ବିଏମ୍‌ସି ପକ୍ଷରୁ ପଲିଥିନ ଚଢ଼ାଉ; ୯୦ କେଜି ଜବତ

ଭୁବନେଶ୍ୱର,୧୧।୭(ବ୍ୟୁରୋ) ବାରଣ କରାଯାଇଥିବା ପଲିଥିନ୍‌ ଓ ପ୍ଲାଷ୍ଟିକ୍‌ ବ୍ୟବହାରକାରୀଙ୍କ ଉପରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଲଗାତାର ଚଢାଉ ଜାରି ରଖିଛି। ଚଳିତ ସପ୍ତାହରେ ୯୦ କେଜି ପଲିଥିନ ଜବତ କରିବା ସହ ୧୧ ହଜାର ୯ ଶହ ଟଙ୍କାର ଜରିମାନା ଆଦାୟ କରିଛି। ପ୍ଲାଷ୍ଟିକ୍‌ ଏନ୍‌ଫୋର୍ସମେଣ୍ଟ ପକ୍ଷରୁ ଏହା ପ୍ରକାଶ କରାଯାଇଛି। ବିମନ ବିହାରୀ ବେହୁରା ଓ ପ୍ରଭାତ ମିଶ୍ରଙ୍କ ସହ ତାଙ୍କ ଟିମ୍‌ ଦ୍ୱାରା ମଧ୍ୟ ଜୋନରେ ଏହି ଚଢାଉ କରାଯାଇଥିଲା। ଉତ୍ତରରେ ପ୍ରଶାନ୍ତ ରାଉତ ଏବଂ ଦକ୍ଷିଣ ପୂର୍ବରେ ପ୍ରତାପ ପଟ୍ଟନାୟକ ଓ ସଞ୍ଜୁକ୍ତା ପଣ୍ଡାଙ୍କ ସହ ଟିମ୍‌ ପକ୍ଷରୁ ଏହି ଚଢାଉ କରାଯାଇଛି। ପ୍ରତି ବୁଧବାର ମାଛ ଓ ମାଂସ ବଜାରରେ ଚଢାଉ କରାଯାଉଛି। ପ୍ଲାଷ୍ଟିକ୍‌ ଓ ପଲିଥିନ୍‌ ଧରିବାକୁ ବିଏମ୍‌ସିର ଜୋନାଲ୍‌ ଡେପୁଟି କମିଶନର୍‌ମାନଙ୍କ ଅଧୀନରେ ସ୍ବତନ୍ତ୍ର ସ୍କ୍ବାଡ ଗଠିତ ହୋଇ ଚଢାଉ କରାଯାଇଥିଲା। ୫୦ ମାଇକ୍ରୋନ୍‌ ତଳକୁ ଥିବା ପଲିଥିନ୍‌ ଧରିବାକୁ ଏହି ବ୍ୟବସ୍ଥା କରାଯାଇଥିବା ବେଳେ ବିଏମ୍‌ସି କମିଶନରଙ୍କ ନିର୍ଦ୍ଦେଶରେ ସ୍କ୍ବାଡ ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଚଢାଉ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୦-୨୧ ଆର୍ଥିକ ବର୍ଷ:ବଜେଟ ପାଇଁ ମତାମତ ଆହ୍ବାନ କଲା ଅର୍ଥ ବିଭାଗ

ଭୁବନେଶ୍ୱର,୧୮।୧୨(ବ୍ୟୁରୋ):୨୦୨୦-୨୧ ଆର୍ଥିକ ବର୍ଷର ବଜେଟ ପ୍ରସ୍ତୁତି ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ବଜେଟ ସହ ଜଡ଼ିତ ସମସ୍ତ ଅଂଶୀଦାରଙ୍କ ସହଭାଗିତାକୁ ଏଥିରେ ସର୍ବାଧିକ...

ଦିଶା ବୈଠକ: ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ଗୁରୁତ୍ୱ

ନୟାଗଡ଼ ଅଫିସ/ଗଣିଆ (ଡି.ଏନ୍‌.ଏ.),୨୩ା୧: ନୟାଗଡ଼ ଜିଲା ଗଣିଆ ବ୍ଲକ ଛାମୁଣ୍ଡିଆ ଡାକବଙ୍ଗଳାଠାରେ ବୁଧବାର ଡିଷ୍ଟ୍ରିକ୍ଟ ଡେଭଲପ୍‌ମେଣ୍ଟ କୋ ଅର୍ଡ଼ିନେସନ୍‌ ଆଣ୍ଡ ମନିଟରିଂ କମିଟି (ଦିଶା) ବୈଠକ...

ଚନ୍ଦନ ପୂର୍ଣ୍ଣିମା, ସାବିତ୍ରୀ ଅମାବାସ୍ୟାରେ ସ୍କୁଲ ଛୁଟି

ଭୁବନେଶ୍ୱର,୧୪ା୫(ବ୍ୟୁରୋ): ଆସନ୍ତା ୧୬ ଏବଂ ୩୦ ତାରିଖରେ ରାଜ୍ୟର ସମସ୍ତ ସ୍କୁଲ ଛୁଟି ରହିବ। ୧୬ରେ ଚନ୍ଦନ ପୂର୍ଣ୍ଣିମା ଏବଂ ୩୦ରେ ସାବିତ୍ରୀ ପଡୁଥିବାରୁ ଚଳିତବର୍ଷ...

ଭଣ୍ଡାରିପୋଖରୀ ବଜାରର ୫୦ ବ୍ୟବସାୟୀଙ୍କୁ ଉଚ୍ଛେଦ

ଭଣ୍ଡାରିପୋଖରୀ, ୧୦ା୯(ଡି.ଏନ୍‌.ଏ.)-ଭଦ୍ରକ ଜିଲା ଦେଇ ଯାଇଥିବା ୧୬ ନଂ ଜାତୀୟ ରାଜପଥ ପ୍ରଶସ୍ତୀକରଣ କାର୍ଯ୍ୟ ଚାଲିଥିବାରୁ ଭଣ୍ଡାରିପୋଖରୀ ବଜାରର ବହୁ ଅଂଶକୁ ଭାଙ୍ଗି ଦିଆଯାଇଛି। ଗତ...

ବସ୍‌ରେ ଲାଗିଲା ବିଦ୍ୟୁତ୍‌ ତାର, ଅଳ୍ପକେ ବର୍ତ୍ତିଲେ ତୀର୍ଥଯାତ୍ରୀ

ସାକ୍ଷୀଗୋପାଳ,୧୦।୭(ଡି.ଏନ୍‌.ଏ.)- ସାକ୍ଷୀଗୋପାଳଙ୍କ ଦର୍ଶନ ପାଇଁ ଆନ୍ଧ୍ରପ୍ରଦେଶରୁ ୫୦ ଜଣ ତୀର୍ଥଯାତ୍ରୀଙ୍କୁ ନେଇ ଆସୁଥିବା ଏକ ବସ୍‌ ବୁଧବାର ସାକ୍ଷୀଗୋପାଳ ବଜାରରେ ଝୁଲି ରହିଥିବା ବିଦ୍ୟୁତ୍‌ ତାରରେ...

ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍‌ପିଟାଲ ପରିଦର୍ଶନ କଲେ ମୁଖ୍ୟ ଶାସନ ସଚିବ, ୫-ଟି ସଚିବ

ବଲାଙ୍ଗୀର ଅଫିସ, ୭।୧୧- ଓଡ଼ିଶା ମୁଖ୍ୟ ଶାସନ ସଚିବ ଅଜିତ କୁମାର ତ୍ରିପାଠୀ, ୫-ଟି ସଚିବ ଭି କେ ପାଣ୍ଡିଆନ, ଏନଆର୍‌ଏଚ୍‌ଏମ୍‌ ଏମ୍‌ଡି ଶାଳିନୀ ପଣ୍ଡିତ...

୧୦ ଦିନିଆ ଶଟ୍‌ଡାଉନ ଘୋଷଣା କଲେ ସରପଞ୍ଚ

ଉମରକୋଟ,୨୮ା୪: ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଧୋଡ୍ରା ପଞ୍ଚାୟତ ଅଞ୍ଚଳରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ବୁଧବାର ଝରିଗାଁ ବ୍ଲକ୍‌ରୁ ୭୮ ପଜିଟିଭ ଚିହ୍ନଟ...

ଶିବାଶିଷ ରାଉତ ଓଡ଼ିଶା ଟପ୍ପର

ଭୁବନେଶ୍ୱର, ୬।୧୦(ବ୍ୟୁରୋ): ଜେଇଇ ଆଡଭାନ୍ସଡ ୨୦୨୦ର ଫଳାଫଳ ସୋମବାର ଆଇଆଇଟି-ଦିଲ୍ଲୀ ପକ୍ଷରୁ ଘୋଷଣା କରାଯାଇଛି। ସାରା ଦେଶରେ ପ୍ରାୟ ୧.୫ ଲକ୍ଷ ଛାତ୍ରୀଛାତ୍ର ଏହି ପରୀକ୍ଷା...

Advertisement
Archives

Model This Week