ ଲୋକଙ୍କୁ ରୋଗ ସମ୍ପର୍କିତ ଠିକ୍‌ ତଥ୍ୟ ପ୍ରଦାନ କରିବାକୁ...

ରିଲାଏନ୍ସ ଡିଜିଟାଲର ଫେଷ୍ଟିଭାଲ ଅଫ୍‌ ଇଲେକ୍‌ଟ୍ରୋନିକ୍ସ

ଭୁବନେଶ୍ୱର,୬-୧୦: ରିଲାଏନ୍ସ ଡିଜିଟାଲ ପକ୍ଷରୁ ପାର୍ବଣ ଉପଲକ୍ଷେ ଫେଷ୍ଟିଭାଲ ଅଫ୍‌ ଇଲେକଟ୍ରୋନିକ୍ସ ଶୁଭାରମ୍ଭ ହୋଇଛି। ଏହି ସମୟରେ ରିଲାଏନ୍ସ ଡିଜିଟାଲରୁ କ୍ରୟ ଉପରେ ଗ୍ରାହକମାନେ ଆକର୍ଷଣୀୟ...

Advertisement
Archives

Model This Week