ବିଏସ୍‌ଏନ୍‌ଏଲ୍‌ ପୁନରୁଦ୍ଧାର ପାଇଁ ଜିଓଏମ୍‌ ଗଠନ

ନୂଆଦିଲ୍ଲୀ,୨୯-୧୨: ରାଷ୍ଟ୍ରାୟତ୍ତ ଟେଲିକମ୍‌ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ(ବିଏସ୍‌ଏନ୍‌ଏଲ୍‌) ଏବଂ ମହାନଗର ଟେଲିଫୋନ୍‌ ଲିମିଟେଡ(ଏମ୍‌ଟିଏନ୍‌ଏଲ୍‌) ପାଇଁ ୬୯,୦୦୦ କୋଟି ଟଙ୍କାର ପୁନରୁଦ୍ଧାର ଯୋଜନାକୁ ତ୍ୱରାନ୍ବିତ କରିବା ଲାଗି କେନ୍ଦ୍ର ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ପ୍ରକ୍ରିୟା ଅନ୍ତର୍ଗତ ୭ ସଦସ୍ୟ ବିଶିଷ୍ଟ ଗ୍ରୁପ ଅଫ୍‌ ମିନିଷ୍ଟର୍ସ(ଜିଓଏମ୍‌) ବା ମନ୍ତ୍ରୀଗୋଷ୍ଠୀ ଗଠନ କରାଯାଇଛି। ଏହି ଉଚ୍ଚ ସ୍ତରୀୟ କମିଟି ୪ଜି ସ୍ପେକ୍ଟ୍ରମ ବଣ୍ଟନ, ସମ୍ପତ୍ତି ମନିଟାଇଜେଶନ ଭଳି ବିଭିନ୍ନ ଦିଗକୁ ବିଚାର କରିବ ବୋଲି ପ୍ରକ୍ରିୟା ସହ ଜଡିତ ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି। ଜିଓଏମ୍‌ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଆଇଟି ଏବଂ ଟେଲିକମ୍‌ ମନ୍ତ୍ରୀ ରବି ଶଙ୍କର ପ୍ରସାଦ, ସୌରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ, ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ ଏବଂ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ସାମିଲ ଥିବା ସୂଚନା ରହିଛି।
ଯୋଜନାର ଧାରାକୁ ତ୍ୱରାନ୍ବିତ କରିବା ଲାଗି ବାଣିଜ୍ୟ ସମ୍ଭାବନା, ଶ୍ରମ ଶକ୍ତି, ବଣ୍ଡ ଜାରି କରିବା, ମନିଟାଇଜେଶନ ଭଳି ବିଭିନ୍ନ ଦିଗକୁ ମନ୍ତ୍ରୀ ଗୋଷ୍ଠୀ ତଦାରଖ କରିବ। କ୍ଷତିରେ ଚାଲୁଥିବା ଏହି ୨ଟି କମ୍ପାନୀର ମିଶ୍ରଣ ଏବଂ କର୍ମଚାରୀଙ୍କୁ ଭିଆର୍‌ଏସ୍‌ ପ୍ରଦାନ ନେଇ ସରକାର ଚଳିତ ବର୍ଷ ମଞ୍ଜୁରୀ ପ୍ରଦାନ କରିଥିଲେ। ଆଗାମୀ ୨ ବର୍ଷରେ ବିଏସ୍‌ଏନ୍‌ଏଲ୍‌ ଏବଂ ଏମ୍‌ଟିଏନ୍‌ଏଲ୍‌କୁ ଏକ ଲାଭକାରୀ କମ୍ପାନୀ ଭାବେ ରୂପାନ୍ତରିତ କରିବା ଦିଗରେ ଏଭଳି ପଦକ୍ଷେପ ନିଆଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ କେନ୍ଦ୍ର କ୍ୟାବିନେଟ ଉକ୍ତ ଯୋଜନାକୁ ଅନୁମୋଦନ କରିଥିଲା। ବର୍ତ୍ତମାନ ଏମ୍‌ଟିଏନଏଲ୍‌ ମୁମ୍ବାଇ ଏବଂ ନୂଆଦିଲ୍ଲୀରେ ସେବା ଯୋଗାଉଥିବା ବେଳେ ବିଏସ୍‌ଏନ୍‌ଏଲ୍‌ ଦେଶର ବିଭିନ୍ନ ପ୍ରାନ୍ତରେ ନିଜର ଉପସ୍ଥିତି ଜାହିର କରିଛି। ଗତ କିଛି ସପ୍ତାହ ତଳେ ଉଭୟ କମ୍ପାନୀ ସେମାନଙ୍କ ଭିଆର୍‌ଏସ୍‌ ଯୋଜନା ହାତକୁ ନେଇଥିଲେ। ଉଭୟ କମ୍ପାନୀରୁ ୯୨,୭୦୦ କର୍ମଚାରୀ ଭିଆର୍‌ଏସ୍‌ ଯୋଜନାକୁ ଚୟନ କରିଛନ୍ତି। ଏହି ୨ କମ୍ପାନୀର ବେତନ ବିଲ୍‌ରୁ ପ୍ରାୟ ୮,୮୦୦ କୋଟି ଟଙ୍କା ସଞ୍ଚୟ କରିବା ନେଇ ସରକାର ଆଶା ରଖିଛନ୍ତି। ଆଗାମୀ ୩ ବର୍ଷରେ ଉଭୟ କମ୍ପାନୀର ସମ୍ପତ୍ତି ମନିଟାଇଜେଶନରୁ ପ୍ରାୟ ୩୭,୦୦୦ କୋଟି ଟଙ୍କା ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଛି। ଗତ ଏକ ଦଶନ୍ଧି ଧରି ଉଭୟ କମ୍ପାନୀ କ୍ଷତିରେ ଚାଲୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅକ୍ଟୋବରରେ ଖୁଚୁରା ମୁଦ୍ରାସ୍ଫୀତି ୬.୭୭%

ନୂଆଦିଲ୍ଲୀ,୧୫।୧୧:ଗତ କିଛି ମାସ ହେବ ଦରଦାମ ବୃଦ୍ଧି ଓ ମାନ୍ଦାବସ୍ଥା ଉଭୟ ସରକାର ଓ ସାଧାରଣ ଜନତାଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। ଏପରିକି ସରକାରଙ୍କ...

ଚାଇନାର ୫୦ ନିବେଶ ପ୍ରସ୍ତାବ ଉପରେ ବିଚାର କରୁଛନ୍ତି ସରକାର

ନୂଆଦିଲ୍ଲୀ,୬।୭ : ଚାଇନା କମ୍ପାନୀଗୁଡ଼ିକ ପକ୍ଷରୁ ୫୦ ନିବେଶ ପ୍ରସ୍ତାବ ଉପରେ ସରକାର ବର୍ତ୍ତମାନ ତର୍ଜମା କରୁଛନ୍ତି। ନୂଆ ସ୍କ୍ରିନିଂ ନୀତି ଅନୁସାରେ ସରକାର ଏଭଳି...

ବ୍ୟାଙ୍କ ଅଫ୍‌ ବରୋଦାର ପ୍ରତିଷ୍ଠା ଦିବସ

ଭୁବନେଶ୍ୱର,୨୩-୭: ବ୍ୟାଙ୍କ ଅଫ୍‌ ବରୋଦା ଆସେଟ ରିକଭରି ମ୍ୟାନେଜମେଣ୍ଟ ଶାଖା ପକ୍ଷରୁ ୧୧୨ ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ଏହି ଅବସରରେ ମୁଖ୍ୟ ପ୍ରବନ୍ଧକ...

ଡେବିଟ କାର୍ଡ ବନ୍ଦ କରିବାକୁ ଏସ୍‌ବିଆଇର ପ୍ରସ୍ତୁତି

ନୂଆଦିଲ୍ଲୀ,୨୦-୮: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ(ଏସ୍‌ବିଆଇ) ପ୍ଲାଷ୍ଟିକ ଡେବିଟ କାର୍ଡ ପ୍ରଚଳନକୁ ବନ୍ଦ କରିବାକୁ ଯାଉଛି। ଏହା ବଦଳରେ ବ୍ୟାଙ୍କ ୟୋନୋ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାକୁ ଅଧିକ...

ଦେଶକୁ ଏସ୍‌ବିଆଇ ଭଳି ୪-୫ ବ୍ୟାଙ୍କ ଆବଶ୍ୟକ: ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୨୬।୯: ଭାରତକୁ ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ) ଭଳି ୪ରୁ ୫ ବୃହତ ବ୍ୟାଙ୍କର ଆବଶ୍ୟକତା ରହିଛି ବୋଲି ରବିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କହିଛନ୍ତି।...

ମୋଦି ସରକାରଙ୍କ ୧୦୦ ଦିନ;ନିବେଶକଙ୍କୁ ୧୪ ଲକ୍ଷ କୋଟି କ୍ଷତି

ମୁମ୍ବାଇ, ୧୦-୯: କେନ୍ଦ୍ରରେ ଦ୍ୱିତୀୟ ଥର କ୍ଷମତାକୁ ଫେରିଥିବା ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧିନ ଏନ୍‌ଡିଏ ସରକାର ତା’ର ୧୦୦ ଦିନ ପୂରଣର ସଫଳତାକୁ ବଖାଣୁଛି। ତେବେ...

୨୦୦୦ ଟଙ୍କିଆ ପ୍ରିଣ୍ଟ ବନ୍ଦ ହେବନି

ନୂଆଦିଲ୍ଲୀ,୨୦।୯:   ୨୦୦୦ ଟଙ୍କିଆ ନୋଟ୍‌ କେନ୍ଦ୍ର ସରକାର ପ୍ରତ୍ୟାହାର କରି ନେବେ ବୋଲି ବିଭିନ୍ନ ଆଲୋଚନା ପର୍ଯ୍ୟାଲୋଚନା ଜାରି ରହିଛି। ଏହି ପ୍ରସଙ୍ଗ ଉପରୁ ସରକାର...

ସୋମବାର ନ୍ୟାଶନାଲ ଟାକ୍ସ ଇ-ଆସେସମେଣ୍ଟ ସେଣ୍ଟର ଶୁଭାରମ୍ଭ

ନୂଆଦିଲ୍ଲୀ,୭-୧୦: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ସୋମବାର ଆୟକର ବିଭାଗର ନ୍ୟାଶନାଲ ଟାକ୍ସ ଇ-ଆସେସମେଣ୍ଟ ସେଣ୍ଟର(ଏନ୍‌ଇଏସି)ର ଶୁଭାରମ୍ଭ କରିବେ। ଏହା ଦ୍ୱାରା ଟିକସଦାତା ଏବଂ ଟିକସ ଅଧିକାରୀଙ୍କ...

Advertisement
Archives

Model This Week